Satyabati Swain

Tragedy

4  

Satyabati Swain

Tragedy

ଧୂଆଁ ଝଡ଼

ଧୂଆଁ ଝଡ଼

7 mins
23.1K



ଧୂମ୍ର କୁଣ୍ଡଳୀ ଝଡ଼ ମଧ୍ୟରେ ଅସ୍ପଷ୍ଟ ଗୋଟିଏ ଘର; ତା ଭିତରେ କେତୋଟି ରେଖା ମଣିଷ ଏବଂ ଦୁଇଟି ଭୀତତ୍ରସ୍ତ କରୁଣ ଆଖିର ଚିତ୍ରଟି ଶ୍ରେଷ୍ଠ ଚିତ୍ର ଭାବେ ଜାତୀୟ ସ୍ତର ପ୍ରଦର୍ଶନୀରେ ମନୋନୀତ ହୋଇ ଚହଳ ପକାଇଛି ।


ବିଖ୍ୟାତ ଚିତ୍ରଶିଳ୍ପୀ ତନ୍ମୟ ମହାନ୍ତି ଶ୍ରେଷ୍ଠ ଚିତ୍ର ଆୱାର୍ଡ ଟି ହାତରେ ଧରି ବାଷ୍ପରୁଦ୍ଧ କଣ୍ଠରେ ଷ୍ଟେଜ ଉପରେ କହୁଛନ୍ତି ଏ ଚିତ୍ର ନୁହେଁ ;ଏହା ମୋ କଅଁଳ ସକାଳର ଉଜୁଡା କ୍ଷେତର ଫସଲ ।


ଆୱାର୍ଡ ଧରି ଫେରିବା ବାଟରେ ଦିଶୁ ଯାଉଛି ସେ ଅପାସୋରା କଅଁଳ ସକାଳ ଦୃଶ୍ୟ ।


ଏ ଦୃଶ୍ୟ ଭୁଲିବା ମୋ ଜୀବନ ପାଇଁ ଅସମ୍ଭବ ।


ଭୟଙ୍କର ସେ ରାତି ।


ଆଖି ମଳି ମଳି ଘଣ୍ଟାକୁ ଚାହିଁଲି,ରାତି ଗୋଟାଏ ।


ହଠାତ୍ ମୋ ନିଦ ଭାଙ୍ଗିଗଲା ପାଟି ତୁଣ୍ଡ,ଧାଁ ଦୌଡ଼ ଓ ସବୁଆଡେ ବଲ୍ ଜଳି ହାଲୋଲ ମୟ ଆଲୁଅ ଅତ୍ୟାଚାରରେ । ଟିକିଏ ଖୁଡ୍ କିନା ହେଲେ ମୋ ନିଦ ଭାଙ୍ଗିଯାଏ । ଗାଢ଼ ନିଦରେ ଶୋଇଥିଲେ ବି କୌଣସି କାରଣରୁ ମୋ ଶୋଇବା ଲାଇଟ୍ ଅନ୍ କଲେ ମୁଁ ଉଠି ପଡ଼ି କାନ୍ଦିବା ଆରମ୍ଭ କରିଦେବା ପିଲା ଦିନୁ ଅଭ୍ୟାସ ବୋଲି ସମସ୍ତେ କୁହନ୍ତି । ଆଲୁଅ କୁ ମୁଁ କାହିଁକି ଚିଡ଼େ 

,ଜାଣେନା । ଅନ୍ଧାର,ନୀରବ ପରିବେଶ ନ ହେଲେ ମୁଁ ଆଦୌ ଶୋଇ ପାରେନି । ନୀରବତା ମୋତେ ଖୁବ୍ ଭଲ ଲାଗେ ।


ଲାଇଟ୍ ପରି ବେଶୀ କଥାବାର୍ତ୍ତା ବି ମୋର ଆଲାର୍ଜି । ଅଧିକ ଗପୁଡି ଲୋକ ଦେଖିଲେ ମୋର ଅଇ ଉଠାଏ । ପାଟି ତୁଣ୍ଡ,ବାଣ ରୋଷଣୀକୁ ବି ମୋତେ ସୁହାଏ ନାହିଁ । ଖୁସିରେ ବିବାହ,ବ୍ରତ କି ଦିବାଲିରେ ମୋ ଭାଇ ଭଉଣୀ,ସାଙ୍ଗ ସାଥୀ ଖୁସିରେ ହେଣ୍ଡି ମାରୁଥିଲା ବେଳେ ମୁଁ ଚୁପ୍ ଚାପ୍ ରୁମ୍ କବାଟ ଝରକା ବନ୍ଦ କରି ଚିତ୍ର କରିବାରେ ବୁଡ଼ି ଯାଏ ।


ପିଲାଦିନୁ ମୋର ଏପରି ଆଚରଣ ଦେଖିବାବାଡାକ୍ତରଙ୍କ ଦ୍ୱାରା ସବୁ ପରୀକ୍ଷା ନିରୀକ୍ଷା କଲେ । ସବୁ ରିପୋର୍ଟ ନର୍ମାଲ ଅଛି ।


ହୁଏତ ଶାନ୍ତ ସୁଧାର ବୁଦ୍ଧିମାନ ପିଲାଟି ହୋଇଛି । ଡାକ୍ତର ଏମିତି କହିଲା ପରେ ଘରେ ସଭିଙ୍କ ସନ୍ଦେହ "ମୁଁ କାଳେ ପାଗଳ ଟିଏ ନୁହେଁତ?" ଦୂର ହୋଇଥିଲା


ଚିତ୍ର,ପୋଏମ୍ ଲେଖା ଓ ପାଠରେ ସବୁଥିରେ ତ ଆଗୁଆ ଥିଲି ମୁଁ । ତେବେ ବି ଆମ ଘର ଲୋକେ ମୋତେ ସନ୍ଦେହ କରୁଥିଲେ ମୁଁ ପାଗଳ ବା ଆବ୍ ନର୍ମାଲ ପିଲା । ଯେଉଁ ଦିନ ଆମ ପ୍ରିନ୍ସପାଲ୍ ସାର୍ ବାବା ଙ୍କୁ ଡାକି" ତନ୍ମୟ ଅସାଧାରଣ ପିଲାଟିଏ । ମହାନ୍ତି ବାବୁ ଏ ଅମୂଲ୍ୟ ରତ୍ନ ଟିର ଉପଯୁକ୍ତ ଯତ୍ନ ନେବେ । ଭବିଷ୍ୟତରେ କେବଳ ଆପଣଙ୍କ ନୁହେଁ ସାରା ଦେଶରେ ନାଁ କରିବ । ସବୁଥିରେ ଦକ୍ଷ । ସମ୍ପୂର୍ଣ୍ଣ ଚୁପ୍ ଚାପ୍,ସରଳ ପିଲାଟି । ଭାରି ଭାବପ୍ରବଣ । ତାକୁ କୌଣସି କଥାରେ ଆଘାତ ଦେବେନି । ବୋଧ ହୁଏ ସେ ଏମିତି କିଛି କାମ କରିବ ନାହିଁ ଯେ ଆପଣ ତାକୁ ଆଘାତ ଦେବେ । ମାତ୍ର ସାତ ବର୍ଷ ବୟସରୁ ସେ ଚିତ୍ର ପ୍ରତିଯୋଗିତାରେ ଅବଲ ନମ୍ବର ହୋଇ ଜାତୀୟ ସ୍ତରକୁ ଉନ୍ନିତ ହୋଇପାରିଛି । ମ୍ୟାଥ୍ ଅଲମ୍ପିଆଡ୍ ଟାଇଟେଲ୍ ବି ପାଇଛି । ସେ ଅଦ୍ଭୁତ ଧୀ ଶକ୍ତିର ଅଧିକାରୀ । ଆମ ରାଜ୍ୟର ଗର୍ଵ ଓ ଗୌରବ ଦିନେ ହେବ"


ତାପରେ ଆଉ କେହି ଆଙ୍ଗୁଠି ଉଥାଇ ନାହାନ୍ତି ମୋ ଆଚରଣ କୁ ନେଇ । ବରଂ ମୁଁ ଯେମିତି ଚାହିଁଛି ସେମିତି ପରିବେଶ ମୋତେ ମିଳିଛି । ମୋ ପାଇଁ ବେଶୀ ହୋ ହାଲ୍ଲା କି ଗପସପ କେହି କରନ୍ତି ନାହିଁ । ହେଲେ ଆଜି କଣ ହୋଇଛି । ରାତି ଅଧଟାରେ ଏ ବିଚିତ୍ର ପରିବେଶ ଆମ ଘରେ ମୋ ଦେଖିବାରେ ପ୍ରଥମ ବୋଧେ ହୋଇଛି । କିନ୍ତୁ କାହଁକି?


 ମୋ ଦୁଇ,ଦାଦା,ଜେଜେ , ଖାଲି ଡ୍ରଇଂ ରୁମ୍ ରୁ ଡାଇନିଂ ଓ ଡାଇନିଂରୁ ଡ୍ରଇଂ ରୁମ୍ ତଳକୁ ମୁହଁ ପୋତି ହାତକୁ ପିଠି ପଟେ ପାପୁଲି ଜାଵ ପକାଇ ଚାଲୁଥାନ୍ତି;ବାବା କିନ୍ତୁ ନଥାନ୍ତି । ବାବା ମାମୁଁ କାହିଁକି ଫୋନ୍ କଲାରୁ ସନ୍ଧ୍ୟା ବେଳୁ ଭୁବନେଶ୍ୱର ଯାଇଛନ୍ତି । ସମସ୍ତେ ଯେମିତି କାହାକୁ ଅପେକ୍ଷା କରିଥାନ୍ତି ।


ମାମା,ଦୁଇ ଖୁଡି ଓ ଦିଦି ତଳେ ଡାଇନିଂରେ କାନ୍ଥକୁ ଆଉଜି କାନ୍ଥ ହୋଇ କାନ୍ଦୁଥାନ୍ତି ।


ଜେଜେମା ଓ ମୁଁ କେବଳ ଶୋଇଥାଉ । ଆମ ରୁମ୍

 ଦର ଆଉଜା ହୋଇଥାଏ । ମୁଁ ଦର ଆଉଜା କବାଟ ଫାଙ୍କରେ ଦେଖୁଥିଲି ଆମ ଘରେ ପ୍ରଥମ ବାର ଅଦ୍ଭୂତ ଘଟଣା ସବୁ ଘଟୁଛି । କେହି କଥା ହେଉନାହାନ୍ତି ଶବ୍ଦ କରି ପାଟିରେ; କିନ୍ତୁ କଥା ହେଉଛନ୍ତି ନୀରବତାରେ

 ,ଆଖିରେ,ଲୁହରେ ଓ ଚାଲିବାରେ ।


ଏଇ ନୀରବତାର ସ୍ୱର ଏତେ କଠୋର,ଏମିତି କରୁଣ ଯେ ଚିପୁଡି ପକାଉଥାଏ ସମସ୍ତଙ୍କ ଆଖି । ନିଗିଡି ପଡୁଥାଏ ଆଷାଢ଼ ।


ମାମା ଧକେଇ ଧକେଇ କେବଳ ଗୋଟିଏ ଶବ୍ଦ ଧନ..ମୋ ଧନ କହୁଥାଏ ।


ମୁଁ ଜେଜେମାକୁ ହଲେଇ ପଚାରିଲି କଣ ହୋଇଛି ଜେଜେମା? ସମସ୍ତେ ଏତେ ବ୍ୟସ୍ତ କାହିଁକି?ଜେଜେମା ମୋତେ କୋଳକୁ ଭିଡି ନେଇ କହିଲା ତୁ ସେଥିରୁ କଣ ପାଇବୁ;ମୁଁ ମୁଣ୍ଡ ଆଉଁସି ଦେଉଛି ତୁ ଶୋଇ ପଡ଼ । ମୁଁ କିନ୍ତୁ ଜିଦି କଲି "କହ ଜେଜେମା କଣ ହୋଇଛି । ସମସ୍ତେ ରାତିରେ କାହିଁକି ଏମିତି ହେଉଛନ୍ତି" । ଜେଜେମାକୁ ବୋଧେ ମୋ ଦାୟିତ୍ୱ ଦିଆ ଯାଇଥାଏ । ନଲେ ମାମା,ଖୁଡିଙ୍କ ସହ କାନ୍ଥ ହୋଇଥାନ୍ତା ଜେଜେମା ବି । ସେ ବି କାନ୍ଦି କାନ୍ଦି ତକିଆ ଓଦା କଲାଣି ।


ମୁଁ ଜେଜେମା ହାତ ଢେଲି ଦେଇ ଡାଇନିଂ ଯାଇ କହିଲି କେହି କହିବ ମୋତେ କଣ ହୋଇଛି ଆମ ଘରେ । ମୁଁ ବି ବଡ଼ ହେଲିଣି ଷ୍ଟାଣ୍ଡର୍ଡ ସିକ୍ସଥ୍ ହେଲାଣି । ମୁଁ ଛୋଟ ନାହିଁ । ଡରିବି ନାହିଁ କୁହ କଣ ହୋଇଛି?


ମାମା ମୋତେ ତା କୋଳକୁ ଟାଣି ନେଇ ଭୋ ଭୋ ହୋଇ କାନ୍ଦି ଉଠିଲା । ତା ସହ ଖୁଡି ଓ ଦିଦି । ସମସ୍ତେ ଜାଣନ୍ତି ମୋତେ ପାଟି ତୁଣ୍ଡ ଭଲ ଲାଗେନି । ସେଦିନ କିନ୍ତୁ

ମୁଁ ଚିଡି ନ ଥିଲି ବରଂ କାଠ ହୋଇ ଯାଇଥିଲି ।


ଠିକ୍ ଏଇ ସମୟରେ ମାମୁଁଙ୍କ ପୋଲିସ୍ ଗାଡି ଆମ ଘର ଆଗରେ ଲାଗିଲା । ଘରର ସମସ୍ତ ଲୋକ ଏକା ସାଙ୍ଗରେ ଦୌଡ଼ିଲେ ସେ ଗାଡି ପାଖକୁ । ଗାଡିରୁ ଦୁଇ ଜଣ ଲୋକ ସହ ବାବା ଓ ମାମୁଁ ; ମୋ ଭାଇ ବିସ୍ମୟ ;ଯେ ଏଇ ଏଗାର ମାସ ତଳେ ବାହା ହୋଇଥିଲା;ତାକୁ ଟେକି ଟେକି ଆଣି ଡ୍ରଇଂ ରୁମ୍ ସୋଫାରେ ଶୁଆଇ ଦେଲେ । ଭାଇ ମେକାନିକାଲ ଇଞ୍ଜିନିୟର ଥିଲା ମହିନ୍ଦ୍ରା କମ୍ପାନୀରେ । ଭାଉଜ ବି ସେଇ ଗାଡିରୁ ଓହ୍ଲେଇ ଦଉଡ଼ି ଯାଇ ମୋ ମାମାକୁ ମାମା କହି ମାଡି ବସି ବେହୋସ୍ ହୋଇ ଗଲେ ଦୁଇ ଜଣ ଯାକ । ଖୁଡି ତାଙ୍କ ମୁହଁରେ ପାଣି ଛିଞ୍ଚୁଥିଲେ ।


ବିସ୍ମୟ ଭାଇର କଣ ହୋଇଛି?ମୋ ଭାଇକୁ ଏମିତି ଟେକି ଟେକି କଣ ଆଣିଲ? ତାର ଧକ୍କା ହୋଇଛି କି?ଭାଇ ତୋର କଣ ହୋଇଛି?କେତେ ଥର ତୋତେ କହିଛି ଜୋରେ ଚଳେଇବୁ ନାହିଁ ଗାଡି । କେଉଁଠି ଧକ୍କା କରି ଆସିଛୁ ତ?ଭାଇ କଥା କହ । ଭା...ଇ । ବାବା ଭାଇର କଣ ହୋଇଛି?ଦାଦା ଭାଇ ସେମିତି କାଇଁ ଶୋଇଛି?ମାମୁଁ ଭାଇ କଥା କହୁନି କାହିଁକି?ମୋ କାନ୍ଦ ଆକୁଳ ଭାଵ ଦେଖି ସମସ୍ତେ କୋଳକୁ ଆଉଜାଇ ନେଇ ଭୋ ଭୋ ବାଜୁଥାନ୍ତି ସିନା କହୁ ନଥାନ୍ତି କେହି ଘଟଣା କଣ?


