Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Ranjita Das

Others

3.8  

Ranjita Das

Others

ଏକ ନିଆରା ପ୍ରେମ

ଏକ ନିଆରା ପ୍ରେମ

2 mins
560


ପରଦାରେ ଯେବେ କୌଣସି ପ୍ରେମ କାହାଣୀ ଚିତ୍ରିତ ହୋଇଛି ତେବେ ସେଥିରେ ହିରୋ ,ହିରୋଇନଙ୍କ ପ୍ରେମ ସହ ହିରୋର ଭିଲେନ ସହ ଲଢେଇ ହେବାର ଛବି ମଧ୍ୟ ଥାଏ ଏବଂ ସେ ଲଢେଇ ପୁଣି ହିରୋଇନକୁ ପାଇବା ପାଇଁ | ଠିକ ସେଇ ଭଳି ରିଅଲ ଲାଇଫରେ ମଧ୍ୟ ଏଇ ସତ କାହାଣୀ ଭଳି କିଛି କାହାଣୀ ଘଟିଯାଏ ଯାହା କେବେ କେବେ ଲୋକଲୋଚନକୁ ଆସିନାହିଁ | ଏମିତି ଏକ କାହାଣୀର ସଂସ୍ପର୍ଶରେ ମୁଁ କିଛି ଦିନ ପୂର୍ବରୁ ଆସିଲି ଯାହା ଶୁଣିବାକୁ ଭଲ ଲାଗୁଥିଲା ସତ କିନ୍ତୁ ବହୁ ବାଧାବିଘ୍ନର ଗନ୍ତାଘରେ ଭିତରେ ଛନ୍ଦି ହୋଇଯାଇଥିଲା |


ରିଲ ଭଳି ଏଠି ମଧ୍ୟ ହିରୋ ଥିଲା , ହିରୋଇନ ଥିଲା କିନ୍ତୁ କାହାଣୀରେ ଟିକେ ଅଲଗା ପ୍ରକାର ଛୁଙ୍କ ଥିଲା | ରିଲରେ ଭିଲେନ ସହ ହିରୋଇନର କିଛି ସମ୍ପର୍କ ନଥାଏ କି ହିରୋଇନ ଭିଲେନ ବିଷୟରେ ଅବଗତ ନଥାଏ କିନ୍ତୁ ଏଠି ହିରୋଇନର ପୂର୍ବ ପ୍ରେମିକ ଏଠି ପରେ ଭିଲେନର ଭୂମିକା କରୁଥିଲା | ହିରୋଇନ ଆଉ ତା ପୂର୍ବ ପ୍ରେମିକର ପାଞ୍ଚ ବର୍ଷର ସମ୍ପର୍କ ଥିଲା କିନ୍ତୁ କୌଣସି କାରଣରୁ ସେ ସବୁ ଭାଙ୍ଗିଗଲା | ଦୁହେଁ ଭାଙ୍ଗିପଡିଲେ ଆଉ ହିରୋଇନର ପ୍ରେମ ପ୍ରତି ଥିବା ବିଶ୍ୱାସ ଉଠିଗଲା |


ଏମିତି ସମୟ ଗଡି ଚାଲିଲା, ଏମିତି ବହୁତ ଦିନ ପରେ ସେ ଝିଅ ଏଇ ବହିର ଅସଲି ହିରୋକୁ ଭେଟିଲା, ବହୁତ ଦିନର କଥାବାର୍ତ୍ତା ଯେବେ ବିଷୟଟା ପ୍ରେମ ଆଡକୁ ଗତି କଲା ତେବେ ସେ ସେ ଝିଅ ପ୍ରେମରେ ପଡ଼ିବନି ବୋଲି ରୋକଠୋକ ମନା କରିଦେଲା | ହେଲେ ଦଇବର କିଛି ଅଲଗା ନିଷ୍ପତି ଥିଲା ଯାହାକି ସେ ଦୁଇଜଣଙ୍କୁ ପ୍ରେମରେ ପଡ଼ିବାକୁ ବାଧ୍ୟ କଲା | ସେମାନେ ନିଷ୍ପତ୍ତି ନେଲେ ଯେ କେବେ କାହାର ହାତ ଛାଡ଼ିବେ ନାହିଁ | ଆଉ ସେ ସବୁ ଠିକ ଠାକ ଚାଲିଥିଲା | କିନ୍ତୁ ପରେ ଏଇ ବହିର ଭିଲେନ (ହିରୋଇନର ପୂର୍ବ ପ୍ରେମିକ) ସବୁ କିଛି ଜାଣିବାକୁ ପାଇଲା ଆଉ ଯାହାକୁ ନେଇ ହିରୋଇନକୁ ହଇରାଣ କରିବା ଆରମ୍ଭ କରିଦେଲା , ଏପରିକି ହିରୋଇନର ଘରକୁ ଯାଇ ସେଠି ହଙ୍ଗାମା କରିବାକୁ ମଧ୍ୟ ପଛଘୁଞ୍ଚା ଦେଲା ନାହିଁ | ହିରୋଇନର ଘରକୁ ଯାଇ ପାଟିତୁଣ୍ଡ କରିଲା ଯାହା ଫଳରେ ସାହି ପଡିଶା ସହ ଅନ୍ୟ ଲୋକ ସବୁ ଜାଣିବାକୁ ପାଇଲେ | ଟୁପୁରୁ ଟାପୁରୁ ହେବାକୁ ଗୋଟେ ସଲାଟେ ମିଳିଗଲା | , ସେ ଲୋକଙ୍କ କଥା ନ କହିଲେ | ବହୁତ ବୁଝାସୁଝା ପରେ ସେ ପିଲା ହଙ୍ଗାମା ବନ୍ଦ କରି ଫେରିଗଲା |


କିନ୍ତୁ ଆଜି ସେ ସବୁ ପରିବର୍ତ୍ତନ ହେଇଯାଇଛି, ଭଗବାନଙ୍କ କୃପାରୁ ସବୁ ଠିକ ଠାକ ଚାଲିଛି |


ଉପରୋକ୍ତ କାହାଣୀଟି ବହୁତ କିଛି ବାର୍ତ୍ତା ମଧ୍ୟ ଦେଇଗଲା , ଯେପରିକି - କାହାଣୀର ଯିଏ ଭିଲେନ ସେ କଣ ସତରେ ହିରୋଇନକୁ ଭଲ ପାଉଥିଲା? ଯଦି ପାଉଥିଲା ସମ୍ପର୍କ ଭାଙ୍ଗିବାର ପ୍ରଶ୍ନ ଆସିଲା କେଉଁଠୁ?

ଯଦି ସମ୍ପର୍କ ଭାଙ୍ଗିଗଲା ତେବେ ସେ ନିଜ ପୂର୍ବ ପ୍ରେମିକାର ଘରକୁ ଯାଇ ହଙ୍ଗାମା କରିବାଟା କେତେ ଦୂର ଠିକ?


କେବଳ ନାଁକୁ ପ୍ରେମିକ ପ୍ରେମିକା ହେଇଗଲେ ତାକୁ ପ୍ରେମ କୁହାଯାଏନି ,

ପ୍ରେମ ଏକ ବନ୍ଧନ ଯାହା ବିଶ୍ୱାସର ଡୋରିରେ ବାନ୍ଧି ହେଇଥାଏ |



Rate this content
Log in