Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lalita Mohan Mishra

Drama Romance Tragedy


2  

Lalita Mohan Mishra

Drama Romance Tragedy


ଧୂମ୍ରାଭ ଦିଗନ୍ତ

ଧୂମ୍ରାଭ ଦିଗନ୍ତ

6 mins 141 6 mins 141


ମନୁଷ୍ଯ ଜୀବନକୁ ଜୀଇଁବାର ପ୍ରଲମ୍ବିତ ଇଚ୍ଛାଟିଏ । ଆଶା ଓ ନିରାଶା ର ଦୋ ଛକିରେ ମନୁଷ୍ଯ ଘାଣ୍ଟି ହେଉଛି । ଚିକ୍ ମିକ୍ ତାରା ରୋଷଣୀ ରେ ଗାଧୋଉଥିବା ତାର ତମାମ୍ ସ୍ବପ୍ନ । ପଦ୍ମପତ୍ରେ ଢଳ ଢଳ ତାର ମେଞ୍ଚାଏ ପ୍ରେମ । କାହିଁ କେବେଠୁ ଖସିଯାଇ ମିଶିଯାଇଛି । ସେ ଗୋଳିଆ ତିକ୍ତ ମଧୁର ସମ୍ପର୍କ ଗୁଡିକ ମିଶି ଯାଇଛି ନିଜ ଅଲକ୍ଷ୍ୟର ସମୟ ସାଥିରେ । କେଜାଣି ଧରିପାରିଥିଲେ କାଳେ.... ସ୍ବପ୍ନ ରେ ରଙ୍ଗ ମିଶିଥାନ୍ତା । ନୂଆ ଝୋଟି ପରି ପୁଣି ଅଗଣା ଚମକିଥାନ୍ତା । ମନର କାନଭାସ୍ ରେ ଖୁବ୍ ଗୁଡାଏ ରଂଗୀନ୍ ଗାରରେ ଖୁଣ୍ଟି ହୋଇ ପଡିଥାନ୍ତା....ଗୋଟେ କି ଦୁଇଟା ନୁହେଁ----ସୁଦୃଶ୍ୟ ପ୍ରାସାଦ ପାଇଁ ଦରକାର ଯେତେ । ସଂସାର ଯାକର ପ୍ରଜାପତି ଙ୍କ ଡେଣା ରେ ସଜେଇ ହୋଇଥାନ୍ତା ତା' ମହଲ । ଏବେ ସବୁ ଧୂଆଁ... ଧୂଆଁ ଝାପସା କାଚ କାନ୍ଥ ସେ ପାଖ ପୃଥିବୀ ପରି । ଖୁବ୍ ଇଚ୍ଛା କରୁଛି ସେ ଧୂମାୟିତ ପରଦା କୁ ପୋଛି ଚକ୍ ଚକ୍ କରିଦେବ ... ଦିଗବଳୟ ସେପାରିରୁ ପର ଝାଡି ଉଡିଆସିଥିବା..... କଳା ହଂସମାନଙ୍କ ଡେଣା ରେ ସ୍ବପ୍ନ ସବୁ ଲଦା ହୋଇ ଲେଉଟି ଆସିବ । ସାଉଁଟି ଆଣିବ ସବୁ ପିଛିଲା ସ୍ଵପ୍ନଙ୍କୁ । ଖୁନ୍ଦି ଖାନ୍ଦି ଆଖି ରେ ରଖିନେଲା ପରେ..... ଆଃ ...କି ଶାନ୍ତି । ଧୂମ୍ରାଭ ଦିଗନ୍ତ ଧିରେ ଧିରେ ପରିଷ୍କୃତ ହେଲା ପରି ଲାଗୁଛି... 


