Dr Jharana Satapathy

Inspirational

3  

Dr Jharana Satapathy

Inspirational

ଧନ୍ୟ ଆମ ଭାରତ ସନ୍ତାନ

ଧନ୍ୟ ଆମ ଭାରତ ସନ୍ତାନ

2 mins
460



ଧନ୍ୟ ଆମ ଭାରତ ସନ୍ତାନ ଯେଉଁମାନେ ପ୍ରହରିସାଜି ଆମ ଭାରତ ମାତାକୁ ସୁରକ୍ଷା ଦେଉଛନ୍ତି ! ଯିଏ ସେମାନଙ୍କୁ ସ୍ବଚକ୍ଷୁରେ ଦେଖିଥିବ ପ୍ରକୃତରେ ନିଜ ଜନ୍ମଭୂମି ପାଇଁ କେତେ କଷ୍ଟ ସହୁଛନ୍ତି ଜଣାପଡିବ! ନଥୁଲା ପାସ୍ ସିକିମ୍ ରାଜ୍ୟର ଭାରତ ଏବଂ ଚାଇନା ସୀମାନ୍ତରେ , ଯାହାକି ସମୁଦ୍ର ପତନଠାରୁ ୧୪,୧୪୦ ଫୁଟରେ ଅବସ୍ଥିତ।ମନରେ ବଡ ଅଭିଳାସ ଥିଲା ସେହି ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାକୁ ଏବଂ ସେଠାରେ କାର୍ଯ୍ୟରତ ଯବାନମାନଙ୍କ ସହ କିଛି ବାର୍ତ୍ତାଳପ କରିବାକୁ। ମୁଁ ଯେତେବେଳେ ସେଠାରେ ଯାଇ ପହଞ୍ଚିଥିଲି ମତେ ଏତେ ଅଣନିଶ୍ବାସ ଲାଗୁଥିଲା ଶ୍ବାସ କ୍ରିୟା ନେଲା ବେଳେ ବହୁତ ବାଧା ଉପୁଜି ଥିଲା। ମୁଁ ମନେ ମନେ ଚିନ୍ତା କଲି ସେହି ଥଣ୍ଡା ବାତାବରଣରେ ଆମ ଦେଶର ଯବାନମାନେ ଦିନରାତି କିପରି ପ୍ରହରି ସାଜି ଦେଶକୁ ସୁରକ୍ଷା ଦେଉଛନ୍ତି !


ଆମେ ନଥୁଲା ପାସ୍ ଯିବା ରାସ୍ତାରେ ଆମ ଗାଡିକୁ ହଟାତ୍ ଜଣେ ଯବାନ ହାତ ଦେଖାଇ ଅଟକାଇଥିଲେ ଏବଂ ଆମ ଡ୍ରାଇଭରକୁ ଅନୁରୋଧ କରି ଥିଲେ ଆର୍ମି ବେସରେ ଟିକେ ଛାଡିଦେବାକୁ।ସେହି ଯବାନ ଜଣେ ନିଜ ପାଇଁ କିଛି ଔଷଧ ନେବା ପାଇଁ ଘାଟି ତଳେ ଥିବା ଆର୍ମିବେସକୁ ଆସି ଥିଲେ।ଏହି ଅବସରରେ ଆମ ଗାଡିଟି ଯିବା ସମୟରେ ଆମକୁ ଦେଖି ଅଟକାଇଥିଲେ। ଫଳରେ ସେ ଯବାନଙ୍କ ସହ ମୁଁ କିଛି ସମୟ ବାର୍ତ୍ତାଳପ କରିବାର ସୁଯୋଗ ମଧ୍ୟ ପାଇଥିଲି।ସେହି ଵୀର ଯବାନଙ୍କ ଠାରୁ ଜାଣିବାକୁ ପାଇଲି ସେମାନେ କିପରି ନିଜର ମାତୃଭୂମିର ସୁରକ୍ଷା ପାଇଁ ନିଜ ନିଜ ପରିବାରକୁ ଛାଡି ପ୍ରତିକୂଳ ପରିସ୍ଥିତିରେ ବିଭିନ୍ନ ବାତାବରଣରେ ରହି ଦେଶ ଲାଗି କାର୍ଯ୍ୟ କରୁଛନ୍ତି।ଏଥିରେ ସେମାନଙ୍କୁ କିପରି ସନ୍ତୋଷ ମିଳେ। 


 

ସତରେ ଧନ୍ୟ ସେମାନଙ୍କର ଦେଶପ୍ରେମ। ଏପରି ଭାବେ ଆମ ଦେଶର ବୀର ଯବାନମାନେ କାରଗିଲ ସିଆଚିନ ଭଳି ଭାରତର ଥିବା ଉତ୍ତର ଏବଂ ଉତ୍ତରପୂର୍ବ ସୀମାନ୍ତ ଅଞ୍ଚଳରେ ବିଯୁକ୍ତ ତାପମାତ୍ରାରେ ରହି ଦିନ ରାତି ପ୍ରହରି ସାଜି ଦେଶକୁ ସୁରକ୍ଷା ଦେଉଛନ୍ତି। ଆମ ହାତରେ ବରଫ ଖଣ୍ଡିଏ କେଇ ସେକେଣ୍ଡ ଧରିଦେଲେ ହାତ କାଲୁଆ ମାରି ଅବସ୍ଥା ଅସମ୍ଭାଳ ହୋଇ ଯାଉଛି।ଫ୍ରିଜରୁ ଥଣ୍ଡା ପାଣି ପିଇଦେଲେ ତଣ୍ଟି ଦରଦ ହୋଇ ଔଷଧ ଖାଇବାକୁ ପଡୁଛି। ସେହି ଥଣ୍ଡା ବାତାବରଣରେ ଆମ ଦେଶର ଵୀର ଯବାନ ମାନେ ପ୍ରହରି ରୂପେ ଦେଶକୁ ସୁରକ୍ଷା ଦେଇ ନିଜ ଜୀବନକୁ ବାଜି ଲଗାଇଦିଅନ୍ତି।ନା ତାଙ୍କ ଦେହର ହାଲଚାଲ ପଚାରିବା ପାଇଁ କେହି ଆତ୍ମୀୟ ପାଖରେ ଥାଆନ୍ତି ନା ଟିକେ ବିଶ୍ରାମ ନେବା ପାଇଁ ଆଦୌ ସମୟ ଥାଏ ।ସେମାନଙ୍କ ପାଖରେ ଥାଏ ଖାଲି ଦେଶପ୍ରେମ ଭାବ। 




Rate this content
Log in

Similar oriya story from Inspirational