ଦନ୍ତପୁର
ଦନ୍ତପୁର
ପିଲାମାନେ ଏକସ୍ୱରରେ ଶ୍ରେଣୀରେ କହିଲେ ସର ଆମକୁ ଆମ ଅଞ୍ଚଳର ଇତିହାସ ବିଷୟରେ କୁହାନୁ ।ଠିକ ଅଛି ତେବେ ଶୁଣ ଆମ ଅଞ୍ଚଳର ଇତିହାସ ।ଭୂଖନନ ବିଷୟରୁ ଜଣାପଡିଛି ,ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଧାନଗର ଗାଁ ରେ ଓଡ଼ିଶାର ରାଜଧାନୀ ଓ ଆନ୍ତର୍ଜାତିକ ବନ୍ଦର ଦନ୍ତପୁର ଥିଲା ।
ଦନ୍ତପୁର କଳିଙ୍ଗର ରାଜଧାନୀ ଥିଲାବୋଲି ଗଙ୍ଗବଂଶର ଶିଳାଲିପି ଓ ସନନ୍ଦ ରୁ ଜଣାପଡେ ।ସଂସ୍କୃତ ମହାଭାରତର ଦ୍ରୋଣ ପର୍ବ ରେ ଦନ୍ତପୁର ଓଡ଼ିଶାର ରାଜଧାନୀ ଥିଲାବୋଲି ଲେଖା ଅଛି ।ଦାଠା ବଂଶର ବର୍ଣ୍ଣନା ଅନୁସାରେ ବୁଦ୍ଧଙ୍କର ମହାନିର୍ବାଣ ପରେ ବୋୖଦ୍ଧ ସନ୍ୟାସୀ ଖେମଥେରା କୁସିନଗର ସ୍ଵସାନରୁ ବୁଦ୍ଧକର ବାମ କଳଦାନ୍ତକୁ ସଂଗ୍ରହ କରି କଳିଙ୍ଗ ରାଜା ବ୍ରହ୍ମଦତକୁ କଳିଙ୍ଗର ଦନ୍ତପୁର ଠାରେ ଦେଲେ । ରାଜା ବ୍ରହ୍ମଦତ ସେଇଦାନ୍ତକୁ ରାଜଧାନୀର ମଧ୍ୟଭାଗରେ ସୁନ୍ଦର ସ୍ତୁପ(ଚ୍ୟତ୍ୟ)ନିର୍ମାଣ କରି ପବିତ୍ର ଦାନ୍ତକୁ ସ୍ଥାପନ କରି ଆରାଧନା କଲେ।ତତ୍ପରେ କଳିଙ୍ଗ ସିଂହାସନରେ ବୌଦ୍ଧ ରାଜା ଗୃହସିବ ତୃତୀୟ ଶତାବ୍ଦୀରେ ଅବସ୍ଥାପିତ ହେଲେ ।ସେ ମଧ୍ୟ ପୂଜା ବିଧି ଚାଲୁରଖିଲେ ।ଦାନ୍ତର ମହିମା ଚାରିଆଡେ ବ୍ୟାପିଗଲା ।କ୍ଷୀରୋ ଧାରାନାମକ ଜଣେ ପଡୋଶୀ ରାଜା ବଳପୂର୍ବକ ଦାନ୍ତ ଛଡ଼େଇ ନେବାକୁ ପ୍ରୟାସ କଲେ।ତେଣୁ ଗୃହସିବ ବାଧ୍ୟହୋଇ ଦାନ୍ତର ସୁରକ୍ଷା ନିମିତ୍ତ ସିଂହଲର ତତ୍କାଳୀନ ବୌଦ୍ଧ ରାଜା ମେଘ ବର୍ମନ ଙ୍କ ନିକଟକୁ ଗୁପ୍ତରେ ପଠାଇଦେଲେ ।ସିଂହଳର ଅନୁରାଧା ପୁର ଠାରେ ଦାନ୍ତ ପୂଜା ପାଉଛନ୍ତି।1995ମସିହା
ଭୁ ଖନନ ପରେ ରାଧାନଗର ଠାରେ ଓଡ଼ିଶାର ସର୍ବ ବୃହତଓ ପୁରାତନ ସ୍ତୁପ ର ସନ୍ଧାନ ମିଳିଛି । ଯାହା ଦନ୍ତପୁର ରାଜଧାନୀ ରେ ଥିଲା ।ବିଭିର୍ଣ ବୌଦ୍ଧ ଜାତକ(ପୁସ୍ତକ)ର ବର୍ଣ୍ଣନା ଅନୁସାରେ ରାଧାନଗରପ୍ରାଚୀନ ଦନ୍ତପୁର ନାମରେ ପରିଚିତ ।ଜଳ ପଥ ଦେଇ ଦନ୍ତପୁର ପ୍ରାଚୀନ ବନ୍ଦର ଥିଲା ।ରାଧାନଗର ବାଣିଜ୍ୟ କେନ୍ଦ୍ର ରୂପେ ପରିଚିତ ଥିଲା।ରାଧାନଗର ରୁ ଏବେବି ପ୍ରାଚୀନ ଇଟା, ମାଟିନନ୍ଦର କୂପ, ପଥର ଖୁଣ୍ଟ, ପଥର ନିର୍ମିର କାରୁକାର୍ଯ୍ୟ, ମୂର୍ତି, ପ୍ରାଚୀନ ମୁଦ୍ରା, ଦୀପ, ପୁରାତନ ଅଳଙ୍କାର ଆଦି କିଛି ସଂଗ୍ରହ ହୋଇ ସ୍ଥାନୀୟ ଗଜରାଜ ସଂଗ୍ରହାଳୟ ରେ ସାଇତା ହୋଇ ରହିଛି ।ବିଭିର୍ଣ ସମୟର ମୁଦ୍ରା ମିଳିଥିବାରୁ ରାଧାନଗର ବା ଦନ୍ତପୁର ଆନ୍ତର୍ଜାତିକ ବନ୍ଦର ର ସୂଚନା ଦେଉଛି ।
ଟିକିଲି ଠିଆହୋଇ କହିଲା ସାର ଆମ ବାଡ଼ିରେ ଥିବା କୂଅ ଖରାଦିନେ ପାଣି ସୁଖିଯିବାରୁ ଘର ଲୋକ ମାଟି ଖୋଲିଲେ, ସେଥିରୁ ବିଭିନ୍ନ ମାଟିର ପାତ୍ର ଅଳଙ୍କାର ଓ କେତୋଟି ରୂପା ମୁଦ୍ରା ବାହାରିଲା ।ମୋ ବାପା ଗଜରାଜ ସଂରକ୍ଷଣକୁ ନେଇ ଦେଇ ଆସିଲେ ।ମୁରଲୀ କହିଲା ସାର ବିଷ୍ଣୁ ଘର କୂଅ ଖୋଲୁ ଖୋଲୁ ସେଥିରୁ ସୁନାର ଠାକୁର ବାହାରିଲେ । ତାହାକୁ ବିକ୍ରୀ କରିବାରୁ ତାଙ୍କର ବହୁତ ହାନି ଘଟୁଛି । ଶିକ୍ଷକ ପିଲାଙ୍କ କଥା ଶୁଣି କହିଲେ, ପିଲାମାନେ ଆମ ଅଞ୍ଚଳର ଅତୀତ ଶୁଣି ତୁମେ ମାନେ ନିଛେ ମନେ ରଖି ନିଜକୁ ଗୌରବ।ନିତ ହେବ ଯେ ଆମେ ସେହି ମାନଙ୍କ ଦାୟାଦ ଅଟୁ ।ଖାଇବା ଘଣ୍ଟି ବାଜିଲା, ପିଲାମାନଙ୍କ ଠାରୁ ବିଦାୟ ନେଲି ।