ଦେଖିବା
ଦେଖିବା
ଝିଅ ଦେଖିବା ମୋର ଭୁଲ୍ ଥିଲା ବୋଧେ !!
ଆଜି ପୂଜା ଛୁଟି ମିଳିଲା କି ? ସୁମିତ୍ରା ଶୁଭକୁ ପଚାରିଲେ ।ଆଉ ଆରମ୍ଭ କଲେ ତାଙ୍କ ଭାଷଣ- " ବୁଝିଲ , ଅଫିସ୍ ରେ ଯେଉଁ ଛୁଟିସବୁ ମିଳେ ସେ କେବଳ ଛୁଟି ନୁହେଁ ।ସେ ଛୁଟି ହେଉଛି , କାମ କରି କରି ଥକି ଯାଇଥିବା ମନଟିକୁ ଟିକିଏ ବାହାରକୁ ନେଇ କୁଆଡେ ଭଲ ଯାଗାରେ ବୁଲାଇ ଆଣିବା । ଆଜି ଶୁଭର ସୁମିତ୍ରା କଥା ଶୁଣି ତାଙ୍କ ବାପା କଂ କଥା ମନେପଡୁଥିଲା, ପିଲାବେଳେ ଶୁଭ ବାପାଙ୍କୁ ପ୍ରଶ୍ନ କରେ, "ବାପା, ଆମେ ସବୁ ଛୁଟିରେ ଅନ୍ୟମାନଙ୍କ ଭଳି ଭାରତର ବିଭିନ୍ନ ସ୍ଥାନ ବୁଲିକି ଦେଖିବାକୁ ନଯାଇ, ଗାଁକୁ ଜେଜେ, ଜେଜେମାଙ୍କ ପାଖକୁ କାହିଁକି ଯାଉଛେ ?" ସେତେବେଳେ ବାପା ମୁଣ୍ଡ ସାଉଁଳେଇ ଦେଇକୁହନ୍ତି ଶୁଭରେ ତୁ ବଡ ହେଲେ ଯାଣିବୁ ଗାଁ ରେ ମୋ ବାପା, ମା'ଙ୍କୁ ଦେଖିଲେ ମୁଁ କି ଖୁସି ପାଏ । ଆଉ ସେମାନେ ଆମଙ୍କୁ ଦେଖିଲେ ଯେମିତି ଦୁନିଆର ସବୁ ସୁଖ ତାଙ୍କ ପାଦତଳେ ପଡିଛି ସେମିତି ଅନୁଭବ କରନ୍ତି । କୋଉଠି ମାଛ , କୋଉଠି ମାଂସ , କୋଉଠି ଦେଶୀ ଘିଅ , କୋଉଠି ଗାଁର ଦେଶୀଆଳୁ , ଶାଗ ସବୁ ଆଣି ତୁମେ ଆସିଛ ବୋଲି ରୋଷେଇ କରି ଖାଇବାକୁ ଦିଅନ୍ତି । ଆମେ ଖାଇଲେ ସେ ଅତି ଖୁସିରେ ଆମଙ୍କୁ ଦେଖି ଆନନ୍ଦ ଅନୁଭବ କରନ୍ତି ।ଆଉ ଆସିବା ସମୟରେ ବହେ ଦେଶୀ ଜିନିଷ ବାନ୍ଧି କି ଦିଅନ୍ତି ।
ସେତ ଜିନିଷ ନୁହେଁ , ଖାଲି ସେମାନଙ୍କ ଆଶୀର୍ବାଦ ।
ବେଳେ ବେଳେ ବାପା ବହୁତ ଖୁସିରେକୁହନ୍ତି " ଶୁଭ ତୁ କେବେ ଦେଖିଛୁ କି ମୋ ଦେହ ଖରାପ ହବା ? କାହିଁକି ହୁଏ ନାହିଁ ଯାଣିଛୁ ? କେବଳ ସେମାନଙ୍କ ଆଶୀର୍ବାଦ ଯୋଗୁଁ । ସଙ୍ଗେସଙ୍ଗେ ମୁଁ ବାପାଙ୍କୁ ପଚାରେ " ବାପା ତୁମେ କଣ ଆମଙ୍କୁ ଆଶୀର୍ବାଦ ଦଉନ ? ମୋର ଏବେ କିପରି ଜର ହେଇଥିଲା । ବାପା ମୋ ପିଠିକି ଥାପୁଡେଇ କୁହନ୍ତି ତୁ ଏବେ ବହୁତ ସାନ ଅଛୁ । ଭଗବାନ ଏବେ ତତେ ଦେଖୁଛନ୍ତି ।ବଡ ହେଲେ ବାପା ମା ଙ୍କ ଆଶୀର୍ବାଦ ସଦାସର୍ବଦା ପିଲା ମାନଙ୍କ ଉପରେ ରହିବ । ଦେଖିବୁ ତୁ ବଡ ହେଇ ଚାକିରି କରି ଯେତେବେଳେ ମତେ ଦେଖିବାକୁ ଆସିବୁ ସେତବଳେ ତୋ ଦେହ ଖରାପ ହବନି ।
ଶୁଭ ଚାକିରି କରିବା କୋଡିଏ ବର୍ଷ ହେଇ ଗଲାଣି ।ସୁମିତ୍ରା ଙ୍କୁ ଭଲପାଇ ବିଭାହବା ଅଠର ବର୍ଷ ହେଇଗଲା ।ପୁଅ ପାପୁନ ହବା ବାରବର୍ଷ ହେଇଗଲା ।
ମନକୁ ଭଲପାଇ ବିଭାହବା ଶୁଣି ବୋଉ ଟିକିଏ କେଁ କାଁ ହେଇଥିଲା ।ବାପା କିଛି କହି ନଥିଲେ ।ବରଂ ସୁମିତ୍ରାକୁ ଆଶୀର୍ବାଦ ଦେଇ କହିଥିଲେ - " ମା ରେ ମୋ ପୁଅ ବହୁତ ସାଧା ସିଧା , ତୁମେ ତା ଉପରେ ଜମା ବିରକ୍ତ ହବନି "। ବାସ ସେତିକି କହିଥିଲେ ।
ବିବାହର ଛଅ ବର୍ଷ ପରେ ପାପୁନ ହେଲା ।ଭାବିଲି ଗାଁ ରେ ପୁଅର ନାମ କରଣ ପୂଜାଟି କରିବି ।କିନ୍ତୁ ସେତବଳେ ସୁମିତ୍ରା ଗାଁକୁ ଯିବାକୁ ମନା କଲେ ।କହିଲେ ମୋର ବହୁତ ସାଙ୍ଗ ଏଠି ଅଛନ୍ତି ।ମୋ ପୁଅ ପୂଜା ମୁଁ ଏଇଠି କରିବି ।ତୁମ ବାପା ମା ଙ୍କୁ କହି ଦିଅ ଆସି ଏଠି ପୂଜା ରେ ଅଂଶଗ୍ରହଣ କରିବେ । ଆମ ଘର ଭାଇ , ଭଉଣୀ , ଭାଉଜ, ସମସ୍ତେ ଏଠିକି ଆସିବେ ।
ବାପା ଙ୍କୁ କହିବାକୁ ସାହାସ ହେଲାନି । ବୋଉକୁ କହିଲି । ବୋଉ ପ୍ରଥମେ ରାଗିଗଲା । କହିଲା ଏଠି ଗାଁ ରେ ମୋ ନାତୀ ର ପୂଜା କରିବି ବୋଲି ସମସ୍ତ ଙ୍କୁ କହି ଦେଇଛି ।ତୁ ବୋହୂକୁ ଆଣିକି ଗାଁକୁ ଆସେ ।ବୋଉ ଠାରୁ ବାପା ଫୋନ୍ ଛଡାଇ ନେଇ କହିଲେ "ଶୁଭ ବ୍ୟସ୍ତ ହଅନି ।ଆମେ ଆମ ନାତୀ ପୂଜା ଯାଇକି ଦେଖିବୁ । ସତକୁ ସତ ପୂଜା ଦିନ ବାପା ବୋଉ ଆସି ଦେଖିଲେ ତାଙ୍କ ନାତୀ ର ପୂଜା । ବହୁତ ଲୋକ ହେଇଥିଲେ ।ଗାଁ ରେ ସିନା ବହୁତ ଘର ।ଏଠି ବିହାର ରେ ଭଡାଘର । ରହିବାକୁ ଯାଗା ନାହିଁ । ସୁମିତ୍ରା ର ଭାଇ , ଭଉଣୀ, ବାପା , ମା , ସମସ୍ତେ ଦୁଇଟି ରୁମ ମାଡିବସି ରହିଗଲେ । ମୋ ବାପା ଆସିବା କଷ୍ଟ ବି ଟିକିଏ ଖଟ ପାଇଲେନି ଗଡିକି କମାଇବା ପାଇଁ ।ମା ମତେ ଜଳଜଳ କରି ଡାଇନିଂ ର ଗୋଟିଏ କଣରେ ବସିକି ଚାହୁଁ ଥାଏ । ମତେ ଦୋଷୀ ଦୋଷୀ ଲାଗୁଥିଲା ।ମୁଁ ସୁମିତ୍ରାକୁ କହିଲି " ସୁମି ଗୋଟିଏ ଖଟ ବାପାଙ୍କୁ ଦିଅ ଟିକିଏ ଗଡିବେ , ବହୁତ କଷ୍ଟ ହେଇଥିବ , ଗାଡି ବାଧା " । ସୁମିତ୍ରା ଏଡେ ଏଡେ ଆଖିରେ ମତେ ଅନାଇ କହିଲେ ମୋ ବନ୍ଧୁ ସମ୍ପର୍କିୟ ସମସ୍ତେ ସୁନା ଆଣିଥିବେ ମୋ ପୁଅ ପାଇଁ ।ତୁମ ବାପା ମା ସେଇ ପୁରୁଣା କଥା କହିବେ ଆମେ ଆଶୀର୍ବାଦ ଦେବୁ ।ମାଗଣା ରେ ଆଶୀର୍ବାଦ ସମସ୍ତ ଙ୍କୁ ଦେଇଆସେ " । ମତେ ବହୁତ ଦୁଃଖ ଲାଗିଲା । ଫେରି ଆସି ଛାତ ଉପରକୁ ଯାଇ ବହେ କାନ୍ଦିଲି ।କିଏ ମତେ ଭିଡିନେଲା ଛାତି ଉପରକୁ ।ଦେଖିଲି ବାପା !!
ବୋଉ ମୋ ପଛ ପଟେ ଆଉଁସି ଦେଇ କହିଲା ଶୁଭ ତୁ ଠିକ୍ ଅଛୁ ତ ? ଖୁସିରେ ଅଛୁ ତ ? କାନ୍ଦି ପକାଇଲା ।
ମୁଁ ବୋଉକୁ ଖୁସି କରିବାକୁ ଯାଇ କହିଲି " ହଁ ବୋଉ ମୁଁ ବହୁତ ଭଲରେ .....ଏତିକି କହିବା ଭିତରେ ବୋଉ ମୋ ମୁହଁକୁ ହାତରେ ଚାପିଦେଇ କହିଲା " ମିଛ ତୋ ମୁହଁକୁ ଶୋଭା ପାଉନି ରେ ଧନ ।ତୋ ଖୁସି ପାଇଁ ଆମେ ତୋର ସବୁ କଥାରେ ରାଜି ହେଲୁ କିନ୍ତୁ ବଦଳରେ ତୁ କଣ ପାଇଲୁ ? ?
ହଉ ଆମେ ଏବେ ଜିବୁଭାରି । ଟ୍ରେନ୍ ଟିକେଟ୍ ହେଇ ଯାଇଛି ।ଗଲେ ଘରେ ନାତୀ ର ପୂଜା ଭୋଜି ପରଦିନ ଦବୁ ।ଗାଁ ଲୋକ ଖୁସିରେ ଖାଇବାକୁ ମାଗିଲେ ।ଆମେ କହିଲୁ ପୂଜା ଏଇଠି ହବ । ପୂଜା ନହେଲେ ନାହିଁ ଗାଁ ଲୋକ ଖାଇଲେ ମୋ ନାତୀକୁ ଆଶୀର୍ବାଦ କରିବେ । ଗଲେ କାଲି ସବୁ ପରଦିନ ପାଇଁ ରେଡି କରିବାକୁ ପଡିବ । ଯାଉଛୁ ନାତୀ କି ଦେଖି ପଳାଇବୁ ।ଏହା କହି ବାପା ବୋଉ ଦୁଇ ଜଣ ଯାକ ଯାଇ ପାପୁନକୁ ସୁନାଚେନ , ମୁଦି , ଖଡୁ, ଅଣ୍ଟାବିଛା , ଆଉ ଗୋଟିଏ ମଳି ବ୍ୟାଗ ରେ ଅଧବ୍ୟାଗ ଟଙ୍କା ସୁମିତ୍ରା ହାତକୁ ଦେଇ ବାହାରି ପଡିଲେ ।ଜିନିଷ ଦେଖିଲା ପରେ ସୁମିତ୍ରା କହିଲା " ଖାଇ କି ଯିବେ ।ବାସ ସେତିକି । ବାପା ବୋଉ ଗାଁକୁ ଚାଲିଗଲେ । ବାପା ବୋଉ ଯିବା ପରେ ମୁଁ ବହୁତ କାନ୍ଦିଲି ।ସେତିକି ଆଉ ନା ସେମାନେ ନାତୀ କି ଦେଖି ଛନ୍ତି ନା ମୁଁ ଗାଁକୁ ଯାଇଛି । କାଲି ବୋଉ କକା ଙ୍କ ଘରେ ଯାଇ ଫୋନ୍ କଲା । କହିଲା ତୋ କଥା ବହୁତ ମନେ ପଡୁଛି ।ଆମେ ବୁଢା ବୁଢୀ ହେଲୁଣି । ପାଚିଲା ଫଳ । କେତବଳେ ଗଳି ପଡିବୁ । ଟିକିଏ ଛୁଟି ନେଇକି ଆସିବୁ
। ବୋଉ ର ଫୋନ୍ ପାଇ ମନଟା ଖାଲି ବିଚଳିତ ହେଉଛି ।ବାପା ଙ୍କ ମୁହଁ ଦେଖା ଯାଉଛି । ଆଜି ପୂଜା ଛୁଟି ମିଳିଲା ମୁଁ କାଲି ଘରକୁ ସମସ୍ତଙ୍କୁ ନେଇକି ଯିବି ।
ଘରେ ପହଞ୍ଚିଲା ବେଳକୁ ସୁମିତ୍ରା କହିଲେ " କାର୍ତ୍ତିକ ମାସ ପାଇଁ ମୋ ସାଙ୍ଗ ମାନେ ପୁରା ଫ୍ୟାମିଲ୍ ସହ ପୁରୀ ଯାଉଛନ୍ତି , ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ । ଆମେ ସେମାନଙ୍କ ସହିତ ଯିବା " ? ଯାହା ହେଉ ସେଇ ଆଳରେ ସମୁଦ୍ର ରେ ଗାଧେଇ ବା ଆଉ ବଡ ଠାକୁରଙ୍କୁ ଦର୍ଶନ କରିବା ହୋଟେଲ୍ ରେ ରହିବା ।ଖାଇବା । ବହୁତ ଭଲ ହବ ।ପାପୁନ ଟିକିଏ ଫ୍ରି ହେଇଯିବ ବୁଲାବୁଲି କରିକି ।ଆସିଲେ ମନ ଲଗାଇ ପାଠ ପଢିବ । ମୁଁ ସଙ୍ଗେସଙ୍ଗେ କହିଲି -"ଆରେ ସୁମି ମୁଁ ଏଥର ଛୁଟିରେ ଘରକୁ ଯିବି ।ବାପା ଙ୍କ ଦେହ ବୋଧେ ଭଲନାହିଁ !! ବୋଉ କିଛି କହିଲା ନାହିଁ ।କିନ୍ତୁ ଯିବା ପାଇଁ କହିଛି ।ପୁଣି ଛୁଟି ଟିକିଏ ଅଧିକ ନେଇକି ଯିବାକୁ କହିଛି ।ତୁମ ଇଛା ହେଲେ ମୋ ସାଙ୍ଗରେ ଯାଇ ପାରିବ । ମୁଁ କିନ୍ତୁ ଯିବା ଟା ଥୟ ।
ରାଗିପାଚି ସୁମିତ୍ରା କହିଲେ -" ମୁଁ ପୁରୀ ଯିବି । ତୁମେ ଆମ ସାଙ୍ଗରେ ଯିବ । ଆସିବା ବେଳକୁ ତୁମ ଗାଁ ହେଇ ତୁମେ ଆସିବ ।ମୁଁ ସେଠିକି ଯିବିନାହିଁ । ସଫା କଥା ଶୁଣିଥାଅ ।
ଆଜି ଅଠର ବର୍ଷ ପରେ ମୁଁ ସୁମିର କଥା ପ୍ରଥମ ଥର ପାଇଁ କାଟିଲି । କହିଲି -"ମୁଁ ଗାଁକୁ ଆଜି ଏବେ ରାତି ଗାଡିରେ ଯିବି । ତୁମେ ଜଦି ଯିବ ତେବେ ବାହାର ।ବହୁତ ହେଇଗଲା ତୁମ ମନମାନି ।ଆଉ ଶୁଣିବିନି ।ତୁମେ ତୁମ ଘରକୁ ଏକା ଏକା ଚାଲି ଯାଉଛ ମୁଁ ମନା କରିନି କେବେ , ତୁମେ କିନ୍ତୁ ଆମ ଘର କଥା ଶୁଣିଲେ ଯିବା ତ ଦୂରର କଥା ମତେ ବି ଛାଡନି ।ମୁଁ ତୁମ ସାଙ୍ଗରେ ଝଗଡ଼ା କରୁନି ।ଆଜି କିନ୍ତୁ ଯିବି !!
