Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Satyabati Swain

Tragedy


4  

Satyabati Swain

Tragedy


ଦ ମୋଷ୍ଟ୍ ୱାଣ୍ଟେଡ୍

ଦ ମୋଷ୍ଟ୍ ୱାଣ୍ଟେଡ୍

5 mins 13 5 mins 13


ଆଣ୍ଠୁକୁଡି ଶବ୍ଦଟି ରେବ ଓ ଦିବାକର ପାଇଁ କୌଣସି ମୁନିଆଁ ଶର ଠାରୁ କମ୍ ନଥିଲା।ସାଏଁ କରି ଗଳିଯାଏ ଛାତିରେ।ଭାରି କାଟେ ତାଙ୍କୁ।ଟିକେ ଟିକେ କଥାରେ ଆଣ୍ଠୁକୁଡିଟା ପିଲା କଣ ବୁଝିବ,ଆଣ୍ଠୁକୁଡି ମୁହଁ ଚାହିଁଲେ ଅଶୁଭ।ଛି ! ଏଇଟା ମୁହଁ ଚାହିଁ ଯୁଆଡେ ଗଲେ ଅମଙ୍ଗଳ,ଏପରି ଝିଙ୍ଗାସ ବହୁତ ବାଧେ ରେବ ଓ ଦିବାକରକୁ। ଡାକି ହାକି କହିବେ ଆଗକୁ ନାହିଁ କି ପଛକୁ କେହି ନାହିଁ; ଏ ରାଜ ଉଆଁସ ପରି ଘର କରିଛ କିଏ ଭୋଗ କରିବ! ଦିନ ରାତି ଖଟି ଟଙ୍କା ପାହାଡ଼ କଲଣି।ଶେଷକୁ ଖଣ୍ଟ ଖାଇବେ।


 କଣ କରିବେ ପିଲାଟିଏ ତ ଈଶ୍ୱର ଦେଉ ନାହାନ୍ତି।ନଲେ କି ଯିଏ ଯାହା ଚାହୁଁଛି କୁହନ୍ତେ?ପଥର ଲଦା ଛାତି ନେଇ ବଞ୍ଚନ୍ତି ଦି ପ୍ରାଣୀ।

 

ଦିନେ ପ୍ରଭୁ ଦିବାକର ସାଙ୍ଗ ଆସି କହିଲା "ବଡ ମେଡିକାଲକୁ ଜଣେ ଭଲ ଡାକ୍ତର ଆସିଛନ୍ତି।ଏତେ ଜଣଙ୍କୁ ଦେଖାଇଲଣି ଆଉ ଜଣକ ପାଖକୁ ଗଲେ କ୍ଷତି କଣ"? ତା କଥା ଶୁଣି ପ୍ରଭୁ ନୀଳ ମାଧବଙ୍କୁ ସୁମରଣା କରି ରେବ ଓ ଦିବାକର ଗଲେ।ସବୁ ଟିକି ନିକି ପରୀକ୍ଷା କରି ଡାକ୍ତର ବାବୁ କହିଲେ "କିଏ କହିଲା ତୁମର ପିଲା ହେବନି!ସବୁ ତ ଠିକ୍ ଠାକ୍ ଅଛି।କିଛି ମଣିଷଙ୍କର ବିଳମ୍ବରେ ପିଲା ହୁଅନ୍ତି।ଯାଅ ଚିନ୍ତା କରନି।ଔଷଧ ଲେଖି ଦେଇଛି ଦୁଇ ଜଣ ଯାକ ତିନି ମାସ ରୀତିମତ ଖାଇବ।ତାପରେ ମୋ ପାଖକୁ ଆସିବ"।

 

ତିନି ମାସ ପରେ ଡାକ୍ତରଙ୍କୁ ଦେଖା କରିବାକୁ ଗଲାବେଳକୁ ଡାକ୍ତର ଯାହା ଘୋଷଣା କଲେ ରେବ ଦିବାକର ମୁହଁକୁ ଓ ଦିବାକର ରେବ ମୁହଁକୁ କାଲୁ ବାଲୁ ହୋଇ ଚାହିଁଲେ।ଦୁହେଁ ଦୁହିଁଙ୍କୁ ଟିକେ ଚୁମୁଡ଼ିଲେ।ସେ ଯାହା ଶୁଣୁଛନ୍ତି ସତ ତ!!।ଡାକ୍ତର ବାବୁ ସେମାନଙ୍କ ହାଵ ଭାଵ ଦେଖି କହିଲେ "ଆରେ କଣ ହେଲା!! ତୁମର ସତରେ ପିଲା ପିଲି ହେବ।ମାସେ ହେଲାଣି"।ରେବକୁ କେତେ କଣ ପରୀକ୍ଷା କଲେ।ଶେଷରେ ଘୋଷଣା କଲେ ଯେ ରେବ ମା ହେବାକୁ ଯାଉଛି ଆଉ ଦିବାକର ବାବା।


ଓଃ କି ଖୁସି ଦିବାକର ଓ ରେବ! ସତେକି ଆକାଶର ଜହ୍ନ ହାତରେ ମୁଠାଇ ଛନ୍ତି।ଆଉ ନିଦ ହେଲାନି ଦୁଇ ଜଣଙ୍କୁ।ଦିନ ଗଣୁ ଥାଆନ୍ତି କେଉଁଦିନ ଦେଖିବେ ଗୋଟିଏ ଛୁଆ ମୁହଁ।ଝିଅ କି ପୁଅ ପାଇଁ ଚିନ୍ତା ନାହିଁ।କେବଳ ସୁସ୍ଥ ଶବଳ ପିଲାଟିଏ ହେଉ ,ଏହାହିଁ ପ୍ରତି କ୍ଷଣେ ନୀଳ ମାଧବଙ୍କୁ ଡାକୁଥାନ୍ତି। ଦିବାକର ତ ଖାଇବା ପିଇବା ବି ଭୁଲିଗଲା।ଖାଲି ରେବ ଖା, ଭଲ ଚିନ୍ତା କର,ବ୍ୟାୟମ ଟିକେ କର।ଭଲ ବହି ପଢ଼।କେମିତି ପିଲାଙ୍କ ଯତ୍ନ ନେବୁ ସେ କଥା ଜାଣ। ରେବ ପେଟରେ ଛୁଆଟି ରଖି ମା ହେଉଥିଲା ବେଳେ ଦିବାକର ମନରେ ମା ହେଉଥିଲା।


ଦିବାକରକୁ ନଅ ମାସ ଅପେକ୍ଷା ଲାଗିଛି ନଅ ଅୟୁତ ଯୁଗ।କେତେବେଳେ ହାତ ବୁଲାଇ ତ କେତେବେଳେ କାନ ଲଗାଇ ରେବ ପେଟରେ କୁରୁଳି ଉଠିଛି। ସବୁ କାମ ଧନ୍ଦା ସାରି ଅଫିସ୍ ଯାଏ ସେ।ସାତ ମାସ ହେଲାରୁ ଜଣେ କାମବାଲୀ ବି ନିଯୁକ୍ତ କଲା।ଯିଏ ଦିନ ରାତି କେବଳ ରେବ କଥା ବୁଝିବ।ସମୟ ପୁରିବାକୁ ଆଉ ଦେଢ଼ ମାସ ଅଛି ଡାକ୍ତର କହିଲେ ପାଣି ନାହିଁ।ଶୁଖିଲାରେ ପଡିଛି ପିଲାଟା।ତୁରନ୍ତ ଅପରେସନ ନ କଲେ ବିପଦ।ଗୋଳମାଳ ଧରିଗଲା ଦିବାକର ମୁଣ୍ଡ।କିଛି ହେବନି ତ ତା ପିଲାର!!


ସମୟ ପୂର୍ବରୁ ପେଟ କଟାଯାଇ ପିଲା ହେଲା।ଦିବାକରର ପୁଅ ହୋଇଛି।କଣ ଲାଗୁଥିଲା ଦିବାକରକୁ!। ଆକାଶରେ ଉଡିବ!ସମୁଦ୍ରରେ ଚାଲିବ!।ତାଙ୍କୁ ଆଉ କେହି ଆଣ୍ଠୁକୁଡି କି ଆଣ୍ଠୁକୁଡା କହିବେ ନାହିଁ।ନନ୍ଦ ଘର ଆଲୋକ କରି କୃଷ୍ଣ ଆଇଛି। ହେ ଲୋକମାନେ! ଶୁଣ ଦିବାକର ବାପା ହୋଇଛି ଓ ରେବ ମା।ଟିକେ ଅଧିକ ଖୁସି ନୀଳ ମାଧବ ସହି ପାରନ୍ତି ନାହିଁ।ଓଜନ କମ୍ ପୁଣି ଜଣ୍ଡିସ ଛୁଆଟିର ଥିଲା।ରେବର ପିଲା ଥିଲା ବେଳେ ଯାହା ଖାଇଲେ ବି ବାନ୍ତି କରି କରି ବେହାଲ ଥିଲା।ଅପରେସନ ପରେ କତରା ଲଗା ହୋଇ ଗଲା।ସେ ଛୁଆକୁ ଦେଖିବ କଣ,ନିଜେ ଉଠି ପାରିଲା ନାହିଁ।ଦିବାକର ମା ଛୁଆଙ୍କ ସେବା କଲା ଦିନ ରାତି।ଛୁଟି ଆଣିଲା ପାଞ୍ଚ ମାସ।


ଜନ୍ମରୁ ରୋଗୀଣା ପୁଅ।ନାଁ ଦେଲା କାହ୍ନା।ଏକୋଇଶିଆ ଯାଇତାଇ କରିଦେଲା।ବର୍ଷକ ହେଲା ବେଳକୁ କାହ୍ନା ଗୋଟିଏ ପୁଅ ଭଳିଆ ଦେଖା ଯାଉଥିଲା।ପୁରା ଦିବା

କର ଚେହେରା।ଦିବାକର ପିଲା ବେଳ ଫୋଟୋ ସହ ସମ୍ପୂର୍ଣ୍ଣ ମିଶି ଯାଉଛି।ଧୁମ୍ ଧାମ୍ ରେ ଭୋଜି ଦେଲା।ଠିଆ ପାଲା କଲା।ଧୂଳି ପକାଉ ନଥିଲା ଦିବାକର କାହ୍ନା ଦେହରେ।ସତେକି ଦିବାକର ଦେହ ନିଃଶ୍ୱାସ କାହ୍ନା।


ଜୀବନର ସବୁ ରୋଜଗାର କାହ୍ନାର ଦେହ, ଖୁସି ପାଇଁ ଖର୍ଚ୍ଚ କରୁଥିଲା ଦିବାକର।ସାମାନ୍ୟ ଟିକେ ମନ ଉଣା କରୁ ନଥିଲା କାହ୍ନାର। ହରଦମ ଆଖିରେ ରଖୁଥିଲା ପୁଅକୁ ।କାନ୍ଧରେ ବସାଇ ଘିର୍ ଘିର୍ ବୁଲିବା,ଆଣ୍ଠେଇ

ଆଣ୍ଠେଇ ପିଠିରେ ବସାଇ ଘୋଡା କରୁଥିଲା କାହ୍ନାକୁ ।କ୍ଷଣେ ନ ଦେଖିଲେ ବାଉଳା ହୋଇ ଯାଉଥିଲା ।ଗୋଟେ ବଡ଼ ଦୁର୍ବଳତା ଦିବାକରର କାହ୍ନା ହୋଇଗଲା। 


ପ୍ରଥମେ ଯେଉଁ ଦିନ ତା ହାତ ଧରି ସ୍କୁଲକୁ ନେଲା

ସେଦିନ ଦିବାକର ଆଖିରେ ମେଞ୍ଚାଏ ସ୍ବପ୍ନ, ହୃଦୟ ଭର୍ତ୍ତି ଅମାପ ଆଶା।ପୁଅ ପଢିବ,ବଡ଼ ପୋଲିସ୍ ଅଫିସର କି ଆର୍ମିମ୍ୟାନ କରାଇବ।ତିନି ତିନିଟା ଟିଉସନ ସାର୍ କାହ୍ନାକୁ ପଢ଼ାଇବାକୁ ଆସିଲେ।ପିଲାଟା ବି ସେମିତି ଶାନ୍ତ ଶିଷ୍ଟ।

 

କିନ୍ତୁ ଗୋଟିଏ କଥା ଲକ୍ଷ୍ୟ କରୁଥିଲା ଦିବାକର କାହ୍ନା ପୁଅ କମ୍ ଝିଅ ବେଶୀ ଲାଗୁଥିଲା।ଅଣ୍ଟା ହଲେଇ ଚାଲିବା, ସରୁ ଟୋନରେ କଥା ହେବା,ତା ମା ର ଶାଢ଼ୀ,ଚୁଡ଼ି ସିନ୍ଦୁର ନାଇ ଡ୍ରେସିଂ ଟେବୁଲରେ ନିଜକୁ ଘୁରି ଘୁରି ଦେଖିବା,ଆଦି କାର୍ଯ୍ୟ ପିଲା ଦିନେ ଅବଶ୍ୟ ହସର ଖୋରାକ ଯୋଗାଉଥିଲା ବାପା ମାଙ୍କୁ କିନ୍ତୁ ଯେତେ ଯେତେ ବଡ଼ ହେଉଥିଲା ତାର ଢେର୍ ପରିବର୍ତ୍ତନ ଲକ୍ଷ୍ୟ କଲେ ଦିବାକର।

 

କ୍ରିମ,ସେଣ୍ଟ,ନେଲପଲିସି, କୁମ୍କୁମ୍ ମଥାରେ ଲଗା

ଇବା,ମେହେନ୍ଦି କରିବା,ରୋଷେଇ ବାସ ପ୍ରତି ଆକର୍ଷିତ ହେବା, ବିଶେଷ କରି ଝିଅ ସାଙ୍ଗ ପ୍ରତି ଅନାଗ୍ରହ ଓ ପୁଅ ସାଙ୍ଗଙ୍କ ପ୍ରତି ଆସକ୍ତି ବେଶୀ ଥିଲା ତା ଭିତରେ।ପୁଅଙ୍କ ଖେଳ ନଖେଳି ଝିଅଙ୍କ ଖେଳ,ଝିଅଙ୍କ କଣ୍ଢେଇ ତାର ଅଧିକ ପସନ୍ଦ ଥିଲା।ଡ୍ରେସ କିଣିବାକୁ ଗଲେ ଝିଅଙ୍କ ଡ୍ରେସ ଆଗ ଧରୁଥିଲା।ପ୍ରସାଧନ ସାମଗ୍ରୀରେ ରୁଚି ରଖୁଥିଲା।ଲକ୍ଷ୍ମୀ ପୂଜା ଦିନ ଢ଼ାଉ ଢଳା ଝୋଟି ଓ କାର୍ତ୍ତିକ ମାସରେ ଚଉରା ଉପର ମୁରୁଜ ପକା ଦେଖି ଲୋକେ କହୁଥିଲେ ଦିବାକର ବାବୁଙ୍କ ଝିଅ କଣ ଦରକାର କାହ୍ନା ତ ତାଙ୍କର ରାଧା ଓ କୃଷ୍ଣ ଉଭୟେ।


ଉଭୟେ!!ଚମକି ପଡନ୍ତି ଦିବାକର ବାବୁ।ନାଇଁ ନାଇଁ ଲକ୍ଷେ ଡାକ୍ତର, କୋଟିଏ ପୂଜା ବ୍ରତ ଫଳ ଏମିତି କେବେ ହେବ ନାହିଁ।ଡାକ୍ତର ଦେଖେଇଲେ ପୁଅକୁ ସମସ୍ତ କଥା କହି ସେ।ଡାକ୍ତର ବାବୁ କହିଲେ କିଛି ଅସୁବିଧା ନାହିଁ।ବଡ଼ ହେଉ ଜଣା ପଡିବ ଅବା କିଛି। ଦିବାକର ବାବୁ ପୁଅ ବଡ଼ ହେବାକୁ ଅପେକ୍ଷା କଲେ।ଯଥା ସାଧ୍ୟ ପୁଅ ଅଜାଣତେ ପୁଅ ପିଲା ରଙ୍ଗ ଢଙ୍ଗ ଶିଖାଇବାକୁ ପ୍ରାଣ ପଣେ ଲାଗି ପଡିଲେ।ଯହୁଁ ଯହୁଁ ପୁଅ କାହ୍ନା ବଡ଼ ହେଉଥିଲା ତହୁଁ ତହୁଁ ପୁଅରୁ ସତେକି ଝିଅ ପିଲା ହୋଇ ଯାଉଥିଲା।ବାଲ୍ୟ,କୈଶୋର ପରେ ଯୌବନ ଆସିଲାରୁ ସେ ବେଶୀ ପାଗଳାମୀ ବାହାର କଲା।ନିଶ ଦାଢ଼ି ତାର ଆଦୌ ଉଠିଲା ନାହିଁ।ଯେଉଁଦିନ ସେ ତାଙ୍କ କ୍ଳବ ଘର ବାର୍ଷିକ ଫଙ୍କସନ୍ ରେ ହିରୋଇନ ହେଲା,କଣ ଦଖିବ ତା ରୂପ! କି ଅପରୂପି ଝିଅଟି ଲାଗୁଥିଲା! ସ୍ୱର୍ଗ ଅପ୍ସରୀ କି ମାଟିରେ ଦିବାକର ବାବୁଙ୍କ ଘରେ ଖସି ପଡିଛି!!

 

ଦିବାକର ବାବୁ ପଳେଇ ଆସିଲେ ମୁହଁ ଲୁଚାଇ ସେଠୁ।ଗୁମୁରି କାନ୍ଦିଲେ।ଶେଷରେ ନୀଳମାଧଵ ଠକି ଦେଲ!କିଏ କହୁଥିଲା ପୁଅଟିଏ ଦେବାକୁ।ଦେଲନି ଝିଅଟିଏ।ସେ କଣ ପୁଅ ଚାହୁଁଥିଲେ।ଯଦି ଦେଲ କାହ୍ନା କୃଷ୍ଣ ନୁହେଁ କି ରାଧା ବି।ସେ ତ ଅନ୍ୟ ଜଣେ ଚନ୍ଦ୍ରସେଣା।


କହ୍ନାକୁ ଛାତିରେ ଜାକି ବହୁତ କାନ୍ଦିଲେ ଦିବାକର।କାହିଁକି ପୁଅ ହୋଇ ଝିଅ ପିଲାଙ୍କ ପରି ହେଉଛୁ ଧନ! କାହ୍ନା କହୁଥିଲା ମୁଁ କଣ କରିବି ବାବା! ମୋ ଭିତରୁ ଏପରି ହେବାକୁ କେହି ଯେପରି ତତଉଛି।ମୁଁ ଜାଣି ଜାଣି କରୁ ନାହିଁ ବାପା। ମୋତେ ଝିଅ ବେଶ ଭୁଷା,ଚାଲି ଚଳନ,ସବୁ ହିଁ ଭଲ ଲାଗୁଛି।ଝିଅ ଅପେକ୍ଷା ପୁଅମାନଙ୍କ ପାଇଁ ମୋ ଛାତି ଭିତରେ କିଛି ହେଉଛି ବାପା।ପୁଅ ଖୋଳପା କିନ୍ତୁ ଝିଅ ଚାହିଁବା ପାଇବା ମୋତେ ପାଗଳ କରୁଛନ୍ତି।ମୋ ଶରରୀ ଗୋଟେ,ହୃଦୟ ଅଲଗା।ତୁମେ କୁହ ମୁଁ କଣ କରିବି?ବାପା ଭିଜୁଥିଲା ପୁଅ ଲୁହରେ, ପୁଅ ଗାଧୋଉଥିଲା ବାପା ଲହୁରେ।

 

ଲୋକ ହସି ହସି କହୁଥିଲେ କାହ୍ନାଟା ସୁଦୁ ମାଇଚିଆ,ଚନ୍ଦ୍ରସେଣାଟା। ଏହା ପରଠୁ କହ୍ନାକୁ କେହି ଦେଖିନି ତାଙ୍କ ଘରେ।ହୁରି ପଡ଼ିଗଲା କାହ୍ନା ଘର ଛାଡ଼ି ପଳେଇଛି। ଦିବାକର ବାବୁ ଖୋଜି ଖୋଜି ନୟାନ୍ତ।କାହ୍ନା ଯାହା ହେଉ ତାଙ୍କ ସନ୍ତାନ ତ! ତାଙ୍କ ଆଖି ଆଗରେ ହିଁ ରହୁ। ଖୋଜି ଖୋଜି ତିନି ବର୍ଷ ପରେ ଦିବାକର ବାବୁ ଦିନେ କାହ୍ନାକୁ ଆବିଷ୍କାର କଲେ ମିସ୍ କାନନ "ଦ ମୋଷ୍ଟ୍ ୱାଣ୍ଟେଡ୍ "କଲ୍ ଗାର୍ଲ ଭାବେ।


ବାପାଙ୍କୁ ଦେଖି ବହୁତ କାନ୍ଦିଲା କାହ୍ନା।କହିଲା ବାପା !ପଚାରିବ ତୁମ ଠାକୁରଙ୍କୁ ମୋତେ କାହିଁକି ଏମିତି ଜୀବନଟିଏ ଦେଲେ? ନା ମୁଁ ବଞ୍ଚି ପାରୁଛି ନା ମୁଁ ମରି ପାରୁଛି। ନା ଏ ସମାଜ ଗ୍ରହଣ କରିଛି ମୋତେ।ନା ସ୍ୱୀକୃତି ଦେଉଛି ଖୋଲା ଖୋଲି ମୁକ୍ତ ନିଜ ଇଛାର ଜୀବନ ବଞ୍ଚିବାକୁ। ବାପା ଓ ମିସ୍ କାନନ ଦେବୀ ନିଜ ନିଜ ଭାଗର ଦୁଃଖ ଅସହାୟତାକୁ ବଣ୍ଟା ବଣ୍ଟି ହେଉ ହେଉ ଜାଵ ପଡି କାନ୍ଧୁଥିଲେ ଭୋ ଭୋ।


ଅନ୍ୟ ହିଞ୍ଜଡ଼ା ମାନେ ତାଳି ବାଡେଇ କହୁଥିଲେ କାନନଟା ଶେଷରେ ଗୋଟିଏ ବୁଢାକୁ ରସିଲା।ଦୁଃଖ ଅବଶୋଷରେ ଜଳୁଥିବା କାନନ ବଜାଇ ଦେଲା ଠୋ ଠା ଚାପୁଡା ରାଗରେ ଲାଲ୍ ପଡ଼ି ସେମାନଙ୍କ ଗାଲରେ।ଏବଂ କହିଲା ଜାଣିଛ ଇଏ କିଏ ;ମୋ ବାପା.....!


   

    


Rate this content
Log in

More oriya story from Satyabati Swain

Similar oriya story from Tragedy