STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଚରିତ୍ର

ଚରିତ୍ର

2 mins
58

ମାଧବୀ ଜଣେ ସ୍ୱାସ୍ଥ୍ୟ କର୍ମୀ। ଗ୍ରାମର ଆଶା ଦିଦି। ସରକାରଙ୍କ କମ ଦରମାରେ ଅଧିକା କାମ କରୁଥିବା ମହିଳା। ଗ୍ରାମର ମହିଳା ମାନଙ୍କ ପ୍ରସବ ଠାରୁ ଛୁଆ ରୁ ବୁଢାଙ୍କ ରୋଗ ଓ ଜନ୍ମ ମୃତୁ ହାର ଇତ୍ୟାଦି ସହିତ ଲୋକ ସଚେତନତା ଆଦି ବିଭିର୍ଣ କାମ କରିବାକୁ ପଡେ।

ଏବେ ମହାମାରୀ କରୋନା ପାଇଁ ଆହୁରି ଦାଇତ୍ୱ ବଢିଯାଏ। ସେଦିନ କଲିକତାରୁ ଫେରି ଆସିଥିବା ଗ୍ରାମର ଲୋକଟିକୁ ଗ୍ରାମ ସରପଞ୍ଚଙ୍କ ଜଣେଇ ହୋମ ପରେଣ୍ଟିଂ ରେ ରହିବା ପାଇଁ ବ୍ୟବସ୍ଥା କରୁଥିଲେ। ଗ୍ରାମ ସ୍କୁଲରେ ସେ ଲୋକକୁ ଛାଡିବାର ବ୍ୟବସ୍ତା କଲେ। ଫେରୁରେରୁ ଘରକୁ ରାତ୍ରି ଆଠଟା। ଘରେ ନିଜ ପୁଅ ଝିଅ ଓ ସ୍ୱାମୀ ଅପେକ୍ଷା କରି ବସିଥାନ୍ତି। ଘରେ ପହଂଚି ଦେଖିଲେ ଭୋକରେ ଛୁଆ ଦିଟା ନିଦରେ ଶୋଇଛନ୍ତି। ଯାଇଁ ନିଜ ହାତ ଗୋଡ଼ ଧୋଇ ଶାଢ଼ୀ ବଦଳେଇ ରୋଷେଇ ଘରକୁ ଯାଇ ପରିବା କଟିଲେ । ରୁଟି ଡାଲମା ପ୍ରସ୍ତୁତ କରି ଛୁଆ ମାନଙ୍କୁ ଡାକି ଖାଇବାକୁ ଦେଲେ । ସ୍ୱାମୀ ସ୍ତ୍ରୀ ମଧ୍ୟ ଆହାର କଲେ ।ସ୍ୱାମୀ ପଚାରିଲେ, ଏତେ ଡେରି ହେବାର କାରଣ, ପୂର୍ବ ଘଟଣା ବଳି ସବୁ ଗୋଟି ଗୋଟି କହିଲେ । ଏହି ସମୟରେ ଗ୍ରାମର ଜଣେ ଲୋକ ଆନ୍ଦ୍ରପ୍ରଦେଶରୁ ଫେରି ଗ୍ରାମରେ ପହଁ ଚିଛି ବୋଲି ଜଣେ ବ୍ୟକ୍ତି ଆସି ଡାକିଲେ । ତତ୍କ୍ଷଣତ ପୁଣି ସେଇଲୋକ ସହିତ ବହାରିଲେ ।

ସରପଞ୍ଚ ଅପେକ୍ଷା କରିଥିଲେ ସ୍କୁଲ ପାଖରେ। ସରପଞ୍ଚ ଦିଦି କୁଁ ଦେଖି ଦୁହେଁ ସେ ଲୋକ ଫେରିଥିବା ଅନ୍ଦ୍ରରୁ ତାର ଘର କୁ ଯାଇ ତାକୁ ଆଣି ପରେଣ୍ଟିଂ ରେ ରଖିଲେ । ଏସମସ୍ତ କାମ କରି ଘରକୁ ଫେରୁ ଫେରୁ ପ୍ରାୟ ରାତ୍ରି ଗୋଟାଏ। ଜଣେ ନାରୀ ତାର ପରିବାର ରେ ରହି ବି ତାର ଚରିତ୍ର ରେ ସନ୍ଦେହ ଲାଗେ କାରଣ ନାରୀକୁ ସମାଜ ସବୁବେଳେ ଭୂଲ ଭାବେ। ତାର ସବୁ କାମ ଠିକ ଥିଲେ ବି କେମିତି ସନ୍ଦେହ ଭିତର କୁ ପଶିଯାଇ। ନାରୀ ର ଚରିତ୍ର କୁଁ ଦୋଷାରୋପ କରୁଥିବା ବ୍ୟକ୍ତି ବା ସମାଜ କେବେ ଆଗକୁ ବଢ଼ିପାରେ ନାହିଁ। ସ୍ୱାମୀ କ୍ରୋଧରେ ପାଟିକଲେ। କିଛି ନକହି ମାଧବୀ ଦିଦି ନିଜର ଦିନତମାନ ପରିଶ୍ରମ ରେ କ୍ଲାନ୍ତ ହୋଇ ସୋଇପଡିଲେ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya story from Inspirational