ସୁମିତ୍ରା ଧୁମ୍ ଧୁମ୍ ହେଇ ମୋ ପାଖକୁ ଆସି କହିଲେ -"ପୂଜା ଆଡଭାନ୍ସ ଟଙ୍କାଟା ମତେ ଦେଇଦେଇ ତୁମେ ଯାଅ ।ମୋ ପୁଅ ଆଉ ମୁଁ ଆମେ ପୁରୀ ଯିବୁ ।ମୁଁ ପୁଣି କହିଲି -" ଆରେ ହେ ସୁମି ମୋ ବାପା ବୋଉ କେତେ ଖୁସି ହେବେ ତୁମକୁ ଦେଖିଲେ ।ଚାଲ ଆଗେ ସେମାନଙ୍କୁ ଦେଖିବା ତା ପରେ ପୁରୀ ଯିବା ।
-" ନା ନା ମୁଁ ମୋ ସାଙ୍ଗ ମାନଙ୍କ ସାଙ୍ଗରେ ପୁରୀ ଯିବି ସୁମି କହିଲା ।
ମୁଁ ଆଉ କିଛି ଯୁକ୍ତି ନ କରି ଟଙ୍କା ତିରିସ ହଜାର ସୁମି ହାତକୁ ଧରାଇଦେଇ ପୁଅକୁ ଧରି ବାହାରି ଆସିଲି ।ଏତେ ବଡ ପାଟି କରି ସୁମି ପାପୁନକୁ ମୋ ସାଙ୍ଗରେ ଆସିବାକୁ ମନା କଲା ।କିନ୍ତୁ ପୁଅ ଟି ମୋ ପରି ନିରିହ ।କହିଲା -" ମାମା ମୁଁ ଜେଜେ ଆଉ ଜେଜେ ମା ଙ୍କୁ
ଦେଖିବାକୁ ଯିବି "। ମୁଁ ମୋ ପୁଅ ପାଇଁ ସେଦିନ ମନରେ ଗର୍ବ ଅନୁଭବ କଲି ।ବାପା ପୁଅ ଆସି ଟ୍ରେନ୍ ଧରିଲୁ ।
ଦୁଇ ରାତ୍ରି ପରେ ଆମେ ଆସି ଗାଁ ରେ ପହଞ୍ଚିଲୁ ।ସବୁ ମତେ ନୂଆ ନୂଆ ଲାଗୁଛି ଗାଁ ର ପରିବେଶ । କେତେ ବଡ ବଡ କୋଠା ଅଟାଳିକା ପରି ଲାଗୁଛି ।ସବୁଆଡେ ବଡ ବଡ ହୋଟେଲ ।ଶୋ ରୁମ୍ । ସମସ୍ତିକଂ ହାତରେ ବଡ ବଡ ମୋବାଇଲ୍ । ଗାଁ ଗାଁ ପରି ଲାଗୁନି । ଘର ପାଖ ହେଇଗଲା । କକାପୁଅ ଭାଇ ସୁର ମତେ ଦେଖିକୁଣ୍ଢେଇ ପକେଇଲା ଆଉ କାନ୍ଦି ପକାଇଲା ।କହିଲା-"ଯା ଯା ଭାଇନା , ଶିଘ୍ର ଯା ।ଦଦାଙ୍କ ପାଟିରେ ନିର୍ମାଲ୍ୟ ପାଣି ଦିଆ ହଉଚି ।ଆଜକୁ ଦୁଇ ବର୍ଷ ହେଲାଣି ଦଦା ବେଡ୍ ରେ ପଢିଛନ୍ତି । ନା ଉଠୁଛନ୍ତି ନା ଯାଉଛନ୍ତି ।ତତେ ବୋଧେ ଅପେକ୍ଷା କରିଛନ୍ତି । ବିଚରା ବଡ ବୋଉ ଦରମରା ହେଇ ସବୁ ଦଦାଙ୍କର ସେବା ଯତ୍ନ କରୁଛନ୍ତି ।କାଲି ଆମ ଘରକୁ ଆସି ତତେ ଫୋନ୍ କଲେ । ହଉ ତୁ ଆଗେ ଯା ଦଦାଙ୍କୁ ଟିକିଏ ଦେଖି ଦେ "। ମୁଁ ସୁରଠାରୁ ଶୁଣି ଦୌଡି ଦୌଡି ଗଲି ମୋର ସେଇ ପବିତ୍ର ସମ୍ପର୍କକୁ ଖୋଜିବା ପାଇଁ ।ଘରେ ପହଞ୍ଚି ଦେଖିଲି ସିଧା ସିଧା ଚାଲୁଥିବା ଏତେ ବଡ ବୋଉଟା ମୋର ନଇଁ ପଡିଛି । ଦୁର୍ବଳ ଲାଗୁଛି ।ମତେ ଦେଖି କାନ୍ଦି ପକାଇ ବାପାଙ୍କ ଖଟ ପାଖରେ ନେଇ ଛିଡା କରାଇ ବାପାଙ୍କୁ ଡାକିଲା -"ହେଇ ଶୁଣୁଛ !! ତୁମ ଶୁଭ ଆସିଛି !!
ବାପା ମିଜିମିଜି ଆଖି ରେ ଟିକିଏ ଅନାଇଲେ ।ଦେହରେ କିଛି ନାହିଁ ।ବାପା ଙ୍କର ଖାଲି କଙ୍କାଳ ପଡିଛି ।ଏତେ ବଡ ଶରୀରକୁଆଡେ ଗଲା ? ? ଆଖି କୋରଡରେ ଅଧକିଲୋ ଚାଉଳ ଧରିବ । ମତେ ଯାଣି ପାରିଲେ କି କଣ , ଆଖିରୁ ପାଣି ବୋହି ଆସିଲା ।ମୁଁ ଦୁଇ ହାତରେ ବାପା କଂ ଆଖି ପୋଛି ପକାଇଲି ।ମୋ ଆଖିର ଲୁହ ବୋହି ଚାଲିଲା , ମୁଁ କଣ କଲି !! ଆଉ ଟିକିଏ ଆଗରୁ ଆସିଥିଲେ ବାପା ଙ୍କୁ ଟିକିଏ ଭଲକରି ଖୁଆଇ ଥାନ୍ତି । ଏବେ ପାଣି ଆଉ ଯାଉନି ।ତଥାପି ପାଣି ଦୁଇ ଚାମଚ ଦେଇ ଦେଲି ।ମୋ ହାତରୁ ଚାମଚ ନେଇ ପାପୁନ ଜେଜେ ଜେଜେ ଡାକିକି ପାଣି ବୁନ୍ଦା ଏ ଦେଲା । ଜେଜେ ଡାକ ରେ ବାପା କଂ ମୁହଁରୁ ଖୁସିରେ ସ୍ମିତ ହସରେଖା ଟିଏ ଆସିଲା ।ବହୁତ ସାମାନ୍ୟ ଆଉ ଛୋଟ ହସରେଖା ଟିଏ ଟାଣି କିପରି ଏକ ସନ୍ତୋଷ ଜନକ ଦୃଷ୍ଟିପାତ ପାପୁନ ଉପରେ ପକାଇ ଦେଇ ଆଖି ସ୍ଥିର ହେଇଗଲା । ଭୋ ଭୋ କାନ୍ଦି ପକାଇ ମୁଁ ବାରମ୍ବାର କ୍ଷମା ମାଜୁଥିଲି ବାପା ଙ୍କୁ ।ପାପୁନ କାନ୍ଦି ପକାଇଲା ଜେଜେ ଙ୍କର ମୃତ୍ୟୁ ଦେଖି କି ।ଏତେ ବି ସାନ ନଥିଲା ଯେ ଜେଜେଙ୍କ ମୃତ୍ୟୁ ବୁଝି ପାରିବନି ।ମୁଁ ବୋଉକୁ ମାଡିବସି କାନ୍ଦି କାନ୍ଦି କହିଲି ବୋଉ ଲୋ ତୋ ବୋହୂ ଦେଖିବାରେ ମୁଁ ମସ୍ତବଡ ଭୁଲ୍ କରିଛି ।ଭଗବାନ କାହାକୁ ଏମିତି ବୋହୂ ଆଉ ସ୍ତ୍ରୀ ,ନ ଦିଅନ୍ତୁ ।ତୁ ଜଦି ମୋ ପାଇଁ ଝିଅ ଦେଖିଥାନ୍ତୁ ତେବେ ଆଜି ମୋ ବାପା ଏତେ କଷ୍ଟ ପାଇ ନଥାନ୍ତେ ।