ଅନୁଶ୍ରୁବା କୁ ସାମ୍ବାଦିକଙ୍କ ପ୍ରଶ୍ନ - ଆପଣଙ୍କ ବିରୁଦ୍ଧରେ ଚନ୍ଦ୍ରମା ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ? ଆପଣ କୁଆଡେ ନିର୍ଯାତନା ଦେଉଥିଲେ ଚନ୍ଦ୍ରମାକୁ । ଚନ୍ଦ୍ରମା ଆହୁରି କହିଛନ୍ତି - ଆପଣ ଜଣେ ଡାଇବେଟିସ ରୋଗୀ । ଆପଣଙ୍କର ଏକାଧିକ ନାରୀ ଙ୍କ ସହ ସମ୍ପର୍କ । ଆପଣ ସ୍ତ୍ରୀ ଙ୍କୁ ଗାଁ ରେ ଛାଡ଼ି... । ଦିଲ୍ଲୀ ରେ ଜଣେ ଯୁବତୀ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମସ୍ତି କରୁଛନ୍ତି । ଏବଂ ତାଙ୍କର ପ୍ରେମରେ ପଡ଼ିଯାଇଛନ୍ତି ।


ଚନ୍ଦ୍ରମା କହିଛନ୍ତି - ଅନୁଶ୍ରୁବା ଜଣେ ଭଲ ବ୍ୟକ୍ତି ଥିଲେ । ଧୀରେ ଧୀରେ ଗର୍ଵ ଅହଂକାର ରେ ସେ ରାବଣ ହୋଇ ଯାଇଛନ୍ତି। ସେ ଜଣେ ମଦୁଆ । ସେ ଅନେକ ଥର ମୋତେ ମାର୍ ପିଟ୍ କରିଛନ୍ତି । ଘରୁ ଧକ୍କା ଦେଇ ବାହାର କରିଦେଇଛନ୍ତି। ବର୍ତ୍ତମାନ ଚନ୍ଦ୍ରମା ନ୍ୟାୟ ପାଇଁ କୋର୍ଟ ର ଦ୍ୱାରସ୍ତ ।


ଏପଟେ ସ୍ୱାମୀ ଅନୁଶ୍ରୁବା ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି । ଚନ୍ଦ୍ରମା ମୋ ସହିତ ଶାରିରୀକ ସମ୍ପର୍କ ରଖୁ ନ ଥିଲେ। ମୁଁ ଚନ୍ଦ୍ରମା ଉପରେ ଖୁସି ନଥିଲି । ବହୁତ ଦୁଃଖିତ ଥିଲି । ଦିଲ୍ଲୀ ନେଇଥିଲି । ସେଠାରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ବାରଣ । ଆମେରିକା ନେଲି ସେଠାରେ ସୁଯୋଗ ଦେଲେ ନାହିଁ । ମୁଁ କେତେ ରାତି ମଦ ପିଇ ଶୋଇଛି । ନିଜ ସ୍ୱାମୀ କୁ ସୁଖ ଦେଇ ପାରି ନାହାଁନ୍ତି ଚନ୍ଦ୍ରମା । କୋର୍ଟ ଆଗରେ ନ୍ୟାୟ ମାଗିଲେ ଅନୁଶ୍ରୁବା ଓ ଚନ୍ଦ୍ରମା । ଭାଙ୍ଗି ଗଲା ଚନ୍ଦ୍ରମା– ଅନୁଶ୍ରୁବାଙ୍କ ପ୍ରେମ ସମ୍ପର୍କ।


ଏହି ଖବର ଏବେ ଜୋରରେ ଚର୍ଚ୍ଚା ଧରିଛି । ଅନୁଶ୍ରୁବା ଦ୍ଵାରା ନିର୍ଯାତିତ ହୋଇଛି ଚନ୍ଦ୍ରମା । ନା ପ୍ରକୃତରେ ସ୍ୱାମୀ ସୁଖ ପାଇବାରୁ ବଞ୍ଚିତ ଅନୁଶ୍ରୁବା। ଯାହା ହେଉନା କାହିଁକି ଏ କଥା ହାଟରେ ପଡି ଘାଟରେ ଡେଉଁଛି । ଲୋକଙ୍କ ପାଟିରେ ତ ବାଡି ବତା ନାହିଁ । କିଏ କହୁଛି ଅନୁଶ୍ରୁବା କ'ଣ ସଂଜମତା ଅବଲମ୍ବନ କରି ମୁନି ଋଷି ହେଲେ । ସେପଟେ ସ୍ବାମୀ ଯଦି ନିର୍ଯାତନା ଦେଉଥିଲେ ପାଞ୍ଚ ବର୍ଷ ହେଲା କହୁ ନ ଥିଲେ କାହିଁକି ଚନ୍ଦ୍ରମା ? ? ? 


ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସମ୍ପର୍କ ହେଉଛି ଗୋଟିଏ ସରଳ ଶବ୍ଦ । ସମ୍ପର୍କରେ ବେଳେବେଳେ ମତାନ୍ତର ଘଟେ। ଯାହା ସମସ୍ତ ଘରେ ଘଟୁଛି । "ରାତ ଗୟୀ ବାତ ଗୟୀ" ନ୍ୟାୟରେ ସକାଳୁ ପୁଣି ନିଜ କର୍ମରେ ଯେଝା ଯେଝା ବ୍ୟସ୍ତ । ରାତି କଥା ରାତିରେ ରହି ଯାଇଛି । ସମ୍ପର୍କରେ ମତାନ୍ତର ରହିବ। ମନାନ୍ତର ରହିବା ଉଚିତ୍ ନୁହେଁ । କାରଣ ଭାଙ୍ଗିବା ଗଢିବା ନେଇ କଷ୍ଟ ସ୍ବୀକାର କରି ଏ ସମ୍ପର୍କ ସୃଷ୍ଟି ହୋଇଛି । ଯେଉଁ ସୁନ୍ଦର ସମ୍ପର୍କ ସୃଷ୍ଟି ହୋଇଛି । ତାହାକୁ ହିଁ କହୁଛେ ମଧୁର ସମ୍ପର୍କ । 


ସମସ୍ତଙ୍କ ହୃଦୟରେ ଭରି ରହିଛି - ପ୍ରେମ, ଅହଂକାର, ସ୍ବାଭିମାନ, ହସ, ଲୁହ,ଆନନ୍ଦ,ବିଷାଦ, ଗର୍ବ, ଅହଂକାର,ମଧୁର,ତିକ୍ତ । ଦୁଇ ଜଣଙ୍କର ପୃଷ୍ଟ ଭୂମିରେ ସମ୍ପର୍କ । ସମ୍ପର୍କ ଭାଙ୍ଗିଦେବାଟି ବହୁତ ସହଜ । ଗଢିବା ଆଉ ସାଥିରେ ନେଇ ଆଗକୁ ବଢିବା ବହୁତ କଷ୍ଟ । ସମ୍ପର୍କକୁ ଭାଙ୍ଗିବା ପୂର୍ବରୁ ହଜାରଥର ଭାବିବା ଉଚିତ୍ । ଠିକ୍ କରୁଛି ନା ଭୁଲ୍ କରୁଛି । କାରଣ ନିଜ ଭୁଲ୍ ନିଜକୁ ଜଣା ପଡ଼େନି। କ୍ରୋଧ ,ଅହଂକାର ଆତ୍ମଭିମାନହିଁ ପବିତ୍ର ସମ୍ପର୍କକୁ ଭାଙ୍ଗିଦିଏ l ଭାଙ୍ଗିଗଲା ପରେ ଲାଗେ.... ସତରେ ସେହି ସମ୍ପର୍କଟି ଥାନ୍ତା କି ? ? ?


ବେଳେବେଳେ ଅର୍ଥ, କାମନା ,ବାସନା, ପ୍ରତିପତ୍ତି, କ୍ଷମତା ସୁନ୍ଦର ସମ୍ପର୍କକୁ ଭାଙ୍ଗିଦିଏ । ଜାଳି ପୋଡି ଛାରଖାର କରିଦିଏ ... 


