STORYMIRROR

Ranjita Das

Inspirational

2  

Ranjita Das

Inspirational

ବସ ଡ୍ରାଇଭର

ବସ ଡ୍ରାଇଭର

1 min
154

ରାତି ତମାମ ବରଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଏବଂ ଦେହଥରା ଚଡ଼ଚଡ଼ି,ପୁଣି ରାସ୍ତା ସାରା ପାଣିର ସୁଅ । ତଥାପି ସେ ମଣିଷ ପଛଘୁଞ୍ଚା ଦେଉନଥାଏ । କାରଣ ପେଟପାଟଣା ପାଇଁ ଏ ମଣିଷ କେତେ କଣ ଯେ ନ କରେ ?

ହଁ, ମୁଁ ବସ ଡ୍ରାଇଭର କଥା କହୁଛି । କିନ୍ତୁ ଏଠି କେବଳ ପେଟପାଟଣା କି ବେଉସା କଥା ପଡ଼ିନାହିଁ । କି କେବଳ ଟଙ୍କା ରୋଜଗାର କରିବା କଥା ପଡ଼ିନାହିଁ । ଅସଲ କଥା ହେଉଛି ଜଣେ ଦାୟିତ୍ୱବାନ ମଣିଷର ନିଜ କର୍ତ୍ତବ୍ୟ ପ୍ରତି ଥିବା ଦାଇତ୍ୱ, ଯେ କି ନିଜ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚେଇବାକୁ ଯେଉଁ ଗୁରୁଦାୟିତ୍ୱ ନେଇଥାଏ ।

ଏଠି କେବଳ ଯେ ଟଙ୍କା ରୋଜଗାର କରିବା ବଡ କଥା ନୁହେଁ ବରଂ ଯେବେ ଜଣେ ଡ୍ରାଇଭର ନିଜ ଯାତ୍ରୀମାନଙ୍କୁ ନେଇ ନିଜ ଯାତ୍ରା ଆରମ୍ଭ କରେ ତେବେ ସେ ଏକ ଗୁରୁଦାୟିତ୍ୱ ନିଜ ମୁଣ୍ଡରେ ମୁଣ୍ଡେଇ ନିଏ କି କିପରି ନିଜ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବରେ ପହଞ୍ଚେଇ ପାରିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational