ଡେମୋକ୍ଲିସର ଖଣ୍ଡା
ଡେମୋକ୍ଲିସର ଖଣ୍ଡା
ସକାଳୁ ସକାଳୁ ପୁଅ କହିଲା, ‘ମମି ! ତମେ ପ୍ଲେ ସ୍କୁଲ୍ ଯାଅ, ମୁଁ ବ୍ୟାଙ୍କ୍ ଯିବି l ’ ହଠାତ୍ ତା’ର ଏ ପ୍ରକାର ଘୋଷଣାରେ ଆଶ୍ଚର୍ଯ୍ୟ ହୋଇ ମୁଁ ପଚାରିଲି, ‘କାହିଁକି?
ତୁମର ସେଠି ଟିଚରସ୍ ନାହାନ୍ତି l କଥା କଥାକେ ପନିସମେଣ୍ଟ୍ ଭୟ ଦେଖାଉ ନାହାନ୍ତି l କେତେ ବଡ ରୁମରେ ତୁମେ ଏକା ବସୁଛି l ବେଲ୍ ମାରିବା ମାତ୍ରେ କିଏ ଜଣେ ଆସିଯାଉଛି l ତୁମେ ଯାହା କହୁଛ ଆଣି ଦେଉଛି l ସ୍କୁଲରେ ମିସ୍ କହୁଛନ୍ତି, ‘ନିଜ କାମ ନିଜେ କର l
ତୁମକୁ ସେଠି ପାଠ ପଢିବାକୁ ପଡୁନି l ହୋମ୍ ୱାର୍କ୍ କରିବାକୁ ପଡୁନି l ଖାଲି କେତେବେଳେ କେମିତି କିଛି ଫାଇଲ୍ ଆସିଲେ ତୁମେ ସିଗନେଚର୍ କରୁଛ l କମ୍ପ୍ୟୁଟର୍ ଖୋଲି କ’ଣ ଦେଖୁଛି l ପୁଣି କେତେବେଳେ କାହାକୁ ଡାକି କ’ଣ କ’ଣ ସବୁ କରିବାକୁ ଅର୍ଡର୍ ଦେଉଛ l
ପୁଅର କଥା ଶୁଣି ମୁଁ ହସିଲି l କାଲି ଘରେ କିଏ ନ ଥିଲେ l ତେଣୁ ବାଧ୍ୟ ହୋଇ ତା’କୁ ବ୍ୟାଙ୍କ୍ ନେଇ ଯାଇଥିଲି ସାଙ୍ଗରେ l ଦିନ ସାରା ବସିଥିଲା ମୋ ପାଖରେ l ଛୋଟ ପିଲା l ଯାହା ଅନୁଭବ କରିଛି ତା’ ଛୋଟ ବୁଦ୍ଧିରେ ତାହା ହିଁ କହିଛି l କିନ୍ତୁ ଏତେ ଛୋଟ ପିଲାକୁ ମୁଁ କେମିତି ବୁଝେଇ ହେବ ଯେ , ସବୁ ସୁବିଧା ଭିତରେ ତାଙ୍କ ମୁଣ୍ଡ ଉପରେ ଡେମୋକ୍ଲିସର ଖଣ୍ଡା ଭଳି ବିପଦ ପ୍ରତି ମୁହୂର୍ତ୍ତରେ ଝୁଲୁଛି l ଟିକେ ଅସାବଧାନ ହେଲେ, କେତେବେଳେ ତାହା ଖସି ପଡିବ, କହିହେବନି l