ଚନ୍ଦ୍ରମା ଆଉ ଅନୁଶ୍ରୁବା ରିଲାଏନ୍ସ କମ୍ପାନୀରେ ସାଥି ହୋଇ କାମ କରୁଥିଲେ । ଚନ୍ଦ୍ରମାର ବର୍ଣ୍ଣ ଶ୍ୟାମଳ । ପତଳୀ ହେଲେ ମଧ୍ୟ ଆକର୍ଷଣ ରହିଛି । ଛନ୍ ଛଛନିଆ ଚେହେରା । ଦେଖିବାକୁ ଭାରି ସୁନ୍ଦରୀ । ଏକୋଇଶ ବର୍ଷ ମାତ୍ର । ଚନ୍ଦ୍ରମାର ଟି ସାର୍ଟ ଭିତରୁ ବକ୍ଷୋଜ ଭାରି ଆକର୍ଷଣୀୟ ଲୋଭନୀୟ । କେଶଗୁଚ୍ଛକୁ ରବର ବ୍ୟାଣ୍ଡ ରେ ବନ୍ଧା ଯାଇଛି। ତଥାପି କେରି କେରି କେଶ ଗୁଡିକ ଥରେ ଥରେ ମୁଖ ମଣ୍ଡଳକୁ ମୃଦୁ ଚୁମ୍ବନ ଦେଉଅଛି । ରିଲାଏନ୍ସ କମ୍ପାନୀ ରେ ଗ୍ରାହକ ବେଶୀ ଆକର୍ଷିତ ହୁଅନ୍ତି ଚନ୍ଦ୍ରମା ଉପରେ । ଗ୍ରାହକଙ୍କୁ ବୁଝାଏ ଚନ୍ଦ୍ରମା । ରିଲାଏନ୍ସ କମ୍ପାନୀର ଫୋନ୍ ବିଷୟରେ ବୁଝାଇ ସୁଝାଇ ଲୋକଙ୍କୁ କହିବା କାମ । ଏକାଠି କାମ କରିବା ବାହାନାରେ ହେଉ ଅଥବା ଅଫିସ୍ ରେ ଏପଟ ସେପଟରେ ଅନୁଶ୍ରୁବା ଚନ୍ଦ୍ରମାର ଦେହରେ ବାଜିଯାଏ । କ୍ଷଣିକ ପାଇଁ ମନରେ ପୁଲକ ଆସେ ଅନୁଶ୍ରୁବାର । ସ୍ପନ୍ଦିତ ହୁଏ ମନ । ବାରମ୍ବାର ସୁଯୋଗରେ ଅପେକ୍ଷାରତ ।


ବେଳେ ବେଳେ ଜିନିଷ ଦେବା ନେବାରେ ସ୍ପର୍ଶ ହୁଏ ହାତକୁ ହାତ ।ଅନୁଶ୍ରୁବା ହାତକୁ ଧରିବାକୁ ଚେଷ୍ଟା କରେ । ଧରି ପାରେନା । ଚନ୍ଦ୍ରମା ଟିକେ ସୁନ୍ଦରୀ ହୋଇଥିବାରୁ ଅହଂ ଥାଏ । ଧିରେ ଧିରେ ଜଣା ଅଜାଣତରେ ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହୁଏ ପ୍ରେମ । ଦୁଇ ଜଣ ଦୁଇଜଣଙ୍କ ପ୍ରତି ସମବେଦନା ସହାନୁଭୂତି ସମର୍ପଣ ଆସେ । ଏ ସବୁ ତ ପ୍ରେମର ପ୍ରତୀକ । ଏ ତ ଶାଶ୍ଵତ ପ୍ରେମ । ଭଲପାଇବା ନଥିଲେ ମଣିଷ କଣ ବଞ୍ଚେ l ନିଜକୁ ଭଲପାଏ ବୋଲିତ, ଆଜି ପର୍ଯ୍ଯନ୍ତ ପଡି ରହିଛି ଅନୁଶ୍ରୁବା । ଇପ୍ସିତ ସ୍ୱପ୍ନରେ ରଙ୍ଗ ଦିଏ । ଅନୁଶ୍ରୁବା ଭାବେ - ମୁଁ ତ' ଏମିତି ବଞ୍ଚୁଥିଲି । ଜୀବନ ଗୁଡୀ ର ସୁତା ମୁକ୍ତ ଆକାଶରେ ଦିଶା ହୀନ ହୋଇ l ଜୀବନ ଡ଼ଙ୍ଗା ସମୟ ସାଗରରେ କୌଣସି ବନ୍ଧନ ନଥାଇ ଭାସୁଥିଲା l ଚନ୍ଦ୍ରମା ବନ୍ଧନ ଶିଖାଇଲା । ଜୀବନ ଗୁଡୀ କୁ ତାର ପ୍ରେମର ତାରରେ ଛନ୍ଦିଦେଲା l ଏମିତି ଛନ୍ଦି ହୋଇଗଲା, ଯେ ଆଉ ମୁକୁଳି ପାରିବା ସହଜ ନୁହେଁ । ଧରା, ସୂର୍ଯ୍ୟ ଠାରୁ ଆଲୋକ ପାଇବା ପରି । ଅନୁଶ୍ରୁବା ଚନ୍ଦ୍ରମାକୁ ପାଇବାକୁ ଇଛା କଲା । ଅନୁଶ୍ରୁବାର ମନ ଚନ୍ଦ୍ରମା ଠାରୁ ପ୍ରେମର କିରଣ ପାଇବାକୁ ବ୍ୟାକୁଳ l


ଦୁଇଜଣଯାକୁ କମ୍ପାନୀ ପ୍ରମୋଶନ ଦେଲା । ପ୍ରମୋଶନ ପାଇବାରୁ ଅନୁଶ୍ରୁବା ବିବାହ କରିବାକୁ ଇଛା କଲା । ଚନ୍ଦ୍ରମା ଅରାଜି । ସମୟ ଅଭାବ । ବୟସ ହୋଇନାହିଁ । ଅନୁଶ୍ରୁବା ଚନ୍ଦ୍ରମାର ପ୍ରେମରେ ପାଗଳ ହୋଇଗଲା। ହାତ କାଟି ବ୍ଲେଡ୍ ରେ ଚନ୍ଦ୍ରମାର ନାମ ଲେଖିଲା । ଚନ୍ଦ୍ରମା ବିବାହ ନ କଲେ ଜୀବନ ହାରି ଦେବି । ସନ୍ଦୀହାନରେ ପଡିଲା ଚନ୍ଦ୍ରମା । ଶେଷରେ ରାଜି ହେଲା । କିନ୍ତୁ କେତେକ କିଛି ସର୍ତ୍ତ ରହିଲା । ସର୍ତ୍ତରେ ରାଜିହେଲା ଅନୁଶ୍ରୁବା । ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେଲେ ।


ସୁଖ-ଦୁଃଖ ଭିତରେ ବିବାହର ପାଞ୍ଚ ବର୍ଷ ବିତିଗଲାଣି । ଭଲ କାମ କରୁଥିବା ହେତୁ କମ୍ପାନୀ ପ୍ରମୋଶନ ପରେ ପ୍ରମୋଶନ ମିଳିଛି । ଅନୁଶ୍ରୁବା ଦିଲ୍ଲୀରେ ରିଲାଏନ୍ସ ମୋବାଇଲର ରାଜ୍ୟ ମ୍ୟାନେଜର ପଦ ପାଇଛି । ଦଶଟି ରାଜ୍ୟର ଦାୟୀତ୍ବ । ଏପଟେ ଚନ୍ଦ୍ରମା ଓଡିଶାର ସପିଂ ମଲ ମ୍ୟାନେଜର । ଅର୍ଥର ଅଭାବ ନାହିଁ । ପୂର୍ବ ଅପେକ୍ଷା ଦାୟୀତ୍ବ ବଢିଛି । କାର୍ଯ୍ୟ କରିବାର ଦକ୍ଷତା ଆସିଛି । ସ୍ବାମୀ ସ୍ତ୍ରୀର ନିବିଡତା ଦୂରେଇ ଦୂରେଇ ଯାଇଛି । ଦିନେ ନ ଦେଖିଲେ ଯେଉଁଠି ରହି ହେଉ ନ ଥିଲା । ଏବେ ମଥାର ସିନ୍ଦୁର ବିବାହର ନାମ ମାତ୍ର ପ୍ରତୀକ । ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଧୂମ୍ରାଭ ଦିଗନ୍ତ ....


