STORYMIRROR

Dharitri Das

Action Inspirational

4  

Dharitri Das

Action Inspirational

ଧୈର୍ଯ୍ୟର ଫଳ ମଧୁର

ଧୈର୍ଯ୍ୟର ଫଳ ମଧୁର

2 mins
159

      ଯେତେବେଳେ ମଧୁଆକୁ ଆଠ ବର୍ଷ ବୟସ ହୋଇଥିଲା ସେତେବେଳେ ତାର ମାଆ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତେଣୁ ଏତେ କମ ବୟସରେ ତାକୁ ମାଆ ଛେଉଣ୍ଡ ହେବାକୁ ପଡ଼ିଥିଲା।ତାର ବାପା ସେହି ଛୋଟ ପିଲାଟିର ଯତ୍ନ ନେବାରେ ଅସୁବିଧାର ସମ୍ମଖୀନ ହୋଇଥିଲେ।ତେଣୁ ସେ ଦ୍ଵିତୀୟ ବିବାହ କରିଥିଲେ।

     ନୂଆ ମାଆକୁ ଆଦରି ନେବା ଛଡ଼ା ମଧୁଆର ଅନ୍ୟ କିଛି ଉପାୟ ନ ଥିଲା।ନୂଆ ମାଆ ବି ପ୍ରଥମେ ପ୍ରଥମେ ଖୁବ୍ ଆଦର ଯତ୍ନ ସହକାରେ ମଧୂଆକୁ ନିଜର କରିପାରିଥିଲେ। ତାଙ୍କରି ସ୍ନେହ ଶ୍ରଦ୍ଧାରେ ମଧୁଆ ବି ତା ନିଜ ମାଆ କଥା ଭୁଲିଯାଇଥିଲା। ମାତ୍ର ଦୁଇ ତିନି ବର୍ଷ ପରେ ଯେତେବେଳେ ନୂଆ ମାଆର ଏକ ପୁଅ ହୋଇଥିଲା ସେତେବେଳେ ମଧୁଆ ଜୀବନରେ ପୁନର୍ବାର ଦୁର୍ଦ୍ଦିନର କାଳି ଅନ୍ଧାର ମାଡି ଆସିଥିଲା।

    ନୂଆ ମାଆଙ୍କର ନାମ ଥିଲା ଯଶୋଦା। ପ୍ରଥମେ ପ୍ରଥମେ ମଧୁଆ ପ୍ରତି ତାର ଆଦର ଯତ୍ନ ଦେଖି ସଭିଏଁ ଭାବୁଥିଲେ ଯଶୋଦା ନାମକୁ ସେ ସାର୍ଥକ କରିପାରିଥିଲେ ବୋଲି।ମାତ୍ର ନିଜର ପିଲା ହେବା ପରେ ଯଶୋଦା ର ଭାବଧାରା ସମ୍ପୂର୍ଣ ବଦଳି ଯାଇଥିଲା। ମନ ଭିତରେ ନିଜ ପର ଭାବନା ସହ ଈର୍ଷା ଜାତ ହୋଇଥିଲା। ପ୍ରତି ମୁହୂର୍ତ୍ତରେ ସେ ମଧୁଆ ପ୍ରତି ଈର୍ଷା ଭାବ ପୋଷଣ କରି ଚାଲିଥିଲେ। ସବୁବେଳେ ଅନ୍ତର୍ ପାନ୍ତର କରୁଥିଲେ। ମାଧୁଆକୁ ଘୃଣା ଚକ୍ଷୁରେ ଦେଖୁଥିଲେ। 

      ମଧୁଆ ଅତି ସରଳ, ନିଷ୍କପଟ ଏବଂ ଧୈର୍ଯ୍ୟବାନ୍ ଥିଲା। ଯେତେ ଯାହା କହିଲେ ବି ସେ କେବେ ପ୍ରତି ଉତ୍ତର ଦେଉ ନ ଥିଲା। ବାପାଙ୍କୁ ବି ନିରୁତ୍ତର ରହିବାକୁ ରାଣ ନିୟମ ଦେଇ ଚୁପ୍ କରାଇ ଦେଇଥିଲା। ସେଥିପାଇଁ ତା ବାପାଙ୍କ ମନରେ ସର୍ବଦା ଦୁଃଖ ଭରି ରହିଥିଲା। ଦ୍ୱିତୀୟ ବିବାହ କରିବାଟା ଭୁଲ୍ ଭାବି ଅନୁତାପ ମଧ୍ୟ କରୁଥିଲେ।

