ଦୋଛକି
ଦୋଛକି


ରାଧାନାଥ ଜଣେ ଅବସର ନେଇଥିବା ସରକାରୀ କର୍ମଚାରୀ।ଛୋଟ ସହରରେ ଘରଟିଏ କରି ସେଇଘରେ ରହୁଛନ୍ତି ପତ୍ନୀ ଓ ସିଏ। ଗୋଟିଏ ପୁଅ ,ବିଟେକ କରି ବାଙ୍ଗାଲୋରରେ ଚାକିରୀ ଖୋଜୁଛି ।ଗୋଟିଏ ଝିଅ ସେ ବିବାହିତ ।ହାଇଦ୍ରାବାଦ ରେ ତାର ପରିବାର ନେଇ ରହୁଛି ।ରାଧାନାଥ ନିଜ ପେନସନରୁ ପୁଅପାଖୁ ମାସକୁମାସ ଦଶହଜାର ଟଙ୍କା ପାଠୋଉଛନ୍ତି । ପୁଅ ପାଠପଢାରେ ବ୍ୟାଙ୍କରୁ ଲୋନ କରିଥିବା ଅର୍ଥର ସୁଧ ମୂଳ ମିଶେଇ ଦସହଜାର ଟଙ୍କା ମାସକୁ ମାସ ସୁଝୁଛନ୍ତି ।ବେଳେ ବେଳେ ରାଧାନାଥ ଦୃବଳ ହୋଇପଡୁଛନ୍ତି ।ଦୃବଲର କାରଣ ଅର୍ଥର ଅଭାବ ,ପୁଣି ନିଜ ମନକୁ ଦୃଢ଼କରି ସମୟକୁ ଅପେକ୍ଷା କରୁଛନ୍ତି ।
ପୁଅ ବିଜ୍ଞାନରେ ପ୍ଲସ ଟୁ ପାସକଲାପରେ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇଥିଲା । ଦୂର ସହରରେ ଥିବା ଏକ ଡିମ ଇଂନଭରସିଟିରୁ ତାର କାଉନସିଲର ପାଇଁ ଚିଠି ଆସିଲା । ବିଟେକ କରିବାକୁ ଗଲେ ପ୍ରାଏ ସମୁଦାୟ ଦଶଲକ୍ଷଟଙ୍କା ଲାଗିଯିବ ।କାରଣ ବର୍ଷକୁ କୋର୍ସ ଫିସ ଲକ୍ଷେ ଷାଠିଏ ଓ ହଷ୍ଟେଲ ଖର୍ଚ୍ଚ ଅଶୀ ହଜାର ଗାଏ ମୋଟ ବର୍ଷକୁ ଦୁଇଲକ୍ଷ ଚାଳିଶ ତେବେ ଚାରିବର୍ଷକୁ ଖର୍ଚ୍ଚ ମିଶି ଦଶଲକ୍ଷରୁ ଅଧିକ ହୋଇପାରେ ହାତଖର୍ଚ୍ଚ ଓ ଅନ୍ୟାନ୍ୟ ଅଛି ।ଏତେ ଖର୍ଚ୍ଚ କରି ପଢେଇବା ଜଣେ ସାଧାରଣ କର୍ମଚାରୀ ପକ୍ଷେ ସମ୍ଭବ ହେବା କଠିନ ହେବ ।ପୁଅର ଇଚ୍ଛାକୁ ଦୃଷ୍ଟିରଖି ବିଷମ ପରିସ୍ଥିତିରେ ପଡିଗଲେ ରାଧାନାଥ । ଆଡିମିଶନ ପାଇଁ ଗୋଟିଏ ଦିନ ବାକିଅଛି ।ଏତେଗୁଡିଏ ଟଙ୍କା ଦେଇ ପଢ଼ିବାକୁ ଅନିଚ୍ଛା ହେଲେ ପୁଅର ଭବିଷ୍ୟତକୁ ନେଇ ମନରେ ଉଙ୍କିକିମାରୁଛି ଅନେକ ପ୍ରଶ୍ନ । କଣ କରିବେ ନିର୍ଣ୍ଣୟ କରିପାରୁନାହାନ୍ତି ।ପୁଅର ଶିକ୍ଷା ଅନ୍ୟ ପକ୍ଷରେ ଅର୍ଥପ୍ରତିବନ୍ଧକ ଏପରି ଦୋଛକିରେ ପଡି ଚିନ୍ତାରେ ଶୋଇପାରୁନାହାନ୍ତି ରାତିକ । ନପଢିଲେ ଅବଶ୍ୟ ଆର୍ଥିକ କ୍ଷତି ହେବନି,କିନ୍ତୁ ପୁଅର ପଢିବାପାଇଁ ଇଚ୍ଛାକୁ ପିତାର କର୍ତ୍ତବ୍ୟ ନକଲେ ପୁଅର ଭବିଷ୍ୟତ ନଷ୍ଟହେବ ।ଅନେକ ପ୍ରଶ୍ନ ମନରେ ଉଙ୍କିମାରିବା ସ୍ୱାଭାବିକ ।ଜଣେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ ପାଇଁ ଅଗ୍ନି ପରୀକ୍ଷା ।
ସକାଳୁ ସକାଳୁ ଉଠି ପୁଅକୁ ନିତ୍ୟକର୍ମ ଶେଷକରିବାପାଇଁ କହିଲେ ।ନିଜେ ଗାଧୋଇ ଠାକୁରଙ୍କୁ ପୂଜାକରି ବାହାରିଲେ।ଭୁବନେଶ୍ୱରରେ ପହଁଚିଲେ ।ସେଦିନ ରବିବାର ।ବ୍ୟାଙ୍କ ଛୁଟି ତେଣୁ ରବିବାର ଖୋଳୁଥିବା ଭୁବନେଶ୍ୱରରେ ଏକ ବ୍ୟାଙ୍କଆକାଉଣ୍ଟରୁ ନିଜ ଚେକ ଦେଇ ଟଙ୍କା ଆଣିଲେ ।କାଉନ୍ସିଲରେ ବସିଲେ ।ପୁଅର ଟ୍ରେଡ଼ ବାଛି ଆଡିମିଶନ କଲେ ।
ଜୀବନରେ ମନୁଷ୍ୟ ଜୀବନକୁ ଏମିତି ମୋଡ଼ଦେଇ ଯିବାକୁ ପଡେ ବେଳେ ବେଳେ ନିର୍ଣ୍ଣୟ କରିବା କଠିନ ହୋଇପଡେ । କୋଉଟା କଲେ ଭଲହେବ ନିର୍ଣ୍ଣୟ କରିପାରେନି। ଯେମିତି ସେ ଦୋଛକିରେ ଠିଆହୋଇଛି ।