STORYMIRROR

Sunanda Mohanty

Tragedy

2  

Sunanda Mohanty

Tragedy

ଛୋଟ ସାପ

ଛୋଟ ସାପ

1 min
120

ସବୁ ଜନ୍ତୁ ଜୁନ୍ତା ଭିତରେ ସାପକୁ ମତେ ପ୍ରବଳ ଭୟ ଓ ଘୃଣା, ବିଶେଷ କରି ଯେଉଁମାନେ ମଣିଷଘାତୀ ସେମାନଙ୍କ ପ୍ରତି ମୋର ଭାରି ବିତୃଷ୍ଣା, ସେଦିନ ସଫାସଫି ଚାଲି ଥାଏ, ଦ୍ୱିତୀୟ କ୍ୟାମ୍ପସର ପଡିଆ ସାରା ଆଣ୍ଠୁଏ ବହଳ ଘାସ, ସେ କାମ କରିବାକୁ କେହି ରାଜି ନଥିଲେ, କିନ୍ତୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନିହାତି ଦରକାର l

  ଶେଷରେ ଦୁଇଜଣ ରାଜି ହେଲେ, ତା ପରଦିନ ବଡ ବଡ଼ ଦାଆ କଟୁରୀ ଧରି ସେମାନେ ଆସିବାର ଦୃଶ୍ୟ ମଧ୍ୟ ଦେଖିବାର କଥା, ଲାଗି ଗଲେ କାମରେ, ହଠାତ ଡାକ ପକେଇଲେ, ସାପ ସାପ, ଦୌଡ଼ିଗଲେ ସମେସ୍ତେ ହୋ ହାଲ୍ଲା କୋଉଠି କାଇଁ, କେତେ ବଡ ଇତ୍ୟାଦି ପ୍ରଶ୍ନରେ ମୁଁ ଝରକା ପଟେ ଦେଖେ ତ ଛୋଟ ପିଲା ସାପଟିଏ l

ଶୁଆଇ ଦେଇଛି କୂଅ ଚାନ୍ଦିନୀରେ, ପାହାର ବସିଛି ବେକରେ, କିଏ କହୁଛି ଆଉ ପାହାରେ ଦିଅ କିଏ କହୁଛି ଭଲ କି ମାର, ଆଉ ସାପଟି ପାଟି ମେଲେଇ ପୁଣି ପକଉଛି ପାଟି, ଦୁନିଆଁ ଯାକର ଛୋଟ ଜନ୍ତୁ ଦେଖାଗଲେ ମତେ, କୁକୁର ବିଲେଇ ଛୁଆ ଠୁ ଆରମ୍ଭ କରି ଛେଳି ଛୁଆ ବାଛୁରୀ, ଏମିତି ଛୋଟ ସାପ ଏତେ ପାଖରୁ ବି କେବେ ଦେଖିନଥିଲି ମୁଁ ତ କଣ କହିବାକୁ ଯାଉଛି, କିଏ କହିଲା ଛୋଟ ସାପର ବଡ ବିଷ, ତ ଲୋକଟି ପାହାରେ ପକେଇବା ପୁର୍ବରୁ ମୁଁ ଫେରିଆସିଥିଲି ନିଜ ସିଟକୁ ଆଖିମୁଜି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy