ବୁଝାମଣା
ବୁଝାମଣା
ସକାଳୁ ସକାଳୁ ଅଶୋକ ଆଉ ତା ସ୍ତ୍ରୀ ପ୍ରିୟା ମଧ୍ୟରେ ଖୁବ୍ ଜୋର୍ ରେ ଝଗଡ଼ା ଚାଲିଥାଏ ।
ପ୍ରିୟା ରାଗିକି କହିଲା - ବାସ୍ ବହୁତ ହୋଇଗଲା ଆଉ ମୁଁ ତୁମ ସହ ଗୋଟେ ମୁହୂର୍ତ୍ତ ବି ରହି ପାରିବିନି ।
ଅଶୋକ ବି ରାଗିକି ଥିଲା ଆଉ କହିଲା - ମୁଁ ବି ତୁମର ଏ ସବୁଦିନ ର ଫାଲତୁ ଝଗଡ଼ା ରେ ବେଦମ୍ ହୋଇ ଗଲିଣି । ତୁମର ଯାହା ଇଚ୍ଛା ସେଇୟା କର । ମୁଁ ଅଫିସ୍ ଯାଉଛି ..କହି ସେ ଅଫିସ୍ ଚାଲିଗଲା ।
ପ୍ରିୟା ସଙ୍ଗେ ସଙ୍ଗେ ତା ମାଆ କୁ ଫୋନ୍ କରିଲା ଆଉ କହିଲା ।
ମୁଁ ଏବେ ଏ ଘର ଛାଡ଼ି ପିଲାମାନଙ୍କୁ ଧରି ତୋ ପାଖକୁ ଆସୁଛି । ମୁଁ ଆଉ ଏ ଯମପୁରରେ ରହି ପାରିବିନି ।
ପ୍ରିୟା ଠାରୁ ତା ମା ଅହଲ୍ୟା ଦେବୀ ସବୁ କଥା ଶୁଣିଲା ପରେ ଅତି ନମ୍ର ଭାବରେ କହିଲେ ଦେଖ୍ ଝିଅ... ମୁଁ ବୁଝୁଛି ତୋର କଥା…. ,
ତୁ ହେଉଛୁ ମହାନ୍ତି ପରିବାର ର ବୋହୂ ତା ସହ ଗୋଟେ ପିଲାର ମାଆ, ଏମିତି ଛୋଟ ଛୋଟ ଝଗଡ଼ା ସ୍ଵାମୀ ସ୍ତ୍ରୀ ମଧ୍ୟରେ ହୁଏ । ଯାହା କହୁଛି ଧ୍ୟାନ ସେ ଶୁଣ ଝିଅ.. ବୋହୂ ହୋଇକି ସେଇଠି ରହ । ଖବରଦାର୍ ଯଦି ସେଠୁ ଗୋଟିଏ ପାଦ ଆଗକୁ ବଢାଇବୁ ତ । ତୋ ବଡ ଭଉଣୀ ବି ତା ସ୍ଵାମୀ ସହ ଝଗଡ଼ା କରି ଆସିଥିଲା କଣ ହେଲା.. ଏବେ ଛାଡପତ୍ର ଧରି କାନ୍ଦୁଛି ।
ଏବେ ତୁ ବି ସେହି ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛୁ ।
ଗୋଟିଏ ହାତରେ ତାଳି ବାଜେନି । ମୁଁ ତୋତେ ଆଉ ତୋର ନଖରାମି ଭଲ-ସେ ଜାଣିଛି । ସବୁଠୁ ଭଲ ହେବ ନିଜ ସ୍ଵାମୀ ସହ ବୁଝାମଣା କରି ନେ । ମୁଁ ଜ୍ଵାଇଁଙ୍କୁ ଯେତିକି ଜାଣିଛି ସେ ଏତେ ବି ଖରାପ ନୁହନ୍ତି । ଏଇଥିରେ ତୋର ଆଉ ତୋ ପିଲାର ମଙ୍ଗଳ । ପାଣି ଫୋଟକା ପରି ପ୍ରିୟା ର ସବୁ ରାଗ ଓ କ୍ରୋଧ ପାଣିରେ ମିଶିଗଲା ମାଆ ର ଏପରି ତାଗିଦ୍ କଥା ଶୁଣି । ମନ ଭିତରେ ଥିବା ଈର୍ଷା ଓ ଅବିଶ୍ଵ
ାସ ର କଳା ବାଦଲ ହଟି ବିଶ୍ଵାସର ସୂର୍ଯ୍ୟ ଉଦୟ ହେଲା ତା ମନରେ। ପ୍ରିୟା ବସିପଡ଼ି କାନ୍ଦିବାକୁ ଲାଗିଲା । ଯେତେବେଳେ ତା ମନ ଶାନ୍ତ ହେଲା ସେ ପଛରେ ହୋଇଥିବା ଝଗଡା କଥା ଥଣ୍ଡା ମୁଣ୍ଡରେ ଭାବିଲା ଆଉ ଜାଣିଲା ଝଗଡା ହେବାରେ ନିଜର ଅନେକ ଭୁଲ୍ ତାହାର ନଜରକୁ ଆସିଲା ।
ହାତ ମୁଁହ ଧୋଇ ହୋଇ ଫ୍ରେସ୍ ହେଲା ଆଉ ନିଜ ସ୍ଵାମୀଙ୍କ ମନ ପସନ୍ଦର ଖାଇବା ତିଆରି କଲା ।
ଆଉ ତା ସହିତ ଅଶୋକଙ୍କ ପସନ୍ଦର ସ୍ପେଶାଲ୍ କ୍ଷୀରି ବି..। ଭାବିଲା ସନ୍ଧ୍ୟାରେ ତାଙ୍କ ଠୁ କ୍ଷମା ମାଗିନେବି । ସନ୍ଧ୍ୟାରେ ଯେବେ ଅଶୋକ ଘରକୁ ଫେରିଲା ଘରର ସାଜସଜ୍ଜା ଥିଲା ଖୁବ୍ ନିଆରା । ବିଚଳିତ ମନକୁ ଚନ୍ଦନର ପ୍ରଲେପ ଶାନ୍ତ କରିବା ଭଳି ପ୍ରିୟାର ବ୍ୟବହାର ଅଶୋକ କୁ ବହୁତ ଭଲ ଲାଗିଲା । ଏମିତି ଲାଗୁଥିଲା ଯେପରି ଯେମିତି କିଛି ଘଟିନି । ଅଶୋକ ବି ପ୍ରିୟାର ଏ ପରିବର୍ତ୍ତନ ଦେଖି ଖୁସି ହେବା ସହ ଆଶ୍ଚର୍ଯ୍ୟ ବି ହେଉଥିଲା । ଖାଇବା ପରେ ଅଶୋକ ଯେତେବେଳେ କ୍ଷୀରି ଖାଇଲା ସେତେବେଳେ ପ୍ରିୟା କହିଲା ତୁମେ ତ ଜାଣିଛ ମୁଁ ଟିକେ ରାଗି ବୋଲି .. ଛୋଟ ଛୋଟ କଥାରେ ରାଗିଯାଏ । ତୁମେ ମୋ କଥା ଧରିବନି ଜାଣିଛ ତ ମୁଁ ଟିକେ ଟିକେ କଥାରେ ଜିଦି କରି ବସେ । ମୋର ଭୁଲ୍ ହୋଇଯାଇଛି। “ ଆଇ ଆମ୍ ସରି...”
ଅଶୋକ କହିଲା - ବାସ୍ ଏତିକି କଥା “ଆଇ ଆମ ସରି ଅଲ-ସୋ..”
କହିବାକୁ ଗଲେ , ମୋତେ ତୁମକୁ ସେମିତି କହିବାରେ ନ ଥିଲା । ମୋର ଭୁଲ ହୋଇଯାଇଛି । ଦୁହେଁ ଦୁହିଁଙ୍କୁ ଭୁଲ୍ ମାଗୁଥିଲେ ପ୍ରିୟା ମନେ ମନେ ନିଜ ମାଆ କୁ ଧନ୍ୟବାଦ ଜଣାଇଥିଲା, ଯାହା ପାଇଁ ଆଜି ତାର ପରିବାର ଭାଙ୍ଗିବାରୁ ବଞ୍ଚି ଗଲା । ସେ ବୁଝି ପାରୁଥିଲା ରାଗ ବେଳେ ନିଆ ଯାଇଥିବା ନିଷ୍ପତି ସବୁବେଳେ ଭୁଲ୍ ହୁଏ ବୋଲି ..।
ଜୀବନର ଅର୍ଥ ବୁଝାମଣା ଆଉ ବୁଝାମଣା ଅଭାବରେ ହୁଏ ବାଟବଣା