STORYMIRROR

Manju Rath

Inspirational

3  

Manju Rath

Inspirational

ଦଶଟଙ୍କା

ଦଶଟଙ୍କା

1 min
356

ଦଶଟଙ୍କା ମୋ ଜୀବନର ବହୁତ ମୂଲ୍ୟବାନ ଉପହାରଟିଏ ଥିଲା ଯେବେ ମୋ ମା ମୋତେ 

ଦେଇଥିଲେ ମୋ ଚାକିରୀ ପାଇଁ।

ସେହି ଫର୍ମ ର ମୂଲ୍ୟ ସେତେବେଳେ ଦଶଟଙ୍କା ଥିଲା ।


ମା ତାଙ୍କ ଜୀବନର କିଛି ସମୟ ଖର୍ଚ୍ଚ କରି ମୋ ସହିତ ଛିଡା ହୋଇ ରହିଲେ

ବହୁତ ଚେଷ୍ଟା ପରେ ସେହି ସୁବର୍ଣ ସୁଯୋଗ ମୋ ପାଇଁ ଆଣିଥିଲା ଦଶଟଙ୍କାର ମହତ୍ତ୍ବ।


ଆଜି ବି ମୋର ମନେ ଅଛି ମୋ ମା ସରାଗାତ ରେ

ଦଶଟଙ୍କିଆ ଟିଏ ରଖିଥିଲେ ପରିସ୍ଥିତି ତ ଜୀବନରେ କେତେବେଳେ ସମାନ ନଥାଏ ।

ଜଟିଳତା ମଧ୍ୟରେ ବେଳେବେଳେ ସମ୍ମୁଖ କୁ ଆସିଯାଇଥାଏ ।

ସରାଗାତରୁ ଦଶଟଙ୍କିଆ ନୋଟ୍ ଟି

ଆଗଭର ହେଉଥାଏ ଦୋକାନୀ ପାଖକୁ ଚାଲିଯିବାପାଇଁ।


ମା କିଛି କ୍ଷଣ ପରେ ସେହି ଦଶଟଙ୍କିଆ ନୋଟ୍ ଦେଇ ଆଳୁ ଆଣିବାପାଇଁ କହିଲେ । ହଠାତ୍ ଏହି ସମୟରେ ମୋ ଦୁଇଭାଇ ମୋ ପାଖରେ ପହଞ୍ଚି କହିଲେ ଗୋଟିଏ ଚାକିରୀ ବାହାରିଛି ତୁ ଫର୍ମ ପକା ପାଇଯିବୁ ।ମୋ ହାତରୁ ଦଶଟଙ୍କିଆଟି ନେଇ ଫର୍ମ ଦେଇ ଚାଲିଗଲେ ମୁଁ ଯାଇ ମାଙ୍କୁ ସବୁ କଥା କହିଲି ମୋ ମା ସବୁ ଶୁଣି କହିଲେ ଯା ଦୋକାନୀଠାରୁ ଉଧାରି ନେଇଆସେ


ସେହି ଦଶଟଙ୍କିଆଟି ମୋ ଜୀବନପଥ ବଦଳେଇ ଦେଇଥିଲା ମୁଁ ଆଜି ହୃଦୟଙ୍ଗମ କରିପାରୁଛି

ମୋ ମା ଆଉ ତାଙ୍କ ଦଶଟଙ୍କାର ନିବିଡ ସମ୍ପର୍କ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational