ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ବୁଦ୍ଧିର ବଳ

ବୁଦ୍ଧିର ବଳ

2 mins
1.9K


ବୁଦ୍ଧିର ବଳ

ରାମଚନ୍ଦ୍ର ସେଠୀ

ଗୋଟେ ବଣରେ ଗୋଟେ ବାଘ ଥିଲା । ବଣରେ ଯେଉଁ ଲୋକ ପଶୁଥିଲା , ବାଘ ତାକୁ ଖାଉଥିଲା ।

ଗୋଟେ ଗରୀବ ଲୋକ ଥିଲା । ସିଏ ସବୁଦିନ ବଣକୁ ଯାଇ କାଠ ଆଣି ତାକୁ ବିକି ତା’ ପରିବାର ପୋଷୁ ଥିଲା । ଦିନେ ସେ କାଠ ହାଣୁ ହାଣୁ ସେହି ବାଘ ହାବୁଡ଼ରେ ପଡ଼ିଗଲା । ବାଘ କହିଲା- ଖାଇବି ।

ମରଣ ନିଶ୍ଚିତ ଜାଣି ଲୋକଟି ଏକ ଉପାୟ ପାଞ୍ଚି କହିଲା- ତୁ ମତେ ଖାଇବୁ ବୋଲି ମୁଁ ଏ ବଣକୁ ଆସିଛି । ମତେ ଖାଆ । ବାଘ ଏକଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲା । କହିଲା- ଆରେ , ସମସ୍ତେ ବାଘକୁ ଡରନ୍ତି । ବାଘ ଦେଖିଲେ ଡିଆଁ ମାରି ପଳାନ୍ତି ନତୁବା ଗଛରେ ଚଢ଼ିଯାଆନ୍ତି , ତୁ କଅଣ ମତେ ଖାଆ ବୋଲି କହୁଚୁ ? ଲୋକଟି କହିଲା- ମୁଁ ବଡ଼ ଗରିବ ଲୋକ । କାଠ ହାଣି ମୋ ପରିବାର ପୋଷି ପାରୁନି । ତୁ ମତେ ଖାଇ ଖାଇ ମୁଁ ତୋ ବଣର ବାଘ ହୋଇଯିବି । ରାଜା ହୋଇ ଏ ବଣରେ ଆରାମରେ ରହିବି । ବାଘ ଏକଥା ଶୁଣି ଚମକି ପଡ଼ିଲା । ପଚାରିଲା- ମୁଁ କଅଣ ହେବି ? ଲୋକଟି କହିଲା- ତୁ ବିଲୁଆ ହବୁ । ମୋ କଥା ମାନିବୁ ।

ବାଘ ପୁଣି ଚମକି ପଡ଼ିଲା । ଭାବିଲା , ମୁଁ ଏତେ ବଡ଼ ବଣର ରଜା , ଶେଷକୁ ଗୋଟିଏ ବିଲୁଆ ହେଇ ହୁକେ ହୋ ହୁକେ ହୋ ହେବି । ମୋ ମାନ ମହତ ଇଜ୍ଜତ ସବୁ ଯିବ ! ନାଇଁ , ଏ ଲୋକଟା ଯାଉ । କାଠ ହାଣୁ , ଘରକୁ ପଳାଉ । କହିଲା- ନାଇଁରେ , ମିଛଟାରେ ମୁଁ ତତେ ଖାଇବି ଖାଇବି କହୁଥିଲି ସିନା ତତେ ଖାଇବିନି । ତୁ ସବୁଦିନ ଆସେ , କାଠ ହାଣେ , ନେଏ । ମୋର ଆପତ୍ତି ନାହିଁ ।

ଲୋକଟିର ଏଥର ବଳ ପାଇଗଲା । ସିଏ ଖାଲି ସେଇ ଦିନଟି ନୁହେଁ , ସବୁଦିନ ବଣକୁ ଗଲା , କାଠ ହାଣିଲା , ଆଣିଲା । ହାଟରେ ବିକି ଖୁସିରେ ରହିଲା । ବାଘ ଦେଖିଲା , କିଛି କହିଲାଣି ।


Rate this content
Log in

Similar oriya story from Children