Rudra prasana Satapathy

Others

4.8  

Rudra prasana Satapathy

Others

ଅଧା ଗଢା ସ୍ଵପ୍ନ

ଅଧା ଗଢା ସ୍ଵପ୍ନ

3 mins
804


ମନୁଷ୍ୟ ହେଉଛି ଈଶ୍ୱର ଆଶୀର୍ବାଦ। ସବୁ ଜାତି‌ ମଧ୍ୟରୁ ମନୁଷ୍ୟ ଜାତି ହେଉଛି ଶ୍ରେଷ୍ଠ ଜାତି। ସବୁ ମନୁଷ୍ୟ ସ୍ଵପ୍ନ ଦେଖି ଥାଆନ୍ତି ଏବଂ ସେହି ସ୍ଵପ୍ନ ଅନୁସାରେ ନିଜ ଜୀବନ ଅତି ଆନନ୍ଦରେ କଟାଇଇଥାନ୍ତି।ଏହି ଗଳ୍ପରେ ଆମେ ମନୁଷ୍ୟର ନିଦର ସ୍ଵପ୍ନ ସହ ତୁଳନା ନକରି ମନୁଷ୍ୟର ଭାବନା ର ସ୍ଵପ୍ନ ସହ ତୁଳନା କରିଛୁ।

        ସେହିପରି ଏମିତି କିଛି ସ୍ଵପ୍ନ ଦେଖୁଥିଲା। ଏକ ଛୋଟ ଗ୍ରାମର କୁନି ପିଲାଟି ଆକାଶ। ସେ ଜନ୍ମ ନେଇଥିଲା ରାମବାବୁ ଓ ନର୍ମଦା ଦେବୀ‌ ଙ୍କ କୋଳରୁ। ରମବାବୁ ଥିଲେ ସରକାରୀ ପିଅନ ଓ ନର୍ମଦା ଦେବୀ ଥିଲେ ଗୃହିଣୀ ଓ ଆକାଶ ର ଶିକ୍ଷକ। ଆକାଶ ର ଛୋଟ ବେଳରୁ ହିଁ ପାଠ ପଢା ରେ ଆଗ୍ରହ ଥିଲା। ସେଥିପାଇଁ ତାଙ୍କୁ ତାଙ୍କ ବିଦ୍ୟାଳୟରେ ର ଗୁରୁଜୀ ଓ ଗୁରୁମା ମାନେ ତାକୁ ଅତି ସ୍ନେହ କରୁଥିଲେ। ଆକାଶ ମଧ୍ୟ ଥିଲା ତାଙ୍କ ବିଦ୍ୟାଳୟର ଉତ୍ତମ ଛାତ୍ର।ତାର ସ୍ଵପ୍ନ ଥିଲା ଯେ ସେ ତାଙ୍କ ଜିଲ୍ଲା ର ଜିଲ୍ଲାପାଳ ହେବ। ଜିଲ୍ଲାପାଳ ହେବା ପାଇଁ ଯେତିକି ପରିଶ୍ରମ ଦରକାର ଥିଲା,ସେ ମଧ୍ୟ ସେମିତି ପରିଶ୍ରମ କରୁଥିଲା।ତାର ଏପରି କଠିନ ପରିଶ୍ରମ କୁ ଦେଖି ତାର ବାପା ଓ ମା ବହୁତ ଖୁସି ହେଉଥିଲେ। ସବୁଦିନ ପରି ସେ ଦିନ ମଧ୍ୟ ନର୍ମଦା ଦେବୀ ରୋଷାଇ ଘରେ କିଛି କାମ କରୁଥିଲେ,ସେଠାରେ ଆସି ଆକାଶ ଆସି ପହଞ୍ଚିଲା,ଆକାଶ ଭାରି ଖୁସି ଜଣା ପଡୁଥିଲା,ମା କିଛି ବୁଝିପାରେଲେନାହଁ, ମା ତାକୁ ପଚାରିଲେ :''ଆରେ ଆକାଶ ତୁ ଭାରି ଖୁସି ଜଣା ପଡୁଛୁ, କ'ଣ ହେଉଛି କି ତୋର ?'' ଆକାଶ କହିଲା ମା ମୁଁ ମାଟ୍ରିକ ପରୀକ୍ଷାରେ ଆମ ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହା ଶୁଣି ନର୍ମଦା ଦେବୀ ଙ୍କ ଆଖି ରୁ ଟୋପାଏ ଲୁହ ଝରିପଡ଼ିଲା,ଆକାଶ ତାଙ୍କୁ ପଚାରିଲା ମା ତୁ କାନ୍ଦୁଛୁ କାହିଁକି ? ସେ କହିଲେ ଆରେ ଆକାଶ ଏଇଟା ପରା ଖୁସି ର ଲୁହ। ସେ ସେତେବେଳେ ଆକାଶ ର ମା ବୋଲି ଗର୍ବ ଅନୁଭବ କଲେ।ସେତେବେଳେ ରାମ ବାବୁ କାମ ସାରି ଘର କୁ ଫେରୁଛନ୍ତି,ସେ ଯେତେବେଳେ ସେ ଗ୍ରାମ ଭିତରକୁ ପ୍ରବେଶ କରିଛନ୍ତି, ତାଙ୍କୁ ସମସ୍ତେ ଶୁଭେଛା ଜଣାଇଲେ,ସେ କିନ୍ତୁ କିଛି ବୁଝିପାରିଲେ ନାହିଁ।ସେ ଯତେବେଳେ ଜାଣିଲେ ତାଙ୍କ ପୁଅ ଆକାଶ ମାଟ୍ରିକ ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରିଛି,ଏହା ଶୁଣି ଆଉ ତାଙ୍କ ଆନନ୍ଦ ର ସୀମା ରହିଲା ନାହିଁ,ସେ ଘରକୁ ଆସି ଆକାଶ କୁ ଆଶୀର୍ବାଦ କଲେ ଓ ସେତେବେଳେ ସେ ଆକାଶ ର ବାପା ବୋଲି ଗର୍ବ ଅନୁଭବ କଲେ। କିନ୍ତୁ ତାଙ୍କ ମନ ରେ ଯେଉଠି ଖୁସି ଥିଲା,ସେଇଠି ତାଙ୍କ

ମନ ଟିକେ ଦୁଃଖ ଥିଲା।ସେ ଏକାକୀ ଏକ ଘରେ ନୀରବ ହୋଇ ବସିଥିଲେ,ସେଠାରେ ନର୍ମଦା ଦେବୀ ଆସି ପହଞ୍ଚିଲେ,ସେ ଯେତେବେଳେ ଦେଖିଲେ ରାମ ବାବୁ ନୀରବ ହୋଇ ବସିଛନ୍ତି ସେ ତାଙ୍କୁ ପଚାରିଲେ : 'ତମେ କାହିଁକି ନୀରବ ହୋଇ ବସିଛ ? ଆଜି ପରା ଖୁସି ର ଦିନ,ତମର କଣ ହୋଇଛି କି ? ସେ କହିଲେ : ମୁଁ ଖୁସି ଅଛି, ହେଲା ଟିକେ ମନ ରେ କୋଉଠି ନା କୋଉଠି ଆକାଶ ର ଉପର ଶ୍ରେଣୀ ର ପାଠ ପଢା ପାଇଁ ଟିକେ ଚିନ୍ତିତ ଅଛି। ଏହା ଶୁଣି ନର୍ମଦା ଦେବୀ ଟିକେ ଚିନ୍ତା ରେ ପଡ଼ିଲେ କିନ୍ତୁ

ସେ ଚିଡିଚିଡି ହୋଇ ରାମ ବାବୁ ଙ୍କୁ କହିଲେ ଆରେ ତମେ କଣ ଏମିତି ନୀରବରେ ବସିଲେ ସମସ୍ୟା ର ସମାଧାନ ହେଇଯିବ,ଏ କଥା କହି ନର୍ମଦା ଦେବୀ ଶୋଇପଡ଼ିଲେ। କିଛି ଦିନ ଗଲା ପରେ ରାମ ବାବୁ ହୃଦରୋଗ ରେ ପୀଡ଼ିତ ହେଲେ ଓ ହୃଦରୋଗ ସହ ଲଢ଼ି ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଯେପରି ପଶୁ ଓ ପକ୍ଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଗଲେ ସେ ଅକାମୀ ହୋଇଯାଏ ସେହିପରି ରାମ ବାବୁ ଚାଲିଗଲା ପରେ ଆକାଶ ଘର ର ମେରୁ ଦଣ୍ଡ ଭାଙ୍ଗି ଯାଇଥିଲା ଓ ଆର୍ଥିକ ସ୍ଥିତି ମଧ୍ୟ ବିଗିଡି ଯାଇଥିଲା। ଆକାଶ ର ପାଠ ପଢା କଥା,ତାର ଭବିଷ୍ୟତ କଥା ଏହା ସବୁ ଭାବି ନର୍ମଦା ଦେବୀ ମଧ୍ୟ ଅଳ୍ପ ଦିନ ମଧ୍ୟ ର ଶେଷ ନିଃଶ୍ୱାସ ତ୍ୟାଗ କଲେ। ପ୍ରଥମେ ବାପା ଓ ତା ପରେ ମା ଙ୍କୁ ହଟିଥିଲା ଆକାଶ। ହାତ ଗୋଡ ଥାଇ ମଧ୍ୟ ସେ ଅକାମୀ ହୋଇଯାଇଥିଲା। 

ତାର ଜିଲ୍ଲାପାଳ ହେବାର ସ୍ଵପ୍ନ ଆଧ ଗଢା ସ୍ଵପ୍ନ ହୋଇ ରହିଗଲା.......।

    



Rate this content
Log in