ରେଳରାସ୍ତାରେ ଶେଷ କଥା
ରେଳରାସ୍ତାରେ ଶେଷ କଥା
ଦୁଇ ସାଙ୍ଗ ରିତେଶ ଓ ସାହିଲ୍ ବାହାରିଛନ୍ତି ଦିଲ୍ଲୀ ଯିବାପାଇଁ । ରିତେଶ ଓ ସାହିଲ୍ ହେଉଛନ୍ତି ଦୁଇଜଣ ପିଲାଦିନର ସାଙ୍ଗ । ସେ ଦୁଇଜଣ ଏକା ସ୍କୁଲ ଓ ଏକା କଲେଜରେ ପାଠ ପଢ଼ିଛନ୍ତି, ହୁଏତ ଦୁଇଜଣ ଥିଲେ ସାଙ୍ଗ କିନ୍ତୁ ବେଳେବେଳେ ଏମିତି କଳି ଅଝଟ ଲାଗେ ଏବଂ ତା ପରେ ତାର ସମାଧାନ ମଧ୍ୟ ସେ ନିଜେ ହିଁ କରନ୍ତି । ସେମାନେ ଆସି ପହଞ୍ଚିଲେ ଭୁବନେଶ୍ୱର ରେଳ ଷ୍ଟେସନ୍ ଦିଲ୍ଲୀ ଯିବାପାଇଁ । ସେଠାରେ ସେ ଦେଖିଲେ ଯେ ଦିଲ୍ଲୀ ଯିବା ଟ୍ରେନ ତ ଆସିନାହିଁ ।
ରିତେଶ -: ଆରେ ସାହିଲ୍ ! ଆମ ଟ୍ରେନ୍ ତ ଆସିନାହିଁ, ଏବେ ଆମେ କଣ କରିବା ?
ସାହିଲ୍ -: ରହ ମୁଁ ପଚାରି ବୁଝୁଛି ଯେ ଟ୍ରେନ୍ କେବେ ଆସିବ ।
ସାହିଲ୍ ଗଲା ପଚାରିବାକୁ ଯେ ଟ୍ରେନ୍ କେତେବେଳେ ଆସିବ,ସେଠାରେ ସେ ବୁଝିଲା ଯେ ଦିଲ୍ଲୀ ଯିବା ଟ୍ରେନ୍ ଆସିବାରେ ଆଉ ଦୁଇ ଘଣ୍ଟା ସମୟ ଅଛି ।
ସାହିଲ୍ -: ଆରେ ରିତେଶ ! ଟ୍ରେନ୍ ଆସିବାରେ ଆଉ ଦୁଇ ଘଣ୍ଟା ସମୟ ଅଛି ।
ରିତେଶ -: ସମୟ ଯଦି ଅଛି ଚାଲ୍ ଆମେ ଯିବା କିଛି ଖାଇଦେବା ।
ସାହିଲ୍ -: ହଉ ଚାଲ୍ ଯିବା ।
ଦୁଇ ସାଙ୍ଗ ଯାଇ ପହଞ୍ଚିଲେ ଏକ ଜଳଖିଆ ଦୋକାନରେ ସେଠାରେ ସେ ଜଳଖିଆ କଲେ ଓ ଟ୍ରେନ୍ ଆସିବାର ଅପେକ୍ଷା କଲେ ।
ସାହିଲ୍ -: ରିତେଶ ଚାଲ୍ ଯିବା ଟ୍ରେନ୍ ଆସିବାର ସମୟ ହେଲାଣି ।
ରିତେଶ -: ହଉ ଚାଲ୍ ଯିବା ।
ସେ ଦୁଇଜଣ ଷ୍ଟେସନ୍ ଆସି ପହଞ୍ଚିଲେ ଓ ସେଠାରେ ଦେଖିଲେ ଦିଲ୍ଲୀ ଯିବା ଟ୍ରେନଟି ଆସିଗଲାଣି । ଦୁଇ ସାଙ୍ଗ ନିଜ ଜିନିଷପତ୍ରକୁ ନେଇ ଟ୍ରେନ୍ ଭିତରକୁ ଗଲେ ଓ ସେଠାରେ ଜିନିଷପତ୍ରକୁ ସବୁ ରଖି ଯାଇ ବସିଲେ ।
ରିତେଶ -: ଆଉ କିଛି ସମୟ ପରେ ଆମେ ଦିଲ୍ଲୀରେ ଥିବା ।
ସାହିଲ୍ -: ହଁ
ରିତେଶ -: ଆରେ ସାହିଲ୍,ତୁ କଣ ଖୁସି ନାହୁଁ କି ?
ସାହିଲ୍ -: ଆରେ ହଁ ମୁଁ ଖୁସି ଅଛି ନା !
ସେ ଦୁଇଜଣ ଜାଣିନଥିଲି ତାଙ୍କର ଏହି ଖୁସି ମାତ୍ର କିଛି କ୍ଷଣ ପାଇଁ ଥିଲା,କାରଣ ଟ୍ରେନ୍ ଯେତେବେଳେ ବିହାର ଷ୍ଟେସନ୍ ଅତିକ୍ରମ କରିଛି,ସେତେବେଳେ ଟ୍ରେନଟିର ଆକ୍ସିଡ଼େଣ୍ଟ ହେଇଗଲା,ସେଥିରେ ଥିବା ୨୦୦ ଯାତ୍ରୀ ଗୁରୁତର ଓ ୧୫ ଯାତ୍ରୀ ମୃତ୍ୟୁବରଣ କଲେ । ସେହି ୧୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଥିଲା ସାହିଲ ..... ଟ୍ରେନ୍ର ଆକସ୍କିଡ଼େଣ୍ଟ ହେବା ପରେ ୨୦୦ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ରିତେଶ ଯେତେବେଳେ ଜାଣିଲା ତାର ସାଙ୍ଗ ଆଉ ନାହିଁ ସେ ପୁରା ସ୍ତବ୍ଧ ହୋଇଗଲା । ତାର ଶେଷ କଥା ଥିଲା " ହଁ ମୁଁ ଖୁସି ଅଛି" ।
କାଲି କ'ଣ ଘଟିବ ତାହା ଖାଲି ଇଶ୍ଵରଙ୍କୁ ଜଣା
ତ୍ରୁଟି ଥିଲେ କ୍ଷମା କରିବେ
-------------×--------------
ରୁଦ୍ର ପ୍ରସନ୍ନ ଶତପଥୀ
ଦଶମ ଶ୍ରେଣୀ
