Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Tragedy

3  

Satyabati Swain

Tragedy

ଦାଦନ

ଦାଦନ

5 mins
240



ମା ହାଉଳି ଖାଇଲା ଖବର ଶୁଣି।


ସ୍ତ୍ରୀ ଟି ଦୌଡ଼ିଲା ସନାନା ଘରକୁ।


ଚାରିଆଡେ ହୁରି ପଡିଗଲା ଗୁଜୁରାଟ ଯାଇଥିବା ବସ୍ ଓଲଟି ବହୁ ଲୋକଙ୍କ ପ୍ରାଣ ଯାଇଛି।


ସେଥିରେ ଏଇ ପାଖ ଆଖ ଗାଁ ରୁ ଆଠ ଜଣ ମରିଛନ୍ତି।


ନନା ! ନିରଜକୁ ଟିକେ ଫୋନ୍ ଲଗେଇଲ ,ସେ କେମିତି ଅଛନ୍ତି?


ନନା !ସେଇ ବସ୍ ରେ ନିରଜ ବି ଯାଇଥିଲେ।


ନନା ଟିକେ ଲଗାଅ, ନନା।


ସନିଆନା ଫୋନ୍ ଲଗେଇଲେ,ଧରିଲା ନାହିଁ।


ବିନି କଣ କରିବ ବୁଝି ପାରିଲା ନାହିଁ।କେମିତି ଜାଣିବ ସେ ଆଠ ଜଣ ଙ୍କ ଭିତରେ ନିରଜ ଅଛି କି ନାହିଁ।


ହେ ମା ବାସେଳେଇ, ହେ ମା ସମଲେଇ ତାଙ୍କୁ ଘଣ୍ଟ ଘୋଡେଇ ରଖିଥା ମା।


ଆମେ ଖାଇବାକୁ ନ ପାଇ ଏମିତିରେ ତ ମରିଛୁ।ଆଉ ମାରନା ମା।


ପାଗେଳି ପରି ଘରକୁ ଦୌଡ଼ିଲା ବିନି।ଶାଶୁ ମା ପୁରା ଶୀତଳ ପଡି ଗଲେଣି ଖବର ଶୁଣି।


ମୋ ନିର , ନିର କହି ଉଁ ଉଁ ହେଉଛନ୍ତି।ନଣନ୍ଦ ଦିଅର ଦୁଇ ଜଣ ମୁହଁ ଚାହାଁ ଚାହିଁ ହେଉଛନ୍ତି କାନ୍ଦ କାନ୍ଦ ହୋଇ।


ପାଞ୍ଚ ମାସର ଶିଶୁ ପୁଅ ନିରଜ ବି ଚୁପ୍ ହୋଇ ପଡିଛି।ସବୁ ଦିନ ପରି କନ୍ଦା କଟା କରୁନାହିଁ।


ସଞ୍ଜ ବୁଡି ଅନ୍ଧାର ହେଉଛି।


ନିରଜ ଘର ଭିତରକୁ ସତେକି କିଟି ମିଟି ଅନ୍ଧାର ଭୂତ ହୋଇ ଡରେଇ ପଶି ଆସୁଛି।


ବିନି ଦାଣ୍ଡକୁ ଟିକେ ଦଉଡ଼ି ଯାଉଛି କିଛି ଖବର ଆସିଲା କି ? କେହି ବସ ଖବର ଆଣି ଆସିଲେ କି !


ରାତି ସାରା ଧାଆଁ ଦଉଡ଼ କରି ପାହାନ୍ତା ବେଳକୁ ଘର ପିଣ୍ଡାକୁ ଆଉଜି ଘୁମେଇଁ ପଡିଛି ବିନି।


ନିରଜ କହୁଛି ବିନି ଲୋ ଆଉ ଏ ଖରା ସହି ହେବନି।କମ୍ପାନୀ ଗାଡି ପଠେଇଛନ୍ତି ଆମ ଗାଁ ତଥା ଆଖ ପାଖ ଗାଁ ଲୋକେ କାମ କରିବାକୁ ଯାଉଛନ୍ତି।ମୁଁ ଯିବି ଲୋ।


ନାଇଁ ମଲେ ପଛେ ମରିବା ତୁମେ ଆଉ ଗାଁ ଛାଡି ଯାନା କହିଲା ବିନି।


କେତେ କଷ୍ଟ ରେ ଉପାସ ଭୋକରେ ଚାଲି ଚାଲି ମାସେ କାଳ କଷ୍ଟ କରି ସେଠୁ ଆସିଛ ପୁଣି ଯିବ କହୁଛ?


ତୁ ବୁଝିପାରୁ ନାହୁଁ।କଂପାନୀ ବନ୍ଦ ଥିଲା ବୋଲି ଖାଇବାକୁ ନ ମିଳିଲା ରୁ ଆସିବାକୁ ବାଧ୍ୟ ହେଲି ନା।ଏବେ ତ କମ୍ପାନୀ ଚାଲିବ।ପାଞ୍ଚ ମାସର ଛୁଆଟା ଶାଗୁ ଟୋପେ ପିଉଥିଲା ଯେ ସେତିକ ପଇସା ନାହିଁ ବୋଲି ବନ୍ଦ ହେଲାଣି।କେତେ ଦିନ ଶାଗ ପତର ଘୋରା ଖାଇ ବଞ୍ଚିବା।ବିନି ଏଠି ରାଜ୍ ଯଦି କାମ ମିଳନ୍ତା ମୁଁ କାଇଁ ଯିବାକୁ ମନ କରନ୍ତି କହିଲୁ।ସେଠି ଯାଇ ଯଦି 

କରୋନାରେ ମଲି ଆଉ କଣ ତୁମ ମାନଙ୍କୁ ଦେଖି ପାରିବି?


ଭଗବାନ ଅଛନ୍ତି।ଦେଖିଲୁ ଚାଲି ଚାଲି ଆସିଥିବା ଫୋଟକା ଏଯାଏ ଶୁଖିନାହିଁ, ମୁଁ ଯିବାକୁ କୁହନ୍ତି।ଏଠି ଦିନେ କାହାର ରୁଇଁବାକୁ ଗଲେ ଆଠ ପନ୍ଦର ଦିନ ହାତ ବାନ୍ଧି ବସିବାକୁ ପଡୁଛି।ଜାଣିଲୁ ହେଉ ପଛେ ଦାଦନ, ଗୋରୁ ଖଟଣି ସବୁଦିନ କାମ ମିଳେ ସେଠି।ଖାଇ ପିଇ ତୁମ ପାଖକୁ ପାଞ୍ଚ ସାତ ହଜାର ପଠେଇପାରେ।ତୁମେ ମାନେ ଏଠି ପାଞ୍ଚଟି ପେଟ। କେମିତି ଚଳିବ।

ସେଥିରେ ଆମର ବି ଗୋଟିଏ ଛୁଆ ହେଲାଣି।ଯଦି ନ ଯିବି ଏମାନେ କେମିତି ବଂଚିବେ।


ଜାଣିଛୁ ବିନି ତୁ ତ ଏଇ ଦୁଇ ବର୍ଷ ହୋଇଛି ଆମ ଘରକୁ ଆସିଛୁ।ତୋତେ କେବେ ମୋ କଥା କହି ନାହିଁ।


ମୁଁ ଭାରି ହତଭାଗା ଟିଏ ଲୋ ବିନି।


ଜାଣିଛୁ ମୋ ଜୀବନରେ ଖାଲି ଖରା ହିଁ ଖରା।


ପେଟରେ ପେଟେ ଖରା।


ଫୁଟା ଚାଳ ଘର ଭିତରେ ଖରା।


ଘର ବାହାରେ ଖରା।


ଦେହ ,ମନରେ ବି ଖରା।


ତଳେ ରାସ୍ତାରେ ଖରା , ମୁଣ୍ଡ ଉପରେ ବି ଖରା।


କେତେ ସହିବି ଏ ଖରାର ତାତି !


ବାପା ଲାଗିଥିବା କଂପାନୀ ନିଆଁରେ ଜଳି ଗଲା ଯେ ହାଡ଼ ଖଣ୍ଡେ ଗଙ୍ଗାରେ ଭସେଇବାକୁ ମିଳିଲା ନାହିଁ।


ମା ବାର ଦୁଆର ପାଇଟି କରି ଆମ ଚାରିଜଣ ଛୁଆଙ୍କୁ

କେବଳ ସୁକୁ ସୁକୁ ହୋଇ ବଞ୍ଚେଇଲା ଯାହା।ପେଟ ପୁରା ଗଣ୍ଡେ ଆମ ଭାଗ୍ୟରେ ଜୁଟେ ନାହିଁ କେବେ। ସ୍କୁଲରେ ମୁଁ ଦିନ ଓ ରାତି ପାଇଁ ଏକାଥରେ ଖାଇ ଦେଇ ଆସେ। ମା ଯାହା ମାଗି ଯାଚି ଆଣିଥାଏ ମୁଁ ଖାଏନି।କାରଣ ସେ ଆଣିବା ଖାଦ୍ୟ ଦୁଇଜଙ୍କୁ ନିଅଁଣ୍ଟ।ଚାରିଟା ପେଟ ଖାଇବ କଣ? ଅନ୍ତତଃ ମୁଁ ତ ଦିନକୁ ଥରେ ପେଟ ଭରି ଖାଇ ପାରିଛି ଭାବି ନ ଖାଇବାର କିଛି ବାହାନା କରେ।


ମା ବୁଝି ପାରେ ମୋ ମନ କଥା।ବାଧ୍ୟ କରି ଥରେ ଅଧେ ଖୁଆଏ।ରବିବାର ଦିନ କିନ୍ତୁ ମୋ ଦୁଃଖ କହିଲେ ନ ସରେ।ସେଦିନ ନ କହିଲେ ବି ୟା ତା ବୋଲ ହାକ କରେ।କାଳେ କିଏ ଗଣ୍ଡେ ଖାଇବାକୁ ଦେବ।


ମୁଁ ଠେକ ହେଉଥିଲି।ମା ଭତ୍ତା ପାଇଲା।ଚାଉଳ ମିଳିଲା।ଆମ ଘରେ ଭାତ ,ଶାଗ କି ଆଳୁ ପାଣି ହେଲା।


ଜନ୍ମ ରୁ କେବେ ପେଟ ଖରା, କେବେ ସ୍ୱପ୍ନ, ବା ପ୍ରେମ ଖରାରେ ଜଳୁଛି ମୁଁ।


ଜାଣିଛୁ ପମିକୁ କେତେ ଭଲ ପାଉଥିଲି; ଟାଇମ ପାସ୍ କରିବା ପାଇଁ ସେ ମୋ ଦେହକୁ ନେଇ କେତେ ମନୋରଞ୍ଜନ କଲା। ମୋ ଗରିବୀ ଘରର ଚମକିଲା ଚେହେରାକୁ ନେଇ ଖୁବ୍ ଖେଳିଲା।ବୋକା ଥିଲି ଖରାରେ ଯାହାର ଜୀବନ ସିଝେ ସେ କଣ ପ୍ରେମ ଛତାଟିଏ ପାଇବାକୁ ଯୋଗ୍ୟ ! ଏ କଥା ମନକୁ ଆଣି ନଥିଲି। ମୋ ସରଳ ମନ ଭାବୁଥିଲା ପମି ସତରେ ମୋତେ ଭଲ ପାଏ, ସାରା ଜୀବନ ପାଇବ ବି।କିନ୍ତୁ ବୋକାଟିଏ ଖେଳନା ଥିଲି ମାତ୍ର ଧନୀ ବାପାର ଧନୀ ଝିଅ ପମି ହାତରେ।


ଖୁବ୍ ସହଜ ଭାବେ ପମି ମୋତେ କହିଲା ,ନିରଜ! ତୁମେ ମୋ ବେଷ୍ଟ ଫ୍ରେଣ୍ଡ୍ ରହିବ ସବୁଦିନ।ମ୍ୟାରେଜ କଲେ ବି ତୁମ ସହ ସମ୍ପର୍କ ରଖିବି ୟାର୍।କେବଳ ହଟ୍ କି ହ୍ୟାଣ୍ଡସମ୍ ଚେହେରା ନେଇ ଜୀବନ ଜୀଇଁ ହୁଏନି।ଜୀଇଁବା ପାଇଁ ଯଥେଷ୍ଟ ଅର୍ଥ, ଷ୍ଟାଟସ୍ ଲୋଡ଼ା।ଯାହା ତୁମ ପାଖେ ନାହଁ।


ମୁଁ ମୁଣ୍ଡ ଟୁଙ୍ଗାରୀ ହଁ କହିଲି।ସତ.. ଜୀବନ ପାଇଁ ଅର୍ଥ ର ଆବଶ୍ୟକତା ଅଛି।ତୁଚ୍ଛା ପ୍ରେମ , ପେଟର ଖରା ପୁରେଇବ କି ?


ପମି ବାହା ହୋଇ ଗଲା ; 'ପ୍ରଣବ' ମୋରି ହାଇସ୍କୁଲ କ୍ଲାସମେଣ୍ଟ୍।ପମି, ଦିନେ ଯାହାକୁ ଅଣ ଦେଖା କରି ମୋ ସହ ସାଙ୍ଗ ହେଉଥିଲା ବୋଲି ମୋ ସହ ବନ୍ଧୁତା କାଟି ଦେଇଥିଲା। ତାରି ବାହାଘରେ ଧୁମ ଖଟିଛି। ଆଠ ଦିନ ହେଲା ବାହାଘର ସବୁ କାମ କରିଛି।ମାଗଣାରେ ନୁହେଁ; ପୁରା ପାଞ୍ଚ ହଜାର ରୋଜଗାର କରିଛି।ପମି ବାହାଘର ଭୋଜି ମୋ ଭାଇ ଓ ସାନ ଭଉଣୀ ପାଇଁ ପେଟ ଭର୍ତ୍ତୀ ବଳକା ଖାଦ୍ୟ ଖାଇବାକୁ ଆଣିଛି। ଭାଇ ଭଉଣୀ ମହା ଖୁସିରେ ହାତ ଚାଟି ଖାଇଲା ବେଳେ ମା କିନ୍ତୁ ମୋ ପେଟରେ ହାତ ମାରି କହିଛି ନିଜ ଭାଗର ଖାଦ୍ୟ କେତେ ଦିନ ନ ଖାଇ ଏମିତି ଆମକୁ ଦେଉଥିବୁ !


ତୋ ପେଟ ଲାଗି ଯାଉଛି ଖାଇନୁ କି ଧନ !


କେମିତି ଖାଆନ୍ତି ମା।ଯାହାକୁ ଭଲ ପାଉଥିଲି ତାରି ବାହାଘର । ଜାଣିଛୁ ମା ! ମୁଁ ପୁରୁଷ ପୁଅ ହେଲେ ବି ମୋ ଚରିତ୍ର ପମି ଲୁଟି ନେଇ ହସି ହସି ବିନା ଦ୍ବିଧାରେ ଅନ୍ୟର ହୋଇ ଚାଲିଗଲା ମା।


ମା କହିଲା ପୁଅ ! ସୀମା ଭିତରେ ରହି ଯେ କୌଣସି କାମ କଲେ ସଫଳତା ମିଳିଥାଏ।ତୁ ତୋ ଦାରିଦ୍ର୍ୟ କୁ ଭୁଲିଗଲୁ କେମିତି ! ତୋର ଅପରାଧ ତୁ ଗରିବ ଘର ପୁଅ।ଏହାଠାରୁ ବଡ଼ ଅପରାଧ ବଡ଼ ଲୋକଙ୍କ ସଅକ ପ୍ରେମ କରି ବସିଲୁ ପୁଣି ନିହାତି ବଡ଼ ଘର ଝିଅକୁ !


ମା ! ଗରିବ ଲୋକର ମନ ନଥାଏ !


ଥାଏ ଯେ କିନ୍ତୁ ଗରିବ ମନ।ତୁ ତ ଗୋଟେ ବଡ଼ ଲୋକର ମନ କଲୁ। ମଣିଷ ତା ନିଜ ସୀମା ଭୁଲିବା ଉଚିତ ନୁହଁରେ ପୁଅ।


ମା ବି ମୋ ଦୁଃଖରେ ବହୁତ କାନ୍ଦିଲା।


ଦେଖ୍ ବିନି ତୁ ଭାବିବୁ ନାହିଁ ପମିକୁ ମୁଁ ଏବେ ବି ଭଲ ପାଉଛି ବୋଲି।ମୁଁ ବୁଝି ପାରୁ ନଥିଲି ସେ ନେଇ ମୋତେ ଖେଳୁଥିଲା।କିନ୍ତୁ ବୁଝିଲା ଦିନୁ ତା ନାଁ ଟି ମୋ ଭିତରୁ ପୋଛି ଦେଇଛି।ମା ସତ ହିଁ କହିଛି।ଗରିବ ଗୁରିବା ହୋଇ ପ୍ରେମ ଫ୍ରେମ ସଅକଟା ଆମ ଅପରାଧ।ରାଣ ଖାଉଛି ତୁ ମୋର କୋଟି ଲାବଣ୍ୟ ସୁନ୍ଦରୀ।


ମୁଁ କଣ ତୁମକୁ ସନ୍ଦେହ କରୁଛି ଭାବୁଛ କି ନିରଜ୍! ତୁମ ଅତୀତ ଠେଇଁ ମୋର କଣ ଅଛି? ବର୍ତ୍ତମାନ ତୁମେ ଖାଲି ମୋର।


ମୁଁ ଜାଣିଛି ବୋଲି ତ ମନ କଥା ଖୋଲି କହିଲି।ଭାବିଥିଲି ଏ କଥା କାହାକୁ କହିବି ନାହିଁ।କିନ୍ତୁ ତୁ ତ ମୋ ଜୀବନ ସାଥି ଲୋ ବିନି ; ତୋତେ କହିବାରେ ଭୁଲ୍ କେଉଁଠି।ଅବଶ୍ୟ ଆହୁରି ଆଗରୁ ଏତକ ତୋତେ କହିବାର ଥିଲା।କିନ୍ତୁ ଡରିକି ତୋତେ କହି ନଥିଲି, କେବଳ ତୋ ମନ କଷ୍ଟ ହେବ ବୋଲି।


ହଁ ତା ପରେ କଣ ହେଲା ଶୁଣ୍।


ତାପର ଦିନ ଗୁଜରାଟ ପଳେଇଲି ଆମ ଗାଁ ବନା ଭାଇ ସଙ୍ଗେ।ସେ ପ୍ରତିଥର ଆସି ପିଲା ଦଶ ବାର ନିଏ କାମରେ ଲଗେଇବାକୁ।ଦୁଃଖ କଷ୍ଟ ରେ ମାଟ୍ରିକ ଟା ପାସ୍ କରିଥିଲି। ଭାବିଲି ବନା ଭାଇ ସଂଗେ ଗଲେ ଦି ପଇସା ରୋଜଗାର କରିବି।ଆମର ଦୁଃଖ ଯିବ।ସାନ ଭାଇଟି କଣ ମୋ ପରି ମଜୁରିଆ ହେବ! ସେ ପଢୁଛି ଦି ଅକ୍ଷର ପଢିବ।ସବୁ ମୂଳରେ ପଇସା।ଭତ୍ତା କି ଚାଉଳରେ ପେଟ କିଛି ମାତ୍ରାରେ ପୁରି ଯାଉଛି, କିନ୍ତୁ ବଡ଼ ହେବା ସହ ଆବଶ୍ୟକତା ବଢ଼ୁଥିଲା ନା ! ମୁଁ ଦାଦନ ଖଟି ଭଲ ଦି ପଇସା ରୋଜଗାର କଲି।


ହଠାତ୍ ପଡି ମା ର ଗୋଡ଼ ଭାଙ୍ଗିଗଲା।ଡାକ୍ତର କହିଲେ ଦୁଇ ତିନି ଲକ୍ଷ ଅପେରେସନ କଲେ ଲାଗିବ।ଏତେ ପଇସା ଆଣିବୁ କେଉଁଠୁ? ତାକୁ ଆସି ଦି ଚାରିଟା ସେକ ଦେଲି। ସେ ବାଡ଼ି ଧରି ଛୋଟେଇ ଛୋଟେଇ ଚାଲିଲା।ଘର ପାଇଟି କରି ପାରିଲା ନାହିଁ।ଏଣୁ ତୁ ଆସିଲୁ ଘରକୁ।


ତାପରେ ମୁଁ ବେଶୀ ବେଶୀ ଖଟୁଛି।ଆମ ସଂସାର ବଢ଼ିଲାଣି ବିନି।


ତେଣୁ ତୁ ମନା କରନା।ମୁଁ ଯାଉଛି।ଘର ,ମା ଓ ଭାଇ ଭଉଣୀ ସହ ପୁଅ ତୋତେ ଲାଗିଲା।


ହଠାତ୍ ଦାଣ୍ଡ କବାଟ ଖଡ଼ ଖଡ଼ ହେଲା।ଲାଗି ଯାଇଥିବା ଆଖି ଓ ସ୍ୱପ୍ନ ଦେଖୁଥିବା ବିନିର ମନ ଚିହିଁକି ପଡି ଉଠିଗଲା।କିଛି ଖବର କିଏ ଆଣିଲେ କି ?


ଦାଣ୍ଡ ଆଗରେ ଥୁଆ ହୋଇଥିଲା ନିରଜର ଖଣ୍ଡିଆ ମାଣ୍ଡିଆ ଶବ।



Rate this content
Log in

More oriya story from Satyabati Swain

Similar oriya story from Tragedy