ଦୃଢ ବିଶ୍ୱାସ
ଦୃଢ ବିଶ୍ୱାସ


ଆଖି ସାମ୍ନାରେ ଦଗ୍ ଦଗ୍ ଦିଶୁଥିଲା ସେ କରୁଣ ଚିତ୍ର ସବୁ। ଅନେକ ଦିନ ତଳେ ମନିଷା ନିଜର ବିଗତ ଜୀବନକୁ ସ୍ମୃତି ଚାରଣ କରି ତା ଆଖି ଆଗରେ ଲୁହକୁ ସାଉଁଟୁ ଥାଏ। ଜୀଵନରେ ଅନେକ ଲୋକ ମାନଙ୍କୁ ବିଶ୍ୱାସ କରି ହତାଶ ହୋଇଛି। ଯହାକୁ ସେ ଅତି ନିଜର ଭାବିଛି ସେ ହେଉଛି ଭୁବନ। କ୍ଷଣିକ ଦେଖା ମଧ୍ୟରେ ତାକୁ ଆପଣେଇ ନେଇଛି ପ୍ରତି ଦିନ ସେଇ ପାନିପୁରୀ ଠେଲା ପାଖକୁ ଯାଇଛି ଭୁବନକୁ ମନ ଭରି ଦେଖିଛି ମନିଷା। ମନିଷାକୁ ଭୁବନ ମଧ୍ୟ ମନଭରି ଦେଖି ଦୁହେଁ ଦୁହିଁଙ୍କ ପ୍ରେମରେ ପାଗଳ ହୋଇ ଉଠିଛନ୍ତି। ପ୍ରତିଦିନ ଭେଟ ହେବା ଏବଂ ଗେଳ ଖିଆଳ ସମ୍ପର୍କ ଅତି ଘନିଷ୍ଠ ହୋଇ ଦେହର ତୃଷ୍ଣା ଉଭୟେ ମେଣ୍ଟାଇଛନ୍ତି। ତାର ଫଳ ସ୍ୱରୂପ ମନିଷା ଅନ୍ତସତ୍ତ୍ୱା ହୋଇ ଦାବି କରିଛି ଭୁବନ ପାଖରେ ହେଲେ ଭୁବନ ତାକୁ ଏତେ ସହଜରେ ଗ୍ରହଣ କରିନି ବରଂ କଳଙ୍କିନିର ଛାପ ଦେଇଛି ସମାଜ ଆଖିରେ। ହେଲେ ମନିଷା ପ୍ରେମର ସନ୍ତକ ରୂପେ ଜନ୍ମ ଦେଇଛି ତା ସନ୍ତାନକୁ ଓ ସମାଜ ବି ତାକୁ କଳଙ୍କିତା ରୂପେ ଗ୍ରହଣ କରିଛି।