KAMALKUMAR DASH

Drama Inspirational

3  

KAMALKUMAR DASH

Drama Inspirational

ଡଟର୍ସ ଡେ

ଡଟର୍ସ ଡେ

1 min
205


     

ମାନସ ବାବୁଙ୍କ ଝିଅ ମାନସୀ ଆମେରିକାରେ ଚାକିରୀ କରେ । ବହୁତ ବଡ଼ ହୋଇଯାଇଛି ସେ ଝିଅ ନୁହେଁ ତ ମା । ସବୁଦିନ ସକାଳେ ଫୋନ କରେ ମାନସ ବାବୁଙ୍କୁ କାରଣ ସେଠି ସନ୍ଧ୍ୟା ହେଲେ ଏଠି ସକାଳ ହୁଏ । ଶନିବାର ରବି ବାର ଭିଡି଼ଓ କଲ କରେ । ଆଜି ଝିଅଙ୍କ ଦିନ ବୋଲି ମାନସୀ କୁ ମେସେଜ କରିଥିଲେ ମାନସ ବାବୁ । ଝିଅ ସବୁଦିନ ଭଳି ପଚାରି ବସିଲା , ତୁମେ ଓ ମା ସବୁଦିନ ସକାଳେ ଚାଲୁଛ କି ନାହିଁ , ସୁଗାର ଓ ବ୍ଲଡ଼ ପ୍ରେସର ଔଷଧ ଖାଇଛ କି ନାହିଁ ? ମୁଁ ଯେଉଁ ଜିଓମୀ ବ୍ୟାଣ୍ଡ ତା ଦେଇଥିଲି ତାକୁ ହାତରେ ବାନ୍ଧୁଛ କି ନାହିଁ ?ତା ପରେ କହିଲା ଟିକେ ଭିଡିଓ କଲ କରୁଛି । ମାନସନସବାବୁ କଲ ଉଠାଇଲେ । ଝିଅ କହିଲା ବାବା ମାମା କାହିଁ ? ସେ କହିଲେ ଟିକେ ରେଷ୍ଟ କରୁଛି ,ସେ ସାଙ୍ଗ ସଂଗେ କହିଲେ । ଟିକେ ମାମା କୁ ଦେଖାଅ । ମାମା କୁ ଦେଖି ସେ କାନ୍ଦି ପକାଇଲା କାରଣ ମାମା ନ୍କ ମୁଣ୍ଡ ଟିକେ ଫୁଲିଥିଲା ସେ ପଚାରିଲା କଣ ହେଲା ? ମାମା କହିଲେ ବାଥ ରୁମ୍ ରେ ମୁଣ୍ଡ ବ।ଡେଇ ହୋଇଗଲା । ସେ କାନ୍ଦି ପକାଇଲା ଓ କହିଲା ଡାକ୍ତର ଦେଖାଇଲ ନI ନାହିଁ ? କିଛି ହୋଇନି ମାମା କହିଲେ , ତୁ ଜମା ବ୍ୟସ୍ତ ହୁଅନା ମା , ଟିକେ ପରେ ସବୁ ଠିକ ହୋଇଯିବ । ସେ ଫୁଣି ପଚାରିଲା କେବେ ବିପି ଟେଷ୍ଟ   କରି ଥିଲ   ?    ମାମା କହିଲେ ଏ ମାସ ହେଲାଣି    କୋଭିଡ ପାଇଁ  ହସ୍ପିଟାଲ ଯାଇନୁ   , ଡାକ୍ତର ଙ୍କୁ ପଚାରି ପୁରୁଣା ମେଡ଼ିସିନ ଖାଉଛି । ତା ପରେ ବାବାଙ୍କ ପାଳି ପଡିଲା ସେ ବାବାଙ୍କୁ କହିଲା ଆପଣ ମାମା ନ୍କ କେୟାର କରୁନାହାନ୍ତି ,ପ୍ଲିଜ ତାଙ୍କର ବିପିଚେକ କରନ୍ତୁ । ତାପରେ ସାନ   ଭାଇ ମନି ରପାଳି ପଡିଲାତାକୁବି ଗ।ଳି ଦେଲା ଓ କହିଲା ମୋ ସାଙ୍ଗ ମିତାକୁ କହି ଦେଉଛି ,ଆମଘରେଆସି ମାମା କୁ ଦେଖିଦେବ । ସେ ଯଦି କୁହେ ,ତାକୁ ତୁ ତାକୁ ଆମ ଘର କୁ ଆଣି ଆସିବୁ ଓ ନେଇଛାଡ଼ିବୁ । ତାପରେ କହିଲା ମୁଁଆରବର୍ଷ କୁ ଇଣ୍ଡିଆ ଆସିଯିବି ଓ ଘରେ ରହିବି । କିଛି ସମୟ ପରେ ମିତାର ଫୋନ ଆସିଲା ଓ ମାନି ବାହାରିଲା ଡାକ୍ତର ମିତାଅପା କୁଆଣିବାକୁ । 

  ମାନସ ବାବୁ ଭାବୁଥିଲେ ମାନସୀ କଥା ଝିଅ ଦିନରେ (ଡଟର୍ସ ଡ଼େ ) ରେ ଓ ମନେ ମନେ ହସୁଥିଲେ ।


Rate this content
Log in

Similar oriya story from Drama