STORYMIRROR

Brundabana Pradhan

Others

1  

Brundabana Pradhan

Others

ଅନ୍ ଲାଇନ୍ କ୍ଲାସ୍, ବର୍ଷା ଆଉ ମୁଁ........

ଅନ୍ ଲାଇନ୍ କ୍ଲାସ୍, ବର୍ଷା ଆଉ ମୁଁ........

1 min
19

ସକାଳ 11.40ରେ ମୋର ଅନ୍ ଲାଇନ୍ କ୍ଲାସ୍ ଥାଏ। କରୋନା କରାଳ ରୂପ ଯୋଗୁଁ ବିଦ୍ୟାଳୟକକୁ ନଯାଇ ଘରେ କ୍ଳାସ କରିବା ପାଇଁ ନିଷ୍ପତ୍ତି ନେଇସାରିଥାଏ ।ହେଲେ ଘରେ ମଧ୍ୟ କ୍ଳାସ କରିବା ସମ୍ଭବ ହୋଇ ନ ପାରିବାରୁ 

ନେଟ୍ ୱର୍କ ଆସୁଥିବା ସ୍ଥାନ ଆମ ଖଲା କୁ ଗଲି, ହେଲେ ମୁଁ ବର୍ଷା କୁ ଭୁଲିଯାଇଥିଲି କାଳେ ସେ ଆସିଯିବ ବୋଲି। 

ମହୁଲ ଗଛତଳେ ସୁଲୁସୁଲିଆ ପବନ କଳାହାଣ୍ଡିଆ ମେଘ ମତେ ବିଚଳିତ କରିପକାଉଥାଏ। ବର୍ଷା କୁ ହେଉଥାଏ ଆସିବନି ବୋଲି। 50 ମିନିଟ୍ ର କ୍ଲାସ ପାଖରେ ଘର କି ଗାଡି ନ ଥାଏ। ଏପଟେ ସମୟ ଲକ୍ଷ ସ୍ଥଳକୁ ପହଞ୍ଚି ଯାଇଥାଏ। ବର୍ଷା ବି ଶତ୍ରୁ ପରି ଆସିଯାଉଥାଏ। ତଥାପି ଆରମ୍ଭ କଲି ଷଷ୍ଠ ଶ୍ରେଣୀର ପଦ୍ୟ ଆସିବନି ଆଉ ସେପରି। କବିତା ମାଧ୍ୟମରେ ବର୍ଷା କୁ ନ ଆସିବା ପାଇଁ ଅନୁରୋଧ କଲି ଅଥଚ ବର୍ଷା ଆସିଲା ନାହିଁ, ସେମିତି ଆକାଶରେ ପଵନରେ କୁଆଡ଼େ ଉଭେଇ ଗଲା। ମୋ ଅନ୍ ଲାଇନ୍ କ୍ଲାସ୍ ବି ସରିଗଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