Brundabana Pradhan

Horror

2  

Brundabana Pradhan

Horror

ଧଳା କଲ୍ ଭର୍ଟ

ଧଳା କଲ୍ ଭର୍ଟ

2 mins
163


ଆଖି ଆଗରେ ଧଳା ଶାଢୀ ପନ୍ଧି ଏପଟ ସେପଟ ହେବାର ମୋତେ ପ୍ରତୀୟମାନ ହେଉଥାଏ । ବାଲକୋନିରେ ଥାଇ ରାତି ଗୋଟାଏ ସମୟରେ ଏସବୁ ଦୃଶ୍ୟ ଦେଖୁଥାଏ । ମନରେ ଅହେତୁକ ଭୟ ସଞ୍ଚାର ହେଉଥାଏ । ଧଳା ଶାଢୀ ପିନ୍ଧି ଥିବା ତରୁଣୀକୁ ରାତି ଅଧରେ ଦେଖି ତା ସାମ୍ନାକୁ ଯିବାକୁ ଇଚ୍ଛା ହେଉଥିଲେ ବି ସେ ରାତିରେ ଯାଇପାରିଲି ନାହିଁ କି ଶୋଇ ବି ପାରିଲି ନାହିଁ । ଘରୁ ବାଲକୋନିକୁ ହେଉଥାଏ, ଚନ୍ଦ୍ର କିରଣରେ ଝାପ୍ସା ଦିଶୁଥାଏ ତା ଚେହେରା, ନା ନିଦ ଥାଏ ଖାଲି ଅହେତୁକ ଭୟ ମନକୁ ଚୁରମାର କରିଦେଇଥାଏ । ସକାଳ ହେଲା ଅଫିସ୍ ପିଅନକୁ ସବୁକଥା କହିବାରୁ ସେ କହିଲା ବାସ୍ତବରେ ଆପଣ ଠିକ୍ ଦେଖିଛନ୍ତି ଏଇଟା ହେଉଛି ଆପଣ ରହୁଥିବା ମାଲିକର ଝିଅର ଅତୃପ୍ତ ଆତ୍ମା । ବହୁଦିନ ଆଗରୁ ଏଇ ଘରେ ଆପଣଙ୍କ ପରି ବାବୁଟିଏ ଭଡାଟିଆ ରହୁଥିଲେ । ଘର ମାଲିକର ପରିବାର ସହିତ ତାଙ୍କର ଖୁବ୍ ଭଳ ସମ୍ପର୍କ ଥିଲା । ଏପରିକି ଘର ମାଲିକର ପରିବାରର ଗୋଟିଏ ସଦସ୍ୟ ପରି ଥିଲେ । ଘର ମାଲିକର ଦୁଇ ପୁଅ ଆଉ ଗୋଟିଏ ଝିଅ ଚମ୍ପା ଥିଲା । ଚମ୍ପା କେବଳ ଖୁବ୍ ସୁନ୍ଦର ଥିଲା ତାହା ନୁହେଁ ବରଂ ଉଚ୍ଚ ଶିକ୍ଷିତା ମଧ୍ୟ ଥିଲା ।ହେଲେ ଯୌବନର ଉଦ୍ଦାମତା ଯୋଗୁଁ ସେ ବାବୁଙ୍କ ପ୍ରେମରେ ପଡ଼ି ନିଜ ର ଅସ୍ତିତ୍ୱ ହରାଇଦେଇଥିଲା । ବାବୁ ଜଣକ ବିବାହର ପ୍ରତିଶୃତି ଦେଇ ପରେ ପ୍ରତ୍ୟାଖ୍ୟାନ କରି ଦେବାରୁ ଚମ୍ପା ଆତ୍ମହତ୍ୟା କରିଥିବା କଥା ମୋ ଆଗରେ ପିଅନ ମନୁଆ ବଖାଣିବାରୁ ଭୟ ଦ୍ୱିଗୁଣିତ ହୋଇଗଲା । ଉପର ମହଲାରେ ମୁଁ ରହେ ପ୍ରତି ଦିନ ସଞ୍ଜ ହେଲେ ବାଲକୋନିରୁ ମହୁଲ ଗଛ ଆଡକୁ ଚାହେଁ ଏବଂ ସେହି ଧଳା ଶାଢୀ ପିନ୍ଧି ଥିବା ତରୁଣୀକୁ ଦେଖି ଶୋଇପଡ଼େ । ଦିନେ ଇଚ୍ଛା ସତ ଜାଣିବା ପାଇଁ ଗଲି ମହୁଲ ଗଛର ତଳେ ଥିବା କଲଭର୍ଟଟି ମତେ ଦୂରରୁ ଧଳା ଶାଢୀ ପିନ୍ଧି ଥିବା ତରୁଣୀ ପରି ପ୍ରତୀୟମାନ ହେଉଛି । 



Rate this content
Log in

Similar oriya story from Horror