STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଛୁଇଁବାକୁ ଚାହେଁ

ଛୁଇଁବାକୁ ଚାହେଁ

4 mins
544

ମାଧବୀ ଯେତେବେଳେ ଛୋଟଥିଲା ଅନେକ ଜିନିଷ ଛୁଇଁବାକୁ ଚାହୁଁଥିଲା।ହେଲେ ସବୁ ଗୁଡାକ ଅପହଞ୍ଚି ଥିଲା ତାପାଇଁ।ପ୍ରାୟ ଗରିବ ଘରର ସବୁ ଝିଅଙ୍କ ଇଚ୍ଛାପରି ତା ଇଚ୍ଛା ବି ମନ ଭିତରେ ହିଁ ସମାଧୀ ନେଉଥିଲା।ଯାତ୍ରା ପର୍ବରେ ଭଲ ଭଲ ନୂଆ ଡ୍ରେସ୍ ପିନ୍ଧିବାକୁ ଚାହୁଁଥିଲା ମନ।ହେଲେ କେବେ କେମିତି ସମ୍ଭବ ହେଉଥିଲା।ବାପାଙ୍କର ସେମିତି କିଛି ଚାକିରି ନଥିଲା କି ମାସକୁ ମାସ ଟଙ୍କା ଆସିବ।ସେ ଜଣେ ଛୋଟ ଚାଷି ଥିଲେ।ବର୍ଷକୁ ଥରେ ଧାନ ଅମଳ ହୁଏ।ସେ ଧାନର ଭରଷାରେ ଚଳେ ବର୍ଷକର ତେଲ ଲୁଣ।ମାପି ଜଗି ଖର୍ଚ୍ଚ କରିବାକୁ ପଡେ।ତାଳମେଳ ବିଗିଡିଗଲେ ବର୍ଷ ଶେଷକୁ ପିଲାଏ ଭୋକରେ ମରିବେ। ସେଥିପାଇଁ ସବୁ ଦୃଷ୍ଟିରୁ ଧ୍ୟାନ ଦେଇ ଖର୍ଚ୍ଚ କରିବାକୁ ପଡେ ବାପାଙ୍କୁ।ଛୋଟମୋଟ ବ୍ୟବସାୟ ହାତକୁ ନେଇ ଦୁଇପଇସା ଉପାର୍ଜନ କରନ୍ତି।ସେଥିରେ ଲୁଗାପଟା ବାହାରିଆ ଗୃହଚଳିବା ସାମଗ୍ରୀ କିଣା ହୁଏ। ବେଳେବଳେ ଠିକ ସମୟରେ ପଇସା ମିଳେନି।ସେତେବେଳେ ପୁରୁଣା ଲୁଗା ପିନ୍ଧି ଯାତ୍ରା ଯିବାକୁ ହୁଏ।ସମସ୍ତେ ନୂଆ ପିନ୍ଧିଥିବା ବେଳେ ପୂରୁଣା ପିନ୍ଧି ଗଲାବେଳେ ମନ ବଡଦୁଃଖ ହୁଏ।ସେ ଭାବେ କାଶ୍ ସେ ବି ଏମିତି ମନକଲେ ନୂଆ ଜାମା କିଣି ପାରନ୍ତା ?ନିଜ ଇଚ୍ଛାକୁ ସାକାର କରି ପାରନ୍ତା?ଟିକେ ବଡ ହେଲାପରେ ସ୍କୁଲକୁ ପାଠ ପଢିବାକୁ ଗଲା।

କେତେବେଳେ ନୂଆବହିକିଣି ତ କେତେବେଳେ ବଡଶ୍ରେଣୀର ପିଲାଙ୍କର ପୁରୁଣା ବହି କିଣି ପାଠ ଜାରି ରହିଲା।

ଯେତେବେଳେ ସେ ଆକାଶ ବିଶୟରେ ପଢୁଥିଲା ସାତ ସମୁଦ୍ର ବିଷୟରେ ପଢୁଥିଲା।ତା ମନ ହେଉଥିଲା ସେମାନଙ୍କୁ ଥରେ ଛୁଇଁବା ପାଇଁ।ସେ ଫଟୋରେ ସବୁ ଦେଖୁଥିଲା।ସତସତିକା କେମିତି ହୋଇଥିବ ବୋଲି ମନରେ ଜିଜ୍ଞାସା ଜାତ ହେଉଥିଲା।

ସେ ଉଡା ଜାହାଜ,ପାଣି ଜାହାଜଙ୍କ କଥା ଭାବୁଥିଲା।କେମିତି ତିଆରି ହେଇଥିବ ଏସବୁ।କେମିତି ଉଡୁଥିବ ଆକାଶରେ ,ପାଣିଜାହାଜ ସବୁ କେମିତିପହଁରୁଥିବ ସମୁଦ୍ରରେ ? ଏସବୁ ଜାଣିବାକୁ ବହୁତ ମନ ହୁଏ।ହେଲେ ସବୁ ଇଚ୍ଛା କଣ ପୂରଣ ହୁଏ ? ଏକ ଅଖ୍ୟାତ ପଲ୍ଲୀର ଗ୍ରାମ୍ୟବାଳା ସେ।ତାପାଇଁ ସହର ଦେଖିବା ବି ଅପହଞ୍ଚ।ଆଉ ଏ ଉଡା ଜାହାଜ ପାଣି ଜାହାଜ ଆଉ ଟ୍ରେନ ଦେଖିବା କଥା ଛାଡ। ଧିରେ ଧିରେ ବଡ ହେଉଥାଏ ସେ।ଇଚ୍ଛାମାନେ ହୃଦୟ ଭିତରେ କେଉଁ କୋଣରେ ମଳି ମକଚି ଘୁମେଇଁ ପଡି ଥାନ୍ତି। ସେ କଲେଜ ପଢିବାକୁ ସହର ଆସିଲା।ଏବେ ଦୁନିଆଁ ଦେଖିବାର ସୁଯୋଗ ମିଳିଲା।ହେଲେ ହାତରେ ଅର୍ଥ ନଥିଲା। ଭାଗ୍ୟ ଭଲ ଥିଲା ଜଣେ ଡାକ୍ତରଙ୍କ ସହ ବିବାହ ହେଇଗଲା। ବିଧୁର ଥିଲେ ସେ ତାଙ୍କର ଆଗରୁଦୁଇବର୍ଷର ଝିଅଟିଏ ଥିଲା । ନାଆଁ ତାର ସସ୍ମିତା।ତାର ଳାଳନ ପାଳନ କରିବାରେ ସେ ନିଜର ସବୁ ଇଚ୍ଛା କଥା ଭୁଲିଗଲା।

