STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

ଦାନ

ଦାନ

2 mins
255

ଈଶ୍ୱର ଆରାଧନା କରୁଛନ୍ତି ଗୋଲଖ, ସକାଳୁ ଗାଧୋଇ ବସିଛନ୍ତି ପୂଜାରେ !ତତ୍କ୍ଷଣାତ କବାଟ ଠକ ଠକ ହେଲା !ପୂଜା ସରିବାକୁ ଅଳ୍ପ ସମୟ ବାକିଥାଏ, କେବଳ ଗାୟତ୍ରୀ ମନ୍ତ୍ର ପାଠ କରିବା କଥା, ଉଠି କବାଟ ଖୋଲି ଦେଖାନ୍ତିତ ଜଣେ ବୟସ୍କ ଲୋକ ଓ ତାଙ୍କ ସହିତ ତିନିଜଣ ଯୁବକ !ଯୁବକ ଜଣେ କହିବା ଅନୁସାରେ, ଆମ ଘର ଚାନ୍ଦପୁର, ଏ ଭାଇଙ୍କ ପୁଅକୁ କ୍ୟାନ୍ସର ହୋଇଛି, ଦୟାକରି କିଛି ଟଙ୍କା ସାହାଯ୍ୟ କରନ୍ତୁ !ପୂଜା କରିବା ପଛରେ ପକେଇ ଗୋଲଖ ନିଜ ମନି ପରସ ବାହାର କରି ଦୁଇଶହ ଟଙ୍କା ନେଇ ଦେଲେ ! ସେମାନଙ୍କ ଭିତରୁ ଜଣେ କହିଲା କିଏ ହଜାରେ ୨ହଜାର ଦେଉଛନ୍ତି, ପାଖ ଘର ଵାଲା ପାଞ୍ଚଶହ ଦେଇଛି, ଗୋଲଖ କହିଲେ ଦାନରେ ଜୁଲମ କରି ନେବା ଠିକ ନୁହେଁ, ଯାହେଉ କିଛି ଲୋକ ଦାନ କରିଛନ୍ତି ସେଇଟା ତୁମପାଇଁ ବଡ ଆର ସହଯୋଗ !କେବଳ ଅର୍ଥ ରେ ସବୁ ସମ୍ଭବ ହୁଏନି, ଲୋକଙ୍କର ଆଶିଷ ଦରକାର, କିଏ କେତେ ଦେଲା, ତୁମେ କହିପାର, କାରଣ ତୁମର ଅର୍ଥ ଦରକାର !କିନ୍ତୁ ମୋ ମତରେ ଲୋକଙ୍କ ସ୍ୱଇଚ୍ଛା ର ଦନାକୁ ଗ୍ରହଣ କର, କାହାକୁ ଜୁଲମ କରି ଅର୍ଥ ଆଦାୟ କରନି !ଆମେ ଆଶା କରୁ ତୁମ ପୁଅ ଆରୋଗ୍ୟ ଲାଭ କରନ୍ତୁ !ସେମାନେ ହୃଦୟଙ୍ଗମ କରି ଦୁଇଶହ ଟଙ୍କା ନେଇ ଚାଲିଗଲେ !ଗୋଲଖ କବାଟ ଦେଇ ଆସି ପୂଜାରେ ବସିଲେ ! ମନରେ ଆସିଲା ପ୍ରକୃତରେ ଯଦି କ୍ୟାନ୍ସର ହୋଇଥାଏ ତେବେ ଆଉକିଛି ଅର୍ଥ ଦେଇଥିଲେ ହୋଇଥାନ୍ତା !କିନ୍ତୁ ଆଜିକାଲି ଏମିତି ଲୋକଙ୍କ ମିଥ୍ୟା କଥା କହି ଆଦାୟ କରିବା ସଂଖ୍ୟା ବଢିଗଲେଣି, ବିଶ୍ୱାସ କରିବା ଅର୍ଥ ଠକାମିରେ ପଡିବା ! ହଠାତ ଜଣେ ପଡିଶା ଘରର ସ୍ତ୍ରୀ ଲୋକ ଆଉଜଣେ ମହିଳାଙ୍କ ସହିତ ଏହି କଥା ହେଉଥିବାର ଶୁଣିବାକୁ ମିଳିଲା !ସେ ସ୍ତ୍ରୀ ଲୋକ କହିବା କଥା, ତାଙ୍କ ଘରୁ ଦୁଇଶହ ନେଲା, ଆମଘରୁ ପାଞ୍ଚଶହ ନେଲା !ଆହୁରି କେତେ କଥା କହି ଚାଲିଥାଏ ବଡ ପାଟିରେ ଶୁଣେଇ କରି !ଗୋଲଖ ପୂଜା ସାରି ଶୁଣୁଥାନ୍ତି !ପଡିଶା ଘର ସ୍ତ୍ରୀ ଲୋକର ଦାନ କରି ଶୁଣେଇବାକୁ ପସନ୍ଦ କରୁନଥିଲେ ! କାରଣ ଦାନ ଏମିତି ଯାଜା କାହାକୁ କହିବା ଉଚିତ ନୁହେଁ, ଯଦି କହିଦେବ ତେବେ ସେ ଅହଂକାର ବା ଇର୍ଷା ର ରୂପ ନିଏ !ଗୋଲଖ ଠାକୁର ପୂଜା ସାରି ଘର ଭିତରକୁ ପଶୁପଶୁ ପତ୍ନୀ କହିଲେ, କିଏ କବାଟ ବାଡ଼ଉଥିଲା? ଗୋଲଖ କହିଲେ କିଛି ନୁହେଁ, କାରଣ ପତ୍ନୀ ଗାଧୁଆ ଘରେ ପଶି ଗାଧୋଉଥିଲେ !ଗୋଲଖ ଜାଣନ୍ତି ଦାନ ଯାହା ହେଉନା କାହିଁକି, ତାହା ନିଜସ୍ୱ, ସେଥିରେ କାହାର ହସ୍ତକ୍ଷେପ ଆବଶ୍ୟକ ନାହିଁ!ଈଶ୍ୱର ଆମକୁ ଜଳ, ବାୟୁ, ସୂର୍ଯ୍ୟଙ୍କ ଆଲୋକ, ଆକାଶ, ଭୂମି, ଦେଇଛନ୍ତି, ତାଙ୍କ ଦୁନିଆରେ ଆମେ ଜଣେ ଜଣେ ଯାତ୍ରୀ, ଯାତ୍ରା ସରିଗଲେ ଆମେ ଫେରିବା ! କେବେବି ଆମଠାରୁ ମୂଲ୍ୟ ମାଗିନାହାନ୍ତି !କିନ୍ତୁ ଆମର କର୍ତ୍ତବ୍ୟ,ଈଶ୍ୱରଙ୍କ ପ୍ରଦତ୍ତ ଉପଭୋଗ କରୁଥିବା ସମସ୍ତେ ପଦାର୍ଥ ସୁରକ୍ଷିତ ରହୁ !ଏଥିପାଇଁ ମାନସିକ ପ୍ରସ୍ତୁତି ହିଁ ଆରାଧନା !ଆମେ ଯାହାକରୁ କେବଳ ଆମକୁ ଅନ୍ୟ ଆଗରେ ମହାନ ରୂପେ ଦେଖେଇ ହେଉ, ଯାହା ଉର୍ନତ  ସମାଜ ପାଇଁ ବଡ ବ୍ୟାଧି !ରାଜ ନେତା, କବି, ପଣ୍ଡିତ, ବ୍ୟାସାୟୀ, କି ଚାକିରିଆ, ଯାହାକୁ ଦେଖିବେ ନିଜକୁ ଦେଖେଇ ହେବା ଗୁଣରେ ପାରଙ୍ଗଦ !କେବଳ ଜଣେ ଭିକାରୀ, ଚାଷୀ ଭାଇ, ବୋଧେ ଏଥିରୁ ବାଦ ପଡିବେ ! ଭିକାରୀ ଟି ଭୋକ ପାଇଁ ପେଟ ଦେଖୋଉଚି ତ ଚାଷୀ ଭାଇ ହସି ହସି ସାହିଯାଉଛି ପ୍ରକୃତିର ତାଣ୍ଡବ, ଫସଲ ଉଜୁଡି ଯାଉଛି ତ ଦୋଷଦେଉଛି ଭାଗ୍ୟକୁ !କିନ୍ତୁ କୋଟି କୋଟି ଲୋକଙ୍କ ଅହଂକାର, ଗର୍ବ, ଇର୍ଷା, ପ୍ରକୃତି ଉପରେ ଅତ୍ୟାଚାର ଓ ଆତ୍ମ ସ୍ତୁତି ପାଇଁ ଚେତା ଦେଇଆସୁଛି ନିୟତି ! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational