Satyabati Swain

Tragedy

4  

Satyabati Swain

Tragedy

ଚେୟାର

ଚେୟାର

3 mins
335



ଚେୟାରଟି ବହୁତ ଅଣ ନିଃଶ୍ବାସୀ କରାଉଛି ଏବେ।ନିର୍ଜୀବ ବସ୍ତୁଟି ସଜୀବ ପରି କଥା କହୁଛି ଯେମିତି। ମୁଁ ଯେବେ ଗାଁ କୁ ଯାଉଛି ତାକୁ ଟିକେ ଛୁଉଁଛି। ଖାଲି ଛୁଉଁ ନାହିଁ ତ ନିଃଶବ୍ଦେ ତା ସହ ଅନେକ କଥା ହେଉଛି। ଘରେ ପହଂଚୁ ପହଂଚୁ ଚେୟାର ଟିର ଆକର୍ଷଣ ମୋ ଲମ୍ବା ଦୀର୍ଘଶ୍ବାସର କାରଣ ହେଉଛି।ତା ଦେହ ସାରା ହାତ ବୁଲେଇ ଆଣିଲା ବେଳେ ଅନ୍ୟ ଜଣଙ୍କୁ ଛୁଇଁଲା ପରି ଲାଗୁଛି। କଣ୍ଠ ଭାରି ଆଖି ଓଦା ,ନାକ ପୁଡା ଫୁଲି ଉଠି ଛାତିରେ ବେଜାଏ ପୀଡା ଅନୁଭବ କରୁଛି। ଭାରି ଖୋଜୁଛନ୍ତି କିଛି ମୋ ଆଖି ,ମନ ଭୋ ଭୋ ହୋଇ।


ଶୁଭି ଯାଉଛି କେତୋଟି ଧାଡ଼ି।


ବାପା ପ୍ରଣାମ।


ହେଉ ହେଲା ହେଲା।ସ୍କୁଲରୁ ଇଆଡ଼େ ଆସିଛୁ? ଥିଟା, ଆଲଫା କେମିତି ଅଛନ୍ତି? ଆଣିଲୁନି ତାଙ୍କୁ ଟିକେ ସାଙ୍ଗରେ? ତୋର ମୁଣ୍ଡ ଠିକ୍ ହୋଇଗଲାଣି ? ବାନ୍ତି ଫାନ୍ତି ଆଉ ହେଉନି ତ?


ସେମାନଙ୍କ ପରୀକ୍ଷା ସରିଲେ ଆସିବେ। ବସ୍ କି କାର୍ ରେ ଗଲେ କିମ୍ବା ଘୋ ଘୋ ଗହଳି କି ଅତ୍ୟଧିକ ଶବ୍ଦ ଶୁଣିଲେ କେବଳ ବାନ୍ତି ହେଉଛି। ଅନ୍ୟ ସମୟରେ ନାହିଁ। ମୁଣ୍ଡରେ ଗୋଟେ ଶିର ଛେଚି ହୋଇ ସେମିତି ରହିଛି।ପୁରି ନାହିଁ।ପୁରିବାକୁ ଗୁଡାଏ ସମୟ ଲାଗି ପାରେ ,ଏମିତି କି ଜୀବନ କାଳ ଭିତରେ ପୁରି ନ ପାରେ ବି ଡାକ୍ତର କହିଛନ୍ତି।


ହେଉ ଅଯଥା ଟେନ୍ସନ ନେବୁନି। କ'

ଣ କରିବା ଯାହା ଭୋଗିବାର ଥିବ ଭୋଗିବା। କିଏ ଜାଣିଥିଲା ଏତେ ବଡ଼ ଧକ୍କା ହୋଇ ଏମିତି ଅବସ୍ଥା ହେବ ତୋର ! ଚେୟାର ରେ ବସିଥିବା ମଣିଷଟି ମନ ଦୁଃଖ କରି କୁହନ୍ତି।


କୁନାର( ବାପାଙ୍କ ବଡ଼ ପୁଅ ଓ ମୋ ମିଷ୍ଟର) ଗଲଫ୍ ବ୍ୟାଡର୍ ଆଉଟ୍ ହେଲା ପରେ କିଛି ସମସ୍ୟା ଦେଖାଉନି ତ !


ନା ବାପା ସେ ଖୁବ୍ ଜଗି ରଖି ଚଳୁଛନ୍ତି।ଏମିତିରେ ପାଟି ଲାଳସା ତ ତାଙ୍କର ନାହିଁ। ଖାଦ୍ୟ ପୁରା ରେଷ୍ଟ୍ରିକ୍ସନ୍ ଓ କଣ୍ଟ୍ରୋଲ ତାଙ୍କର।ମେଡ଼ିସିନ୍ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେଉଛନ୍ତି। ଏବେ କିଛି ଅଡୁବିଧା ନାହିଁ । ସୁସ୍ଥ ଅଛନ୍ତି।


ହେଉ ଦେହକୁ ଜଗି ରଖି ଚଳିବ। ଅଦ୍ଭୁତ ରୋଗ ତ ଏବେ ସୃଷ୍ଟି ହେଲାଣି। ହୁସିଆର ନ ରହିଲେ କେତେ

ବେଳେ କାହାକୁ କେଉଁ ରୋଗ ନ ହେବ କିଏ କହିବ ! ଗଲୁ ଧୁଆ ଧୋଇ ହୋଇ କଣ ଦିଟା ଖାଇବୁ ଯା।


ଆପଣ ଖାଇ ସାରିଲେଣି ?


କି ସୁନ୍ଦର ହସ ଟିଏ ହସି ଦେଇ କୁହନ୍ତି ,ନାଇଁ ଖାଲି ବସିବା ଖାଇବା ଛଡା ଆଉ କି କାମ ଅଛି ? ସକାଳ ଜଳଖିଆ ଏଯାଏ ହଜମ ହୋଇ ନାହିଁ।ଗାଧୋଇନି 

ବା। କି ପ୍ରାଣ ଖୋଲା ସେ ହସ ବାପାଙ୍କର!! ଯାହାକୁ ଝୁରୁଛି ମନ କିନ୍ତୁ ମିଳିବା ଅସମ୍ଭବ।


ଚାଲିଲେ ଗାଧୋଇ ଆସିଲେ ସମସ୍ତେ ଏକା ସାଙ୍ଗରେ ଖାଇବା।


ଆରେ ନାଇଁ ରେ ତୁ ସକାଳୁ ସ୍କୁଲ ଆସିଛୁ, ଛୁଆଙ୍କ କାମ ସାରୁ ସାରୁ ଖାଇବାକୁ ସମୟ ପାଇ ନଥିବୁ।ଭୋକ ହେବଣି, ତୁ ଖାଇବୁ ଯାଆ।


ନାଇଁ ଆପଣ ଗଲେ।ଗାଧୋଇ ଆସିଲେ ଆପଣଙ୍କୁ ଖାଇବା ବାଢି ଦେଇ ଆମେ ଖାଇବୁ।


ଓଃ କି ଜିଦିଆ ଝିଅଟା ଆସିଲା ମାନେ ଖାଲି ଖାଅ ଖାଅ ହେବ।ବସିଲେ ପରା ଭୋକ ମରି ଯାଏ। ହଉ ଦେ ସୋରିଷ ତେଲ ବଟଲ ଟା।


ଖିଆ ପିଆ ସରିଲେ ଆରମ୍ଭ ହୋଇଯାଏ ଭାର ସଜଡ଼ା। ବାରି ଘର ଶାଗ,ଲେମ୍ବୁ,ମୋର ଭାରି ପସନ୍ଦ। ବାପା ପିତା ଶାଗଠାରୁ ଆରମ୍ଭ କରି କଖାରୁ ଡଙ୍କ ପର୍ଯ୍ୟନ୍ତ ବ୍ୟାଗ ଭର୍ତ୍ତି ସଜାଡି ଥିବେ। ବୋଉ କହିବେ 'ଲକ୍ଷ୍ମୀ' ଦେଶୀ ଆଳୁ ଭଲ ପାଏ, ଖଣ୍ଡେ ଖୋଳି ଆଣୁନ।


ଆଗରୁ କହିଥାନ୍ତ ନା ବାହାରିଲା ବେଳକୁ କହୁଛ? ହେଉ ଆର ଶନିବାର ଆସିଲେ ନେବ।ଆଜି ଥାଉ। ଦିନ ଥାଉ ଥାଉ ପିଲାଙ୍କ ପାଖକୁ ଯାଉ।


ଏମାନେ ମୋ ଶାଶୁ ଓ ଶଶୁର।ମଣିଷ ନୁହନ୍ତି ସାକ୍ଷାତ ଦେବତା।ବାପା ବୋଉ ମୋର ନାହାନ୍ତି ବୋଲି ଈଶ୍ୱର କଣ ଏମିତି ଶାଶୁ ଶଶୁର ମୋତେ ଦେଉଛନ୍ତି !! 


ଏଇମାନଙ୍କ ପାଇଁ ଭୁବନେଶ୍ବରରୁ ଲାଗି ଲାଗି ବହୁ କଷ୍ଟରେ ଘର ପାଖକୁ ଟ୍ରାନ୍ସଫର୍ ହୋଇ ଆସିଛି। ଜଗତସିଂହପୁର ସ୍କୁଲରେ ପିଲାଏ ପଢ଼ନ୍ତି। ନିହାତି ଅସୁବିଧା ନଥିଲେ ପ୍ରତି ଶନିବାର ସ୍କୁଲ ସାରି ମୁଁ ଗାଁକୁ ଯାଏ। ଯେଉଁ ଠାରେ ମୋ ବାପା (ଶଶୁର) ରିଟାର୍ୟଡ଼ ପ୍ରଧାନ ଶିକ୍ଷକ ଓ ବୋଉ( ଶାଶୁ) ଜଣେ ଉଚ୍ଚ କୋଟିର ଚିତ୍ର ଅଙ୍କାଳି, ଚାରି ପଞ୍ଚାୟତରେ ଏନ୍ ଜି ଓ ପ୍ରେସିଡେଣ୍ଟ୍ ,ଯାଆ ଓ ଦିଅର ରୁହନ୍ତି।


ଶାଶୁ ଶଶୁରଙ୍କର ଅନ୍ୟାୟ ଅତ୍ୟାଚାର କଥା ଶୁଣିଲେ କି ଦେଖିଲେ ମୁଁ ଟିକେ ମୋ ଶାଶୁ ଶଶୁରଙ୍କୁ ଘଡିଏ ଅନାଏଁ। କେତେ ଜନ୍ମ ର ପୁଣ୍ୟ ଫଳରେ ଏମାନେ ମୋତେ ମିଳିଛନ୍ତି !! ସବୁ ଶାଶୁ ଶଶୁର ଏମିତି ହେଲେ କେମିତି ହୁଅନ୍ତା ସତରେ !


ବର୍ଷେ ହେଲା ଚେୟାରଟି ଏବେ ଖାଲି।


ଚେୟାର ଗୋଟେ ସାଧାରଣ ଚିଜ।କିନ୍ତୁ ଅସାଧରଣ ସେତିକି ବେଳେ ହୋଇଯାଏ ଯଦି ଅବିସ୍ମରଣୀୟ ସ୍ମୃତିକୁ ଜାବୋଡି ଧରିଥାଏ ସେ। 


ଚେୟାରଟି ସବୁବେଳେ ଘର ଆଗ ପୋର୍ଟିକୋ ପାଖ ବାଁ କଡେ ପଡୁଥିଲା। ଦୈନ ଦିନ ଚର୍ଯ୍ୟା ଛାଡି ଅନ୍ୟ ସମସ୍ତ ସମୟରେ ବାପା ପ୍ରାୟ ସେଥିରେ ବସୁଥିଲେ। 


ବର୍ଷେ ହେଲା ବାପା ବାଡ଼ି ଦକ୍ଷିଣ ପଟ ଶେଷ ଆଡକୁ ଆତାପି, ଆମ୍ବ ଓ ବରକୋଳି ଗଛ ପାଖରେ ସମାଧି ଭିତରେ ଜାକି ଜୁକି ବସିଛନ୍ତି କି ଖରା କି ଶୀତ ଚେୟାରକୁ ଛାଡି।





Rate this content
Log in

Similar oriya story from Tragedy