      ଦିନକୁ ଦିନ ଯଶୋଦା ର ଘୃଣା ବଢ଼ି ବଢ଼ି ଚାଲିଥିଲେ ମଧ୍ୟ ମଧୁଆ ସେଥି ପ୍ରତି ଧ୍ୟାନ ନ ଦେଇ ଯଶୋଦା କୁ ଅଧିକ ନିଜର କରିବାକୁ ଶତ ଚେଷ୍ଟା କରୁଥିଲା। ଏହିପରି ଭାବେ କିଛି ଦିନ କଟିଗଲା।

      ଦୀର୍ଘ ୧୫ ବର୍ଷ ପରେ ହଠାତ୍ ଯଶୋଦା ର ଦେହ ଖରାପ ହୋଇଯାଇଥିଲା। ଶଯ୍ୟାଶାୟୀ ହୋଇ ପଡି ରହିଲେ। ସେତେବେଳେ ତାଙ୍କର ନିଜ ପୁତ୍ର ତାଙ୍କ ପାଖରେ ରହିଲେ ତାର ପଢ଼ିବାରେ ଅସୁବିଧା ହେଉଛି କହି ଯାଇ ହଷ୍ଟେଲରେ ରହିଥିଲେ। ମାତ୍ର ମଧୁଆ ଘରେ ରହି ମାଆ ର ସେବା କରି ଆନନ୍ଦ ଅନୁଭବ କରୁଥିଲା। ତାର ଆପ୍ରାଣ ଚେଷ୍ଟାରେ ଦୀର୍ଘ ଦୁଇ ବର୍ଷ ପରେ ଯଶୋଦା ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ। 

      ଏବେ କିନ୍ତୁ ଯଶୋଦା ମନରେ ଆଉ ମଧୁଆ ପ୍ରତି ଘୃଣା ଭାବ ଆଉ ନ ଥିଲା। ସେ ନିଜର ଭୁଲ୍ ବୁଝି ପାରିଥିଲା। ମଧୁଆ ପ୍ରତି ତାର ସ୍ନେହକୁ ଦେଖିଲେ ଲାଗୁଥିଲା ସତେ ଯେମିତି ମଧୁଆ ତାର ପ୍ରାଣର ସ୍ପନ୍ଦନ ଥିଲା। ତାପର ଠାରୁ ଯଶୋଦା ମଧୁଆ କୁ କ୍ଷଣେ ଆଖିରୁ ଅଲଗା କରିବାକୁ ଚାହୁଁ ନ ଥିଲା। 

      ପ୍ରକୃତରେ ମଧୁଆ ର ସହନ ଶୀଳତା ଏବଂ ନୀରୁତ୍ତର ରହିବା ଯେ ତା ମାଆକୁ ବଦଳାଇ ଠିକ୍ ବାଟକୁ ଆଣି ପାରିଥିଲା। ଯଶୋଦା ବାସ୍ତବତା କୁ ଅନୁଧ୍ୟାନ କରି ପାରିଥିଲେ। ମନରୁ ତାଙ୍କର ନିଜ ପର ଭାବ ସମ୍ପୂର୍ଣ ଦୂରେଇ ଯାଇଥିଲା। ତାଙ୍କର ପରିବାର ଏକ ହସ ଖୁସିର ପରିବାର ପାଲଟି ଯାଇଥିଲା। ସତରେ ସେ ଧୈର୍ଯ୍ୟର ଫଳ କେତେ ମଧୁର ତାହା ମଧୁଆ ର ନୀରବତ୍ତାକୁ ଦେଖିଲେ ବୁଝି ହେଉଥିଲା।



Rate this content
Log in

Similar oriya story from Action