STORYMIRROR

Ranjita Das

Others

3  

Ranjita Das

Others

ମୋ ହାତଘଡି

ମୋ ହାତଘଡି

1 min
472

ନିଜର ଅତି ଆପଣାର ଜିନିଷ କିଛି ହଜିଗଲେ, 

ଭାରି କଷ୍ଟ ହୁଏ ନା!!

ଠିକ ସେହିଭଳି କିଛି ଦିନ ପୂର୍ବରୁ ମୋ ଦଶବର୍ଷର ପୁରୁଣା ଟାଇଟନ ଘଡ଼ିଟି ହାତରୁ ଅନ୍ୟମନସ୍କତା ହେତୁ ଗଳିପଡିଲା | କିଛି ବାଟ ଚାଲିକି ଓ ଦୁଇଟି ଭିଡ ଛକ ପାର ହୋଇ ଆସିଗଲା ପରେ ହାତ ଦେଖି ମନେ ପଡିଲା ମୋ ଘଡି କୁଆଡେ ଗଲା? ସେତବେଳେକୁ ମୋ ହୃଦସ୍ପନ୍ଦନ ମଧ୍ୟ ବଢ଼ି ଯାଇଥାଏ, କାରଣ ମୁଁ କେବେ ସେ ଘଡ଼ିଟିକୁ ହଜେଇବାକୁ ଚାହୁଁନଥିଲି, ବାପାଙ୍କ ସ୍ନେହ ଭରା ଉପହାର ଥିଲା ସେ ଘଡ଼ିଟି | ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରଖିବାକୁ ଚାହୁଁଥିଲି | କିନ୍ତୁ ଏ କଣ କୁଆଡେ ଗଲା ସେ ଘଡି, ଏପଟେ ମୁଁ କାନ୍ଦୁଣୁ ମାନ୍ଦୁଣୁ ମଧ୍ୟ ହୋଇଯାଇଥାଏ | ପୁଣି ପଛକୁ ଫେରିଗଲି ଘଡ଼ିଟି ଖୋଜିବାକୁ,ଯେଉଁ ଯେଉଁ ଜାଗାରେମୁଁ ଛିଡା ହେଇଥିଲି ସବୁଆଡେ ଖୋଜିନେଲି ହେଲେ କେଉଁଠି ନ ପାଇ ନିରାଶ ହୋଇ ଫେରିଆସୁଥିଲି ଠିକ ସେଇ ସମୟରେ ମୋ ଆଖି ପଡିଗଲା ଝଲକୁଥିବା ଏକ ବସ୍ତୁ ଉପରେ ଆଉ ସଙ୍ଗେ ସଙ୍ଗେ ତାକୁ ହାତକୁ ନେଇ ଦେଖେ ତ ସେ ହେଉଛି ମୋ ସ୍ନେହ ପ୍ରେମରେ ବନ୍ଧା ଘଡ଼ିଟି ଯାହା ପାଇଁ ମୁଁ ଏତେ ଦୁଃଖୀ ହୋଇଯାଇଥିଲି | ଏବଂ ପାଇଗଲା ପରେ ଖୁସିରେ ଏ ମନ ନାଚିଗଲା ବାସ୍ତବରେ ସେ ଘଡି ସହ ମୋର ଏକ ଅତୁଟ ସମ୍ପର୍କ ରହିଛି ଯାହା କେବେ ମଧ୍ୟ ମୋ ଠୁ ଅଲଗା ହୋଇପାରିବନାହିଁ |


ଧନ୍ୟବାଦ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