ଆସ୍ତେ ଆସ୍ତେ ପାଟି ଓ କାନ୍ଦ ଶୁଣି ଲୋକେ ଜମା ହୋଇ ଯାଉଥାନ୍ତି । ସମସ୍ତଙ୍କ ମୁହଁରେ ଆହା...ଚୁ ଚୁ ଶବ୍ଦ । ଗଜା ଟୋକା ଟା ଚାଲିଗଲା କହିଲେ ହୃଷି ଅଙ୍କଲ୍ । ସତୀଶ ଅଙ୍କଲ୍ କହିଲେ ମରିବ ବୋଲି କି ଗୁଣ ନ କରିଛି । କିଏ ବିସ୍ମୟକୁ ଭଲ ନ ପାଏ । ଗରିବ ଙ୍କ ବାପା ମା ଥିଲା । ଯୁବକ ମାନକୁ ବାଟ ଦେଖାଉଥିଲା । ଏଇ ବର୍ଷ ପରା ସବୁ ସାଇ ପିଲାଙ୍କୁ ଏକାଠି କରି ନୂଆ ଜଙ୍ଗଲ ଦି ଟା କରିଛି । କ୍ଳବ ଘର ରୋଜଗାର ପାଇଁ କ୍ଳବ ଗୋଚର ଜମି ଉପରେ ଉପର ମହଲାରୁ ଅନୁମତି ଆଣି ବଡ଼ ପୋଖରୀ ଖୋଳି ମାଛ ଛାଡିଛି । ପୋଖରୀ ବନ୍ଧରେ କଦଳୀ ଭଣ୍ଡା ଗଛରୁ ବି ଭଲ ଦି ପଇସା ରୋଜଗାର କରୁଛନ୍ତି ସାଇ ଯୁବକ ।


ସବୁ ଭଲ ଗୁଣ ଭିତରେ ଗୋଟିଏ ଖରାପ ଗୁଣ ଆଜି ଅବେଳେଟାରେ ତା ଜୀବନ ନେଲା କହିଲେ ଆଲୋକ ଅଙ୍କଲ୍ । ଯେତେ ବୁଝେଇଲେ ଛାଡିଲା ନାହିଁ ସେ ବଦ ଅଭ୍ୟାସ ଟା । ଶେଷରେ ସମସ୍ତଙ୍କୁ ଛାଡି ଚାଲିଗଲା ।


କଣ ହୋଇଥିଲା ବିସ୍ମୟର ପଚାରିଲେ ବିକାଶ ଅଙ୍କଲ୍ ମାମୁଁଙ୍କୁ ।


ମାମୁଁ କାନ୍ଦି କାନ୍ଦି କହୁଥିଲେ କିଛି ନାହିଁ ଆଜି ଗୋଟାଏ ସୁଦ୍ଧା ଲୁସି ମୋ ଅଫିସ୍ କୁ କାନ୍ଦି କାନ୍ଦି ଫୋନ୍ କଲା" ମାମୁଁ ଶୀଘ୍ର ଆସ ବିସ୍ମୟଙ୍କର ନାକ ଓ ପାଟି ବାଡେ ଦଲ୍ କା ଦଲକା ରକ୍ତ ପଡୁଛି । ହସ୍ପିଟାଲ ଯିବାକୁ କହିଲେ ଯାଉ ନାହାନ୍ତି । ମାମୁଁ ଶୀଘ୍ର ଆସନ୍ତୁ ପ୍ଲିସ ।


ମୁଁ ଯାଇ ପହଞ୍ଚିଲା ବେଳକୁ ଘର ସାରା ରକ୍ତ । ବିସ୍ମୟ ଶୋଇଥାଏ । ମୋତେ ଦେଖି ଉଠି ବସିଲା । କହିଲା ନାକ ବାଟେ ପ୍ରାୟତଃ ରକ୍ତ ପଡେ । ଆଜି କାହିଁକି ପାଟି ବାଡେ ରକ୍ତ ଗୁଡା ପଡୁଛି । ମୁଁ କାଳ ବିଳମ୍ବ ନ କରି ତାକୁ ନେଇ ଆପୋଲୋକୁ ନେଇ ପଲେଇଲି । ସେଠି ଟେଷ୍ଟ କଲା ପରେ ଜଣା ପଡିଲା ଫୁସଫୁସ୍ କ୍ୟାନ୍ସର୍ । ଲାଷ୍ଟ୍ ଷ୍ଟେଜ୍ । ତୁରନ୍ତ ଅପେରେସନ୍ ଦରକାର ।


ଅପେରେସନ୍ ପାଇଁ ସବୁ ରେଡି ହୋଇ ସାରି ଥିଲା । ବିସ୍ମୟ ହିଁ ମୋତେ କହିଲା, "ମାମୁଁ ବାପାଙ୍କ ପାଖକୁ ଫୋନ୍ କର ସିଏ ଆସନ୍ତୁ । " । ଘରେ କିନ୍ତୁ କାହାକୁ କିଛି ଜଣାଇଁବେ ନାହିଁ । ମାମା ମୋ ଦେହ ଖରାପ ଶୁଣିଲେ ପାଗେଳି ହୋଇଯିବ । " ଆହୁରି ବି ହସି ହସି ଆମକୁ ସେ ବୁଝାଉଥାଏ," ଆରେ କଣ ହୋଇଛି କି ମୋର? ଫୁସ୍ ଫୁସ୍ ରେ କଣ ଟିକେ ହୋଇଛି ଅପେରେସନ୍ ରେ ଭଲ ହୋଇଯିବ,ଡାକ୍ତର କହୁଥିଲେ । ତୁମେ କାନ୍ଦୁଛ କଣ?ଏ ଲୁସି!ସ୍ମାର୍ଟ ଝିଅଟି ପରା ତୁମେ;ଏତେ ଅଧୈର୍ଯ୍ୟ କଣ ହେଉଛ?ରୋଗ କାହାକୁ ହେଉ ନାହିଁ କହିଲ?ମେଡିକାଲ୍ ସାଇନ୍ସ କେଉଁଠି ପହଞ୍ଚିଲାଣି । ଏଇ ଗଲି ଓଟିକୁ ଆଉ ଏଇ ଆସିଲି ଜାଣ । "


ତାକୁ ଫୁସ୍ ଫୁସ୍ କ୍ୟାନ୍ସର ଓ ଲାଷ୍ଟ ଷ୍ଟେଜ ଜଣାଇଁ ନଥାଏ ମୁଁ,ଏପରି କି ତା ସ୍ତ୍ରୀ ଲୁସିକୁ ବି । ଚାଲି ଚାଲି ଯାଉଥିଲା ଓଟିକୁ । ଓଟି ଦୁଆର ମୁହଁରେ ପୁଣି ଦଲକାଏ ରକ୍ତ ନାକ ଓ ପାଟି ବାଟେ ଆସିଲା । ସେଇଠି ସେ ପଡ଼ିଗଲା ଯେ ହାର୍ଟ ଫେଲ କରି ଗଲା । ତାପରେ ଡାକ୍ତର ବିସ୍ମୟକୁ ମୃତ ଘୋଷଣା କଲେ ।


ଫୁସ୍ ଫୁସ୍ କ୍ୟାନ୍ସର ଏକମାତ୍ର କାରଣ ଥିଲା ସିଗସରେଟ୍ ସ୍ନୋକିଙ୍ଗ୍ ବୋଲି ଡାକ୍ତର କହିଲେ । ଏତେ ମାତ୍ରାରେ ସିଗାରେଟ୍ କିଏ ପିଏ?


ବିକାଶ ଅଙ୍କଲ୍ କହିଲେ ବିସ୍ମୟର ସବୁ ଭଲ ଗୁଣ ଭିତରେ ଏଇ ବଦ ଗୁଣ ଟି ହି ଥିଲା । ଯିଏ ଆଜି ତା ଜୀବନ ନେଲା । ଇଞ୍ଜିନିୟରିଙ୍ଗ୍ କଲେଜରେ ପଢିଲା ଦିନଠାରୁ ତାର ଏ ଅଭ୍ୟାସ ହୋଇ ଗଲା । କିନ୍ତୁ ଦିନେ ଆମ ମାନଙ୍କ ଆଗରେ ପିଇ ନାହିଁ । ଘରକୁ ଆସିଲେ ତା ବାବା ଜାଣିବ ବୋଲି କ୍ଲବ ଘର ପଛ ପଟେ ଯାଇ ପିଇବ । ଦିନେ ମୋ ପୁଅ ମୋତେ ଆସି କହିଲା, ବାବା ଜାଣିଛ ବିସ୍ମୟ ଭାଇ ପ୍ୟାକେଟ ପ୍ୟାକେଟ୍ ସିଗାରେଟ୍ ଘଣ୍ଟାକରେ ପିଇ ଦେଉଛନ୍ତି ।


