Lalita Mohan Mishra

Drama Tragedy Classics

4  

Lalita Mohan Mishra

Drama Tragedy Classics

ଦୀପଦାନ

ଦୀପଦାନ

3 mins
128


ସମ୍ଭାବନା ଛାତ ଉପରେ ଦୀପ ଦେଉଥାଏ ଗୋଟିଏ କୋଣରେ । ବାପା ବିକ୍ରମଦେବ ଓ ବୋଉ ମାହେଶ୍ବତୀ ଦେବୀ ଛାତର ଅନ୍ୟ ପଟରେ ଦୀପ ଲଗାଉଥିଲେ । ସମ୍ଭାବନାର ଆଖିରୁ ଅଜାଣତରେ କେତେବେଳୁ ଅମାନିଆ ଲୁହ ଗୁଡିକ କପୋଳ ଦେଇ ବୋହି ଚାଲିଛି ତାକୁ ଜଣା ନାହିଁ । ଦୀପ ଆଲୋକରେ ଆଖିର ଲୁହ ଅଛପା ନୁହେଁ । କ'ଣ କରିବେ... କେମିତି ବୁଝାଇବେ... ଜାଣି ପାରୁ ନ ଥିଲେ ବାପା ବିକ୍ରମଦେବ । ଯେତେ ଯାହାହଲେ ମଣିଷ । ରକ୍ତ ମାଂସର ଶରୀର । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି ସମସ୍ତେ "କରୋନା" ପାଇଁ ନଅ ମିନିଟ୍ ଦୀପ ପ୍ରଜ୍ବଳନ କରୁଛନ୍ତି ।


    ମନେପଡେ ଏହି କିଛି ଦିନ ହେବ, ସତେ ଆଜିକା ପରି ଲାଗୁଛି । ଦଶହରା ଛୁଟିରେ ସମ୍ଭାବନାର ନିର୍ବନ୍ଧ ହେଲା ସମ୍ୟକ୍ ଙ୍କ ସହିତ । ସମ୍ୟକ୍ ସଫ୍ଟୱେର ଇଞ୍ଜିନିୟର । ତାଙ୍କର ଘର ଆମ ଘର ଠାରୁ ମାତ୍ର ସାତ କିଲୋମିଟର । ବାପାଙ୍କର ବାଲ୍ୟ ବନ୍ଧୁ ବିଜନ ମଉସା । ବିଜନ ମଉସାଙ୍କର ଝିଅ ସୌମ୍ୟା ନାନୀ ଏବଂ ପୂଅ ସମ୍ୟକ୍ । ସୌମ୍ୟା ନାନୀ ବିବାହ କରି ବାଙ୍ଗାଲୋରରେ ଅଛନ୍ତି । ସମ୍ୟକ୍ ତିନି ବର୍ଷ ହେଲା ସଫ୍ଟୱେର ଇଞ୍ଜିନିୟରିଂ ଭାବରେ କାମ କରିଛନ୍ତି ବାଙ୍ଗାଲୋରରେ । ଏବେ ଅଧିକ ପ୍ୟାକେଜ୍ ପାଇବା ହେତୁ ବର୍ଷେ ହେବ ଆମେରିକାରେ ।


   ବାପା ବୋଉ ବିବାହର ପାଇଁ ଭାରି ବ୍ୟସ୍ତ ଥିଲେ କାରଣ ମେ ମାସରେ ବିବାହର ତାରିଖ ସ୍ଥିର ହୋଇଥିଲା । ସମୟ ତ ସଦାସର୍ବଦା ସାଥି ଦିଏ ନାହିଁ, କ'ଣ କରିବା...। ହଠାତ୍ ଏ କରୋନା ଭାଇରସ୍ ମାରାତ୍ମକ ରୋଗ କୁଆଡୁ ମାଡି ଆସିଲା, ଅଦିନିଆ ମେଘ ପରି । ଏ ରୋଗ ଥରେ ଆସିଛି ଯେ , ଯିବାର ନାଁ ଧରୁନି । କେତେ ମୁଣ୍ଡ ନେଲାଣି ଭାରତର ଏବଂ ଅନ୍ୟ ଦେଶର । ଚାଇନାର ଭୁଲ ପାଇଁ ଆଜି ବିଶ୍ବ ଦଣ୍ଡିତ ହେଉଛି ।


  ଭାରତ ତୁଳନାରେ ଅନ୍ୟ ଦେଶ ଗୁଡିକରେ ଲୋକ ପୋକ ମାଛି ପରି ମୃତ୍ଯୁବରଣ କରୁଛନ୍ତି । ଏମିତିକି ସେମାନଙ୍କର ଶବ ପୋତିବା ବା ପୋଡିବା ପାଇଁ ସ୍ଥାନ ନାହିଁ । କିଏ କିଏ ତ କହୁଛନ୍ତି - ଇଟାଲିର କରୋନାରେ ଯେଉଁ ଭଳି ମୃତ୍ୟୁ ସଂଖ୍ୟା ବଢୁଛି, ଲାଗୁଛି ଇଟାଲି ବିଶ୍ବ ମାନଚିତ୍ରରୁ ଲୋପ ପାଇଯିବ । ଏପଟେ ଆମେରିକାର ଟିକେ ଅବହେଳା ହେତୁ ତାର ରୋଗୀ ସଂଖ୍ୟା ଏବଂ ମୃତ୍ଯୁ ସଂଖ୍ୟା ବଢିବାରେ ଲାଗିଛି । ଶକ୍ତି ଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ କରୋନା ଆଗରେ ନିଜକୁ ହାର ମାନିଲାଣି । ବିଶ୍ବରେ କରୋନା ଯେଉଁଭଳି ମହାମାରୀର ରୂପ ନେଉଛି, ଆଗକୁ ତାର ରୂପ କିପରି ହେବ ଆକଳନ କରି ହେଉ ନାହିଁ । କରୋନା ଯୋଗୁଁ ଦେଶ ତଥା ବିଶ୍ବ ଆର୍ଥିକ ସଙ୍କଟ ଦେଇ ଗତି କଲାଣି । ଏହାଦ୍ୱାରା ଲକ୍ଷ ଲକ୍ଷ ଯୁବକ ଯୁବତୀ ସେମାନଙ୍କର ରୋଜଗାର ହରାଇବେ । ଲୋକମାନେ ଘରେ ବସି ବସି ନିଜକୁ ବନ୍ଦୀ ଜୀବନ ଯାପନ ବିତାଉଛନ୍ତି । ବିତାଇବାକୁ ମଧ୍ଯ ବାଧ୍ଯ । କାରଣ ବାହାରକୁ ଗଲେ ରୋଗ କିଣିବ। ନଚେତ୍ ପୋଲିସ ଠାରୁ ମାଡ ଖାଇବ। ଏହି ଭୟରେ ମଧ୍ୟ ଲୋକ ବାହାରକୁ ଯାଉ ନାହାଁନ୍ତି ।


