STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଦୃଢ ସଂକଳ୍ପ

ଦୃଢ ସଂକଳ୍ପ

1 min
495


ନୂତନ ବର୍ଷର ଆଗମନ ପୂର୍ବରୁ ଜିରୋ ନାଇଟ୍ ସେଲିର୍ବେସନ ପାଇଁ କାହାର କେଉଁ ପ୍ରକାର ଯୋଜନା ମାନ ଥାଏ।ସାଙ୍ଗ ସାଥିଠୁ ଆରମ୍ଭ କରି ସମସ୍ତଙ୍କ ପରିବାର ଭିତରେ ସେହି କଥା।ଜିରୋ ନାଇଟ୍ କେମିତି ସେଲିର୍ବେସନ କରିବା।କେଉଁ କେଉଁ ହୋଟେଲ ବୁକ୍ କରିବା।ମଙ୍ଗଳବାର ହେଲେ କଣ ହେଲା ନନଭେଜ୍ ଖାଇବା କଥା ଖାଇବା।ରାତି ବାରଟା ଯାଏଁ ବାହାରେ ରହିବା ।କିନ୍ତୁ ସେମାନଙ୍କ ଭିତରୁ କେହି ଜଣେ କହୁ ନାହାନ୍ତି ନୂତନ ବର୍ଷରେ କଣ ସଂକଳ୍ପ କରିବା।ସମସ୍ତଙ୍କ ମୁହଁରୁ ଶୁଣି ଶୁଣି ବୋର ଲାଗୁଥାଏ।କାହିଁକିନା ଯୁଗ ଏତେ ଆଧୁନିକ ହେଲାଣି ମାଛ ମାଂସ ସହ ଚିକେନ୍ ଖାଇ ଡିଜେର ତାଳେ ତାଳେ ସବୁହେବେ ମତୁଆଲା। ଏକଥା ଶୁଣି ମନେ ମନେ ଭାବେ ଏମିତି ସମୟ ବରବାଦ ନକରି ନୂତନବର୍ଷ ପାଇଁ ସମସ୍ତେ ଏକଜୁଟ ହୋଇ କିଛି ସଂକଳ୍ପ ନେଇଥାନ୍ତେ।


ରାତି ଦଶଟା ବାଜିଲାଣି ଟିଭି ଲଗାଇଲି ନ୍ୟୁଜ ଦେଖିବା ପାଇଁ ସବୁଠି ସେହିକଥା ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସେଲିବ୍ରେଟିଠୁ ଆରମ୍ଭ କରି ବଡବଡ ହୋଟେଲରେ ସବୁପ୍ରକାର ଚାକଚକ୍ୟ,ଜାକଜମକ। ହୁକ୍କା ଵାରରେ ବହୁତ ଭିଡ଼। କାହା ମୁଁହରେ ବି ଥରେଟିଏ ଶୁଣିବାକୁ ମିଳୁନି କଣ ସଂକଳ୍ପ କରିବା ନୂଆବର୍ଷ ପାଇଁ।


ହାତରେ କାଗଜ କଲମଟିଏ ଧରି ଜଗତରନାଥ ଜଗନ୍ନାଥଙ୍କୁ ସ୍ମରଣ କରି ବସିପଡିଲି ନୂତନ ବର୍ଷରେ କିଛି ସଂକଳ୍ପ କରିଵା ପାଇଁ ।ମୋର ସଂକଳ୍ପ ଗୁଡିକ ହେଲା---


ଆଗାମି ଦିନରେ ଗ୍ଲୋବାଲ ଓ୍ବାରମିଙ୍ଗ୍ ଦ୍ବାରା ପରିବେଶ ଅସନ୍ତୁଳିତ ହେଉଛି ଯାହାଦ୍ବାରା ବିଶ୍ବ ଧ୍ବଂସାଭିମୁଖୀ ହେବାକୁ ଯାଉଛି।ଏହା ଆମ ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି ଏଥିପାଇଁ ସମସ୍ତେ ମିଳିମିଶି ଆସନ୍ତୁ ବୃକ୍ଷରୋପଣ କରିବା।


ତାସହ ଜଳସଙ୍କଟ ସମସ୍ୟା ଏତେ ଉତ୍କଟ ହେଲାଣି ଦେଶ ଦେଶ ଭିତରେ ଯୁଦ୍ଧ ହେବାପାଇଁ ଆଶଙ୍କା ଦେଖାଗଲାଣି। ଏଥିନିମନ୍ତେ ଜଳସଂରକ୍ଷଣ କରିବା। 


ଆସନ୍ତୁ ସଭିଏଁ ମିଳିମିଶି ସମୟ ଅପଚୟ ନକରି କିଛି ସେବାମନୋବୃତ୍ତି ନେଇ ଗରିବଗୁରୁବାଙ୍କୁ ସାହାର୍ଯ୍ୟକରି ବିଶେଷ ଭାବରେ ଶିକ୍ଷାର ସୁବ୍ୟବସ୍ଥା କରିବା।


ଦେଶର ଆଇନ କାନୁନ କଡାକଡି ଭାବେ ପାଳନ କରି ଦୁଷ୍କର୍ମକାରିକୁ ତୁରନ୍ତ ଦଣ୍ଡବିଧାନ କରାଯାଉ। ଇତ୍ୟାଦି ଇତ୍ୟାଦି..... ।



Rate this content
Log in

Similar oriya story from Inspirational