ବହୁରୂପା
ବହୁରୂପା

1 min

2.8K
ଯିଏ ଦିନେ ମୋର ସହାୟତା ବିନା ତାର ଦିନ ଗଡୁନଥିଲା। ସେ ଥିଲା ମୋର ସହକର୍ମୀ। ସତେ ଯେମିତି ସହକର୍ମୀ ଶବ୍ଦଟିର ଅର୍ଥ ଏତେ ବ୍ୟାପକ ମୋର ଜଣା ନ ଥାଏ। କେବଳ ତା ଚେହେରା ମୋ ଆଖି ଆଗରେ ଝଲସି ଉଠୁଥାଏ। ମୋର ବିଭାଗର ବରିଷ୍ଠ ଅଧିକାରୀର କଥା ମଧ୍ୟ ମୁଁ ମାନୁନଥାଏ। କାରଣ ସେହି ରୂପସୀ ମତେ ବିମୁଖ କରି ଦେଉଥାଏ। ମୁଁ କେବଳ ବିଚରଣ କରୁଥାଏ ଅନ୍ୟ ଏକ ରାଜ୍ୟରେ।
ଅମାନିଆ ମନ ମୋର ଆନମନା ହେଉଥାଏ। ତାର ପ୍ରତ୍ୟେକ କଥା ମୁଁ ନିଜ କର୍ତ୍ତବ୍ୟ ଭାବି କରିଚାଲିଥାଏ। ସେ ବି ତାର ସ୍ୱାର୍ଥ ହାସଲ ଦିଗରେ ଆଗକୁ ବଢିଚାଲିଥାଏ। ହୁଏ ତ ମୁଁ ତା ଅସଲ ରୂପକୁ ଜାଣିପିରୁନଥାଏ।