Sunanda Mohanty

Abstract Drama

4  

Sunanda Mohanty

Abstract Drama

ଦ୍ଵନ୍ଦ ଭଉଁରୀ

ଦ୍ଵନ୍ଦ ଭଉଁରୀ

2 mins
348


ମହାଭାରତରେ ମାଆ କୁନ୍ତୀଙ୍କ କଥା ମାନି, ପଞ୍ଚୁପାଣ୍ଡବ ଦ୍ରୌପଦୀଙ୍କୁ ବରଣ କରିଥିଲେ.। ପାଞ୍ଚପତିଙ୍କ ପତ୍ନୀ ଦ୍ରୌପଦୀ ପାଞ୍ଚ ପ୍ରକୃତି ବିଶିଷ୍ଟ ପୁରୁଷମାନଙ୍କ ସହ ନିଜକୁ କେମିତି ଭାଗ କରୁଥିଲେ କେଜାଣି ପାର କିନ୍ତୁ ସମ୍ଭାଳି ପାରୁନି ଭଗିଆ ଓ ଚନ୍ଦରାକୁ.। ମାତ୍ର କୋଡିଏ ବର୍ଷରେ ସ୍ବାମୀ ଭଗିଆ ତାକୁ ଓ ଦୁଇ ଵର୍ଷର ପୁଅକୁ ଛାଡ଼ି ପେଟର ପିଲା ଭୂମିଷ୍ଠ ହେବା ପୂର୍ବରୁ ଗଲା ଯେ ଗଲା.। ବିଗତ ବାର ବର୍ଷ ଧରି ବାରଦୁଆର, ଶୁଣ୍ଢିପିଣ୍ଢା ହେବାରୁ ବଞ୍ଚେଇ ସୁଖ ଦୁଃଖରେ କାନ୍ଧକୁ କାନ୍ଧ ଲଗେଇ, ପିଠିରୁ ବୋଝ ହାଲକା କରି, ପିଲା ଦୁହିଁଙ୍କୁ ଆଦରି ନେବାରେ ବାପା ମାଆ ଛେଉଣ୍ଡ, ସେହି ଗ୍ରାମର ଚନ୍ଦରା ସାଥ ଦେଇଛି.। ପିଲାର ବାପା ହୋଇ ସ୍କୁଲରେ ପାଠ ପଢ଼େଇଛି.। ଜମିରେ କର୍ଷଣ କରି ଫଳ ଉତ୍ପନ୍ନ କରି ପାର ସହ ସଂସାର କଲାବେଳେ କେତେ ଯେ କୁଆଁରୀ ଗାଁ ଝିଅଙ୍କର ଛାତି କରତି ହୋଇଛି ତାହା ପାର ଜାଣେ.।


  ଏତେ ଦିନ ପରେ ଭଗିଆ ଗାଁକୁ ଫେରିଛି.। ସେତେବେଳେ ନିଶା ପାଣି ପିଇ ପିଇ ଦାଉ ସାଧିବା ଛଡା କିଛି ତ କରୁନଥିଲା ଭଗିଆ.। ପୁଣି ଗଲାବେଳେ ଭାବିଲାନାହିଁ, ଛୁଆଟାକୁ ଧରି, ପେଟରେ ପିଲା ଥିଲାବେଳେ ଚିନ୍ତିଲାନାହିଁ କେମିତି କଣ କରିବ ମାଇପିଟା ଏକୁଟିଆ.। ଏବେ ବାର ଵର୍ଷ ପରେ ଆସି ହକ ମାଗୁଛି.। ଚନ୍ଦରା ପ୍ରତି ଅସହିଷ୍ଣୁ ହୋଇ ମୋ ଜମିବାଡି, ମୋ ସ୍ତ୍ରୀ ପିଲାଛୁଆଙ୍କୁ ଅଧିକାର କରି ମୋ ସଂସାର ଉପରେ ଭାଗ ବସେଇଛି କହି କ୍ରୁର ହୋଇଉଠୁଛି.। ଚନ୍ଦରା ବି କୋଉଠି ଏଯାଏଁ ଥିଲା.। ପିଲାଛୁଆ ଘରଦ୍ୱାର ସବୁ ମାଟିରେ ମିଶିସାରନ୍ତାଣି, ଆଜି ଆସି ମରଦ ପଣିଆ ଓ ସ୍ୱାମୀତ୍ୱ ଜାହିର କରୁଛି କହି,ଭାବି ନିରବି ଯାଇଛି.। ଦେଖି ସହି ପାରୁନି ପାର.। ଏଣେ ନିଜ ମରଦ ଭଗିଆର ନିଶଙ୍ଗ ପଣ ଓ କ୍ରୁରତା ତେଣେ ଚନ୍ଦରାର ସହିଷ୍ଣୁତା ତଥା ନିର୍ବେଦ ଓ ଶୁଖିଲା ମୁହଁ.। ରାତିରେ ଭଗିଆ କାଶିଲେ ଉଠିଯାଇ ତା ମୁହଁ ପାଖକୁ ପାଣି ଟେକି ଦିଏ ପାର ତ ଭିଡି ଧରେ ଭଗିଆ ଅଧିକାର ସାବ୍ୟସ୍ତରେ. ଛାଟିପିଟି ହୋଇ ଚନ୍ଦରା ପାଖକୁ ଫେରେତ ମୁହଁ ବୁଲାଇ ଶୁଏ ଚନ୍ଦରା.।


   ସେଦିନ ପୁଅ ଆଳୁଦମ ଖାଇବ କହୁଥିଲା ତ ପାର ଆଳୁ ଦମ କରି ସାରି ଆଳୁ ସିଝା, ମିକ୍ସଚର, ପିଆଜ ସହ ଲୁଣ ଲଙ୍କା ପାଖାଳ ନେଇ ବିଲକୁ ବାହାରିଲା.। କିଛି ନଖାଇ ବିଲରେ ଖଟୁଛି ଚନ୍ଦରା.। ସେଠୁ ଫେରିଲେ ଦୋକାନ ସମ୍ଭାଳିବ । ପାର ବିଲକୁ ବାହାରିବା ଦେଖି ରୋକିଲା ଭଗିଆ.। ତା ପାଇଁ ଭାତ ବାଢିବା ବେଳେ,ମତେ ଆଳୁବଘରା ଭଲ ବୋଲି ତୁ କଣ ଜାଣିନୁ?କହି ହାତ ଉଠେଇଲା ପାର ଉପରକୁ.। ପନ୍ଦର ବର୍ଷର ପୁଅ ପ୍ରତିବାଦ କରିବାରୁ ଛାଟି ଦେଲା କାନ୍ଥକୁ ଭଗିଆ ପୁଅକୁ ଯେ ଆଳୁ ମିକ୍ସଚର, ପିଆଜ ସହ ପଖାଳ କଂସା ଛିଟିକି ଯାଇ ଘର ସାରା ଛିଟିକି ସାରିଥିଲା ପାର ହାତରୁ.। ତେଣେ ଉଦୁଉଦିଆ ଦ୍ବିପହରରେ ଅପେକ୍ଷା କରି କରି ଘରକୁ ଫେରିଲା ଚନ୍ଦରା ତ ଦେଖିଥିଲା ପୁଅର ରକ୍ତାକ୍ତ ଶରୀରକୁ ଧରି ପାର ଭୋ ଭୋ କାନ୍ଦୁଛି.। ଭୋକ ପେଟରେ ପୁଅକୁ ଧରି ଦୌଡ଼ିଲା ହସ୍ପିଟାଲ ଚନ୍ଦରା, ପଛେ ପଛେ ପାର. ପଛରୁ ଭଗିଆ ଶୋଧୁଥିଲା ପାରକୁ , ହାରାମଜାଦୀ ମାଇକିନା, ସେ ଶବ୍ଦ ସବୁ ପ୍ରତିଧ୍ବନିତ ହେଉଥିଲା ଘର ସାରା.l ସାନ ଝିଅଟା ଭୋକରେ ଆଳୁ ଫାଳେ ଖାଉଥିଲା,ମନକୁ ମନ ତଳୁ ଗୋଟେଇ ଭୋକବିକଳରେ.l



Rate this content
Log in

Similar oriya story from Abstract