    ଝିଅର ବିବାହର ପାଇଁ ଚିନ୍ତିତ ଥିଲେ ବିକ୍ରମଦେବ ଏବଂ ମାହେଶ୍ବତୀ ଦେବୀ । ହଠାତ୍ ଖବର ଆସିଲା ; ସମ୍ୟକ୍ ଆମେରିକାରେ ହୋମ୍ କ୍ବାରେଣ୍ଟାଇନ୍ ବା ସଙ୍ଗରୋଧ ରେ ଅଛି । ଚିନ୍ତାରେ ଭାଙ୍ଗି ପଡିଲେ ସମ୍ଭାବନାର ବାପା ମାଆ । ଦଶହରାରେ ମାସେ ଛୁଟି ନେଇ ଆସୁଥିଲା । ତେଣୁ ସେତେବେଳେ ନିର୍ବନ୍ଧ ହୋଇଥିଲା । ମନେପଡେ ସମ୍ୟକ୍ ମାସେ ଛୁଟିରେ ରହିବା ଭିତରେ । ଦିପାବଳି ଦିନ ବିଜନ ବାବୁ ତାଙ୍କ ପରିବାର ସହିତ ସମ୍ୟକ୍ ଙ୍କୁ ନେଇ ଆମ ଘରକୁ ଆସିଥିଲେ। ସମ୍ୟକ୍ ଙ୍କ ସହିତ ମିଶି ଦୀପ ଲଗାଇଥିଲି ଏବଂ ବାଣ ଫୁଟାଇ ଥିଲି । ଦୁଇ ଜଣଙ୍କ ମଧ୍ୟରେ ସେଦିନ ପ୍ରଥମ କରି ନିକଟତର ହେବାର ସୁଯୋଗ ମିଳିଥିଲା । ଦୁଇଜଣ ଦୁଇଜଣଙ୍କୁ ଅତି ନିକଟରୁ ଦେଖିଥିଲୁ । ତା ପରେ ଫୋନ୍ ଏବଂ ଭିଡିଓ କଲିଂ ରେ କଥା ହୋଇଛୁ ।


   ଅଜାଣତରେ ଆମର ପ୍ରେମ ସମ୍ପର୍କର ସୌଧ ନିର୍ମାଣ କରିଛୁ । ଏବେ ଆଉ ଫୋନ୍ ଭିଡିଓ କଲିଂ ଇତ୍ଯାଦି କିଛି ନାହିଁ । ସମ୍ୟକ୍ ମୋ ଠାରୁ କାହିଁ କେତେ ଦୂରରେ । ମେ ମାସରେ ମାସେ ଛୁଟି ନେଇ ଆସିବ ବୋଲି କହିଥିଲେ । କିଏ ଜାଣିଛି - ଏପରି ହେବ । ସତରେ କ'ଣ ମୋର ସମସ୍ତ ଆଶା ଆଶାରେ ରହିଯିବ । ସମ୍ୟକ୍ ଙ୍କର କଥା ଚିନ୍ତା କରି ଭାଙ୍ଗି ପଡିଲାଣି ସମ୍ଭାବନା । ଆମେରିକାର କଥା ଦେଖି ଦେଖି ଆଉ ନ୍ୟୁଜ୍ ଦେଖିବାକୁ ଭଲ ଲାଗୁନାହିଁ । ଏହି ସମୟରେ ବାପା ବିକ୍ରମଦେବ ଆସି କହିଲେ - ମାଆ ! ସମ୍ୟକ୍ ହୋମ୍ କ୍ବାରେଣ୍ଟାଇନ୍ ବା ସଙ୍ଗରୋଧ ରୁ ଆଜି ମୁକ୍ତି ହେଲା । ତାର ସ୍ବାସ୍ଥ୍ୟ ଭଲ ଅଛି । ଏକଥା ଶୁଣି ସମ୍ଭାବନାର ମନରେ ନବ ପଲ୍ଲବ ସଞ୍ଚରିତ ହେଲା । ଦୀପ କେତେବେଳୁ ଲିଭି ଯାଇଥିଲା । ଠାକୁରଙ୍କ ନାମରେ ସମ୍ୟକ୍ ଙ୍କର ଶୁଭ ମନାସୀ ଆଉ ଗୋଟିଏ ଦୀପ ଲଗାଇଲା ।


Rate this content
Log in

Similar oriya story from Drama