ଜୀବନଟା ଏକ ସ୍ମୃତିର ଝରକା । ଆଖିକହେ କଥା ସାଉଁଟା ସପନେ ନିତି ଉଙ୍କିମାରେ ମନ...  । ଧୁମ୍ରାଭ ଗୋଧୁଳି.... । ଯେତେ କାମ କଲେ ମଧ୍ୟ ମନ ଟିକେ ଖୋଜେ ଖୁସି ଆନନ୍ଦ ଆଉ ଆନ୍ତରିକ ପ୍ରେମ । ମନୁଷ୍ଯ ପ୍ରେମ ବିନା କେଡେ ଅସହାୟ । ପ୍ରେମ ହିଁ ଅସ୍ତିତ୍ଵର ଶିରୋନାମା । ଧ୍ବଂସସ୍ତୁପ ଶିଳାଲେଖ ପରି ଧୂସର ଧୂମ୍ରାଭ । ଆଚ୍ଛନ୍ନ ଧୂଳିରେ ତମ ଅହଂ ର ବଳୟ

ସାଂପ୍ରତିକ ସମୟର ଶେଷ କାରନାମା । ଅନୁଶ୍ରୁବା ଚନ୍ଦ୍ରମା ମଧ୍ୟରେ ପ୍ରେମ ସମ୍ପର୍କ ଧିରେ ଧିରେ ଦୁରେଇ ଯାଇଛି । ସନ୍ଦେହ ଆରୋପ ପ୍ରତ୍ୟାରୋପ ଭିତରେ ଗତି କରୁଛି । ନିବୁଜ କୋଠରୀର କଥା ପଦାରେ ପଡୁଛି । ଗୋଟିଏ ଛାତ ତଳେ ଜୀବନ ବିତାଇବାର ପ୍ରତିଜ୍ଞା କରିଥିଲେ । ଏବେ ଭିନ୍ନ ଛାତର ଆବଶ୍ୟକତା ଅନୁଭବ କରୁଛନ୍ତି । ଲୋକ ଦୁଇ ଜଣଙ୍କୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ସମାଲୋଚନା କରିବା ପରକୁ ଆଙ୍ଗୁଠି ଦେଖେଇବା ଲୋକଙ୍କ ସାଧାରଣ ସ୍ବଭାବ ।


ଦିନେ ଏଭଳି ସମାଲୋଚନା କରିଥିଲେ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପୁଅ ବିକ୍ରମ ଉପରେ । ବର୍ଷାସୋନି ଚୌଧୁରୀ ଲୋକଙ୍କ କଥାରେ ଡେଇଁ ଥିଲା । ମନ୍ତ୍ରୀ ରଘୁନାଥ ମହାନ୍ତି ଲୁଚିଲେ । ମନ୍ତ୍ରୀ ପଦ ଚାଲିଗଲା । ନାରୀ ନିର୍ଯାତନା ଆନ୍ଦୋଳନ ତେଜିଲା । ଘର କଥା ପଦାରେ ପଡିଲା । ସ୍ବାମୀ ସ୍ତ୍ରୀର ଅକୁହା କଥା ଗଣମାଧ୍ୟମ ପ୍ରକାଶ କଲା । ମଧୁର ସମ୍ପର୍କରେ ତିକ୍ତତା । ମାସ ମାସ ମୁଖ ମଣ୍ଡନ କଲା ଖବର କାଗଜ । ଶେଷରେ କିଛି ସ୍ବେଚ୍ଛାସେବୀ ସଙ୍ଗଠନର ହସ୍ତକ୍ଷେପ । ବର୍ଷାସୋନି ଏବଂ ବିକ୍ରମ ପୁଣି ଏକତା ସୁତ୍ରରେ ବାନ୍ଧି ହେଲେ । ଯାହାକୁ ନେଇ ଏତେ ହଟ ଚମଟ ଦେଖାଉ ଥିଲେ । ତାଙ୍କର ଏବେ ପାଞ୍ଚ ବର୍ଷର ପୁଅ । ବର୍ଷାସୋନିଙ୍କ କଥା ଏବେ ଇତିହାସ ।


