Lalita Mohan Mishra

Drama Fantasy Others

3  

Lalita Mohan Mishra

Drama Fantasy Others

ଧ୍ୟାନ

ଧ୍ୟାନ

2 mins
547


ଏକ ବିଷୟରେ ଏକାଗ୍ର ଚିନ୍ତନ ମନନ : ଧ୍ୟାନ । କୌଣସି ଦେବତାଙ୍କୁ ମନ୍ତ୍ର ଜପ କରିବା ପୂର୍ବରୁ ସେ ଦେବତାଙ୍କର ରୂପ ଧ୍ୟାନ କରାଯାଏ । ଧ୍ୟାନଦ୍ୱାରା ଉକ୍ତ ଦେବତାଙ୍କ ରୂପ ମନଶ୍ଚକ୍ଷୁରେ ପ୍ରତିଭାତ ହୁଏ । ଯୋଗର ଆଠଗୋଟି ଅଙ୍ଗ ମଧ୍ୟରୁ ଧ୍ୟାନ ସପ୍ତମ । ଏହା ଧାରଣା ଓ ସମାଧିର ମଧ୍ୟବର୍ତ୍ତୀ ଅବସ୍ଥା । ଯୋଗସାଧକ ପ୍ରତ୍ୟାହାର ଦ୍ୱାରା ଚିତ୍ତବୃତ୍ତି ଉପରେ ଅଧିକାର ଲାଭ କରେ । ପରେ ସେ ଚିତ୍ତବୃତ୍ତିକୁ ଅନ୍ୟ ସବୁଆଡ଼ୁ ଫେରାଇ ଆଣି ନାଭି ଆଦି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଭିନିବିଷ୍ଟ କରେ । ଯୋଗର ଏହି ପ୍ରକ୍ରିୟା ବା ଅଙ୍ଗକୁ ଧାରଣା ବୋଲି କୁହାଯାଏ। ଧାରଣା ଯେତେବେଳେ ଏପରି ଅବସ୍ଥାରେ ପହଞ୍ଚେ ସେତେବେଳେ ଧାରଣୀୟ ବସ୍ତୁ ସଙ୍ଗେ ଚିତ୍ତର ଏକତାନତା ହୋଇଯାଏ ଓ ତାହାକୁ ଧ୍ୟାନ ବୋଲି କୁହାଯାଏ । ଯେତେବେଳେ ଧ୍ୟାନ ଏହି ଅବସ୍ଥା ପ୍ରାପ୍ତ ହୁଏ , ସେତେବେଳେ ଧ୍ୟାତା ଧ୍ୟେୟ ବିଷୟରେ ତନ୍ମୟ ହୋଇଯାଏ । ଧ୍ୟାତାର ହୃଦୟରେ ଧ୍ୟେୟ ବିଷୟ ଛଡ଼ା ଜଗତର ଅନ୍ୟ କୌଣସି ବିଷୟରେ ପ୍ରତୀତି ହୁଏ ନାହିଁ । ସେ ନିଜରସତ୍ତାକୁ ସୁଦ୍ଧା ଭୁଲିଯାଏ । ବୌଦ୍ଧ ଓ ଜୈନମାନଙ୍କ ମତରେ ଉତ୍ତମ ସଂହନଯୁକ୍ତ ଚିତ୍ତର ଅବଧାରଣା ଧ୍ୟାନ । ଜଣେ ମହିଳା ପ୍ରତିଦିନ ମନ୍ଦିରକୁ ଯାଉଥିଲେ । ଦିନେ ସେ ପୁରୋହିତଙ୍କୁ କହିଲେ - ମୁଁ ଆଉ ମନ୍ଦିରକୁ ଆସିବି ନାହିଁ । ପୁରୋହିତ ପଚାରିଲେ - କାହିଁକି ? ମହିଳା ଜଣକ କହିଲେ - ମୁଁ ଦେଖୁଛି, ଲୋକମାନେ ମନ୍ଦିରରେ ଫୋନରେ ନିଜ ବ୍ୟବସାୟ ହସ ଖୁସି ଆନନ୍ଦ ଉଲ୍ଲାସ କଥା ଗପୁ ଛନ୍ତି । କେତେଜଣ ତ ମନ୍ଦିରକୁ ଗପସପର ଏକ ଉତ୍ତମ ସ୍ଥାନ ରୂପେ ବାଛି ନେଇଛନ୍ତି । ପୁରୋହିତ ଏହା ଶୁଣି କିଛି ସମୟ ଚୁପ୍ ରହିଲେ । ତାପରେ କହିଲେ - ଠିକ୍ କହିଛନ୍ତି । କିନ୍ତୁ ତୁମର ଅନ୍ତିମ ନିର୍ଣ୍ଣୟ ନେବା ପୂର୍ବରୁ ମୁଁ କିଛି କହିପାରେ କି ? ମହିଳା ଜଣକ କହିଲେ କୁହନ୍ତୁ ! ପୁରୋହିତ କହିଲେ - ଏକ ଗ୍ଲାସରେ ପାଣି ଭର୍ତ୍ତି କରି ମନ୍ଦିର ପରିସରରେ ଦୁଇଥର ବୁଲି ଆସନ୍ତୁ ... କିନ୍ତୁ ଗ୍ଲାସ୍ ରୁ ଯେପରି ଟୋପେ ପାଣି ନ ପଡେ ! ମହିଳା ଜଣକ କହିଲେ - ଏ ସାମାନ୍ୟ କଥାଟା... ମୁଁ ତାହା କରି ଦେଖାଉଛି ! ତା’ପରେ ଅଳ୍ପ ସମୟ ମଧ୍ୟରେ ସେହି ମହିଳା ଜଣକ ମନ୍ଦିର ଚାରିପଟେ ଟୋପେ ପାଣି ଯେପରି ନ ପଡେ ସେହିପରି ଗ୍ଲାସ୍ କୁ ଧରି ଆସିଲେ । ଏହା ପରେ ପୁରୋହିତ ମହିଳାଙ୍କୁ ତିନୋଟି ପ୍ରଶ୍ନ ପଚାରିଲେ - ୧. ଫୋନରେ କେହି କଥାବାର୍ତ୍ତା ହେଉଥିବାର ଆପଣ ଦେଖିଛନ୍ତି କି ? ୨. ମନ୍ଦିରରେ କେହି ଗପସପ କରୁଥିବାର ଆପଣ ଦେଖିଛନ୍ତି କି ? ୩. କୌଣସି ଲୋକ ଆନନ୍ଦ ଉଲ୍ଲାସରେ ବିଭୋର ହୋଇ ଥିବାର ଆପଣ ଦେଖିଛନ୍ତି କି ? ମହିଳା ଜଣକ କହିଲେ- ନା ମୁଁ କିଛି ଦେଖି ନାହିଁ । ମୋର ଧ୍ୟାନ ଗ୍ଲାସ୍ ରେ ନିମଗ୍ନ ଥିଲା । ତା’ପରେ ପୁରୋହିତ କହିଲେ - ଯେତେବେଳେ ତୁମର ସମ୍ପୂର୍ଣ୍ଣ ଧ୍ୟାନ ଗ୍ଲାସ ଉପରେ ଥିଲା । ସେତେବେଳେ ତୁମେ କିଛି ଦେଖି ପାରିଲ ନାହିଁ। ତେଣୁ ଆପଣ ମନ୍ଦିରକୁ ଆସିଲା ବେଳେ , କେବଳ ଭଗବାନଙ୍କ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କୁ ଭଗବାନ ସର୍ବତ୍ର ଦେଖାଯିବେ ।



Rate this content
Log in

Similar oriya story from Drama