STORYMIRROR

Brundabana Pradhan

Horror

2  

Brundabana Pradhan

Horror

ବୁଢା ଆମ୍ବ ଗଛ

ବୁଢା ଆମ୍ବ ଗଛ

1 min
141

ଏବେ ବି ମଦନା ଯାଇପାରେ ନାହିଁ ସେହି ଆମ୍ବ ଗଛ ତଳକୁ। କେହି କେହି କହନ୍ତି ସଞ୍ଜ ହେଲେ ଏକ ମହିଳାର କ୍ରନ୍ଦନ ରୋଳ ଶୁଣାଯାଏ।ସେହି କ୍ରନ୍ଦନ କାହାର ବୋଲି ଆମେ ପଚାରିବାରୁ ଜଣାଗଲା ଯେ ଆମ ଗାଁର ମଦନାର ପ୍ରଥମ ପତ୍ନୀର ସ୍ୱର ବୋଲି। ଦୀର୍ଘ ୫୦ ବର୍ଷ ତଳେ ନୂଆଁ ହୋଇ ମଦନା ବାହା ହୋଇଥାଏ ପାଖ ଗାଁର ମଲି ବୋଲି ଏକ ଝିଅକୁ। ଘରର ପସନ୍ଦ ନ ଥିବା ସତ୍ତ୍ବେ ନିଜ ମନ ପସନ୍ଦର ଝିଅକୁ ନିଜେ ପସନ୍ଦ କରି ବାହା ହୋଇଥିବା ଯୋଗୁଁ ମଲି ନିଜେ ନିର୍ଯ୍ୟାତନାର ଶିକାର ହୋଇ ଦଉଡ଼ିରେ ଆମ୍ୱ ଗଛର ଆତ୍ମହତ୍ୟା କରିଥିଲା। ତେଣୁ ସେ ବୁଢା ଆମ୍ବ ଗଛ ନିକଟକୁ ମଦନା ଯାଇପାରେ ନାହିଁ। ଗଲେ ତାକୁ ମଲି କାନ୍ଦୁଥିବାର ଦେଖେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror