STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ପାଣି ଚାଳିଗଲା ପରେ......

ପାଣି ଚାଳିଗଲା ପରେ......

1 min
93

ବାସ୍ତବରେ ମଣିଷ ସବୁବେଳେ ପରେ ଭୁଲ ଠିକ୍ ନିର୍ଣ୍ଣୟ କରେ, ପରେ ଖୁବ୍ ପଶ୍ଚାତାପ କରେ ହେଲେ କିଛି ପାଏନା। ବରଂ ଅତୀତ ତା ପାଇଁ ଦୁଃଖ ପାଲଟି ଯାଏ, ସେ କେବେ ଧରା ଛୁଆଁ ଦିଏନାହିଁ।ଏମିତି ଅତୀତର ସ୍ମୃତିଚାରଣ କରୁଥାଏ ସତ୍ୟ। ପାଠପଢା ଜୀବନରେ ସେ କିପରି ନିଜେ ନିଜକୁ ଠକିଛି ସେ ଏବେ ଠିକ୍ ଜାଣିପାରୁଛି।କେତେବେଳେ ମାଆକୁ ଠକିଛି ତ କେତେବେଳେ ଶିକ୍ଷକକୁ। ଏମିତି ଖେଳରେ ତାର ଦିନ କଟିଛି। ଏପରିକି ପାଠ ପଢିବା ପାଇଁ ମାଆ କହିଲେ ବିଷ ଖାଇଦେବି ହେଲେ ପାଠ ପଢିବି ନାହିଁ ବୋଲି କହିଛି। ଦଶମ ଶ୍ରେଣୀର ଫଳାଫଳ ଆସିଲା ବେଳକୁ ସମସ୍ତେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସତ୍ୟ ଏକା ଅକୃତକାର୍ଯ୍ୟ ହୋଇଛି। ଦିନ ପରେ ଦିନ କଟିଛି ସାଙ୍ଗ ପିଲା ସମସ୍ତେ ନିଜ ନିଜ କର୍ମ କ୍ଷେତ୍ର ବାଛି ନେଇ ବେଶ୍ ଦୁଇ ପଇସା ଅର୍ଜନ କରୁଛନ୍ତି। ହେଲେ ସତ୍ୟ ସେମିତି ଦୁଃଖର ସାଗରରେ ଭାସି ଭାସି ଯାଉଛି। ଚାଷୀର କିଆରୀରୁ ଭାସି ଆସୁଛି... ପାଣି ଥାଉ ଥାଉ ବନ୍ଧ ବାନ୍ଧରେ କୁମର................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy