STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଛବି ମଣିଷ

ଛବି ମଣିଷ

1 min
14

ତନୁ, ଟ୍ରାକ୍ଟରରେ ବାଲି,ଗୋଡି,ମାଟି ଲୋଡ୍ ଅନ୍ ଲୋଡ୍ କରୁଥିବା ମଦୁଆ ଜଗୁର ସ୍ତ୍ରୀ ।


ଡାହାଣ ହାତରେ ତିନି ବର୍ଷର ବଡ଼ ଝିଅ ,ବାଁ କାଖରେ ବର୍ଷକର ସାନ ଝିଅ ଓ ପେଟରେ ଛଅ ମାସର ଛୁଆ ଧରି ଏନ ମା ଦିଦିଙ୍କ ପାଖକୁ ହେଲ୍ଥ ଚେକ୍ ପାଇଁ ଆସିଥିଲା ତନୁ।


ଓଜନ ତେତିଶ କିଲୋଗ୍ରାମ।ଉଚ୍ଚତା ପାଞ୍ଚ ଫୁଟ୍ ଦୁଇ ଇଞ୍ଚ୍।


ବହିଛପା ଛବି କଙ୍କାଳ ମଣିଷ ପରି ଦିଶୁଥିଲା।


ମୁଁ କାବା ହୋଇଗଲି ତା ଚେହେରା ଦେଖି।ତୁ କଣ ଖାଉନୁ କିଛି?ଯେଉଁ ଅଣ୍ଡା ଛତୁଆ ନେଉଛୁ?


ପିଲା ଆଉ ୟାଙ୍କ ପାଟିରୁ ବଳିଲେ ତ ଖାଇବି ମାମ୍।

ଦୁଇଟି ପିଲା ଅଛନ୍ତି ତୋର।ପୁଣି କାହିଁକି ପିଲା କରିବାକୁ ମନ କଲ?


ପୁଅ ନ ହେବା ଯାଏ ମଦୁଆ ସ୍ୱାମୀ ମୋତେ ଗର୍ଭବତୀ କରୁଥିବ,କହୁଛି ମାମ୍।


ଏତିକି କହି ତନୁ ଆଖିରୁ ବାରମ୍ବାର ଲୁହ ପୋଛୁଥିଲା ପିନ୍ଧା ଶାଢ଼ୀ କାନିରେ।ସିଂଥେଟିକ୍ ଶାଢ଼ୀଟି ବି ତା ଭାଗ୍ୟ ପରି ଲୁହ ପିଇବାକୁ ଅମଙ୍ଗ ଥିଲା।


ମୁଁ ବେଶୀ ବ୍ୟଥିତ ହେଉଥିଲି ଯେ "ତନୁ ଏଥରକଏ ପିଲା ଜନ୍ମ କରି ପାରିବ ତ !" ପୁଣି ପୁଅ ପାଇବା ମାନସିକତା ଏବେ ବି ଏତେ ରୁଗ୍ଣ ଓ ଭୟଙ୍କର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy