STORYMIRROR

Ranjita Das

Others

2  

Ranjita Das

Others

ବୃଦ୍ଧ ବାପା ମା' ଅଦରକାରୀ?

ବୃଦ୍ଧ ବାପା ମା' ଅଦରକାରୀ?

1 min
611

ଆଜି ପାଖରେ ଅଛନ୍ତି ବୋଲି ଚିଡୁଛ,ଖିଙ୍କାରି ହେଉଛ,…ବୋଧହୁଏ କାଲି ସକାଳକୁ ସେମାନେ ନଥିବେ | ଆଜି ତାଙ୍କ ପାଇଁ ସମୟ ନାହିଁ ବୋଲି କହୁଛ, କିନ୍ତୁ କାଲି ସେମାନେ ତମ ମାନଙ୍କ ଯତ୍ନରେ ଏମିତି ବୁଡି ଯାଇଥିଲେ ଯେ, ନିଜ ପେଟକୁ ଗଣ୍ଡେ ଦାନା ଦେବାକୁ ତାଙ୍କ ପାଖେ ସମୟ ନଥିଲା | ଆଜି ହାତ ଗୋଡ ଚାଲୁନି ବୋଲିକି ପଶୁ ଭଳି ବ୍ୟବହାର କରୁଛ, ସେଇ ହାତ ଗୋଡ ହିଁ ତମକୁ ଦୁନିଆରେ ବାଟ ଚଲେଇବା ଶିଖେଇଥିଲା | ଆଜି ସିନା ଅଦରକାରୀ କହି ଭୁଲିଯାଉଛ, କାଲି ଏଇ ଅଦରକାରୀ ମଣିଷମାନେ ହିଁ ସଦା ସର୍ବଦା ତୁମ କାମରେ ଆସୁଥିଲେ ଯେପରି ତାଙ୍କ ବିନା ତୁମର ସବୁ କାମ ଅଧୁରା ରହିଯାଉଥିଲା | ଆଜି ଅଛନ୍ତି ବୋଲି ଘର ଦୁଆର,ଦାଣ୍ଡ ପିଣ୍ଡା ଆଦି ନାଚି ଉଠୁଛି ଯେବେ ଆମକୁ ଛାଡିଯିବେ ସେବେ ଏଇ ଦାଣ୍ଡ ଦୁଆର ମଧ୍ୟ ସେମାନଙ୍କୁ ଝୁରିବ |  


ଆଜି ସେମାନେ ତାଙ୍କ ନିଜ କାମ କରିବାକୁ ଅସମର୍ଥ ବୋଲି କଣ ଆମେ ତାଙ୍କୁ ଘରୁ ତଡି ଦେବା? 

ନା ଆଜି ସେମାନେ ଆମକୁ ଆଉ ରୋଜଗାର କରି ଆଣି ଦେଇପାରୁନାହାନ୍ତି ବୋଲି ଆମେ ତାଙ୍କୁ ତୁଚ୍ଛ ବୋଲି ମନେ କରିବା?

ଜୀବନର ପ୍ରତିଟି ମୁହୂର୍ତ୍ତ ସେମାନେ ଆମରି ମଙ୍ଗଳ ପାଇଁ କାମନା କଲେ ,

ତାଙ୍କ ଜୀବନର ପ୍ରତିଟି ସୁଖକୁ ଆମ ପାଇଁ ଜଳାଞ୍ଜଳି ଦେଇଦେଲେ |

କିନ୍ତୁ ଆଜି ଆମେ ଗୋଟିଏ ବଖରା ତାଙ୍କ ପାଇଁ ତ୍ୟାଗ କରିପାରୁନୁ 

ଭଲରେ ମୁଠାଏ ଖାଇବା ଦେବାକୁ ମଧ୍ୟ କୁଣ୍ଠାବୋଧ କରୁଛୁ |


"ଆଜି ସେମାନେ ଯେଉଁ ଚୌକିରେ ବସିଛନ୍ତି, 

ବୋଧହୁଏ କାଲି ସେ ଚୌକି ଥିବ,

କିନ୍ତୁ ସେମାନେ ନଥିବେ" |


ଧନ୍ୟବାଦ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