ଡିସେମ୍ବର ଗଛ
ଡିସେମ୍ବର ଗଛ


ମତେ ଗଛ ଲଗାଇବାକୁ ବହୁତ ଭଲ ଲାଗେ। ମୁଁ ମୋ ବଗିଚାରେ ବିଭିନ୍ନ କିଷମର ଫୁଲଗଛ ଲଗାଏ ଏବଂ ସେଥିରେ ପାଣିଦିଏ ମଧ୍ୟ। ଫୁଲ ଫୁଟିବା କ୍ଷଣି ବଗିଚାର ଶୋଭା ଦ୍ବିଗୁଣିତ ବୃଦ୍ଧିପାଏ। କିନ୍ତୁ ମୋର ନଜର ପଡେ ବଗିଚାର ସେହି ଡିସେମ୍ବର ଫୁଲ ଗଛଟି ପ୍ରତି। ସେ ଗଛରେ ଖାଲି ଡିସେମ୍ବର ମାସରେ ହିଁ ଫୁଲ ଫୁଟେ।
ମତେ ଲାଗେ ଏ ଗଛକୁ ମୁଁ ବର୍ଷ ତମାମ ପାଣିଦେବି ଫୁଟିବ ଖାଲି ଡିସେମ୍ବର ମାସରେ ଡିସେମ୍ବର ସରିଲାକ୍ଷଣି ସେ ଗଛ ସେମିତି ଥାଏ । କିଛି ଫୁଲ ଆଉ ଫୁଟେନି। ମୁଁ ତାକୁ ପୁଣି କାଟିଦିଏ। ମୂଳଟା ସେମିତି ରହିଥାଏ। ସବୁବେଳେ ପାଣି ଦେବା ଲାଗି ସେ ପୁଣି ବଢିଯାଏ। ଦିନେ ମୁଁ ଭାବିଲି ଏ ଗଛର କିଛି କାମ ନାହିଁ। ଖାଲି ଗୋଟେ ଗମଲା ଏହା ପାଇଁ ମାଡିବସିଛି । ନିତି କେତେ ପାଣି ଦେଵି ବରଂ ଏହାକୁ କାଢି ଫୋପାଡି ଦେଲେ ଭଲ ହୁଅନ୍ତା ଏବଂ ଏହା ଯାଗାରେ ଅନ୍ୟଗୋଟିଏ ଫୁଲଗଛ ଲଗାଇ ଦେଲେ କିଛି ଫୁଲ ମିଳିଯିବ ଏବଂ ପୂଜା ପାଇଁ ମଧ୍ୟ ହୋଇଯିବ।
ଏହାଭାବି ଭାବି ସେ ଗଛଟିକୁ ମୁଁ ଟାଣି ମୋକଚି ଉପାଡିବାକୁ ଚେଷ୍ଟା କରିଲି । ସେ ମୂଳରୁ ଉପଡୁନଥାଏ । ଯେହେତୁ ପୁରୁଣା ଗଛଟିଏ । ତା ଡାଳ ମାନଙ୍କୁ ଧରି ବଳ ପ୍ରୟୋଗ କରି ଟଣାଓଟରା ଭିତରେ ସେ ଗଛଟି ଉପାଡିଗଲା । ମୁଁ ତାକୁ ନେଈ ଵାହାରେ ଫେପାଡିଦେଲି । ମୁଁ ଭାବିଲି କେବେ ଡିସେମ୍ବର ମାସ ଆସିବ ଏ ଫୁଲ ଫୁଟିବ । ସେ ଗମଲା କଲର ଗ୍ରିନ ଥାଏ । ମୁଁ ତାକୁ ଚିହ୍ନଟ କରି ଦେଇଥିଲି । ସେଥିରେ କିଛି ଅନାବନା ଦୁବ ଉଠିଯାଇଥିଲା।
ଆଜି ନଭେମ୍ବର ୧୮ ତାରିଖ । ଡିସେମ୍ବର ଆସିବାକୁ ଅଳ୍ପଦିନ ଅଛି । ମୋର ନଜର ପଡିଗଲା ସେହି ଚିନ୍ହଟ ଗମଲା ପ୍ରତି। ମନେ ମନେ ଭାବିଲି ସତକୁ ସତ କେତେ ଶ୍ରୀର୍ଘ ନଭେମ୍ବର ଚାଲିଯାଇ ଏବଂ ଡିସେମ୍ବର ଆସି ଯାଉଛି । ସତରେ ସେ ଗଛଟିଥିଲେ ଭଲ ହୋଇଥାନ୍ତା କେତେ ଫୁଲ ଫୁଟିଥାନ୍ତା ମାସ ଯାକ ଠାକୁର ପୂଜାରେ ଲାଗିଥାନ୍ତା !