ସଂସ୍କାର
ସଂସ୍କାର
ନୂଆ ବାହା ହୋଇ ଆସିଥିବା ବୋହୂ ସହ କଥା ହଉ ହଉ ଶାଶୁ ମାଆ କହିଲା..ଆଜି ମୋ ଗୋଡ ବହୁତ ବିନ୍ଧୁଚି ଟିକେ ମୋ ଗୋଡ ମୋଡି ଦେବୁ ବୋହୂ ।
ବୋହୂ:- ମୁଁ ସକାଳୁ କାମ କରି କରି ଥକି ଗଲିଣି । ମୁଁ ଯାଉଛି ଶୋଇ ବାକୁ । ମୋତେ ବହୁତ ନିଦ ଆସିଲାଣି ।
ସ୍ବାମୀ ଚିଲେଇକି କହିଲା ।
ସ୍ବାମୀ:- ପ୍ରିୟା......... ଏମିତି କଣ କହୁଚ ...
ଏତିକିରେ ଶାଶୁ ଆରମ୍ଭ କରିଦେଲା..
ଶାଶୁ:-ଚାରି ଦିନ ହେଲା ଘରକୁ ଆସିନୁ... ଆଉ ଏମିତି କଥା କହୁଛୁ..
ତୋ ବୋପା ମା କଣ ସଂସ୍କାର ବୋଲି ତୋତେ କିଛି ଶିଖେଇ ନାହାନ୍ତି ।
ନୁଆବୋହୁ (ପ୍ରିୟା):- ଶୁଣ ବୋଉ ତୁମେ ତ ସଂସ୍କାର ମାଗି ନଥିଲ ନା..??
ଶାଶୁ:- ତୁ କଣ କହିବାକୁ ଚାହୁଁଛୁ ।
ପ୍ରୀୟା:- ହଁ ବୋଉ , ତୁମେ ମାନେ ଯୌତୁକ ରେ ଟିଭି, ଫ୍ରିଜ଼, ଗୋଡ୍ରେଜ଼, ଏସି, ଟଙ୍କା, ସୁନା ଗହଣା, କଂସା ବାସନ, ଖଟ ପଲଙ୍କ ଠୁ ଆରମ୍ଭ କରି ଘରର ସବୁ ସାମାନ ମଗାଇଲ , କିନ୍ତୁ ସଂସ୍କାର ତ ଲେଖି ନଥିଲ ।
ଆଉ ଏ ସବୁ ଜିନିଷ ଯୋଗାଡ଼ କରିବାରେ ମୋ ବାପା ତାଙ୍କର ନିଜ ଘର ବନ୍ଧା ପକାଇ ଦେଲେ, ମୋ ମାଆ ସବୁ ଗହଣା ବିକ୍ରି କରି ଦେଲା ବାପା ର ଜଣେ ସାଙ୍ଗ କିଛି ଆର୍ଥିକ ସହାୟତା କଲେ ଆଉ ଭାଇ କିଛି ଟଙ୍କା bank ru loan ଆଣିଲା । ବାସ୍ ଏ ସବୁ ରେ ମୁଁ ବି ମୋ ସଂସ୍କାର ବିକି ଦେଲି ।