ତା ହେଲେ ଚନ୍ଦ୍ରମା ଅନୁଶ୍ରୁବା ପୁଣି ଘର ସଂସାର କଲେ ଅସୁବିଧା କ'ଣ ? ହଁ... ସ୍ବାମୀ ସ୍ତ୍ରୀର କଥା ପରଦା ଭିତରେ ରହିବା ଉଚିତ୍ । ଏ ସୀମା ଲଙ୍ଘନ କଲେ । ତଥାପି ସ୍ବେଚ୍ଛାସେବୀ ସଙ୍ଗଠନ ଲାଗିଛନ୍ତି । ଧୂଆଁଳିଆ କାଚ ସଦୃଶ ମନର କାଚକୁ ସଫା କରିଦେଲେ । ସଂସାର ପୁଣି ଆଗକୁ ଚାଲିବ...


ଝର୍କା ର କାଚ ଉପରେ ବିନ୍ଦୁ ବିନ୍ଦୁ ବର୍ଷା ର ଆସର । ଆଉ ତା ଭିତରେ କାହାର ସେ ପ୍ରତିବିମ୍ବ ? ? ? ? ଉହୁଁ .....'ଏ କ'ଣ ଚନ୍ଦ୍ରମାର... ନା ଅନୁଶ୍ରୁବାର...... ନୁହେଁ.'....ତୁମ ପ୍ରତିକୃତ୍ତି ' ର । ଅଗଣାରେ ଦିଶୁଛି ସେ ଫୁଟନ୍ତ ରଜନୀଗନ୍ଧା କୁଣ୍ଡଟା, ଆରେ ...ଏ କ'ଣ, ତୁମେ ସେଠି ଛିଡା ହୋଇ

ହସୁଛ ଯେ !! " ଅନେକ ରାତି ହେଲାଣି । "ବାହାରେ କାକର ବର୍ଷୁଛି---

କାକରସ୍ନାତ ହେବାର ବି କଷ୍ଟ ଅନେକ----"ଭିତରକୁ ଚାଲିଆସ,

ମୁଁ ଏଠି ଦେହ‌ର ଦାହ ରେ ଛଟପଟ....."


ଅନୁଶ୍ରୁବା ଆଉ ଚନ୍ଦ୍ରମା ର କଥା ପଛରେ ରହିଯାଇଛି । ଧୂମ୍ରାଭ ଦିଗନ୍ତ.... ଧିରେ ଧିରେ ଉଜ୍ଜ୍ବଳମୟ ହୋଇଛି । ବୟସର ସାଥିରେ ସାଥି ହୋଇ ଯିବାର ପ୍ରତିଜ୍ଞା କରିଛନ୍ତି । ଚନ୍ଦ୍ରମା ଆଉ ଚାକିରୀ କରୁନାହିଁ । ସ୍ବାମୀ ସୁଖରେ ସୁଖୀ । ଛଅମାସ ହେଲା ଏକ ଶିଶୁ ପୁତ୍ରର ଜନନୀ । ପିଲାଟି ସୁନାନାକୀ ଚନ୍ଦ୍ରମା ପରି ହୋଇଯାଇଛି । ପିଲା ଗେଲ କରି ଦିନେ ଦିନେ ଅନୁଶ୍ରୁବା ଅଫିସ୍ ଯିବା ଭୁଲି ଯାଉଛନ୍ତି । ପଛ କଥା ପଛରେ ରହି ଯାଇଛି । ମେଘାଛନ୍ନ ଆକାଶଟିରେ ସୂର୍ଯ୍ୟଙ୍କ ଉଦୟ । ଫଳରେ ମେଘ ଅପସରି ଯାଉଛି । ଏବେ ଆକାଶଟି ସ୍ପଷ୍ଟ ପ୍ରତୀୟମାନ ହେଉଛି ।


Rate this content
Log in

More oriya story from Lalita Mohan Mishra

Similar oriya story from Drama