STORYMIRROR

Pravanjan Dash

Tragedy Classics Inspirational

3  

Pravanjan Dash

Tragedy Classics Inspirational

ବ୍ୟତିକ୍ରମ

ବ୍ୟତିକ୍ରମ

1 min
158


  ଅଫିସରୁ ଫେରିବା ବେଳକୁ ବାଟରେ ବର୍ଷା। ଓଃ କି ହୀନସ୍ତା। ତଥାପି ପାଦକୁ ନଅଟକାଇ ଛତାଟିକୁ ଖୋଲି ଧୀରେ ଧୀରେ ଚାଲିବାକୁ ଲାଗିଲି। ଆଗରେ ତ ବସ୍ଷ୍ଟାଣ୍ଡ୍ ଆଉ ଚିନ୍ତା କାହିଁକି? ବସ୍ କୁ ମୁଁ ଅପେକ୍ଷା କରିଥାଏ। ବାରମ୍ବାର ରାସ୍ତା ଓ ହାତଘଣ୍ଟାକୁ ଦେଖି ଚିଡି ଉଠୁଥାଏ। ହଠାତ୍ ମହିଳା ଜଣକ ରାସ୍ତାପାର ହୋଇ ଦୌଡ଼ି ଆସିଲେ ମୋରି ଆଡକୁ। ଛମ୍ ଛମ୍ ପାଉଁଜି ବଜେଇ ସେ ଆଗେଇ ଗଲେ ପାଖ ବରଗଛ ତଳକୁ। ତାଙ୍କ ଦେହରୁ ଛିଟିକି ପଡୁଥିବା ବର୍ଷା ବିନ୍ଦୁରୁ କିଛି ପଡିଯାଉଥାଏ ମୋରି ଦେହରେ ତଥାପି ସେସବୁ ପ୍ରତି ନିଘା ନଥାଏ ମୋର। ଅଧାଭିଜା ଦେହକୁ ଟିକେ ହାଲକେଇ ଝାଡ଼ି ଦେଲେ ସେ। ଉତ୍ସୁକତାରେ ସେ ସବୁକୁ ଅତି ସନ୍ତର୍ପଣର ଦେଖୁଥାଏ ମୁଁ। ମନେମନେ ପୁଲକି ଉଠୁଥାଏ। ପରସ୍ପର ଉପରେ ନଜର ପଡିବା କ୍ଷଣି ମୁଁ ହତବାକ୍ ହୋଇଗଲି। ଖାଲି ମୁଁ କାହିଁକି ସେ ବି ବୋଧହୁଏ। ତା’ ନହେଲେ ତାଙ୍କ ଆଖିରୁ ଜକେଇ ଆସୁଥିବା ସେ ଲୁହ କଣ ମୋର ଭ୍ରମ ଥିଲା? ହଁ ଆଉ କିଏ ହୁଏତ ନଜାଣି ପାରେ ପରନ୍ତୁ ମୁଁ ସ୍ପଷ୍ଟ ଭାବେ ଦେଖିପାରୁଥିଲି ମେଘବିନ୍ଦୁ ଭିତରେ ଲୁଚିଯାଉଥିବା ସେ ଲୁହ ସବୁକୁ। ଭାବପ୍ରବଣତାରେ ମୋର ମନେ ପଡିଯାଉଥିଲା ଅତୀତରୁ ଅନେକ କିଛି,“ସେଦିନ ବର୍ଷାରେ ଗୋଟିଏ ଛତା ତଳେ ଦେହକୁ ଦେହ ଲାଗି ସାଥୀରେ ଚାଲୁଥିବା ମଣିଷ ଆଜି ଏ ବରଗଛ ତଳେ ଏମିତି ଅସହାୟ କେମିତି? ସେଦିନ ତା’ ମୁଣ୍ଡଉପରେ ଥିଲା ମୋ ଛତା। ଆଉ ଆଜି ତା’ ମୁଣ୍ଡରେ ଆଉ କାହା ସିନ୍ଦୁର। ମତେ ଜାବୁଡି ଧରିଥିବା ତା’ର ସେ ହାତ ଆଜି ଆଉ କାହା ପତିତ୍ୱର ଶଙ୍ଖାରେ। ସତରେ କେତେ ବ୍ୟତିକ୍ରମ ସେଦିନର ସେ ବର୍ଷା ଆଉ ଆଜିର ଏ ବର୍ଷା ଭିତରେ। ସେଦିନର ସମ୍ପର୍କ ଆଉ ଆଜିର ଏ ସମ୍ପର୍କ ଭିତରେ ।” ବସ୍ ର କାନଫଟା ବିକଳିଆ ହର୍ଣ୍ଣଟେ ବାଜିଲା। ମୁଁ ଭାବନା ରାଜ୍ୟରୁ ବାହାରି ଆସି ବସ୍ ରେ ଚଢିଲି। ଝରକା ପଟେ କଣେଇକି ଦେଖୁଥିଲି ତାକୁ। ସେ ସେମିତି ଗୁମୁରେଇ କାନ୍ଦୁଥିଲା।

                                                                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy