The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ashok Moharana

Tragedy

3  

Ashok Moharana

Tragedy

ଚାଲ ଧାନ ରୋଇବା

ଚାଲ ଧାନ ରୋଇବା

5 mins
56


ମାଆ ପ୍ରୀତି କୁ ଗାଳି ଦେଉଥିଲା, "ଆଲୋ ପୋଡାମୁଁହି! ତୁ ତ ଇସ୍କୁଲ ଯିବୁ, ଆଉ ତୋ ବୋପା ଯିବ ବିଲକୁ ଧାନ ରୋଇବାକୁ? ଛୁଟି ଦିନଟା ସେ ଇସ୍କୁଲୁରେ କଣ ଦିଟା ବିସ୍କୁଟ ଦେବେ ଯେ ତୁ ଵିଲ କାମ ଛାଡି ଯିବୁ ? ଆଲୋ ଆମର କିଏ ଅଛି କହିଲୁ ? ଆଗକୁ ନା ପଛକୁ ? କାମ ନକଲେ କିଏ ଖାଇବାକୁ ଦେଵ କହିଲୁ ? ସେ ଇସ୍କୁଲୁ ଫିସ୍କୁଲ ଛାଡ଼ l ତୋରାଣୀ ମୁନ୍ଦେ ପିଇ ଜଲଦି ଚାଲେ, ସେ ଗୋହିରୀ ଵିଲଟା ରୋଇଦେବା l ଆଜି କଣ ମଧ୍ୟାହ୍ନ ଭୋଜନ ହେବ ଯେ ଯିବୁ ?"

ଏ ମାଆ! ସାର ମୋତେ ଭାଷଣ ଦେବାକୁ କହିଛନ୍ତି l ମୁଁ ଘୋଷି ରଖିଛି l ନଗଲେ ମାଡ ଖାଇବି l

ରଖ ତୋ ଭାଷଣ l ଚାଲ ବିଲକୁ l ନହେଲେ ତୋ ଦେହରୁ ଚମଡା ଛଡେଇଦେବି l ଦେଖୁଛୁ, ଏ ତେନ୍ତୁଳି ଛାଟକୁ । 

କାନ୍ଦି ପକାଇଲା ପ୍ରୀତି l କେଡେ ଆଗ୍ରହରେ ସେ ଘୋଷିଛି ସ୍ୱାଧୀନତା ଦିବସରେ ଭାଷଣ ଦେଵ ବୋଲି l "ଏ ଦେଶ ହେଉଛି ବୀର ମାଟିର ଦେଶଦୁଇ ଶହ ବର୍ଷର ଜର୍ଜରିତ ବ୍ରିଟିଶ ଶାସନକୁ ପ୍ରତ୍ୟାଖ୍ୟାନ କରି ଏ ମାଟିରେ ଉଡିଥିଲା ବିଶ୍ୱ ବିଜୟୀ ତ୍ରିରଙ୍ଗା l ଏ ମାଟି ପୂଣ୍ୟ ଭୂମି ଭଗତ ସିଂ ଠାରୁ ଆରମ୍ଭ କରି ଝାନସୀର ରାଣୀ ଲକ୍ଷ୍ମୀବାଇ । କି ମହାତ୍ମା ଗାନ୍ଧୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷ,. ଓଡ଼ିଶାରେ ରମାଦେବୀ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର l ସ୍ୱାଧୀନତା ପାଇଁ ସେମାନଙ୍କର ବଳିଦାନ କେବେ ବି ବ୍ୟର୍ଥ ଯିବ ନାହିଁ l ଏ ମାଟିର ସନ୍ତାନ ଆମେ । ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଭାରତ ମାତାର ସୁରକ୍ଷା ପାଇଁ ଜୀବନ ଦେବୁ l

କେଡେ ଆଗ୍ରହରେ ସେ ଘୋଷି ଦେଇଛି ଡିବିରି ଆଲୁଅରେ l ମାଆ କହୁଛି ବିଲକୁ ଚାଲେ ଧାନ ରୋଇବୁ l ଆମେ ସ୍ଵାଧୀନ ବୋଲି ଆଜି କାହାର ଅତ୍ୟାଚାର ଆମ ଉପରେ ନାହିଁ l

ମାଆ ତ ପାଠ ବେଶୀ ପଢିନି l ସେ କଣ ବୁଝି, ଏ ଦିନର ମହତ ?

ଏତିକି ବେଳକୁ ବିନ, ମିଲି,ଝିଲି,ସାନୁ,ବାବୁ ଆସି ଡାକିଲେ l ଏ ପ୍ରୀତି ଡେରି ହେଲାଣି ଜଲଦି ଆସ ଯିବା ଛୁଆ ମାନେ ଦାଣ୍ଡରେ ଥାଇ ଡ଼ାକ ପକାଇଲେ ।

ଆଉ ଥରେ ପ୍ରୀତି ମାଆକୁ କହିଲା ଏ ମାଆ, ଛୁଆମାନେ ସମସ୍ତେ ଯାଉଛନ୍ତି । ମୁଁ ଯିବି l କଣ ବୁଝିଲା କେଜାଣି ସୁନିତା କହିଲା ହଉ ଯା "ଜଲଦି ଆସି ସେ ଗୋହିରୀ ବିଲକୁ ଚାଲିଯିବୁ l ଗଲାବେଳେ ଘରୁ ଭାତ, ପିଆଜ,ଲଙ୍କା ଲୁଣ ନେଇଯିବୁ" l ମନେ ରହିଲାଟି ?

ହଁ । ମାଆ କହି ପ୍ରୀତି ପିଲାମାନଙ୍କ ସହିତ ବାହାରି ପଡିଲା । ସେ ଭାଷଣ ଦେଵ । ପାଦ ତଳେ ଲଗୁନଥାଏ।

ଘରୁ ସ୍କୁଲ ପାଞ୍ଚ କିଲୋମିଟର ଦୂର ବମ୍ପା ଗ୍ରାମରେପଞ୍ଚମ ପାସପରେ ଗାଁ ରେ ସୁ ପଢ଼ିବାର ସୁଯୋଗ ନାହିଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ବମ୍ପା ପଞ୍ଚାୟତର ପଟାଳୁ ଗ୍ରାମ।ସହରଠାରୁ ଚାଳିଶ କିଲୋମିଟର ଦୂରବଣ ଜଙ୍ଗଲ ଘେରା ପାହାଡ଼ ପର୍ବତ ଘେରରେ ରହିଛି । ସଞ୍ଜ ହେଲେ ତାଟି କବାଟ ବନ୍ଦ ହାତୀଙ୍କ କବଳରେ ଗାଁ । ଗ୍ରାମକୁ ନା ଅଛି ସବୁଦିନିଆ ରାସ୍ତା ନା ଗାଡି ମୋଟର ସୁବିଧା । ରୋଗରେ ପଡିଲେ ତିରିଶ କିଲୋମିଟର ଗଲେ ଯାହା ରାସ୍ତା ଏମିତି ଗାଡି ଚଳାଇ ଯିବା କଷ୍ଟ । ମାଟି ମୋରାମ ରାସ୍ତା ଅବଡା ଖବଡା । ପଥର ସବୁ ରାସ୍ତାରେ ମୁଣ୍ଡ ଟେକି ଚାହିଁଛନ୍ତି । ରାସ୍ତାରେ ଦୁଇପାର୍ଶ୍ୱର ଘନ ଜଙ୍ଗଲ । କେତେବେଳେ କିଏହାତୀ ସହିତ ମୁହାଁମୁହିଁ ହେବ ତାର ଠିକଣା ନାହିଁ।ସ୍ୱାଧୀନତାର ୭୪ବର୍ଷ ଏବେ ଅନ୍ଧାରୀ ମୁଲକର ଗାଆଁ ।

ସେହି ବିପଦପୂର୍ଣ୍ଣ ରାସ୍ତାରେ ପିଲାମାନେ ଏତେଦୂର ଚାଲିଚାଲି ସ୍କୁଲ ଯାଇ ଫେରନ୍ତି । କେବେ କେବେ ପାଳି କରି ବଡମାନେ କିଛି ବାଟ ବଳେଇ ଦିଆନ୍ତ ତ ପିଲାମାନେ ଏକୁଟିଆ ଯାଆନ୍ତି।

ପ୍ରୀତି ସବୁଠାରୁ ବଡ଼ । ସପ୍ତମ ଶ୍ରେଣୀରେ । ତା ସହିତ ବାବୁ ଆଉ ମିଲି । .ବିନ, ଝିଲି, ସାନୁ ଷଷ୍ଠ ଶ୍ରେଣୀରେ । ସମସ୍ତେ ଗରିବ ଶ୍ରେଣୀର ।

ବାବୁ ପଚାରିଲା, ଆଲୋ ପ୍ରୀତି ତୁ ସବୁ ଘୋଷି ଦେଇଛୁ ତ !

ହଁ ରେ ବାବୁ, ସବୁ ଘୋଷି ଦେଇଛି ନହେଲେ ସାର ପଛରେ ପିଟିବେ । 

ଝିଲି କହିଲା, ଦିଦି ତୁ ଏଥର ପୁରସ୍କାର ପାଇବୁ ନିଶ୍ଚିତ ।

ସମସ୍ତେ କହିଲେ ହଁ ହଁ ଏଥର ପୁରସ୍କାର ପ୍ରୀତି ପାଇବ ।

ଦିଦି ଟିକେ କହିଲୁ ଭାଷଣଟା ଶୁଣିବା । 

ସମସ୍ତେ ଗୋଟେ ଗଛ ପାଖରେ ଛିଡା ହୋଇଗଲେ ପ୍ରୀତି ଶୁଣେଇଦେଲା ଭାଷଣ।

ସମସ୍ତେ ତାଳି ମାରିଲେ । ଗଛରେ ଅଜଣା ପକ୍ଷୀ ଦିଟା ଫରଫର ହୋଇ ଉଡ଼ିଗଲେ ।

ସମସ୍ତେ ତରତର ହୋଇ ପାହାଡିଆ ରାସ୍ତାରେ ଚାଲିଥାନ୍ତିଡର କି ଭୟ ନାହିଁ । ଏଇ ବଣ ଜଙ୍ଗଲରେ ଘର । ଡର କଣ ?

ସ୍କୁଲରେ ପହଞ୍ଚିଗଲେ ସମସ୍ତେ । ସବୁ ପିଲା ଏକାଠି ଛିଡା ହୋଇଗଲେ । ହେଡ ସାର ପତାକା ଉତ୍ତୋଳନ କରି ଦେଶମାତୃକାର ସେବା ପାଇଁ ନିଜ ଜୀବନକୁ ବଳି ଦବାକୁ ପଡିଲେ ଆଦୌ ପଛଘୁଞ୍ଚା ଦେଵ ନାହିଁ ବୋଲି ଆହ୍ୱାନ ଦେଲେ ।

ବାବୁ ସ୍ଲୋଗାନ ଦେଲା "ବନ୍ଦେ । ଅନ୍ୟମାନେ ପାଳି ଧରି କହିଲେ ମାତରମ୍ । ମହାତ୍ମା ଗାନ୍ଧୀ,ସୁବାଷ ବୋଷ କହି ଜୟ ଧ୍ୱନି ଦେଲେ । ଶେଷରେ ଭାଷଣ ପ୍ରତିଯୋଗିତାରେ ପ୍ରଥମ ହୋଇ ପ୍ରୀତି ପ୍ରଥମ ପୁରସ୍କାର ପାଇଲା । ଗୋଟେ କପ । ଆଉ ପ୍ରମାଣ ପତ୍ର ପେନ । ମୁଖ୍ୟ ଅତିଥି ଭାବରେ ଆସିଥିବା ଜଣେ ସମାଜସେବୀ ପୁରସ୍କାର ପ୍ରଦାନ କଲେ । ଖୁସିରେ ଫାଟିପଡୁଥିଲା ପ୍ରୀତି ବଡ଼ ହୋଇ ଦିନେ ଏ ଦେଶମାତୃକାର ସେବାରେ ନିଜକୁ ସମର୍ପିତ କରିବ ବୋଲି ମନେମନେ ସଂକଳ୍ପ କଲା।

ସ୍ୱାଧୀନତା ଦିବସ ପାଳନ ଶେଷ ହୋଇଗଲା । ଆଉ ପ୍ରିତୀର ମନେପଡ଼ିଗଲା ବିଲରେ ଧାନ ରୋଇବା କଥା । ପିଲାମାନଙ୍କୁ ଏକାଠି କରି ପ୍ରୀତି ତରତରରେ ଘରକୁ ଯିବାକୁ ବାହାରିଲା । ଘରକୁ ଗଲେ ସେ ଭାତ ନେଇ ଯିବ ।

ରାସ୍ତାରେ ଝିଲି କହିଲା, ଦିଦି ତୁମ ପାଇଁ ଆମ ଗାଆଁ ଆଜି ଗର୍ବିତ । ତୁମେ ନିଶ୍ଚିତ ବଡ ହେଲେ ବଡ଼ ମଣିଷ ହେବ ।

ପ୍ରୀତି ଖୁସିରେ ବାରମ୍ବାର କପଟାକୁ ଆଉଁସି ଦେଉଥାଏ ତ ପାଦ ବି ଚାଲୁଥାଏ । ସବୁ ପିଲା କପଟାକୁ ନେଇ ଦେଖୁଥାନ୍ତି ଆଉ ଖୁସିରେ ଆଉଁସି ଦେଉଥାନ୍ତି ।

ବାବୁ କହିଲା, ଦେଖ ପ୍ରୀତି ତୁ ଗୋଟେ ବଡ଼ ଅଫିସର ହେଲେ ଆଗ ଗାଁରେ ହାଇସ୍କୁଲ କରିବୁଟି । ଏତେ ବାଟ ଚାଲିଚାଲି ଯିବାକୁ ଇଚ୍ଛା ହେଉନି ।

ସାନୁ କହିଲା, ଦେଖ ଦିଦି । ମୋ ପାଦ କେମିତି ହୋଇଛି । ଛାଲ ପଡ଼ିଗଲାଣି । ଏତେ ଦୂର, ପୁଣି ଏ ଆବଡ଼ ଖାବଡ଼ ରାସ୍ତାରେ କେତେ ଚାଲିବା ।

ମିଲି କହିଲା । ହଁ ଲୋ ପ୍ରୀତି ସ୍ୱାଧୀନତାର ଏତେ ଦିନ ପରେ ଆମେ କୋଉ ସ୍ୱାଧୀନତା ପାଇଛେ କହିଲୁ ?

ପ୍ରୀତି କହିଲା ଗାଁକୁ ରାସ୍ତା ନାହିଁ । ସ୍କୁଲ ନାହିଁ, ଶୁଦ୍ଧ ପାଣି ମୁନ୍ଦେ ନାହିଁ । ଆମ ପାଇଁ କିଛି ନାହିଁ । ନେତାମାନେ ଆସୁଛନ୍ତି । କିନ୍ତୁ କିଛି ଫଳ ନାହିଁ । ଖାଲି କଥା।

ହଁ ଲୋ ଦିଦି, ଦେଖୁନୁ । ବର୍ଷା ଦିନ ଆସିଲେ ନା ପାଠ ନା ସ୍କୁଲ । ସମସ୍ତଙ୍କୁ ତ ମ୍ୟାଲେରିଆ କି ଡେଙ୍ଗୁ । କିଏ ଚିକିତ୍ସା କରିବ କହିଲୁ ? ଡାକ୍ତରଖାନା ତିରିଶ କିମି ବୋଲି ବାପା କହୁଥିଲେ।

ଗଲା ବର୍ଷ ବିନ ଜେଜେ ଡାକ୍ତର ଦେଖାଇ ନ ପାରି ମରିଗଲା । କହିଲା ପ୍ରିତୀ ।

ତାଙ୍କ ପାଖେ ଗାଡି ନାହିଁ କି ଟଙ୍କା ନାହିଁ ୧୦୮ ତ ଏ ରାସ୍ତାରେ ଅସୁନି । 

ଏ ଦିଦି ତୁ ଡାକ୍ତର ହେବୁ ନା ଅଫିସର ?

ଘର ଆସିଯାଇଥିଲା ପ୍ରୀତି ସେହି ସ୍କୁଲ ଡ୍ରେସରେ ଘର ଅଗଣା କବାଟ ବନ୍ଦ କରି ଭାତ ସଜାଡ଼ିଲା ।ଏତିକି ବେଳେ ଗାଁରେ ଗୋଟେ ଯୁବକ ସୁବାସ ଘର ଭିତରକୁ ପଶି ପ୍ରିତୀକୁ ଟଣା ଓଟରା କରିବା ସହିତ ଫ୍ରକକୁ ଚିରିଦେଲା । ଜୀବନ ବିକଳରେ ପ୍ରୀତି ଚିତ୍କାର କଲା । ଗାଁ ଲୋକେ ଦୌଡ଼ି ଆସିଲେ ତ ସୁବାସ ପଳାଇଲା। 

ଖବର ପାଇ ପ୍ରୀତିର ମାଆ ବାପା ଘରକୁ ଆସି ଝିଅ ଠାରୁ ସବୁ ଶୁଣି ଦୁଃଖରେ ଭାଙ୍ଗି ପଡିଲେ।

ନ୍ୟାୟ ପାଇଁ ଧାଇଁ ଗଲେ ଭାପୁର ଫାଣ୍ଡିକୁ । କିନ୍ତୁ ଫାଣ୍ଡି ଅଧିକାରୀ ନାମକୁ ମାତ୍ର ସୁବାସକୁ ଧରି ନେଇ ଛାଡ଼ିଦେଲେ ।

ସେହି ଦିନଠାରୁ ପ୍ରୀତିର ପରିବାର ଉପରେ ସୁବାସ ନିଜର ରାଗ ଶୁଝାଇବାରେ ଲାଗିଲା । ସବୁବେଳେ ଗାଁ ଦାଣ୍ଡରେ ଗାଳି ଗୁଳଜ କରିବା ଆରମ୍ଭ କରିଦେଲା।

ଏମିତିକି ପାଣି ପାଇଁ ଗଲେ ଗାଳି ଗୁଲଜ କରୁଥିଲା ।

ଗରିବ ଲୋକ ବିଲକୁ ନଗଲେ ଖାଇବେ କଣ ? ଏ ଘଟଣା ପରଠାରୁ ସୁନିତା ବେଶୀ ସମୟ ବିଲକୁ ଯାଇନାହିଁ । 

ଜୁଲାଇ ୨୮,ଧାନ ରୋଇବାକୁ ସୁନିତା ଆଉ ତାର ସ୍ୱାମୀ ବିଲକୁ ଯାଇଥିଲେ । ପ୍ରୀତି ତାଲା ପକାଇ ଘରେ ଥାଏ ।

ଏହାର ସୁଯୋଗ ନେଇ ସୁଭାସ ଘରେ ପଶି ପ୍ରିତୀକୁ ଦୁଷ୍କର୍ମ କରି ଚାଲିଗଲା । 

ଜମିରୁ ଫେରିଲା ବେଳକୁ ଘର ଭିତରେ ପ୍ରୀତିର ନିର୍ଜୀବ ଦେହଟା ପଡିଥାଏ । ବୁଝିବାରେ ବିଳମ୍ବ ହେଲା ନାହିଁ । ନ୍ୟାୟ ପାଇଁ ବାପା ମାଆ ଏସପିକୁ ଜଣାଇଲେ.ସଙ୍ଗେ ସଙ୍ଗେ ଏସପି ତଦନ୍ତ ନିର୍ଦ୍ଦେଶ ଦେଲେ ।

ଏ ଥିଲା ସେଦିନର ଗଣମାଧ୍ୟମର ପ୍ରମୁଖ ଖବର ଲୋକ ଲଜ୍ଜା ସହି ନପାରି ନାବାଳିକାର ଆତ୍ମହତ୍ୟା ପୁଲିସ ଯୋଗୁଁ ଆତ୍ମହତ୍ୟା କଲା ନାବାଳିକା ।

ଦୁଇଦିନ ପରେ ଗଣମାଧ୍ୟମରେ ପ୍ରକାଶ ପାଇଲା ଦୁଇ ପୋଲିସ ଅଫିସର ନିଲମ୍ବିତ ଆଉ ଅଭିଯୁକ୍ତ ଗିରଫ ।

ଦୁଇଦିନ ପରେ ସ୍କୁଲ ପିଲାମାନେ ଏକାଠି ହେଲେ..

ପ୍ରୀତି ନାହିଁ ଏଥର ବାବୁ ବାଟ କଢେଇ ନେଲା।  

ରାସ୍ତାରେ ହଠାତ ଝୁଣ୍ଟି ପଡିଲା ଝିଲି । କାନ୍ଦି ପକାଇଲା।

ମିଲି କହିଲା ଆଉ ରାସ୍ତା ହେବ ନାହିଁ ଲୋ ଝିଲି । ପ୍ରୀତି ତ ଗଲା । ଆଉ କିଏ କରିବ ।

ଭଲ ହେବ ଆଉ ସ୍କୁଲ ଆସିବନି କହିଲା ବାବୁ।

ଏଥର ଚାଲ ବିଲରେ ଧାନ ରୋଇବା.



Rate this content
Log in

Similar oriya story from Tragedy