Rasmi Rekha Tripathy

Abstract Others

3  

Rasmi Rekha Tripathy

Abstract Others

ଦିନେ

ଦିନେ

1 min
7.0K


ବ୍ୟସ୍ତ ଲାଗେ ପିଲା ଦୁଇଟାଙ୍କ ପାଇଁ l ସବୁ ପରିସ୍ଥିତିରେ ନିଜକୁ ବେଶ୍ ଖାପ ଖୁଏଇ ଚଳିବା ଶିଖି ଯାଇଛନ୍ତି l

ଅତି ବଡ ନ ହେଲେ ବି ନିହାତି ଛୋଟ ଘରଟିଏ ନୁହେଁ l ତିନିଟା ରୁମରୁ ଗୋଟାକରେ ଶାଶୁ ଶ୍ୱଶୁର l ୟେ ତ ମାସର ଅଧା ଦିନ ସରକାରୀ ଗସ୍ତରେ l ପିଲା ଦୁଇଟାଙ୍କ ପାଇଁ ଅଲଗା ରୁମ୍ ଥିଲେ ବି ସେମାନେ ଆସି ଶୁଅନ୍ତି ମୋ ପାଖରେ l ରାତିରେ ହିଁ ମୋତେ ସମୟ ମିଳେ ସେମାନଙ୍କ ପାଠ ପଢା ଦେଖିବା ପାଇଁ l

       ପିଲାଙ୍କ ରୁମରେ ଟିଭିଟା ଅନବରତ ଘାଉଁ ଘାଉଁ ହେଉଛି ସନ୍ଧ୍ୟାବେଳୁ l ନଣନ୍ଦ ଓ ଭାଣିଞ୍ଜୀ କଣ ଗୋଟାଏ ଓଡିଆ ଧାରାବାହିକ ଦେଖୁଛନ୍ତି l ଗାଆଁ ହିସାବରେ ଯାଆ ଦେଢଶୁର ଆସିଛନ୍ତି ଶାଶୁ ଶ୍ୱଶୁରଙ୍କୁ ଦେଖିବା ପାଇଁ l ସେ ଦୁଇଜଣଙ୍କର ଏ.ସି. ନ ହେଲେ ଚଳେନା l ତେଣୁ ଆମ ରୁମଟି ସେମାନଙ୍କର କବଜାରେ l କାଲି ଛାଡି ପହରଦିନ ପିଲା ଦୁଇଟାଙ୍କର ପରୀକ୍ଷା l ସେମାନେ ବିଲେଇ ଛୁଆ ଭଳି ଏ ରୁମରୁ ସେ ରୁମକୁ ହେଉଛନ୍ତି l ସାଢେ ଦଶରେ ଖିଆ ପିଆ, ବାସନ ଧୁଆ ସବୁ କାମ ସରିବା ପରେ ମୁଁ ଡାଇନିଙ୍ଗରେ ଶେଜ ପାରି ପିଲା ଦୁଇଟାଙ୍କୁ ଧରି ବସିଲି l ସେମାନଙ୍କର ପାଠ ପଢା ଦେଖିବି ଓ ମୁଁ ନିଜେ ପର ଦିନର କ୍ଲାସ୍ ପାଇଁ ପ୍ରସ୍ତୁତ ହେବି l ନଣନ୍ଦ ଆସି କେତେ ଥର ଦେଖି ଗଲେଣି l ଲାଇଟ୍ ଲାଗିଲେ ସିଏ ଶୋଇ ପାରିବେ ନାହିଁ l

       “ଦିନକର କଥା ତ l ମାଇଁ ଟିକେ ଆଡଜଷ୍ଟ୍ ହେଇଗଲେ ହୁଅନ୍ତାନି?” ମନ୍ତବ୍ୟଟିଏ ଫୋପାଡିଲେ ସାନ ଭାଣିଞ୍ଜୀ l ମୁଁ କିନ୍ତୁ ତାଙ୍କୁ କହିପାରିଲିନି ଯେ, “ତାଙ୍କ ପାଇଁ ସିନା ଦିନେ, କିନ୍ତୁ ମୋର ଯେ ସବୁ ଦିନ l”


Rate this content
Log in

Similar oriya story from Abstract