STORYMIRROR

Akshayakumar Dash

Inspirational Others

3  

Akshayakumar Dash

Inspirational Others

ଧନ

ଧନ

2 mins
172

ନିମ୍ନ ମଧ୍ୟବିତ୍ତ ପରିବାର। ପତି ପତ୍ନୀ ଶିକ୍ଷକ।ଗୋଟିଏ ଲେଖେ ପୁଅ ଝିଅ,ଝିଅ ବଡ଼ ଓ ପୁଅ ସାନ।ଝିଅର ବିଭାଘର ସରିଛି।ଅନନ୍ତ ସାର ପରିଶ୍ରମୀ ଲୋକ।ଅନ୍ୟାୟ ଓ ଦୁର୍ନୀତି କୁ ଘୃଣା କରି ସ୍ୱାଭିମାନରେ ବଂଚିବା ଲୋକ।ପୁଅର ପାଠ ପଢା ସରିଲା ପରେ ବାଙ୍ଗାଲୋର ର ଏକ ଘରୋଇ କମ୍ପାନୀରେ ଚାକିରୀ ପାଇଲା। ମାସକୁ ବେତନ୪0ହଜାର ଟଙ୍କା।ଅନନ୍ତ ସାର ଟିକେ ଆଶ୍ବସ୍ତି ଲାଭକଲେ। ପୁଅର ବିଟେକରେ ପନ୍ଦର ଲକ୍ଷ ଟଙ୍କା ଲାଗିଥିଲା। ବ୍ୟାଙ୍କ ଲୋନ କରି ପୁଅକୁ ପଢ଼ିଥିଲେ। ଏବେ ସାର ଚାକିରୀ ରୁ ଅବସର ନେଲେଣି। ବାଙ୍କ କୁ ବାକି ତିନି ଲକ୍ଷ ଆଉ ଦେବାର ଅଛି। ପୁଅ ଚାକିରୀ ପାଇବା ପରେ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। 

       ବାଂଲୋର ର ମାରାଥଲିରେ ଏକ ଫ୍ଲାଟରେ ପୁଅ ରହିବାକୁ ଘର ନେଲା। ଘର ଭଡା ମାସିକବାର ହଜାର ଟଙ୍କା। ଅନ୍ତ ସାର ଜାଣିଲା ପରେ ପ୍ରଥମ ମନା କରିଥିଲେ ।ପୁଅର ଜିଦ ଆଗରେ ନିରବ ରହିଲେ। ପତ୍ନୀ ଙ୍କ କହି ବାକଥା, ପିଜି ରେ ରହିଲେ ଛାରପୋକ ପ୍ରବଳ ।ତେଣୁ ସେ ତାର ଦରମା ଟଙ୍କା ଘର ଭଡା ଦେବ। ଆମେ କାହିଁକି ରାଜି ନହେବା। ଅନ୍ତ ସାର ନିରବ ରହିଲେ। ଓ ପୁଅରଓଂ ଲୋନପୁଅ ତାଙ୍କ ଅଫିସରେ କେତେକ ସହକର୍ମୀ ଙ୍କ ପ୍ରଲୋଭନରେ ପଡି ସେୟାର ମାର୍କେଟ ରେ କିଛି ଅର୍ଥ ଲଗେଇଲା। ସେହି ଅର୍ଥ ବୁଡ଼ିଗଲାତେଣୁ ସେଇଟଙ୍କାକୁ ଭରଣ କରିବା ପାଇଁ ଆଇ ପିଏଲ ରେ ବାଜି ଲଗାଇ ଲାଟେରୀ ଖେଳିଲା। ସେଥିରେ ବି ହାରିଲା। ଲକ୍ଷାଧିକ ଟଙ୍କା ସୁଝିବା ପାଇଁ ପବ୍ଲିକ ସେକ୍ଟର ବାଙ୍କରୁ ଟଙ୍କା ଋଣ ସୂତ୍ରରେ ଆଣିଲା। ବିଭିନ୍ନ ଲାଟେରୀ ସନ୍ଥ। ରେ ଅର୍ଥ ଲଗେଇ ହାରିଗଲା। ଏହିଟଙ୍କ ବଡି ପଚାଶ ଲକ୍ଷ ହେଲାପରେ , ଘରୋଇ ବାଙ୍କମାନେ ଟଙ୍କା ସୁଝିବାକୁ ତାଗିଦ କଲେ। ଏହିକଥା ଘରେ ନକହି ମନରେ ରଖି ପାଗଳ ହେବାକୁ ବସିଲା। ଅନ୍ତ ସାର ପଚାରି ବୁଜିଲେ , ସେତେବେଳକୁ ସବୁକାମ ସାରିଯାଇଥିଲା। ଅର୍ଥ ପାଇଁ ନିଜର ପୁଅକୁ ବିପଦ ମୁହଁରୁ କିମିତି ବଞ୍ଚେଇବେ ସାରଙ୍କ ପାଇଁ ବଡ଼ ପରୀକ୍ଷା ଦେବାକୁପଡିଲା। ନିଜର ସମସ୍ତ ସମ୍ବଳ ଦେଲା ପରେ ବି ଧାର ଟଙ୍କା ସୁଝାଇବାକୁ ସକ୍ଷମ ହୋଇପାରି ନଥିଲେ। ଏଣେ ଘରୋଇ ବ୍ୟାଙ୍କ ମାନଙ୍କର ଘନ ଘନ ତାଗିଦ। ସୁଧ ବଡ଼ିବଢି ଚାଲିଛି।ନିଜର ପୈତୃକ ସମ୍ପତି ବିକ୍ରୀ କଲେବି ଏତେଟଙ୍କ। ଦେବା ସମ୍ଭବ ହେଉନି। ପତ୍ନୀଙ୍କ ଅବସର ପରେ ମିଳିଥିବା ଅର୍ଥକୁ ଲୋନ ସୁଝିବାକୁ ପଡିଲା।

     ଧନ ର ଉପଯୋଗ କରିବା ବ୍ୟକ୍ତିର ଭାବିବା ଉଚିତ, କୌଣସି ଲାଟେରୀ କି ସେୟାର ମାର୍କେଟ ରେ ଅର୍ଥ ବିନିଯୋଗ କରି ଲାଭାଂଶ ଆଶା କରିବା ନିଶ୍ଚିତ ରହିବା ଏକ ପାଗଲାମୀ। ଯେପରି ପଂହରା ଜାଣିନଥିବା ବ୍ୟକ୍ତି ପାଣି ଭିତରକୁ ପଶିବା ବିପଦ ଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational