ଚୋକଡ
ଚୋକଡ
ମୁଁ ସୁନିତା, ନୂଆ ନୂଆ ସୁଦୂର କୋରାପୁଟ ଟ୍ରାନ୍ସଫର ହୋଇଥାଏ ଅଭିଙ୍କର l ଅଭି ମୋ ସ୍ୱାମୀ କୋରାପୁଟ ପୋଷ୍ଟାଲ ଦିପାର୍ଟମେଣ୍ଟରେ କାମ କରନ୍ତି l ପ୍ରତି ପାଞ୍ଚ ବର୍ଷରେ ଟ୍ରାନ୍ସଫର ସେଥି ଲାଗି ବେଶୀ ବ୍ୟବହାର ଜିନିଷ ପାଖରେ ରଖୁନା l ଦୁଇ ମାସ ପରେ କିଛି କିଛି ଲୋକଙ୍କୁ ସେଠାରେ ଜାଣି ଯାଇଥାଏ l ପାଖ ପଡିଶା ମଧ୍ୟ୍ୟ ବହୁତ ସାହାଯ୍ୟ କରନ୍ତି l ହଠାତ ମୋ ଦେହ ଖରାପ ରହିଲା l ଡାକ୍ତରୀ ପରୀକ୍ଷା ପରେ ଜାଣିଲି ପେଟରେ ଷ୍ଟୋନ ହୋଇଛି l ଡାକ୍ତର ଅପରେସନ ଲାଗି କହିବାରୁ ମୁଁ ଟିକେ ଚୁପ ରହିଲି l ଯଦି ଅପରେସନ ହେବ ଘର କାମ କେମିତି ହେବ ଭାବି ମୋ ମନରେ ଦ୍ଵନ୍ଦ ଚାଲିଥାଏ l ଅଭି ମୋ ମନ କଥା ବୁଝି ପାରୁଥିଲେ l ଘରର କାମ ଲାଗି ଜାଣିବାକୁ ପାଇଲୁ କିଛି ଦୂରରେ ଜଣେ ବୟସ୍କ ସ୍ତ୍ରୀ ଲୋକ ଅଛି l ଲୋକେ ତାଙ୍କୁ ଶୋଭା ମାଉସୀ ବୋଲି ଡାକନ୍ତି l ଅଭି ଆର ଦିନ ଶୋଭା ମାଉସୀଙ୍କୁ ଦେଖା କରି କାମ କଥା ଛିଣ୍ଡେଇ ବାକୁ ଗଲେ l ଶୋଭା ମାଉସୀ ମଧ୍ୟ୍ୟ ରାଜି ହୋଇଗଲା l ବାସ ତା ଆର ଦିନରୁ ଶୋଭା ମାଉସୀ କାମ କରିବାକୁ ଆସିବା ଆରମ୍ଭ କରିଦେଲା l
ପନ୍ଦର ଦିନ ଭିତରେ ଶୋଭା ମାଉସୀ ପୁରା ଘର ଦାୟିତ୍ୱ ନେଇ ଗଲା l ମୁଁ ବି ଶୋଭା ମାଉସୀର ଏତେ ସୁନ୍ଦର କାମ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିଲି, କିପରି ଏ ବୟସରେ ବି ଶୋଭା ମାଉସୀ ଏତେ ଚଞ୍ଚଳ l ପ୍ରତ୍ୟେକ ଟି କାମ ନିଖୁଣ l ଧୀରେ ଧୀରେ ଅପେରସନ ତାରିଖ ଆସିଗଲା, ସେ ଦିନ ଶୋଭା ମାଉସୀ ମୋତେ ବହୁତ ସାହସ ଦେଇ ହସ୍ପିଟାଲ ପଠାଇଲା l ଅପେରସନ ଭଲରେ ଭଲରେ ହୋଇଗଲା l ମୁଁ ଡିସ୍ଚାର୍ଜ ହୋଇ ଘରକୁ ଆସିଲି l ଡାକ୍ତର କହିବା ଅନୁସାରେ ମୋତେ ଦୀର୍ଘ ତିନି ମାସ ଖଟରେ ରହିବାକୁ ପଡିଲା l ଅଭି ଆଉ ଶୋଭା ମାଉସୀ ମୋର ପୁରା ଦାୟିତ୍ୱ ନେଉଥାନ୍ତି l ଗୋଟେ ମା' ଠାରୁ ବଳି ଶୋଭା ମାଉସୀ ମୋର ସେବା କରି ଚାଲିଥାଏ l ଧୀରେ ଧୀରେ ଶୋଭା ମାଉସୀ ଆମ ପରିବାରର ଏକ ସଦସ୍ୟ ହୋଇ ସାରିଥିଲା l
ଦିନେ ମୁଁ ଛାତ ଉପରେ ବସିଥାଏ l ଶୋଭା ମାଉସୀ ଚାଉଳ ପାଛୋଟି ଥାଏ l ବହୁତ ସୁନ୍ଦର ଭାବରେ ଚାଉଳ ଏବଂ ଚୋକଡ଼ ଅଲଗା କରି ଦେଉ ଥାଏ l ମୁଁ ପଚାରିଲି ମାଉସୀ ତୁମର ପୁଅ, ଝିଅ କେତୋଟି? ମାଉସୀ ଚୁପ ରହିଲା ମୋତେ ଲାଗିଲା କିଛି ଭୁଲ କିମ୍ବା କଷ୍ଟ ଦେଲା ପରି କଥାଟି ପଚାରି ଦେଲି l ତୁରନ୍ତ ଭୁଲ ମାଗି କହିଲି ଖରାପ ଭାବିବନି ମାଉସୀ ମୁଁ ଯଦି କିଛି ଭୁଲ କଥା ପଚାରି ଦେଇଛି l ଶୋଭା ମାଉସୀ କହିଲା ଆରେ ନା ନା ଝିଅ ସେମିତି କିଛି ନାହିଁ l ମୋର ପୁଅ ଗୋଟେ, ଝିଅ ଗୋଟେ l ମୁଁ ପଚାରିଲି ତୁମେ ସେମାନଙ୍କ ପାଖରେ ରହୁନ? ସେ କହିଲା ସେମାନେ ସହରରେ ରହୁଛନ୍ତି l ମୋ ମନ ପୁରା କଥା ଜାଣିବା ଲାଗି ବିବ୍ରତ ଥିଲା ସେଥିଲାଗି ପୁଣି ପଚାରିଲି ତୁମେ କେବେ ସହର ରହିବାକୁ ଯାଉନା? ମାଉସୀ କହିଲା ଯାଇ ଥିଲି, ପୁଅ ଆସି ବୋହୂର ପିଲାପିଲି ହେଲା ବେଳକୁ ମୋତେ ନେଇ ଯାଇଥିଲା l ପିଲାର ସବୁ କାମ ମୁଁ କରେ, ଘରର ସବୁ କାମ ମଧ୍ୟ୍ୟ l ଏଠି ଯାହା ସେଠି ସେଇଆ ଏକାକଥା l ଏଠି ସେହି କାମ କରି ଦୁଇ ପଇସା ପାଏ ସେଠି ଟିକେ ଭୁଲ ହେଲେ ପୁଅ, ବୋହୂଙ୍କ ଠାରୁ ଗାଳି l ସେହିପରି କିଛି ଅନୁଭୂତି ଝିଅ ଜ୍ୱାଇଁ ଘରେ ମଧ୍ୟ୍ୟ l ଠିକ ଏଇ ଚାଉଳ ଏବଂ ଚୋକଡ଼ ପରି l କାମ ସରିଲା ପରେ ଅଦରକାରୀ ଚୋକଡ଼ l ଦେଖୁ ଦେଖୁ ମାଉସୀ ସବୁ ଚାଉଳ ପରିଷ୍କାର କରିସାରିଥିଲା l ମାଉସୀ କାମ ସାରି କହିଲା କଥା ପଇସାର ନୁହେଁ ମା ସ୍ୱାଭିମାନର l ମୁଁ ବି ମଣିଷ, ମୋର ଭି ଆତ୍ମସମ୍ମାନ ଅଛି l କ'ଣ ଲୋକ ବୁଢା ବୁଢ଼ୀ ହୋଇଗଲା ପରେ ତାଙ୍କର କିଛି ସମ୍ମାନ ନ ଥାଏ???
ସେ ଦିନ ମୋ ପାଖରେ ଶୋଭା ମାଉସୀର ପ୍ରଶ୍ନର କିଛି ଉତ୍ତର ନ ଥିଲା l ଖାଲି ଲଜ୍ୟା ଏବଂ ଦୁଃଖ ବ୍ୟତୀତ l ଦେଖୁ ଦେଖୁ ପାଞ୍ଚ ବର୍ଷ ବିତିଗଲା l ଅଭିଙ୍କର ପୁଣି ଟ୍ରାନ୍ସଫର ଆସିଗଲା l ମୁଁ ଆଉ, ଅଭି ଶୋଭା ମାଉସୀକୁ ବହୁତ ଅନୁରୋଧ କଲୁ ଆମ ସହ ଆସିବାକୁ l ସେ କହିଲା , ଏ ମା' ଝିଅର ସମ୍ପର୍କକୁ ସ୍ୱାଭିମାନର ସହ ବଞ୍ଚିବାକୁ ଦେ l ମୁଁ ନିହାତି ସମୟ ଆସିଲେ ଦେଖା କରିବି, ଏବଂ ଗୋଟେ ଲଫାପା ହାତରେ ଦେଲା କହିଲେ ମା' ଗଲାପରେ ଘରେ ପହଂଚି ଖୋଲିବୁ l କିଛି କହିବା ଆଗରୁ ରାଣ ଟିଏ ପକାଇଦେଲା l ମୁଁ ଟ୍ରାନ୍ସଫର ହୋଇ ଆସିବା ପରେ ଦିନେ ଘର ସଜାଡୁ ସଜାଡୁ ସେ ଲଫାପା ବାକ୍ସ ଭିତରୁ ପାଇ ଖୋଲିଲି l ସେଥିରେ ଗୋଟେ ଚିଠି ଏବଂ ସେ ସବୁ ପଇସା ଥିଲା ଯାହା ଶୋଭା ମାଉସୀକୁ ଆମେ ତା କାମ ଲାଗି ଦେଇଥିଲୁ l ଚିଠିରେ ଖାଲି ଏତିକି ଲେଖା ଥିଲା "ମା' ର ସ୍ୱାଭିମାନ କ'ଣ ଏତେ ଛୋଟ ଝିଅ ଠାରୁ ପଇସା ନେବ l ମୁଁ ମୋ ପାଉଣା ପାଇ ଯାଇଛି ତୋ ସ୍ନେହ, ଶ୍ରଦ୍ଧାରେ " l ସତରେ ବୋଧେ ସେ ଦିନ ମୁଁ ପ୍ରକୃତରେ ବୁଝି ପାରିଥିଲି ଗୋଟେ ମା' ର ସ୍ୱାଭିମାନକୁ l