ଦେଶପ୍ରେମ ଭାଵ
ଦେଶପ୍ରେମ ଭାଵ


ଆଦିବାସୀ ଇଲାକାରେ ରହି ମାଓ ସଂଗଠନରେ ସାମିଲ ହେଵା ପରେ ମନରେ ଅନୁତାପ କରି ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଭାବିନିଏ ବୁଲୁ ଓରଫ ଗେଣ୍ଡା।ଲାଲ ପତକା ଛାଡି ଭାରତ ମାତା ପାଇଁ କିଛି କର୍ତ୍ତବ୍ୟ କରିବା ପାଇଁ ମନରେ ଆସିଥାଏ ତାର ବଡ ପରିବର୍ତ୍ତନ ଏବଂ ଦେଶପ୍ରେମ ଭାବ। ଆସନ୍ତା କାଲି ଜାନୁଆରୀ ଛବିଶି । ଦେଶ ପାଇଁ ଏକ ମହତ କାର୍ଯ୍ୟ କରିବା ପାଇଁ ସେ ଭାବୁଥାଏ। ପୋଲିସ୍ ନିକଟରେ ନିଜକୁ ଆତ୍ମସମର୍ପଣ । ତା ଲାଗି ଏ ଏ ଧରିତ୍ରୀ ମାଆ କେତେ ରକ୍ତାତ ହୋଇଛି। ଭାରତ ମାଆ ଆଖିରୁ କେତେ ଲୁହ ଵୋହିଛି।ଏ ଭାରତ ମାଆକୁ ସେ ବିଶ୍ବାସରେ ଵିଷ ଦେଇଛି।
ନିଜେ ଭାରତମାତାର ସନ୍ତାନ ହୋଇ ଏପରି ନୃସଂଶ ହତ୍ୟାକାଣ୍ଡ ପୁଣି ଭାରତର ଭାଇଭଉଣୀ ମାନଙ୍କୁ ଏଥିପାଇଁ ମନରେ ତାର ଭାରି ପଶ୍ଚତାପ ।
ସେ ମନେମନେ ଭାବୁଥାଏ ଭାରତମାତା ସତରେ ବହୁତ ଖୁସି ହେଵ ତା ପରି ଏକ ଲୁଟପାଟ୍ ଆତ୍ମଘାତୀ ଜଘନ୍ଯ ବ୍ୟକ୍ତିକୁ କୋର୍ଟରେ ଫାଶି ଶୁଣାଣି କଲେ ।
ଜଣେ ନୃସଂଶ ହତ୍ୟାକାରି ଭାବେ ମାଓସଂଗଠନରେ ସାମିଲ ହୋଇଯିଵା ପରେ ପରେ ଦଳର ମୁଖିଆ ସାଜିଯାଏ ଵୁଲୁ। ପ୍ରତିଦିନ ଆରମ୍ଭ ହୋଇ ଯାଏ ହାତରେ ବନ୍ଧୁକ ଧରି ମାଓଦଳ ସହ ମିଶି ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରି ବୁଲିବା।ସବୁବେଳେ ନୂଆ ନୂଆ ଯୋଜନା ପୋଲିସକୁ ଚକମା ଦେଖାଇ ଖସିବା ପାଇଁ।ନିରିହ ଆଦିବାସୀ ମାନଙ୍କୁ ପୁଣି ଜୋର ଜବରଦସ୍ତ ଏହି ଦଳରେ ସାମିଲ ।କେତେ ଏ ଦଳ ଛାଡି ପୋଲିସ୍ ଆଗରେ ଆତ୍ମସମର୍ପଣ କରିସାରିଲେଣି ଏବଂ ଅନ୍ୟ କିଛି ଜଣ ପୋଲିସ ଗୁଳିରେ ପ୍ରାଣ ହରାଇଲେଣି। କେତେ ନିରିହ ଜନତାକୁ ସେ ହତ୍ୟା କରିଛି ଏ ହାତରେ ମାଓ ସଂଗଠନର ନିଜେ ମୁଖିଆ ସାଜି। ତା ପାଇଁ ଭାରତମାତା କୋଳରେ କେତେ ରକ୍ତର ସୁଅ ଛୁଟିଛି।
ଏମିତି ସାରା ରାତି ଗେଣ୍ଡା ଓରଫ ବୁଲୁ ପୋଲିସ ନିକଟରେ ନିଜକୁ ଆତ୍ମସମର୍ପଣ କରିବାକୁ ଭାବି ଭାବି ସକାଳ ହୋଇ ଗଲା।
ଏକସ୍ତରିତମ ସାଧାରଣତନ୍ତ୍ର ଦିବସ ପାଳିବା ପାଇଁ ଦେଶ ବ୍ୟସ୍ତ ଥିବା ବେଳେ ହାତରୁ ବୁଲୁ ଲାଲ ପତକା ପରିତ୍ୟାଗ କରି ନିଜ ସହ କର୍ମୀ ମାନଙ୍କ ସହ ଶପଥ କଲା-
"ଆଜିଠୁ ଦୃଢ ସଙ୍କଳ୍ପ ନିଅ ମୋ ସାଥୀଗଣ ଆମ ଭାରତ ମାତାକୁ ସର୍ବଦା ଭଲପାଇବା ଏବଂ ଲାଲ ପତକା ଛାଡି ଆମର ଭାରତମାତା ତ୍ରିରଙ୍ଗା ତଳେ ସଭିଏଁ ଭାଇ ଭଉଣୀ ଏକତା ଋଜୁରେ ବାନ୍ଧି ହୋଇବା"।
"ଆସ ଭାଇ ଭଉଣୀ ଆମେ ମିଳିମିଶି ଏ ଦେଶର ମାଟିର ଗର୍ବ ଗୌରବ ତ୍ରିରଙ୍ଗା ପତକାକୁ ସର୍ବଦା ସମ୍ମାନ ଦେବା ଏବଂ ଦେଶପ୍ରେମ ଭାବ ବଜାୟ ରଖିବା। ମନରୁ ହିଂସା ଦ୍ୱେଷ ଇର୍ଷା ଭୂଲି ଶାନ୍ତି ଏକତାର ବୀଜ ବୁଣି ଭାଇଚାରାର ଭାବନା ନେଇ ଗର୍ବର ସହ କହିବା ଭାରତ ମାତାର ଜୟ ଭାରତ ମାତାର ଜୟ ।ବନ୍ଦେ ମାତାରମ୍ ବନ୍ଦେ ମାତାରମ ବନ୍ଦେ ମାତାରମ୍।ଜୟ ଭାରତମାତା ଜୟ ଭାରତମାତା"।