ଏବେ ତାକୁ ଟ୍ରେନ ବସିବାର ସୁଯୋଗ ମିଳିଲା।ସେ ପ୍ରଥମ କରି ଏଲାହବାଦ ଯିବାର ମଉକା ପାଇଥିଲା। ଶଶୁରଙ୍କ ଅସ୍ଥି ବିସର୍ଜନ ପାଇଁ ସେମାନେ ଯାଇଥିଲେ।ପ୍ରଥମ ରେଲ ଯାତ୍ରା ବହୁତ ଭଲ ଲାଗିଥିଲା ତାକୁ।ଅନ୍ୟ ରାଜ୍ୟର କେତେପ୍ରକାର ଯାତ୍ରୀଙ୍କ ସହ ଭେଟ ହେଇଥିଲା ସେଠି।ଏ ଭିତରେ ଦୁଇ ପୁଅ ହେଲେ।ପିଲାଙ୍କ ପାଠପଢା ଳାଳନ ପାଳନରେ ସମୟ ଗଡି ଚାଲିଥାଏ ତା ବାଟରେ।ଦୁଃଖ ସୁଖ ଭିତରେ ଗଡି ଚାଲିଥାଏ ଜୀବନ।ଝିଅ ଏବେ ବଡ ହେଇ ଯାଇ ଥିଲା।ତାର ବିବାହ ହେଲା ସଂଜୀବ ସହ ଯିଏ ଆମେରିକାରେ ରହି ଚାକିରି କରୁଥିଲା। ଝିଅ ଚାଲିଗଲା ଆମେରିକା।ଦୁଇ ପୁଅ ବି ବଡ ହେଉ ଥିଲେ।ବଡ ପୁଅ ଇଞ୍ଜିନିୟରିଂ କରିବାକୁ ରାଜଧାନୀ ଚାଲି ଗଲା। ଏ ଭିତରେ ଝିଅର ପିଲା ହେବାର ସମୟ ଆସିଲା।ପ୍ରସବ ବେଳେ ଜଣେ ଅଭିଜ୍ଞ ସ୍ତ୍ରୀଲୋକ ରହିବା ଜରୁରୀ।ସେଥିପାଇଁ ମାଧବୀ ନିଜ ସମୁଦୁଣୀ ସହ ଆମେରିକା ଆସିଲା।ସେ ସମୟରେ ଦୁଇହଜାର ସାତରେ ପ୍ରଥମେ ଉଡାଜାହାଜ ବସିବାର ସୁଯୋଗ ପାଇଲା।ଦିନେ ଉଡାଜାହାଜ ଦେଖିବାକୁ ଚାହୁଁଥିବା ଗାଉଁଲି ଝିଅ ସେଦିନ ଏକ ଇଣ୍ଟରନ୍ୟସନାଲ ଏରୋପ୍ଲେନରେ ବସିବାର ସୌଭାଗ୍ୟ ପାଇଲା।ସେ ତାର ଚିକ୍କଣ ଦେହକୁ ଛୁଇଁକି ଦେଖିଲା।ବଡବଡ ଡେଣାକୁ ପାଖରୁ ଦେଖିଲା।ଝରକା ଭିତରୁ ପୃଥିବୀକୁ ଦେଖିଲା।ରାତ୍ରୀରେ ଉପରୁ ସହରର ଜଗମଗ ବିଜୁଳି ଆଲୁଅ କୁ ଦେଖିଖୁସି ହେଲା।ଯେମିତି ଲାଗୁଥିଲା ତଳେ ବି ଆଉ ଏକ ଆକାଶ ରହିଛି।ଯିଏ ବିଜୁଳିର ଜହ୍ନ ତାରା ନାଇଁ ଜଗମଗ କରୁଛି।ଆକାଶରେ ଉଡିଲା ବେଳେ ତୁଳାପରି ମେଘମାନଙ୍କୁ ତା ଜାହାଜ ପାଖରେ ଦେଖିଲା।ତା ଜାହାଜ ମେଘ ମାନଙ୍କୁ କାଟି ଆଗକୁ ବଢୁଥିଲା।ତଳେ ପ୍ରଶାନ୍ତ ମହାସାଗରକୁ ଦେଖିଲା।ଯାହା ପିଲାବେଳେ ବହିରେ ପଢିଥିଲା ସେ ମହାସାଗର କୁ ଦେଖି ପାରିଲା।ଖାଲି ଦେଖିଲା ନୁହେଁ ସେ ଆମେରିକା ପହଞ୍ଚିଲା ପରେ ତାର ନୀଳ ରଙ୍ଗର ଥଣ୍ଡା ପାଣିକୁ ନିଜ ହାତରେ ଧରି ଖେଳିଲା।ଆମେରିକାର ଗୋଲଡେନ ଗେଟ ଦେଖିଲା।ଏହାପରେ ସେ ଆହୁରି କେତେଟା ସମୁଦ୍ର ଓ ସାଗର ହାତରେ ଛୁଇଁବାର ସୌଭାଗ୍ୟ ପାଇଲା।କୋଚି ର ଏଲ୍ ଇ ପି ରେ ସମୁଦ୍ର ଭିତରେ ହାଉସବୋଟ୍ ରେ ଦିନଟିଏ ବୁଲି ରାତ୍ରୀରେ ସମୁଦ୍ର ମଝିରେ ବୋଟରେ ରହିବାର ଅନୁଭବ ବି ନେଲା।ବହୁତ ସୁନ୍ଦର ଥିଲା ସେ ଅନୁଭବ।ବୋଟ ଭିତର ରୁମଟି ଏକ ହୋଟେଲ ରୁମ ପରି ଲାଗୁଥିଲା।ସବୁ ସାଜ ସାମଗ୍ରୀ ଥିଲା।ଏସି ଲାଗିଥିଲା। ରାତିରେ ଡେକ୍ ରେ ବସି ସମୁଦ୍ରର ସୌନ୍ଦର୍ଯ୍ୟ ଦେଖିଲା।ଚନ୍ଦ୍ରାଲୋକିତ ରଜନୀ ଆଉ ସାମୁଦ୍ରିକ ସଲୁସୁଲୁବାଆ।ଚାରିଆଡେ ନଡିଆ ଗଛର ସମ୍ଭାର ଭିତରେ ସମୁଦ୍ରରେ ବସି ଉପଭୋଗ କରୁଥିଲା ନିର୍ଜନତାର ରୂପକୁ।ସକାଳ ପାହୁ ପାହୁ ଗିର୍ଜା ମାନଙ୍କରୁ ଘଣ୍ଟି ବାଜି ଉଠିଲା। ମସ୍ଜିଦ ମାନଙ୍କରୁ ଅଲ୍ଲାହ ହୋ ଆକବର ର ଧ୍ବନୀ।ଆଉ ମନ୍ଦିର ମାନଙ୍କରୁ ଆରତୀର ଘଣ୍ଟି ସାଙ୍ଗରେ ଧୂପର ସୁବାସ ଚହଟି ଗଲା।ସମୁଦ୍ରକୁ ଲାଗି ସବୁ ଧର୍ମର ଧାର୍ମିକ ପିଠ ସବୁ ଲାଗି ରହିଛି। ଏହାପରେ ସୁଯୋଗ ମିଳିଥିଲା,ରାମସେତୁ ଦେଖିବାର। ଯେଉଁଠାରୁ ରାମସେତୁର ଆରମ୍ଭ ହେଇଥିଲା ସେ ଜାଗାକୁ ଯାଇ ସମୁଦ୍ର ଛୁଇଁ ସେ ଆସିଥିଲା।ରାମେଶ୍ବରମ୍ ର ଦର୍ଶନ କରିଥିଲା କେବଳ ସେତିକି ନୁହେଁ ସେଇ ସମୁଦ୍ରର ଅପର ପାଶ୍ବରେ ମଧ୍ୟ ସେ ପହଞ୍ଚିବାର ସୌଭାଗ୍ୟ ପାଇଥିଲା।ମାନେ ସେ ଶ୍ରୀଲଙ୍କା ଯିବାର ବି ସୁଯୋଗ ପାଇଲା। ନିଆଁରା ଆଲିଆ ବୋଲି ଜାଗାରେ ଯୋଉଠି ହନୁ ନିଆଁ ଲଗାଇଥିଲେ ସେ ଜାଗା ଦେଖିଲା।ସୀତା ଯୋଉ ଅଶୋକ ବଣରେ ଥିଲେ ଯେଉ ନଦୀକୂଳରେ ଥିଲେ ସେଠି ଏବେ ମନ୍ଦିରଟିଏ ନିର୍ମାଣ ହେଇଛି।ସେ ସୀତାମନ୍ଦିର ଦର୍ଶନ କଲା।ସେଠିକା ସମୁଦ୍ର ଭିତରେ ବି ଜାହାଜରେ ବସି ବୁଲିଲା ପାଣିକୁ ଛୁଇଁଲା।ବଡ ସୁନ୍ଦର ଅନୁଭବ ଥିଲା ସେ ସବୁ।ତାପରେ ସେ ସିଙ୍ଗାପୁରର ସମୁଦ୍ର ବି ଦେଖିବାର ସୁଯୋଗ ପାଇଛି।ସେଠିକା ପାଣିବି ହାତରେ ଛୁଇଁଛି ।ବୋଟରେ ବୁଲିଛି।କେବଳ ସେତିକି ନୁହେଁ ସେ ଥାଇଲାଣ୍ଡର ସମୁଦ୍ର ବି ଛୁଇଁଛି।ଥାଏଲାଣ୍ଡର ଫିଫି ଆଏଲେଣ୍ଡ ଜାହାଜରେ ବସି ଯାଇଛି।ସେଠିକା ରମଣୀୟତାରେ ବିଭୋର ହେଇଛି।କୋରାଲ ଆଇଲେଣ୍ଡ ଯାଇ ସେଠି ଅନେକ ଏଡଭେନ୍ଚର ର ଅନୁଭବନେଇଛି।ସମଦ୍ର ଭିତରକୁ ଡାଇଭ କରିବାର ସୁଯୋଗ ମିଳିଛି।ସାମୁଦ୍ରିକ ଉଦ୍ଭିଦ 

