STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ଦୀପ

ଦୀପ

3 mins
218

ରାତି ପାହିଲେ କିଏ ତୁଳସୀ, ବେଲପତ୍ର ପାଏ ...... କିନ୍ତୁ ମୁଁ ......ବଟିକା ଖାଏ ।ଖାଲି ପେଟରେ ଦିଟା ଅଧା ଖିଆରେ ଗୋଟେ ଖାଇବାର ଅଧଘଣ୍ଟା ରେ ପାଣି ସାଙ୍ଗରେ ତିନିଟା ।ଏତକ ଏଲୋପାଥି, ପୁଣି ହୋମିଓପାଥି, ଜଡିବୁଟି, ୟୁନାନୀ ସବୁ ଅଛି .... ତା' ସାଙ୍ଗରେ ପୁଣି ତିନିଥର ନାହି ଚାରିପଟେ ଛୁନ୍ଚି ଫୁଟା ।ବେଳ ଅବେଳରେ ଔଷଧୀୟା ଔଷଧୀୟା ହେକୁଟି ବି ଭାରି ବିଜାରିଆ,ଆଉ ଏଇ ଯୋଉ ଖାଇବା ସବୁ ମିଳେ ଘଣ୍ଟା କଣ୍ଟା ଜଗିକି ସେରା କି ଖାଇଆ ଜିନିଷ ସବୁ କେଜାଣି? ତାକୁ ଖାଇଲେ ସୁସ୍ଥ ନିରୋଗ ଲୋକ ବି ରୋଗୀ ହେଇଯିବ ଛିଃ ।ନା ତେଲ ନା ଲୁଣ ନା ରାଗ ନା ଟୋପେ ସୁଆଦ, ବେସୁଆଦି ମସଲା ଟିକେ ବି ଛିନ୍ଚୁଛି କି ,ନାଃ କଣ ନା ଡାଏଟ୍ ଚାର୍ଟ ରେ ଯେମନ୍ତ ଲେଖା ...ଖାଲି ସିଝା ।ଇଏ ବି ଗୋଟେ କି ଜୀବନ କିନ୍ତୁ ନିରୁପାୟ ଏତେ ବଡ ତିନିତାଲା ଘର ଟାରେ ତଳ ଠୁ ଉପର ଯାଏଁ ସବୁ ତ ଖାଲି ପଡିଛି ।ଉଡା ଚଢେଇ ସବୁ ସାତ ନଈ,ତେର ସମୁଦ୍ର ସେପାରେ ...... ଆଉ ଯିଏ କହୁଥିଲା ମୋ ହାତ ଧରି ଚାଲୁଥା ସେ ବି କେବେଠୁ ହାତ ଛଡାଇନେଇ ହଜିସାରିଛି ଅଦୃଶ୍ୟ ଗହଳିରେ ।ଖଞ୍ଜା କାମକୁ ନର୍ସ ଝିଅଟି, କୋଉ ଅକଳି ରେ ପଡି ନର୍ସ ହେଇଛି ।ଝିଅ ପରି ଯତ୍ନ ନିଏ ,ତାଗିଦା କରେ..... ବେଳେ ବେଳେ ମୋ ପାଟିକୁ ରୁଚିଲା ପରି କିଛି ଯାଚିକି ଦିଏ ହେଲେ ତାର ବି ତ ପେଟପାଟଣା କଥା ......ସବୁଦିନ କୋଉ ସେ ପାରିବ ? ।ଦିନ ସାରା ଜଗାରଖା କରୁଥାଏ ,ସଂଜ ହେଲେ ସେ ବି ତ ତା' କାଠିକୁଟା ର ବସାକୁ ଉଡିଯାଏ ।ଫୁର୍ ..... ଆଉ ତମାମ୍ ରାତି ମୁଁ ସକାଳ କୁ ଅପେକ୍ଷା କରେ ଏଇ ଝରକା ଦେଇ ।


ଆଜି ସକାଳୁ ଟିକେ କାଇଁ ଭଲ ଲାଗୁଛି ।ଦେହରେ ଯେମିତି ବଳ ଫେରୁଛି ।ଅବସ ଲାଗୁନି, ଲାଗୁନି ଯେମିତି ପରାଶ ଲଦା ଦେହ ।ଲାଗୁଛି ଆଜି ମୁଁ ଏ ଖୋଳ ଛାଡିବି ।ସକାଳୁ ଫୁଲଫୁଲିଆ ମନରେ ପୁଅବୋହୁ, ଝିଅ ଜୋଇଁ, ନାତି ନାତୁଣୀ ପନ୍ଝାକ ଙ୍କୁ ଭିଡିଓ କଲ୍ କରି ଦେଖିଲି,କଥା ହେଲି ।ନର୍ସ ଝିଅ ଟିକୁ କହିଲି, ମା ରେ ମତେ ଟିକେ ଆଜି ଦିଟା ଆଳୁଚପ୍ ଆଣିଦବୁ, ପାଟି ଟା ଚିଟା ଧରିଲାଣି ଏ ଔଷଧ ବିଷାକ୍ତିଆ ଗନ୍ଧରେ ।ଗ୍ରାମଫୋନ ରେକର୍ଡ ରେ ରଫି ସାହାବ୍ ଙ୍କର ଗାନା ଟା ବଜେଇଲି, ଆରାମ ଚେୟାର ରେ ଫ୍ରେସ୍ ସେଭ୍ ହେଇ ବସି ବହିଟିଏ ଲେଉଟେଇ ପଢିବା ଆରମ୍ଭିଲି ......


" ଏ ଜୀବନ ମାନେ ନୁହେଁ କେତେ ପାଇଛେ, ଏ ଜୀବନ ମାନେ କେତେ ହସିଛେ...... .ଅକପଟ କରି ସତ କୁହ ....ହସ ମାନେ ଉପର ଦେଖାଣିଆ ନୁହେଁ ମ ....ମନରୁ ,ହୃଦୟ ରୁ ହସ ଟେ ......ସଂଚରୁଥିବା ପରି ......କଳକଳ..... "

ଆଖି ଆଜିକାଲି ଦୁଇ ତିନି ଧାଡିରେ ବୁଜି ହେଇଆସେ ।ନିଦ ନୁହେଁ କିନ୍ତୁ ନିଦ ପରିହି କିଛି ଆବୋରି ବସେ ।ଚମକଟେରେ ଉଠିବସେ ପୁଣି ଯାହାକୁ ତାହା ।ଝାପ୍ସା ଶୁଭିଛି ନର୍ସ ଝିଅଟି କହିବାର, ବୁଢାବାବୁ ଏଇଠି ଆପଣଙ୍କ ଗରମ ଗରମ ସିଙ୍ଗଡା ରଖିଲି, ଆଳୁଚପ୍ ମିଳିଲାନି, ସନ୍ତୁଳା ରୁଟି ବି ଗୋଡେଇ,ପାଣି ଆଉ ରାତି ଔଷଧ ଏଇଠି ଟି' ପୟ ଉପରେ ରଖିଚି ।ଖାଇନେବେ ମନେକରି ।ଆଠ' ଟା ହେଲାଣି ଏଥର ମୁଁ ଆସୁଛି, ଶୀତ ଦିନ ତ ଅନ୍ଧାର ଘୋଟିଆସୁଛି ସମୟ ଠୁ ପାଦେ ଆଗରୁ ବେଶ୍ ଗାଢା ହେଇ ।


ବୋଧେ ସେ ଚାଲିଯାଇ ସାରିଛି ସବୁଦିନ ପରି ।ଆଜି ବି ମିଳିଲାନି ଆଳୁଚପ୍ ରୁ ଗୋଟେ ।ମନେ ପଡୁଥିଲେ ବୋଉ ଆଉ ମାଧବୀ ।ଏକାସାଙ୍ଗେ ଶୁଭୁଥିଲା ଦୁହିଁଙ୍କ ସ୍ବର ।ଖୁସିଥିଲି ମୁଁ ।ଶବ୍ଦ କୁ କାନେଇ ଉଠିଲି, ପାଦ ଅନୁସରଣ କଲା ଶବ୍ଦ ସବୁକୁ କେଉଁ ନିଭୃତ କୋଣରୁ ।ମୋର ପ୍ରିୟ ଶବ୍ଦ ସବୁ .......


********

ନର୍ସ ଝିଅଟି ମିଃ ସାମନ୍ତ ଙ୍କ ପୁଅକୁ ଫୋନ ରେ କହୁଥିଲା,....." ବଡ ବାବୁ ତାଙ୍କ ପିଲାଦିନ ଆଉ ବାହା ଆଲବମ ଧରି ଖଟରେ ..... ତାଙ୍କ ଖଟ ସାରା ନିର୍ମାଲ୍ଯ ଡବାରୁ ସବୁ ବୁଣିଛି ।ଠାକୁର ଥାକରୁ ନିର୍ମାଲ୍ଯ କିଏ ନେଇ ଦେଇଛି କେଜାଣି, ତାଙ୍କ ଓଠ କୋଣରେ ଲାଗିଛି ।ଆଉ କିଛି ଖାଇନାହାନ୍ତି,।ମୁଁ ଯେମିତି ଘୋଡେଇକି ଯାଇଥିଲି ସେମିତି ରଖାହେଇଛି ସବୁ  "  ତା ସ୍ବର ଆଦ୍ର ଥିଲା ଆଉ ସେପଟ ସ୍ବର ନିଶ୍ବ ।

ଦୀପ ଲିଭିଲା ବେଳେ ବୋଧେ ଜୋର୍ ଜଳେ ।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya story from Lopamudra Parida

Similar oriya story from Inspirational