ଅଭୟକୁ ଆସି ମୁଁ ଏ କଥା କହିଲାରୁ ସେ ବି ବ୍ୟସ୍ତ ହେଲା । ମୋତେ କହିଲା ,"ବିକାଶ କଣ କରିବି ;ମୁଁ ଜାଣି ପାରୁଛି ତା ପାଟି ଗନ୍ଧରୁ ସେ ସିଗାରେଟ୍ ଟାଣେ । କିନ୍ତୁ ପଚାରିଲେ କହିବ ସାଙ୍ଗ ମାନେ ଜବରଦସ୍ତ ଖଣ୍ଡେ ଦେଇଥିଲେ । ସତ କହୁଛି ଟିକିଏ ପିଇଛି । ଥରେ ଦିଥର ରକ୍ତ ପଡିବାରୁ ମୋ ମୁଣ୍ଡ ଛୁଆଇଁ ସିଗାରେଟ୍ ପିଇବୁ ନାହିଁ ବୋଲି ରାଣ ଦେଇଥିଲି । କିନ୍ତୁ ପିଲାଦିନୁ ପଢା ପାଇଁ ବାହାରେ ରହିଲା । ଘରେ ଦିନେ ଅଧେ ଆସିଲେ ସିନା ସିଗାରେଟ୍ ପିଏନି;କିନ୍ତୁ ବାହାରେ ସେ କଣ ଛାଡୁଥିବ?


ଅଭୟ ମୁଣ୍ଡରେ ବଜ୍ର ଛିଡି ପଡିଲା ଜାଣ । ଘରେ ପୁଣି ନୂଆ ବୋହୁ ଟା । ଦୀର୍ଘଶ୍ଵାସ ଟାଣିଲେ ବିକାଶ ଅଙ୍କଲ୍ ।


ଏସବୁ କଥା ଶୁଣି ମୋତେ ଅଛପା ରହିଲା ନାହିଁ ଆମ ଘରେ ଏ ନୀରବତା ଝଡ଼ କାରଣ?କାହିଁକି ମୋ ଭାଇକୁ ଡାକିଲେ ଉଠୁନି । କାହିଁକି ଲୁସି ଭାଉଜ ଓ ମାମାର ହୋସ୍ ବୁଡି ଯାଉଛି ।


 ଦିଗାରେଟର୍ "ଧୂଆଁ ଝଡ଼ " ମୋ ଭାଇକୁ ନେଇ ଯାଇଛି ସବୁ ଦିନ । ମୋ ଭାଇ ମରି ଯାଇଛି?


ସେଇ ପିଲା ବୟସରେ ମୁଁ ଦେଖିଥିଲି ମରଣର ବିଭତ୍ସ ରୂପ । ସେଇ ସିଗାରେଟ୍ ଧୂଆଁ ଝଡରେ ମୁଁ ହଜାଇ ଦେଇଥିଲି ମୋ ବାଲ୍ୟ ଜୀବନ, ମୋ ମାମା ;ଯିଏ ଗୋଟିଏ ମାସ ଭିତରେ ବିସ୍ମୟ ଭାଇ ପାଖକୁ ଚାଲି ଯାଉଥିଲା ।


ସିଗାରେଟ୍ ର୍ "ଧୂଆଁ ଝଡ଼ "ରେ ଧ୍ୱଂସ ବିଧ୍ୱଂସ୍ତ ହୋଇ ଯାଇଥିଲା ମୋ ହସ ଖୁସି ପରିବାର । କେତେ ଭୟଙ୍କର ହୋଇ ପାରେ ସେଇଝଡ଼ ଆଜି ମୁଁ ଆଙ୍କିଛି ମୋ ଚିତ୍ରରେ ଯିଏ ଜାତୀୟ ସ୍ତରରେ ଆୟୋଜିତ ଚିତ୍ର ପଦର୍ଶନୀରେ ଶ୍ରେଷ୍ଠ ଚିତ୍ର ଭାବେ ବିବେଚିତ ହୋଇଛି ।


ମୁଁ ଭଲ ପାଉଥିଲି ନୀରବତା । "ଧୂଆଁଝଡ଼ " ପରେ 

 ନୀରବତା ଆମ ଘରକୁ ଭଲ ପାଇଲା ।



Rate this content
Log in

Similar oriya story from Tragedy