ଓ ସାମୁଦ୍ରିଚ ମାଛମାନଙ୍କ ସହ ମିଶିବାର ଅନୁଭବ ନିଆରା।

ମାଛମାନେ ଆସି ତାଙ୍କ ଖୋଲା ଥିବା ଶରୀରରେ କାଟୁଥିଲେ ଚୁଟ୍ ଚୁଟ୍ କରି।ଯଦିଓ ସେମାନେ ଡାଇଭିଁ ପୋଷାକ ପିନ୍ଧିଥିଲେ ତଥାପି କିଛି ଅଂଶ ଦେହ ଖୋଲା ରହିଥିଲା।

ସମୁଦ୍ର ଉପରେ ପାରାଚୁଟ୍ ରେ ଉଡିଲେ।ଆହୁରି ଅନେକ ଖେଳଥିଲା ଯାହା ବଡ ମଜା ଦେଇଥିଲା।ଏଭିତରେ ସେ ମାଳୟେସିୟା ବି ଏରୋପ୍ଲେନରେ ଯାଇ ସାରିଛି।ସେଠିକାର ଟୁ ଇନ୍ ଟାଓ୍ବାର ଦେଖିଛି।ଭିତରେ ପଶି ଛୁଇଁଛି। ଦିନେ ଏସବୁ ସ୍ବପ୍ନରେ ବି ଛୁଇଁବାର ସାହସ କରି ପାରିନ ଥିବା କୁନି ଝିଅଟି ବଡହୋଇ ସବୁ ସାକାର କରି ପାରିଛି। ତାର ଆକାଶ ଛୁଇଁବା ଓ ସମୁଦ୍ର ଛୁଇଁବାର ଇଛା ପୂର୍ଣ ହେଇଛି। 



Rate this content
Log in

Similar oriya story from Inspirational