Madhabi Patel

Inspirational

4  

Madhabi Patel

Inspirational

ବ୍ୟବସାୟିକ ସେବା

ବ୍ୟବସାୟିକ ସେବା

3 mins
607



ସତରେ ଆଜି ମଣିଷ କେତେ ବ୍ୟବସାୟିକ ହୋଇଯାଉଛି ଧିରେ ଧିରେ। ଯୋଉଠି ଦେଖିବ ବ୍ୟବସାୟିକ ସଂପର୍କ।ସବୁଠି କିଣାବିକା ଲାଭକ୍ଷତିର ହିସାବ । ଆଜିକାଲି ତ ହସ୍ପିଟାଲ ଗୁଡାକ ବି ବ୍ୟବସାୟର ସେଣ୍ଟର ପାଲଟି ଯାଇଛି।ମଣିଷଟିଏ କେତେ ବିପଦରେ ପଡି ସେବା ପାଇବାର ଭରସା ନେଇ ଡାକ୍ତରଖାନା ଦଉଡେ।ଆଉ ସେଠି ସେମାନେ ଜାଲରେ ମାଛ ପଡିଲାପରି ତାକୁ ଲୁଟିବାରେ ଲାଗନ୍ତି।ବିନା ଦରକାରରେ ଅନେକ ଟେଷ୍ଟ ଅଲ୍ଟ୍ରାସାଉଣ୍ଡ ଏକ୍ସରେ ପ୍ରଭୃତି କରାଇ ଦିଅନ୍ତି।

ଆଇସିୟୁ ରେ ଭର୍ତ୍ତି କରନ୍ତି ଦରକାର ନଥିଲେବି।ରୋଗି ଭଲ ହେଇଗଲାପରେ ବି ଆଉ କିଛିଦିନ ରହିବାକୁ କୁହନ୍ତି ଯୋଉଠି ଡିସ୍ଚାର୍ଯ ହେଲେବି ଚଳିଯାନ୍ତା।ଏମିତି ଏକ ଘଟଣା ଘଟିଥିଲା ସୁରଭି ର ପରିବାରରେ।ତାର ପୁଅବୋହୁ ଭୂବନେଶ୍ବରରେ ରୁହନ୍ତି।ତାଙ୍କର ଏକ ଦୁଇବର୍ଷର ନାତୁଣୀ ଅଛି।ବହୁତ ଚୁଲବୁଲି।ସବୁବଳେ ତରତର ଏଘର ସେଘର ଚାଲୁଥିବ। ଜିନିଷ ପତ୍ର ତା ଜାଗାରେ ରହିଦିଏନି।ଏଠି ସେଠି ବୁଣିଦିଏ।ଯାହା ପାଇଲେ କ୍ରିମ ହେଉକି ପେଷ୍ଟ ମୁହଁରେ ଭରି ଦେବ।ସେଦିନ ତ ହଦ୍ କରିଦେଲା।ପ୍ଲକ୍ ରେ ଲାଗିଥିବା ଅଲ୍ଆଉଟ କୁ ଟାଣି ଆଣି ତାର ରିଫିଲ୍ ଖୋଲି ସେଥିରୁ କଛିବୁନ୍ଦା ପିଇଦେଲା।ଭଡାଘରରେ ରହୁଛନ୍ତି ପ୍ଲକ ସବୁ ତଳେ ରହିଛି ଯାହା ତାର ପହଞ୍ଚରେ ଆରାମରେ ଆସିଯାଉଛି।ମାଆ ବି ସବୁବେଳେ କେତେ ତା ପଛରେ ଜଗିବ।ତାକୁ ବିତ ଘରକାମ ରୋଷେଇ କରିବାକୁ ପଡେ।ସେତିକି ବେଳେ ଏ ଅଘଟଣ କରି ଦେଇଛି। ତା ମାଆ ଦେଖିଲା ବେଳକୁ ସିଏ କଛି ପିଇ ସାରିଥିଲା।ରାତି ନଅ ହେଇ ସାରିଥାଏ।ତାକୁ ବାନ୍ତି କରାଇବାକୁ ତା ମୁହଁରେ ମାଆ ଆଙ୍ଗୁଳି ଭର୍ତ୍ତି କରିଦେଲା ଫଳରେ ସେ କିଛି ବାନ୍ତି କଲା କିଛି ଲାଳ ପରି ଜିନିଷ।ହେଲେ କାନ୍ଦିବାକୁ ଲାଗୁଥାଏ।ତା ମୁହଁରୁ ଅଲଆଉଟର ବାସନା ଆସୁଥାଏ। ସ୍ୱାମୀ ସ୍ତ୍ରୀ ଘରକୁ ଫୋନକଲେ ବାପା ମାନେ ଦୁଇଜଣଙ୍କ ଡାକ୍ତର ତାଙ୍କଠୁ କିଛି ପରାମର୍ଶ ଚାହିଁଲେ।ବାପା ମାନେ ଜାଣୁଥିଲେ କଛି ହେବନି ।କିରୋସିନି ପରି କିଛି ଥାଏ ତା ଭିତରେ।କିନ୍ତୁ କେତେ ପରିମାଣରେ ପିଇଛି ତା ତ ଜଣାନାଇଁ।ତେଣୁ ରିକ୍ସ ନେବା ଅନୁଚିତ। ଛୋଟଛୁଆ କଣ ହେବ କିଏ ଜାଣିଛି।ଶୀଘ୍ରନେଇ କୌଣସି ଭଲ ହସପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଲେ।ସେମାନେ କନ୍ୟାାକୁ ନେଇ ପାଖରେ ଥିବା ଏକ ପ୍ରାଇଭେଟ ଡାକ୍ତର ଖାନାରେ ପହଞ୍ଚିଲେ ସେଠି ଜଣେ ଏମ୍ ବି ବି ଏସ ଡାକ୍ତର ଥିଲେ।ସେ କଣ ସାଲାଇନ ଲଗାଇବାକୁ କହୁଥିଲେ।ସେ ଶିଶୁ ଡାକ୍ତର ବି ନ ଥିଲେ।ପୁଅ ପୁଣି ଫୋନ୍ କଲା ବାପାଙ୍କୁ ଯିଏ ନିଜେ ଜଣେ ଶିଶୁ ଡାକ୍ତର।ସେ ସେଠିକାର ସବୁ କଥା ଜଣାଇଲା।ବାପା କହିଲେ।ଏଠି ସାଲାଇନର କିଛି ଆବଶ୍ୟକତା ନାହିଁ।ତୁ ଶୀଘ୍ର ଆପୋଲୋ କି କିଟ୍ସ୍ ନେଇଯା ଯଉଠି ଶିଶୁଡାକ୍ତର ଥିବେ।ସେ ସେଠୁ ତାକୁନେଇ ଆପୋଲୋ ହସ୍ପିଟାଲ ଗଲେ। ସେଠି ଏଡମିଟ୍ କରାହେଲା ଆଇ ସି ୟୁ ରେ।ସେଠି ତାର ଏକ୍ସରେ ମାତ୍ର କରାହେଲା ।ଆଇସିୟୁରେ ରାତିଟା ରହିଲେ।କେବଳ ପିଲା ର ରାତ୍ରି ଖାଦ୍ୟ ମିଳିଥିଲା ଯାହା ପିଲା ଖାଇଲାନି।ପିଲାଟି ମଝି ମଝିରେ କୁନ୍ଥାଉଥାଏ ।ପୁଅ ବୋହୁ ବି ଖାଇବା ଆଗରୁ ଏସବୁ ହେଇଗଲା ତେଣୁ କିଛି ଖାଇ ପାରିନଥିଲେ।ସେମାନଙ୍କୁ ଏଠି ରହିବାକୁ ପଡିବ ବୋଲି ଜଣା ନ ଥିଲା।ତେଣୁ କିଛି ଜିନିଷପତ୍ର କି ଖାଦ୍ୟବି ସାଥିରେ ଆଣି ନ ଥିଲେ।ପୁଅ ଯାଇ କେନ୍ଟିନରୁ କିଛି ଖାଇ ଆସିଲା।ବୋହୁ ଝିଅରୁ ମିଳିଥିବା ଖାଦ୍ୟକୁ ଖାଇଲା।ରାତିରେ ପିଲା ସହ ଜଣେ ରହିବାର ବ୍ୟବସ୍ଥାଥିଲା।ତେଣୁ ପୁଅ ବାହାରେ ଚେୟାରରେ ବସିବସି ରାତି କଟେଇଲା |

ରାତିରେ ଶଶୁର ବୋହୁକୁ ଫୋନକଲେ ଏବେ ଝିଅ କେମିତି ଅଛି? ବୋହୁ କହିଲା ଝିଅ ଏବେ ଶୋଇଯାଇଛି ହେଲେ ତାର ନାକ ଘଡଘଡ ଶବ୍ଦ କରୁଛି ସେ ଭିଡିଓ କରି ଦେଖେଇଲା।ଦେଖିଲା ପରେ ସେ ନର୍ସକୁ କହି ନେଜାଲ୍ ଡ୍ରପଟେ ମାଗି ନାକରେ ପକାଇବାକୁ ପରାମର୍ଶ ଦେଲେ।ବୋହୁ ଯାଇ ରାତି ଡିଉଟିରେ ଥିବା ନର୍ସକୁ ନେଜାଲଡ୍ରପ ଦେବାକୁ କହିବା ପରେ ସେମାନେ ଡ୍ରପଟେ ଦେଲେ। ତାପରେ ନାତୁଣୀ ଆରାମରେ ଶୋଇଗଲା।ଅଲ୍ଆଉଟର ଭେପର୍ ଏମିତି ପିଲା ଶୋଇଗଲାପରେ ନିଶ୍ବାସରେ ବାହାରି ଯାଇଥାନ୍ତା।କିନ୍ତୁ ଡାକ୍ତର ଖାନାରେ ବାକି କିଛି ଅସୁବିଧା ହେଲେ ସୁବିଧା ବୋଲି ରଖିଥିଲେ ନଥିଲେ ଦରକାର ନ ଥିଲା। ସକାଳକୁ ପିଲା ଭଲ ହେଇ ସାରିଥିଲା।ହେଲେ ଗୋଟିଏ ରୁମରେ ବନ୍ଦ ହେଇ ରହିବା ତା ପାଇଁ ବଡ କଷ୍ଟକର ବ୍ୟାପାର । ହସପିଟାଲରୁ ମିଳୁଥିବା ଖାଦ୍ୟ ତାକୁ ଭଲ ଲାଗୁନଥିଲା। ସେ କେବଳ ମାଆ ଖିରରେ ରହିଥିଲା। ତାର ଡର ବି ପଶିଯାଇଥିଲା ହସପିଟାଲ ଆସି ସେ ସେଠୁ ମୁକ୍ତି ଚାହୁଁଥିଲା।ବାପାମାଆ ମାନେ ବି ଶୀଘ୍ର ଡିସ୍ଚାର୍ଯ ଚାହୁଁଥିଲେ ହେଲେ ହସପିଟାଲ ର ଡାକ୍ତର ଆହୁରି କିଛି ଘଣ୍ଟା ରହିବାକୁ କହିଲେ। ସେମାନେ ବାଧ୍ୟହୋଇ ରହିଲେ। ପିଲା ବିରକ୍ତ ହେଉଥାଏ। ପୁଅ ବି ଅଫିସରୁ ଛୁଟିନେଲା। ସେମାନେ ଭାବୁଥିଲେ ସନ୍ଧ୍ୟାରେ କାଳେ ଛାଡିବ?ହେଲେ ସେମାନେ ବାହାନା କରି ରାତିଟା ବି ରଖିଦଲେ।ରାତିରେ କେବଳ ଏମୋକ୍ସି ସିଲିନ୍ ର ଡୋଜ୍ ଟେ ଦେଲେ। ତାଆରଦିନ ସକାଳୁ ଛାଡିଲେ ପୁଅ ଅଫିସ ଯିବ ଭାବୁଥିଲା। ହେଲେ ସକାଳେ ବି ଛାଡିଲେନି ବାଧ୍ୟହୋଇ ସେଠି ମଧ୍ୟାନ୍ନ ଭୋଜନ କଲେ ଝିଅ କିଛି ଖାଉନଥିଲା ଘରତିଆରି ଖାଦ୍ୟ ହେଲେ ଖାଆନ୍ତା।ହେଲେ ଏମାନେ ତ ଛାଡୁନଥାନ୍ତି।ଜଣେ ପରିଚିତଙ୍କ ଘରୁ କିଛି ମେଗି ତିଆରି କରି ଆଣିବାକୁ କହିଲେ ସେଥିରୁ କଛି ଝିଅ ମନଦେଇ ଖାଇଲା ହେଲେ ଏଠିକା ପରିବେଶ ତାକୁ ଭଲ ଲାଗୁନଥିଲା।ମୋବାଇଲ ଖେଳିବା ତାକୁ ଭଲ ଲାଗେ ହେଲେ ଏଠି ତାହା ବି ଖେଳୁନଥିଲା।ହସପିଟାଲରେ ବୁଲିବା ବି ନିରାପଦ ନୁହେଁ କରୋନାଭାଏରସ୍ ସେତେବେଳେ ଭାରତରେ ପହଞ୍ଚିସାରିଥିଲା।ସେମାନେ ଘରକୁ ଶୀଘ୍ର ଫେରିବାକୁ ଚାହୁଁଥିଲେ।ଶେଷରେ ଦିନ ଦୁଇଟା ବେଳକୁ ତାଙ୍କୁ ଡିସ୍ଚାର୍ଯ ମିଳିଲା।ପୁଅର ସେଦିନ ବି ଅଫିସ ଯିବା ହେଲାନି। ଆଜି କାଲି ଏମିତି ଚାଲିଛି କର୍ପୋରେଟ ପ୍ରାଇଭେଟ ହସପିଟାଲ ମାନଙ୍କରେ। ପ୍ରଥମ ରାତି ଆଇସିୟୁ ଦ୍ବିତୀୟଦିନଠୁ କେବିନ ରେ ରହିଲେ ସେମିତି କିଛି ତ ଚିକିତ୍ସା ହେଇନି କେବଳ ଏମୋକ୍ସିସିଲିନ୍ ଓ ନେଜାଲ୍ଡ୍ରପ ଛଡା। ହଁ ଏକ୍ସରେ ହେଇଥିଲା । ଏତିକିରେ ବିଲ୍ ହେଲା ସତର ହଜାର ଆଠଶହ। ଆଉ ଯିବା ଆସିବା ଗାଡିଭଡା ଖାଇବାଖର୍ଚ୍ଚ ହିସାବ କଲେ କୋଡିଏକୁ ପହଞ୍ଚିବ। ଯୋଉଠି କମ ସମୟ ଓ ଖର୍ଚ୍ଚରେ ସେବା ହେଇ ପାରନ୍ତା ତାହା ବ୍ୟୟବହୁଳ ହେଇ ଯାଉଛି ଆଜିକାଲି ଏ ବ୍ୟବସାୟିକ ମନୋବୃତି ପାଇଁ।


Rate this content
Log in

Similar oriya story from Inspirational