Rasmi Rekha Tripathy

Abstract Inspirational

3  

Rasmi Rekha Tripathy

Abstract Inspirational

ବୁମେରାଂ

ବୁମେରାଂ

1 min
7.4K


ପୁଅର ଶ୍ୱଶୁର ଦିଲ୍ଲୀରେ ରୁହନ୍ତି l ପୁଅ ବୋହୁ ଆମେରିକାରୁ ଦିଲ୍ଲୀ ଆସି ଫେରିଗଲେ l ଆମ ଦୁହିଁଙ୍କୁ ବି ଡାକିଥିଲେ l କିନ୍ତୁ ମୋତେ ଯିବାକୁ ଇଚ୍ଛା ହେଲାନି l ମୋର ସ୍ୱାଭିମାନ ମୋତେ ଅଟକେଇ ରଖିଲା l ସତରେ କ’ଣ ଏହାକୁ ସ୍ୱାଭିମାନ କୁହାଯିବ ? ଆଉ କିଛି ନୁହେଁ ? ମୋର କୃତ କର୍ମ ହିଁ ଆଜି ବୁମେରାଂ ହୋଇ ଫେରି ଆସିଛି ମୋ ପାଖକୁ l କହିବି କାହାକୁ ? ରାତିରେ ଅନୁଭବ କଲି ତାଆ ମାଆ (ମୋ ପୁଅର ମାଆ) ଶୋଇନି l ନୀରବରେ କାନ୍ଦୁଛି l ଇଚ୍ଛା ହେଲାନି ତା’କୁ ପ୍ରବୋଧନା ଦେବା ପାଇଁ l କାରଣ ସିଏ ବି ତା’ର କୃତ କର୍ମ ଭୋଗୁଛି l ଅନେକ ବର୍ଷ ତଳେ ସିଏ ବି ଅନେକ ଥର ମୋ ମାଆକୁ ଅଣଦେଖା କରି ଓଡିଶା ଆସିଲେ ଚାଲି ଯାଉଥିଲା ତା’ ବାପା ଘରକୁ l କୁଣିଆ ଭଳି ସକାଳେ ଗାଆଁକୁ ଆସି ମାଆକୁ ଦେଖା କରି ସନ୍ଧ୍ୟାରେ ଫେରିଯିବା ବେଳେ ମାଆର ଲୁହବତୁରା ଆଖିକୁ ମୁଁ ଦେଖି ମଧ୍ୟ ନ ଦେଖିବା ଭଳି ରହି ଯାଉଥିଲି ଅଶାନ୍ତି ହେବା ଆଶଙ୍କାରେ l

       ଆଜି ମୋ ପୁଅ ଠିକ୍ ସେୟା କରୁଛି, ଯାହା ଅନେକ ବର୍ଷ ତଳେ ଆମେ ଦୁହେଁ କରିଥିଲୁ l ସ୍ତ୍ରୀ କଥାରେ ବସ୍ ଉଠ୍ ହେବା ଓ ମାଆ ବାପାଙ୍କୁ ଅବହେଳା କରିବା l ଏହି ଶିକ୍ଷା ସେ ଆମ ଦୁହିଁଙ୍କ ଠାରୁ ପାଇଛି l ତେଣୁ ତା’କୁ ଦୋଷ ଦେବି କାହିଁକି ? ତେବେ ଫରକ୍ ଏତିକି ମୋତେ ବାଦ୍ ଦେଲେ ମୋ ମାଆର ଆଉ ତିନିଟା ପୁଅ ଥିଲେ l କିନ୍ତୁ ଆମର ସେହି ଗୋଟିକ ସନ୍ତାନ l


Rate this content
Log in

Similar oriya story from Abstract