STORYMIRROR

Ranjita Das

Abstract

3  

Ranjita Das

Abstract

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
760


ଆଜିକାଲିର ଇଣ୍ଟେର୍ନେଟ ଯୁଗରେ ବିଭିନ୍ନ ପ୍ରକାରର ସାଙ୍ଗ ମିଳିଯିବେ, ଯଥା - ଇନଷ୍ଟାଗ୍ରାମ ସାଙ୍ଗ, ଫେସବୁକ ସାଙ୍ଗ, Twitter ସାଙ୍ଗ ଇତ୍ୟାଦି । କିନ୍ତୁ ପ୍ରକୃତ ସାଙ୍ଗର ସଂଖ୍ୟା ବିରଳ, ସେମିତି ବହୁତ ପ୍ରକାରର ସାଙ୍ଗ ମୋ ଜୀବନରେ ଆସିଛନ୍ତି । ଆଉ ସମସ୍ତେ ନିଜ ନିଜ ଅଭିନୟ ସାରି ଚାଲିଗଲେ । କିନ୍ତୁ ମୁଁ ଭୁଲିନାହିଁ ମୋର ସେହି ପିଲାବେଳର ସାଙ୍ଗ ଏବଂ ବିଦ୍ୟାଳୟର ସାଙ୍ଗ । ସେମାନେ ସବୁଠୁ ନିଆରା ଆଉ ସବୁଠୁ ଅଲଗା । ମନେପଡେ ମୋ ପିଲାବେଳର ସାଙ୍ଗ ସହ ସେଇ ସବୁ ମଜା, ମସ୍ତି ଆଉ ରାଗ ରୁଷା । ତା ସହ ଘର ଘର ଖେଳ ବିଭିନ୍ନ ପ୍ରକାରର ଖେଳ, ଆହାଃ କି ମଜା ।


ଆଉ ରହିଲା ବିଦ୍ୟାଳୟର ସାଙ୍ଗ, ସେମାନେ ହିଁ ପ୍ରକୃତ ବନ୍ଧୁ । ଯାହାଙ୍କ ସହ ଢେର ବର୍ଷ ବିତେଇଛି, ଖେଳ ଛୁଟି ସମୟରେ ପଡିଆରେ ବହୁତ ମଜା ହୁଏ ।ସେହି ସବୁ ସ୍ମୃତି ଗୁଡିକ ଯେତେ ଲେଖିଲେ କି ବଖାଣିଲେ ସରିବ ନାହିଁ ।ଆଜି ମଧ୍ୟ ସେଇ ସାଙ୍ଗମାନଙ୍କ ସହ କଥା ହୁଏ, ଆଉ ନିଜ ମଧୁର ଅତୀତକୁ ମନେ ପକାଏ । କଲେଜ ର ସାଙ୍ଗଙ୍କ ସହ କିଛି ଦିନର ବନ୍ଧୁତା ଥିଲା, ସେଇ କିଛି ଦିନରେ କିଛି ଜଣ ପ୍ରିୟ ହେଇପାରିଲେ, କିନ୍ତୁ ସମସ୍ତେ ମନରେ ଘର କରିପାରିଲେ ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract