ଦଙ୍ଗା
ଦଙ୍ଗା
ଏ କଣ ହେଉଛି ଆଜି ଦେଶରେ?ସ୍ବାଧିନତା ସମୟରେ
ହାତରେ ହାତ ମିଶେଇ ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ପୂର୍ଣପ୍ରାଣରେ ଯୋଗଦାନ ଦେଇଥିଲେ।ସ୍ବାଧିନତା ପରେ ସ୍ବାଧିନତାର ସୁଖ ବି ସାଙ୍ଗହୋଇ ବାଣ୍ଟୁଥିଲେ।ଏକା ଭାରତମାତାର ପାଣି ପବନ ଶସ୍ୟ ଖାଇ ପରିପୁଷ୍ଟ ହେଉଥିଲା ସଭିଙ୍କର ଜୀବନ।ହିନ୍ଦୁ ମୁସଲ୍ମାନ ଶିଖ ଇଶାୟୀ ଜୈନ ବୌଦ୍ଧି ସମସ୍ତେ ନିଜ ନିଜ ଧର୍ମ ପାଳନକୁ ମାନ୍ୟତା ପାଇଥିଲେ।ହେଲେ ଆଜିଏ ବିରୋଧାଭାସର ଝଡଟିଏ କୋଉଠୁ ପ୍ରବାହିତ ହୋଇ ଆସିଲା।ମୁଷ୍ଟିମେୟ ସ୍ବାର୍ଥନ୍ବେଷୀ ରାଜନେତା ନିଜର ପକ୍ଷ ଟାଣ କରିବାକୁ
ଧର୍ମ ଧର୍ମ ଭିତରେ ବୁଣୁଛନ୍ତି ବିଭେଦତାର ମଞ୍ଜି।ଭଲ କଥାକୁ ଭେଲ ପ୍ରମାଣକରି ଗୋଷ୍ଠିଭିତରେ ଆଶଙ୍କାର ଲହଡାଟିଏ ସୃଷ୍ଟି କରୁଛନ୍ତି ତାଙ୍କ ମନଭିତରେ।ସ୍ବଚ୍ଛ ସ୍ଥିର ମନ ଭିତରେ ଏକ ଘୃଣାର ଲହଡା ମାରିବା ଆରମ୍ଭ କରିଛି ମଣିଷ ମନରେ।ଏମିତି ଦୁଇଦଳ ଭିତରେ ଆଜି ଘଟିଯାଇଛି ଏକ ଗଣ୍ଡଗୋଳ।ମାଡପିଟ ହଣାକଟା ହେଇଛନ୍ତି କେତେଜଣ।ପୋଲିସର ଛାଉଣୀ ହେଇଛି ସହର ସାରା।ପ୍ରଶାନ୍ତ କଲେଜରୁ ଘରକୁ ଫେରୁଥିଲା।ଏମିତି ଏକ ଅମାନବୀୟ ଅଭାବନୀୟ ଘଟଣା ଘଟିଥିଲା ତା ଆଖିଆଗରେ।ଭାଇ ଭାଇ ହୋଇ ଚଳୁଥିବା ଗୋଟିଏ ସହରର ଲୋକ ହାତ ଉଠାଉଥିଲେ ଜଣେ ଅନ୍ୟ ଜଣ ଉପରକୁ।କେତେ ପଗଡିପିନ୍ଧା ଦାଢିବାଲା ତାଆଡକୁ ଦଉଡି ଆସୁଥିବାର ଦେଖି ସେ ପଛମୁହାଁ ଦଉଡିବାକୁ ଲାଗିଲା।ଏକ ଘରର ଦରଜା ଖୋଲା ଦେଖି ଭିତରକୁ ପଶିଗଲା ଜୀବନ ବିକଳରେ।ବିଲେଇ ଭୟରେ ମୂଷା ପଶିଥିଲା ସାପ ଗାତରେ।ବିଲ ଭିତରେ ସାପକୁ ଦେଖି ମୂଷା କିଂ କର୍ତ୍ତବ୍ୟ ବିମୂଢ ହୋଇଯାଇଥିଲା।