Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Arun Kumar Mohanty

Inspirational

3.1  

Arun Kumar Mohanty

Inspirational

ମୁଁ ଏକବିଂଶ ଶତାବ୍ଦୀର ମାଆ

ମୁଁ ଏକବିଂଶ ଶତାବ୍ଦୀର ମାଆ

2 mins
654


ହଁ ମୁଁ ଏକବିଂଶ ଶତାବ୍ଦୀର ମାଆ ! ମୁଁ ଶିଖାଇ ପାରିବିନି ମୋ ଝିଅକୁ ଯୋଉ ଲୋକ ତାର ସମ୍ମାନ କରେନି ତା’ର ସବୁ ଅନ୍ୟାୟ ଅତ୍ୟାଚାର ସହିବାକୁ କେମିତି ସିଖେଇବି ମୋ ଫୁଲ ପରି ଝିଅକୁ, କି ସ୍ବାମୀ ମାଡ଼ ସୌଭାଗ୍ୟର କଥା ବୋଲି । ମୁଁ ତାର ବାହାଘର ପରେ ଭୂଲିଯିବି ନି ସେ ମୋର ଝିଅ ବୋଲି । ତାର ଭଲ ମନ୍ଦ ସୁଖ ଦୁଃଖ ସବୁ ଖବର ରଖିବି ।

ମୁଁ କହିପାରିବି ନି ଶାଶୁଘର ତୋ ପାଇଁ ସବୁ କିଛି ବୋଲି । ଭଲ ନଜର ଆଉ ଖରାପ ନଜର ବିଷୟରେ ଅବଶ୍ୟ ବୁଝାଇବି । ଭଲ ସ୍ପର୍ଶ ଆଉ ଖରାପ ସ୍ପର୍ଶ ବିଷୟରେ ନିଶ୍ଚୟ ଅବଗତ କରାଇବି । ମୋ ଝିଅକୁ ଅନ୍ୟାୟ ବିରୁଦ୍ଧରେ ବିରୋଧ କରିବା ଶିଖାଇବି । ହଁ, ମୁଁ ଏସବୁ ନିଶ୍ଚୟ କରିବି କାରଣ ମୁଁ ଏକବିଂଶ ଶତାବ୍ଦୀର ମାଆ ।

ଖରାପ କଥା, ଖରାପ କାମ ଖରାପ ବ୍ୟବହାର ସହ୍ୟ କରିବୁନି, ସେ ସ୍ବାମୀ ହେଉ କି ଶଶୁର କି ଦିଅର କି ଦେଢଶୁର । ସିଏ ଯିଏ ହେଉନା କାହିଁକି ଅନ୍ୟାୟ ବିରୁଦ୍ଧରେ ସ୍ବର ଉଠାଇବୁ । ଡରିବୁନି କେବେ, ଏ ଶିକ୍ଷା ନିଶ୍ଚୟ ଦେବି...! ମୁଁ ତା’ ବାହାଘର ପରେ ବି ତା ସୁରକ୍ଷା କବଚ ଭଳି ତା ସୁରକ୍ଷା କରିବି..ପୁରାତନ ପରମ୍ପରାର ବେଡି ତା ଗୋଡରେ ବାନ୍ଧି ଦେବିନି । ବାପଘର ସବାରି ଆଉ ଶାଶୁଘର ମଶାଣି ଏମିତି କଠୋର ଶବ୍ଦ କହି ତାକୁ ମୁଁ ସେ ବୁଢିଆଣୀ ଜାଲରେ ଛନ୍ଦି ଦେବିନି ।

ତାକୁ କହିବି ଏ ତୋର ବାପା ଘର ତୋ ପାଇଁ ସବୁବେଳେ ଖୋଲା ଅଛି । କିଏ କହିଲା ଝିଅ ପରଧନ ବୋଲି । ଝିଅ କୋଉ ଜିନିଷ ପତ୍ର ନୁହେଁ ଯେ କାହାକୁ ଧରେଇ ଦେଇ ଗଙ୍ଗା ସ୍ନାନ କରିଦେବି । ଝିଅ ତ ଅମୂଲ୍ୟ ରତ୍ନ ଆଉ ସବୁବେଳେ ଅମୂଲ୍ୟ ରତ୍ନ ହୋଇ ରହିବ । ଯୋଉ ଘରେ ଟଙ୍କା ପଇସାରେ ସମ୍ମାନ କିଣା ଯାଏ ସେ ଘରେ କେବେ ମୋ ଝିଅକୁ ବାହା ଦେବିନି । ଝିଅ ହେବା କୋଉ ଅପରାଧ ନୁହେଁ ।

ସ୍ୱାଧୀନତାର ସହ ବଞ୍ଚିବାର ଅଧିକାର ତାର ବି ଅଛି ଏ କଥା ନିଶ୍ଚୟ ବୁଝାଇବି । ମୁଁ ତ ସିଖେଇବି ଯଦି କିଏ ତୋତେ ଗୋଟେ ମାରିବ ତୁ ତାକୁ ଚାରିଟା ମାର୍ । ହଁ ହୋଇପାରେ ମୁଁ ମୋ ଝିଅ ଆଉ ତା ଘର ଭାଙ୍ଗିବା ବାଲା ଗୋଟେ ଖରାପ ମାଆ । କିନ୍ତୁ ମୁଁ ଦେଖିପାରିବି ନି ଯୌତୁକ ନିଆଁରେ ତା ଦେହରେ ପେଟ୍ରୋଲ ଢାଳି ଜାଳିବାର ଦୃଶ୍ୟ ! ନୃଶଂସ ଭାବରେ ଟିକେ ଟିକେ କଥାରେ ହାତରେ ଆଉ ବାଡ଼ିରେ ବୁଝେଇବା ଭଳି ଦୃଶ୍ୟ ! ଚାକରାଣୀ ଭଳି ଖଟି ଖଟି ତାଙ୍କର ସବୁ ଇଚ୍ଛାକୁ ବେଦର ଗାର ଭଳି ମନିବାର ଦୃଶ୍ୟ ! ନିଜ ଇଚ୍ଛା ଅନିଚ୍ଛାକୁ ପାଦରେ ଦଳି ଦେଇ ଗୋଟେ ରୋବଟ ଖେଳନା ପରି ନାଚିବାର ଦୃଶ୍ୟ ! ମୁଁ ମୋ ଝିଅକୁ କେବେ ପରଧନ ଭାବି ପାରିବିନି ।

କାରଣ ମୁଁ ହେଉଛି ମା, ଏକ ବିଂଶ ଶତାବ୍ଦୀର ମାଆ । ଝିଅର ଦୁଃଖରେ ଦୁଃଖି ହୋଇ ଲୁହ ଗଡ଼ାଇବା ମୋତେ ଶୋଭା ଦିଏନି । ତା’ ଦୁଃଖର ନିବାରଣ କରିବା ଏ ମାଆର ପ୍ରଥମ ଆଉ ପ୍ରଧାନ କର୍ତ୍ତବ୍ୟ । ଏ ସମାଜ ମୋତେ ଯାହା କହୁ ଯୋଉ ନା ରେ ଆଖ୍ୟା ଦେଉ । ଅଧିକରୁ ଅଧିକ ଗୋଟେ ଖରାପ ମାଆ କହିବ ତ ଏ ସମାଜ ...କହୁ ଡର ନାହିଁ କିନ୍ତୁ ମୁଁ ମୋ ଝିଅ ପାଇଁ ଏ ସବୁ ନିଶ୍ଚୟ କରିବି । କାରଣ ମୁଁ ଏକ ବିଂଶ ଶତାବ୍ଦୀର ମାଆ...।


Rate this content
Log in

More oriya story from Arun Kumar Mohanty

Similar oriya story from Inspirational