ଯେଉଁ ସମ୍ପ୍ରଦାୟକୁ ଡରିସେ ଆଶ୍ରୟ ଅନ୍ବେଷଣରେ ସେ ଘରେ ପଶିଥିଲା ସେ ଟା ବି ସେମାନଙ୍କର ଘର।ଏବେ ସେ ଶଙ୍କାୟିତ ହୋଇ ଥର ଥର ଥରିବାକୁ ଲାଗିଥିଲା।ତାର ବାପାମାଆଙ୍କ କଥା ମନେ ପଡୁଥିଲା।ମାଆ ତାକୁ ସ୍କୁଲରୁ ଆସିବ ବୋଲି ଛଅତୁଣ ନଅଭଜା କରି ଅପେକ୍ଷା କରିଥିବ।ଯଦି ସହରର ଏ ଦଙ୍ଗା ବିଷୟରେ ନିଉଜରୁ ଅବଗତ ହେଇଥିବ ତାହେଲେ କେତେ ଆଶଙ୍କିତ ହେଉଥିବ ତାର ହୃଦୟ।ତାର ସ୍ନେହର ଧନ ଜୀବନର ସମ୍ବଳ ପାଇଁ ଶୁଭ ମନାସି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଥିବ ନିଶ୍ଚୟ।ହେଲେ ଜଗନ୍ନାଥ କଣ ତାକୁ ଏ ଆସନ୍ନ ବିପଦରୁ ରକ୍ଷା କରି ପାରିବେ?ତାକୁ ଦେଖି ଘରଭିତରୁ ବୁଢୀଟିଏ ବାହାରିଆସିଲା।ସେ ପଚାରିଲା ବେଟା ତୁ କିସ୍କା ଲଡକା ହେ?ସେ ଭୟାତୁର ହୋଇ କହିଲା।ମୈ ଡକ୍ଟର ପଟେଲ କା ଲଡ୍କା ହୁଁ।ବୁଢୀ ତରତର ହୋଇ ତାକୁନେଇ ବାଥରୁମ ରେ ଲୁଚାଇ ଦେଲା।ଘର ଦୁଆରେ ଦୁଇ ତିନୋଟି ଛୋଟପିଲା ଖେଳୁଥିଲେ।ବୋହୁଟିଏ ରୋଷେଇଘରେ କଣସବୁ ରୋଷେଇ କରୁଥିଲା।ସେତେବେଳକୁ ଦୁଇଜଣ ଯୁବକ ହାତରେ ଅସୀଧରି ଘରଭିତରେ ପଶି ଆସିଲେ।ବୁଢୀକୁ ପଚାରିଲେ ଅମ୍ମୀ ଇଧର ଏକ ଲଡକା ଆୟାଥା, ଘରମେ ଘୁସାହେ କ୍ୟା?ବୁଢୀ ଥତମତ ହୋଇ କହିଲା।ମୁଝେ ପତା ନେହିଁ।ମୈନେ ନେହିଁଦେଖା କିସିକୋ।ସେତେବେଳେ ଖେଳୁଥିବା ଶିଶୁଙ୍କ ଭିତରୁ ଜଣେ କହିଲା ଅବ୍ବା ବାଥରୁମ୍ ମେ ଏକ୍ ଲଡକା ହେ।
ବାଥରୁମ୍ ର ଦରଜା ବାହାର ପଟୁ ବନ୍ଦଥିଲା।ବୁଢୀ ବାହାରୁ ବନ୍ଦ କରିଛି ବୋଲି ସେମାନେ ବୁଝି ସାରିଥିଲେ।ହେଲେ କାହିଁକି?ମାଁର ଏ କଫେର୍ ମାନଙ୍କ ପାଇଁ ଏତେ ଦରଦ।ସେମାନେ କବାଟ ଖୋଲି ପିଲାଟିକୁ ଟାଣି ଆଣିଲେ।କୋଡିଏ ବର୍ଷର କିଶୋରଟିଏ।ଯୌବନ ପାବଚ୍ଛରେ ପାଦ ଦେବାକୁ ବସିଛି।ଛୋଟଛୋଟ ନିଶ ଗଜୁରିବା ଆରମ୍ଭ କରିଛି।ଗୋରା ପତଳା ଲମ୍ବା ସରଳନିଷ୍କପଟ ବାଳକଟେ।
ଭୟରେ ଥରୁଛି ବରଡାପତ୍ରପରି।ସେ ବୁଢୀକୁ ଲକ୍ଷକରି କହୁଥାଏ ମାଆ ମତେ ବଞ୍ଚାଅ।ବୁଢୀ ପିଲାର ଅନୁନୟ ଦେଖି ସହିପାରିଲାନି।ସେ ମାଆଟିଏ।ହିନ୍ଦୁ ହେଉକି ମୁସଲ୍ମାନ ପ୍ରତିମାଆର ମନ ଏକା ଧାତୁରେ ତିଆରି।ସେ ଶୀଘ୍ରତାରେ ଯାଇ ବାଳକ ସାମନାରେ ହାତ ପ୍ରସାରି ଠିଆ ହେଇଗଲା।ସେ ପୁଅକୁ କହିଲା ତୁମେ ମତେ ମାରିଲା ପରେ ଯାଇ ଏହାକୁ ପାଇବ।ମୋର ଜୀତେଜି ଏହାକୁ ତୁମହାତକୁ ଦେବିନି।ସେ ଭିତରୁ ମୁସରଫ୍ ବୋଲି ଯୁବକଟି ପଚାରିଲା ଅମ୍ମି ଇଏ କିଏକି?ବୁଢୀ କହିଲା ତୁ ଛୋଟଥିଲାବେଳେ ଥରେ ଥଣ୍ଡାରୁ ନିମୋନିଆଁ ହେଇଯାଇଥିଲା।ମୁଁ ଓ ତୋର ଅବ୍ବୁ କେତେ ଡାକ୍ତର ଦେଖାଇ ତୋର ବଞ୍ଚିବାର ଆଶା ଛାଡିଦେଇଥିଲୁ।ଶେଷରେ ଜଣକ ପରାମର୍ଶରେ ଡକ୍ଟର ପଟେଲଙ୍କ ପାଖକୁ ଗଲୁ ।ତାଙ୍କରି ସେବାରେ ତୋର ଜୀବନ ବଞ୍ଚିଲା।ତୁ ସୁସ୍ଥହୋଇ ଏତେବଡ ହେଇଛୁ।
ଆଉ ତୋର ଏ ପିଲାମାନେ ବିତ ତାଙ୍କପାଖେ ସବୁବେଳେ ଚିକିତ୍ସିତ ହେଉଛନ୍ତି।ତାଙ୍କପରି ଭଲ ମଣିଷର କୋଳଶୂନ୍ୟ କରିପାରିବିନି।ତାଙ୍କର ପାଇଁ ମୋର କୁଳରକ୍ଷା ହେଇଛି ଆଉ ମୋରି ପୁଅମାନେ ତାଙ୍କ ପୁଅର ଜୀବନ ନେବେ ଏହା ମୁଁ କଦାପି କରିବାକୁ ଦେବିନି।ମାଆର କଥାଶୁଣି ଯୁବକ ଦୁଇଟିଙ୍କ ମଣିଷତା ଜାଗ୍ରତ ହୋଇ ସାରିଥିଲା।
ସେମାନେ ମୁହଁମୋଡି ବାହାରକୁ ଫେରିଗଲେ।
ବାହାରେ ଯାଇ କହିଲେ ନାଁ ଆମଘରେ ସେ ପିଲା ପଶିନି ଚାଲ ସେପଟେ ଖୋଜିବା।
